ପରିବା ବେପାରୀଙ୍କୁ କରୋନା ଭୟ

ଭୁବନେଶ୍ୱର, ୧୧ା୪(ବ୍ୟୁରୋ): କଟକ ଓ ଭୁବନେଶ୍ୱରେ ପନିପରିବା ଦର ହୁ ହୁ ହୋଇ ବଢୁଛି। ୪୦ଟଙ୍କା ତଳକୁୁ କାୈଣସି ପନିପରିବା ମିଳୁ ନାହିଁ। ଆଳୁ ପିଆଜଠାରୁ ଆରମ୍ଭ କରି ଅଦା, ରସୁଣ, ପନିପରିବା ସବୁ କିଛି ମହଙ୍ଗା ହୋଇଛି। ଅଦା କିଲୋ ୧୫୦ ଟଙ୍କା ହୋଇଥିବାବେଳେ ରସୁଣ କିଲୋ ୧୬୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି। ସେହିପରି କଞ୍ଚା ପରିବା ଦର ୪୦ଟଙ୍କାରୁ ଆରମ୍ଭ ହୋଇ ୧୦୦ଟଙ୍କାକୁ ଛୁଇଁଲାଣି। ଖୁଚୁରା ବେପାରୀଙ୍କ ଗୋଟିଏ କଥା ରାଜ୍ୟ ବାହାରୁ କିଛି ଆମଦାନୀ ହେଉନି। ଆମେ ଅଧିକ ଦରରେ କିଣୁଥିବାରୁ ଅଧିକ ଦାମରେ ବିକ୍ରି କରୁଛୁ। ଚଢ଼ା ଦର ହେଲେ ମଧ୍ୟ ଲୋକମାନେ ବାଧ୍ୟ ହୋଇ କିଣୁଛନ୍ତି। କାମଧନ୍ଦା ବନ୍ଦ ସାଙ୍ଗକୁ ଖର୍ଚ୍ଚ ବଢି ଯାଇଛି। ଉଚ୍ଚ ଆୟବର୍ଗଙ୍କ ପାଇଁ ଅସୁବିଧା ହେଉ ନ ଥିବାବେଳେ ଦିନ ମଜୁରିଆ, ଶ୍ରମିକ, ନିମ୍ନ ଆୟବର୍ଗଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ହୋଇଛି। ଲକ୍‌ଡାଉନ୍‌ ଅବଧିକୁ ରାଜ୍ୟ ସରକାର ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ଲକ୍‌ଡାଉନ ଯୋଗୁ ସବୁ ଗର୍ବର ଲୋକେ ଏବେ ଘରେ ବନ୍ଦ ହୋଇ ରହିଛନ୍ତି। ଭୁବନେଶ୍ୱର ଆଦିମାତା ବସ୍ତିରେ ରହୁଥିବା ରାଜମିସ୍ତ୍ରି ସନିଆ ସାହୁ କହିଛନ୍ତି ଯେ, ୧୫ଦିନ ହେଲାଣି କାମ ଧନ୍ଦା ବନ୍ଦ। ଘରେ ଟଙ୍କା ପଇସା କିଛି ନାହିଁ। ଚାଉଳ ଗଣ୍ଡାକ ମିଳିଥିଲେ ମଧ୍ୟ ହାଟ ସଉଦା ପାଇଁ ପାଖରେ ପଇସା ନାହିଁ। କେବେ କ’ଣ ହେବ ଆମ ସଂସାର ପୁଣି ଚାଲିବ ତାହା ଭଗବାନଙ୍କୁ ଜଣା। ମଞ୍ଚେଶ୍ୱର ରେଳବାଇ କଲୋନୀ ନିକଟରେ ପରିବା ବିକ୍ରି କରିବାକୁ ବାରଙ୍ଗରୁ ଆସୁଥିବା ସନାତନ ବେହେରା କହିଛନ୍ତି ଯେ, ମୋ ବୟସ ୬୫ ହେଲାଣି। ଘରେ ୫ ପ୍ରାଣୀ। ଆଖପାଖରୁ ପନିପରିବା ଆଣି ବିକ୍ରିି କରି ଦି’ ପଇସା ପାଏ। ହେଲେ କରୋନା ଭୂତାଣୁର ଭୟ ଆସିବା ଦିନଠାରୁ ମୋ ବେପାର ମାନ୍ଦା। ସ୍ତ୍ରୀ ସହରକୁ ଯିବାକୁ ଆକଟ କରୁଛି। ୫ଦିନ ଘରେ ବସିବା ପରେ ଆଜି କିଛି ପରିବା ଆଣି ବଢ଼ି ଭୋରରୁ ଆସିଥିଲି। ହାତମୁହଁକୁ ଗାମୁଛାରେ ଘୋଡ଼େଇ ହୋଇ ବସିଛି। ଘରେ କେତେଦିନ ବସି ରହିବି। ସଂସାର କେମିତି ଚଳିବ। ଆମ ଜନ୍ମରୁ ଏମିତି ଅବସ୍ଥା କେବେ ଦେଖି ନ ଥିଲେ ବୋଲି ସନାତନ କହିଛନ୍ତି। ରାଜଧାନୀରେ ଅନେକ ପରିବା ବ୍ୟବସାୟୀ କୋଭିଡ-୧୯ ଭୟରେ ଘରୁ ଆସିବାକୁ ଭୟ କରୁଥିବାବେଳେ ଆଉକେତେକ ପୋଲିସ ମାଡ଼ ଭୟରେ ଆସୁ ନାହାନ୍ତି। ଭୁବନେଶ୍ୱର-କଟକ ପୋଲିସ କମିଶନର ବେପାରିଙ୍କୁ ଆଶ୍ୱାସନା ଦେଲେ ମଧ୍ୟ ବାରଙ୍ଗ, ଖୁଣ୍ଟୁଣି, ବାଙ୍କୀ, ଖୋର୍ଦ୍ଧାରୁ ପରିବା ପୋରି ଆସୁ ନାହାନ୍ତି। ଯେଉଁମାନେ ପରିବା ଆଣି ସହରକୁ ଆସୁଛନ୍ତି ତାଙ୍କୁ ଗାଁରେ ବାସନ୍ଦ କରାଯାଉଛି। ଆଉ ଏହାର ଫାଇଦା ନେଉଛନ୍ତି କେତେଜଣ ଅସାଧୁ ବ୍ୟବସାୟୀ। କଳାବଜାର ରୋକିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଢାଯାଇଥିଲେ ମଧ୍ୟ ସବୁ ବ୍ୟବସାୟୀଙ୍କୁ ଆକଟ କରିବା ସମ୍ଭବ ହେଉ ନାହିଁ। କରୋନା ଯୋଗୁ ଲୋକମାନଙ୍କ ଜୀବନଜୀବିକା ଉପରେ ଶକ୍ତ ଆଘାତ ହୋଇଛି। ସାମାଜିକ, ଅର୍ଥନୈତିକ ସବୁକିଛି ଉଜୁଡ଼ି ଯାଇଛି। ଭବିଷ୍ୟତରେ ପରିସ୍ଥିତି ସୁଧୁରିବ କି ଆହୁରି ବିଗିଡ଼ିବ ତାହା ଲକ୍‌ଡାଉନ ହଟିବା ପରେ ଜଣାପଡ଼ିବ ବୋଲି ଲୋକମାନେ ମତପ୍ରକାଶ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri