ପରିବା ଆତଙ୍କ

ପରିବା ଦର ଏବେ ଆକାଶଛୁଆଁ। ଏହା ଏତେ ଅଧିକ ହୋଇଛି ଯେ ଏକ ମଧ୍ୟବିତ୍ତ ପରିବାରର ଗ୍ରାହକ ତା’ର ଦୈନିକ ପରିବା ଆବଶ୍ୟକତାକୁ କମାଇବାକୁ ବାଧ୍ୟ ହୋଇଛି। ପରିବା କିଣିବାକୁ ଅଧିକାଂଶ ଲୋକ ବଜାରକୁ ଯିବାକୁ ଚାହଁୁନାହାନ୍ତି। କୋଭିଡ୍‌-୧୯ ଲକ୍‌ଡାଉନ ଯୋଗୁ ଲୋକମାନେ ଚାକିରି ହରାଇଥିତ୍ବା ଓ କମ୍‌ ଦରମା ପାଉଥିତ୍ତ୍ବାବେଳେ ଏଭଳି ପ୍ରାଇସ ବା ମୂଲ୍ୟବୃଦ୍ଧି ଜନିତ ଆତଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି। ଖାଦ୍ୟ ଶସ୍ୟଠାରୁ ଆରମ୍ଭ କରି ଖାଇବା ତେଲ ଓ ପରିବା ଦର କୋଭିଡ୍‌ ମାହାମାରୀ ପୂର୍ବରୁ ଯାହା ଥିଲା ତା’ଠାରୁ ପାଖାପାଖିତ୍ ୫୦% ଅଧିକ ମୂଲ୍ୟରେ ବିକ୍ରି ହେଉଛି। ଯେଉଁମାନେ ପରିବା ପାଇଁ ସପ୍ତାହକୁ ୮୦୦ଟଙ୍କା ଖର୍ଚ୍ଚ କରୁଥିଲେ ସେମାନେ ଏବେ ଏ ବାବଦରେ ପାଖାପାଖି ୧୫୦୦ ଟଙ୍କା ବ୍ୟୟ କରୁଛନ୍ତି। ଦର ବୃଦ୍ଧିର ଝଟ୍‌କାରେ ସାଧାରଣ ଲୋକଟିର ଦୁଃଖ ଆହୁରି ବଢିଯାଇଛି। ପିଆଜ ଓ ଆଳୁ ଦର ବଢିବାରେ ଲାଗିଥିବାବେଳେ ଟମାଟୋ କିଣିବାକୁ ଭୟ ଲାଗୁଛି। ସ୍ଥାନୀୟ ବଜାରରେ କେଜି ପିଛା ପିଆଜ ଦର ୮୦ ଟଙ୍କା ଥିବାବେଳେ ଆଳୁ ଦର ରହିଛି ୪୫ ଟଙ୍କା। ଯେଉଁ ପରିବା ସ୍ଥାନୀୟ ଅଞ୍ଚଳରେ ଉପତ୍ାଦନ ହେଉଛି ଓ ଯାହା ବାହାରୁ ଆସିଛି ସବୁ ପରିବା ଦର ଏମିତି ବଢିଯାଇଛି ଯେ ତାହା ଜଣେ ସାଧାରଣଲୋକ ପକ୍ଷେ କିଣିବା ସମ୍ଭବପର ନୁହେଁ। ବାଇଗଣ, ବିନ୍ସ, ଆଳୁ, ଗାଜର, କଞ୍ଚାଲଙ୍କା ଆଦିର ଦର ସୀମା ଟପିଯାଇଛି। କିଣିବା ତ ଦୂରର କଥା କେହି ବଜାରରେ ତାହାକୁ ଛୁଉଁନାହାନ୍ତି। ଲୋକେ ସାଧାରଣତଃ କିଣିବାକୁ ପସନ୍ଦ କରୁନଥିବା ତଥା ଶସ୍ତାରେ ମିଳୁଥିତ୍ବା ପରିବା ଯଥା କଖାରୁ, ଲାଉ, ସାରୁ, ଛଚିନ୍ଦ୍ରା, ପୋଇ ଓ କୁନ୍ଦୁରି ଆଦିର ମୂଲ୍ୟ ପୂର୍ବାପେକ୍ଷା ଢେର୍‌ ବୃଦ୍ଧିପାଇଛି। ପ୍ରତ୍ୟେକଟିର ଦର ୬୦ ଟଙ୍କା ତଳେ ନାହିଁ। ଉପତ୍ାଦନ ହେଉଥିବା ଅଞ୍ଚଳରୁ ପରିବା ଯୋଗାଣ କମିଯିବା କାରଣରୁ ଏଭଳି ପରିସ୍ଥିତି ଉପୁଜିଛି।
ବର୍ଷ ସାରା ପ୍ରୟାସ ସତ୍ତ୍ୱେ ରାଜ୍ୟ ସରକାର ଅତ୍ୟାବଶ୍ୟକ ଖାଦ୍ୟସମାଗ୍ରୀର ଆଶାତୀତ ଦର ବୃଦ୍ଧି ପଞ୍ଝାରୁ ସାଧାରଣ ଲୋକଙ୍କୁ ରକ୍ଷା କରିପାରିନାହାନ୍ତି। ଏବେ ଦେଖାଦେଇଥିତ୍ବା ଦରବୃଦ୍ଧି ଝଟ୍‌କା ନୂଆ ନୁହେଁ। ଅତୀତରେ ଏମିତି ବି ହୋଇଛି। କିନ୍ତୁ ଦୁଃଖର କଥା,ସରକାର ତାଙ୍କ ବିଫଳତାରୁ କିଛି ବି ଶିକ୍ଷା କରିନାହାନ୍ତି। ଯଦି ସୁବିଧା ଓ ସାଧନ ଯୋଗାଇ ଦିଆଯାଇଥାନ୍ତା ତେବେ ଆମେ ପରିବା ଉପତ୍ାଦନରେ ଆମତ୍ନିର୍ଭର ହେବାରେ କୌଣସି ଅସୁବିଧା ରହନ୍ତାନି। ଓଡ଼ିଶାରେ ଆଳୁ, ପିଆଜ ସମେତ ଅନ୍ୟ ପରିବା ଉପତ୍ାଦନ ପାଇଁ ଅନୁକୂଳ ଜଳବାୟୁ ଓ ମୃତ୍ତିକା ରହିଛି। ଆମେ ଭଲ କିସମର ପିଆଜ ଉପତ୍ାଦନ କରିପାରୁ ବୋଲି ବଲାଙ୍ଗୀର, ବୌଦ୍ଧ ଓ କଳାହାଣ୍ଡିର ଚାଷୀମାନେ ମଧ୍ୟ ପ୍ରମାଣ କରି ଦେଇଛନ୍ତି। ତେବେ ଆମେ ଆଳୁ, ପିଆଜ, ମାଛ ଓ ଅଣ୍ଡା ଭଳି ଅତ୍ୟାବଶ୍ୟକ ଖାଦ୍ୟସାମଗ୍ରୀ ଉପରେ ଅନ୍ୟ ରାଜ୍ୟଗୁଡ଼ିକ ଉପରେ ନିର୍ଭର କରିଚାଲିଛୁ। ଯଦି ନଷ୍ଟ ହୋଇ ଯାଉଥିତ୍ବା କୃଷି ଉପତ୍ାଦ ପାଇଁ ଭଣ୍ଡାରଘର, ଶୀତଳଭଣ୍ଡାର ଭଳି ଭିତ୍ତିଭୂମି ସରକାରଙ୍କ ପାଖରେ ରହିଥାନ୍ତା ତେବେ ଆମେ ଉପତ୍ାଦନ ଯଥେଷ୍ଟ ବଢାଇପାରିଥାନ୍ତୁ। କିନ୍ତୁ ସରକାର ଏ କ୍ଷେତ୍ରରେ ଅସଫଳ ହୋଇଛନ୍ତି। ରାଜ୍ୟରେ ଅତ୍ୟାଧୁନିକ ଭଣ୍ଡାରଘର ଓ ମାର୍କେଟ ସୁବିଧା ନ ଥିବାରୁ ଚାଷୀମାନେ ପରିବା ଭଳି ଅର୍ଥକରୀ ଫସଲ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ଯେଉଁ ଫସଲରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ପିସି) ମିଳୁଛି ତାହା କରିବାକୁ ଚାଷୀମାନେ ଆଗ୍ରହ ପ୍ରକାଶ କରୁଛନ୍ତି। କୃଷି ଉପରେ ଅନେକ ନୀତି କରାଯାଇଛି ହେଲେ ସେଗୁଡ଼ିକ ପ୍ରାୟତଃ କାଗଜ କଲମରେ ରହିଛି। ପିଆଜ ପାଇଁ ଆମେ ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରୁଥିବାବେଳେ ଆଳୁ ଆଣୁଛୁ ପଶ୍ଚିମବଙ୍ଗରୁ। ମାଛ ଓ ଅଣ୍ଡା ଲାଗି ଆନ୍ଧ୍ର ଉପରେ ବି ନିର୍ଭରଶୀଳ। ରାଜ୍ୟର ବହୁଚର୍ଚ୍ଚିତ ‘ଆଳୁ ମିଶନ’ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଥରେ ସଂଶୋଧିତ କୃଷି ଆଇନ ଏଠାରେ କାର୍ଯ୍ୟକାରୀ କରାଗଲେ ଭିବଷ୍ୟତରେ ଏହି ସମସ୍ୟା ଆହୁରି ବିଗିଡ଼ିଯିବ। କାରଣ ସଂଶୋଧିତ ଆଇନରେ ଆଳୁ ଏବଂ ପିଆଜକୁ ଏସେନ୍‌ସିଆଲ ସର୍ଭିସ ମେଣ୍ଟେନାନ୍ସ ଆକ୍ଟ ବା ଅତ୍ୟାବଶ୍ୟକୀୟ ସେବା ଅନୁରକ୍ଷଣ ଆଇନ ପରିସର ବାହାରେ ରଖାଯାଇଛି।
ଦେଶର ବିଭିନ୍ନ ଅଞ୍ଚଳ ବିଶେଷ କରି ମହାରାଷ୍ଟ୍ରରେ ବର୍ଷା ଯୋଗୁ ଫସଲ ନଷ୍ଟ ହେବା ପରେ ପିଆଜ ଦର ବୃଦ୍ଧିପାଇଛି। ତେବେ ଅନ୍‌ଲକ ୫.୦ରେ ଆନ୍ତଃରାଜ୍ୟ ପରିବହନ ଆରମ୍ଭ ହେବା ସହ ସୁବିଧାରେ ଶ୍ରମିକ ଉପଲ୍ବବ୍ଧ ହେଉଛନ୍ତି। ବର୍ଷା ହେତୁ ପରିବା ଯୋଗାଣରେ ସାମୟିକ ବିଳମ୍ବ ହୋଇପାରେ ଓ ଦର ବଢ଼ିପାରେ। କିନ୍ତୁ ବର୍ଷକରୁ ବେଶି ହେବ ତ ପରିବା ଦର ବୃଦ୍ଧିପାଇବାରେ ଲାଗିଛି। ଲଗାତର ମୂଲ୍ୟ ବୃଦ୍ଧି ଯୋଗୁ ମୁଦ୍ରାସ୍ଫୀତି ବୃଦ୍ଧିପାଇଛି। ଆମେ ଏବେ ବିଚିତ୍ର ଘଟଣା ଦେଖିତ୍ବାକୁ ପାଇପାରିଛୁ। ଲୋକଙ୍କ ପାଖରେ ଜିନିଷ କିଣିବାକୁ ଅର୍ଥ ନାହିଁ ଓ ଦରବୃଦ୍ଧି ଯୋଗୁ ସେମାନେ ଜିନିଷ କିଣୁନାହାନ୍ତି, ହେଲେ ମୁଦ୍ରାସ୍ଫୀତି ବୃଦ୍ଧିପାଉଛି। ରାଜ୍ୟ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଅଧିତ୍କ ପରିବା ଉପତ୍ାଦନ କରିବା ଏବଂ ଭଣ୍ଡାରଘର ଓ ଶୀତଳଭଣ୍ଡାର ନିର୍ମାଣ କରିବା ଆରମ୍ଭ କରନ୍ତୁ। ପରିବା ଭଳି ନଷ୍ଟ ହୋଇଯାଉଥିବା ସାମଗ୍ରୀକୁ ସବୁବେଳେ ଆମଦାନୀ କରାଯାଇପାରିବ ନାହିଁ। କୃଷି ଉପତ୍ାଦ ବଜାରରେ ସବୁବେଳେ ଉପଲବ୍ଧ ହେବା ପାଇଁ ସରକାର ଉପଯୁକ୍ତ ଭିତ୍ତିଭୂମି ଓ ସଞ୍ଚାଳନ ବ୍ୟବସ୍ଥା ବିକାଶ କରିବା ଉଚିତ। ଅନ୍ୟଥା ସାଧାରଣ ଲୋକଟି ଦରବୃଦ୍ଧି ଆତଙ୍କରୁ କେବେ ବି ରକ୍ଷା ପାଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?