ଅଜବ ମୁଦି: ଦେଖିଲେ ଘଡ଼ିଏ ଚାହିଁ ରହିବେ

ହାତର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମୁଦିର ବି ଅନେକ ଭୂମିକା ରହିଛି। ହେଲେ ଏଠାରେ ଯେଉଁ ମୁଦିଗୁଡ଼ିକ କଥା କୁହାଯାଉଛି, ତାହା ହୁଏତ କାହାକୁ ପସନ୍ଦ ଆସିପାରେ କିମ୍ବା ନ ଆସିପାରେ ଅଥବା ଏହା ହାତର ସୌନ୍ଦର୍ଯ୍ୟ ବୃଦ୍ଧି ନ କରିପାରେ, ହେଲେ ତା’ର ଅଜବ ଗଠନ ଶୈଳୀକୁ ଦେଖିଲେ ଯେ କେହି ବି ତାକୁ ଘଡ଼ିଏ ଚାହିଁ ରହିବେ…

ମାଉସ୍‌ ରିଂ: ଚୁଇଁ ଚୁଇଁ ମୂଷା ଛୁଆ ଆକୃତିର ହୋଇଥିବା ଏହି ମୁଦିକୁ ହାତରେ ପିନ୍ଧିବାକୁ ହୁଏତ କେହି ପସନ୍ଦ ନ କରିପାରନ୍ତି, ହେଲେ ଏହା ଦେଖିବାକୁ ଭାରି କ୍ୟୁଟ୍‌ ଲାଗିଥାଏ। ମାର୍କେଟ୍‌ରେ ଏବେ ସୁନା ହେଉ କିମ୍ବା ରୁପା ଏପରିକି ଇମିଟେଶନ୍‌ରେ ମଧ୍ୟ ମାଉସ୍‌ ଡିଜାଇନ୍‌ର ରିଂ ମିଳୁଥିବା ଦେଖିବାକୁ ମିଳୁଛି।

ରିୟଲ ଫ୍ଲାଓ୍ବାର ରିଂ: ଏହି ମୁଦିଗୁଡ଼ିକୁ ଏପରି ଡିଜାଇନ୍‌ କରାଯାଇଛି ଯେ, ଲାଗିବ ସତେ ଯେମିତି ଏହି ମୁଦି ଭିତରେ ସତ ସତିକା ଫୁଲ ରହିଛି। ହେଲେ ପ୍ରକୃତରେ ତାହା ସେୟା ନୁହେଁ ଯାହା ଦେଖାଯାଏ। ତଥାପି ବି ଏହା ଫ୍ଲାଓ୍ବାର୍‌ ଡିଜାଇନ୍‌ର ହୋଇଥିବାରୁ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ।

ସ୍କ୍ରାବଲ୍‌ ରିଂ: ଏହି ମୁଦିରେ ଚାରି ଧାଡି ହୋଇ ଇଂଲିଶ ଅକ୍ଷର ‘ଏ ଠାରୁ ଜେଡ୍‌’ ଯାଏଁ ଲେଖା ହୋଇଥାଏ। ଆଉ ସେହି ଚାରି ଧାଡିର ଅକ୍ଷରକୁ ରୋଟେଟିଂ କରି ନିଜ ପସନ୍ଦର କୌଣସି ଶବ୍ଦ ଏହି ମୁଦି ଉପରେ ଲେଖିହୁଏ। ଖାସ୍‌କରି ପ୍ରେମକଟିଏ ନିଜ ପ୍ରେମିକାକୁ ଇମ୍ପ୍ରେସ୍‌ କରିବା ପାଇଁ ଏହି ମୁଦିରେ ଲଭ୍‌ କିମ୍ବା କିସ୍‌ ଭଳି ଶବ୍ଦ ଲେଖିବାର ଷ୍ଟାଇଲ୍‌ ଏବେ ଖୁବ୍‌ ଚାଲିଛି।

ନଟ୍‌ ଆଣ୍ଡ ବୋଲ୍ଟ ଓ୍ବେଡିଂ ରିଂ: ଆଜିକାର ଯୁବପିଢ଼ିମାନେ ଏନ୍‌ଗେଜ୍‌ମେଣ୍ଟ କିମ୍ବା ବିବାହ ସମୟରେ ଥିମ୍‌ ବାଲା ଓ୍ବେଡିଂ ରିଂ ପିନ୍ଧିବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ସେମିତି ଏକ ଥିମ୍‌ ହେଉଛି ନଟ୍‌ ଆଣ୍ଡ ବୋଲ୍ଟ ଓ୍ବେଡିଂ ରିଂ। ନଟ୍‌ ସହ ବୋଲ୍ଟକୁ ଫିଟିଂ କଲେ ତାହା ଯେମିତି ଷ୍ଟ୍ରଙ୍ଗ୍‌ ହୋଇ ରହିଥାଏ, ଠିକ୍‌ ସେମିତି ଏହି ଥିମ୍‌ ବାଲା ଓ୍ବେଡିଂ ରିଂ ପିନ୍ଧିଲେ ସମ୍ପର୍କ ଦୃଢ ହୋଇଥାଏ ବୋଲି ଅନେକଙ୍କ ଧାରଣା ରହିଛି।

ଓ୍ବିଣ୍ଟର ଇନ୍‌ ପାରିସ୍‌ ରିଂ: ଶୀତଦିନେ ପାରିସ୍‌ ବୁଲିଗଲେ ଯେମିତି ତୁଷାରପାତର ନଜିର ଦେଖିବାକୁ ମିଳେ, ଠିକ୍‌ ସେହି ଥିମ୍‌ରେ ଏହି ମୁଦିଟିକୁ ତିଆରି କରାଯାଇଥାଏ। ଏହି ମୁଦିକୁ ଦେଖିଲେ ହିଁ ଯେ କେହି ବୁଝିଯିବେ ଶୀତଦିନେ ପାରିସ୍‌ର ପାଣିପାଗ କେମିତି ରହିଥିବ।

ଡାଇମଣ୍ଡ ରିଂ ଇନ୍‌ ଏ ବକ୍ସ: ଯଦି କୌଣସି ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ସରପ୍ରାଇଜ୍‌ ଗିଫ୍ଟ ଦେବାକୁ ଚାହୁଁଥାନ୍ତି, ତା’ହେଲେ ତାଙ୍କ ପାଇଁ ଏହି ମୁଦିଟି ଗୋଟେ ଭଲ ଅପ୍ସନ ହୋଇପାରିବ। କାରଣ ଏହି ମୁଦିକୁ ଏମିତି ଡିଜାଇନ୍‌ କରାଯାଇଛି ଯେ, ଯାହା ଦେଖିବାକୁ ଗୋଟିଏ ସାଧାରଣ ମୁଦି ପରି ଲାଗିଥାଏ। ହେଲେ ସେହି ମୁଦିରେ ଲାଗିଥିବା ଛୋଟ ବକ୍ସ ଆକୃତିର ଖୋଳକୁ ଖୋଲିଲେ ତାହା ଭିତରେ ଏକ ସୁନ୍ଦର ଡାଇମଣ୍ଡ ଉକ୍ତ ମୁଦି ସହ ଜଏଣ୍ଟ ହୋଇ ରହିଥିବା ଦେଖିବାକୁ ମିଳିଥାଏ।

ଟି-ପାର୍ଟି ରିଂ: ଚା’କୁ କପ୍‌ରେ ଢାଳିକି ପିଇବାର ଷ୍ଟାଇଲ୍‌କୁ ନେଇ ଏହି ମୁଦିଟି ତିଆରି ହୋଇଛି। ଚା’ ପିଇବାକୁ ପସନ୍ଦ କରୁଥିବା ମହିଳାଙ୍କୁ ଦେବା ପାଇଁ ଏହା ଏକ ସୁନ୍ଦର ଗିଫ୍ଟର କାମ କରିଥାଏ।

ସୁଇଟ୍ସ ଫର୍‌ ମାଇଁ ସୁଇଟ୍‌: ଏହି ରିଂ ବା ମୁଦି ଟିକେ ଭିନ୍ନ ଧରଣର ହୋଇଥାଏ। ଖାସ୍‌ କରି ବିଭିନ୍ନ ପ୍ରକାରର ଚକୋଲେଟ୍‌ କିମ୍ବା ସୁଇଟ୍ସର ଥିମ୍‌ରେ ତିଆରି ହୋଇଥାଏ ଏହି ରିଂ। ଯାହା ମିଠା ପ୍ରିୟ ଗର୍ଲଫ୍ରେଣ୍ଡ କିମ୍ବା ପତ୍ନୀକୁ ଦେବା ପାଇଁ ଏକ ଇନୋଭେଟିଭ୍‌ ଗିଫ୍ଟର କାମ କରିଥାଏ।

ଚଢେଇ ବସା ରିଂ: ଚଢେଇବସାରେ ଚଢେଇର ଅଣ୍ଡା ଥୁଆ ହୋଇଥିଲେ ଯେମିତି ଦେଖାଯାଏ ଠିକ୍‌ ସେହି ଥିମ୍‌ରେ ଏହି ମୁଦିକୁ ତିଆରି କରାଯାଇଥାଏ।

ବଟଲ୍‌ର କ୍ୟାପ୍‌ ଖୋଲୁଥିବା ରିଂ: ଏହି ମୁଦି ଟୁ-ଇନ୍‌-ଓ୍ବାନ୍‌ର କାମ କରିଥାଏ। ଏହାକୁ ଆଙ୍ଗୁଠିରେ ପିନ୍ଧି ହାତକୁ ନିଆରା ଲୁକ୍‌ ଦେବା ସହିତ ବଟଲ୍‌ର କ୍ୟାପ୍‌ ଖୋଲିବାରେ ବି ବ୍ୟବହାର କରିହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri