ପଡ଼ିିଛି ସଙ୍କଟ

ପ୍ରଶାସନ ପକ୍ଷରୁ କରୋନା ଭାଇରସ୍‌ ନେଇ ସଚେତନ କରାଯାଉଛି। ଦେଶବ୍ୟାପୀ ଲକ୍‌ଡାଉନ୍‌। ଦେକାନ ବଜାର ବନ୍ଦ। ପରିବା ବଜାର, ଔଷଧ ଦୋକାନ, ଡାକ୍ତରଖାନା, କ୍ଷୀର ବ୍ୟବସାୟ ବ୍ୟତୀତ ସବୁ କିଛି ବନ୍ଦ। ଘରୁ ଲୋକେ ବାହାରିବାକୁ ମନା। ଜରୁରୀ ପରିସ୍ଥିତିରେ ଘରୁ ବାହାରିବାକୁ ପଡୁଛି। ଏପରିସ୍ଥଳେ ଲକ୍‌ଡାଉନ୍‌କୁ ସବୁ ସ୍ତରରେ ସମର୍ଥନ ରହିଛି ସତ, ତେବେ ଗରିବ ଖଟିଖିଆ, ମଜୁରିଆ, ମଧ୍ୟବିତ୍ତବର୍ଗଙ୍କ ମଧ୍ୟରେ ଆର୍ଥିକ ସଙ୍କଟ ଦେଖାଗଲାଣି। ଏଥିରୁ ଫାଇଦା ଉଠାଇବାକୁ କେତେଜଣ ବ୍ୟବସାୟୀ ପଛାଉନାହାନ୍ତି। ସବୁ ସାମଗ୍ରୀର ଦରଦାମ୍‌ ବୃଦ୍ଧି କଲେଣି। ବିଶେଷକରି ବଜାରରେ ଆଳୁ, ପିଆଜ, ଡାଲି, ତେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଏହାର ମୁଖ୍ୟ କାରଣ ପରିବହନ ସମସ୍ୟା ବୋଲି କୁହାଯାଉଛି। ତେବେ ପରିବହନ ପାଇଁ କଟକଣା ନ ଥିଲେ ସୁଦ୍ଧା ଦୂର ଦୂରାନ୍ତରୁ ଆସୁଥିବା ମାଲବାହୀ ଟ୍ରକ୍‌ଗୁଡ଼ିକ ରାସ୍ତାରେ ଚକାରେ ପ୍ରେସର ଦେବା ଏବଂ ଟାୟାରପମ୍ପଚର ହେଲେ ଏହାକୁ ସଜାଡ଼ିବା ପାଇଁ ଦୋକାନ ବନ୍ଦ ରହିଥିବାରୁ ସେମାନେ ଆସିବାକୁ ନିରାପଦ ମନେ କରୁନାହାନ୍ତି। ଗାଡ଼ି ମୋଟରରେ ତ୍ରୁଟି ଦେଖାଦେଲେ ସେମାନେ ନାହିଁ ନ ଥିବା ହଇରାଣ ହେବେ ମନେକରି ସାମଗ୍ରୀ ଧରି ଆସିବାକୁ ପଛଘୂଞ୍ଛା ଦେଉଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଗୋପାଳନ କରି ଚଳୁଥିବା ଦୁଗ୍ଧ ଚାଷୀ ବେଶି ହଇରାଣ ହେଉଛନ୍ତି। ସେମାନେ କ୍ଷୀର ବିକ୍ରି କରିପାରୁନାହାନ୍ତି। ମିଠା ଦୋକାନ, ହୋଟେଲଗୁଡ଼ିକ ବନ୍ଦଥିବାରୁ କ୍ଷୀର ଆବଶ୍ୟକ ପରିମାଣରେ ବିକ୍ରି ହୋଇପାରୁ ନାହିଁ। ଲକ୍‌ଡାଉନ୍‌ ହେତୁ କୁଲି ମଜୁରି କରି ଚଳୁଥିବା ଲୋକେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ କାମଧନ୍ଦା ମିଳୁନାହିଁ। ସେମାନଙ୍କ ପରିବାରରେ ଏବେ ଆର୍ଥତ୍କ ସଙ୍କଟ ଜଟିଳ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାବିନେଟ୍‌ ବୈଠକ ପରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆର୍ଥିକ ସମସ୍ୟା ପାଇଁ କେହି ଶିକ୍ଷାରୁ…

ଭୁବନେଶ୍ବର,୧ା୭: କ୍ୟାବିନେଟ୍‌ରେ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ନାମଲେଖା ପାଇଁ ଛାତ୍ରୀଛାତ୍ରଙ୍କୁ କୌଣସି…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ବିବାହ ପାଇଁ ଜିଦ୍‌ କରିବାରୁ ପ୍ରେମିକାଙ୍କୁ ହତ୍ୟା, ପୋଲିସ ଆଗରେ ପ୍ରେମିକ କହିଲେ ପୂରା ଘଟଣା…

ହାଟଡିହୀ/ଛେନାପଦୀ,୧ା୭(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): ପଶ୍ଚିମବଙ୍ଗ ପ୍ରେମିକାକୁ ଓଡ଼ିଶା ଡକାଇ ଝାଡ଼ଖଣ୍ଡ ପ୍ରେମିକ କେନ୍ଦୁଝର ଜିଲା ସୋସୋ ଥାନା ଅଞ୍ଚଳରେ ଗତ ମଙ୍ଗଳବାର ହତ୍ୟା କରିଥିବା ଘଟଣାରେ ପର୍ଦାଫାଶ…

ରେକର୍ଡ ଭାଙ୍ଗିବେ ଆଲିଆ

ମୁମ୍ବାଇ: ଚଳଚ୍ଚିତ୍ର ‘ଆଲ୍‌ଫା’ରେ ଅଭିନେତ୍ରୀ ଆଲିଆ ଭଟ୍ଟ ଏକ ଜବରଦସ୍ତ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଆଲିଆ ଏବଂ ଶର୍ବରୀ ଓ୍ବାଘ୍‌ ଆକ୍ସନ ଭୂମିକାରେ ଅଭିନୟ କରିଛନ୍ତି।…

କର୍ଲାମୁଣ୍ତା କଅଁସିଲ ଗ୍ରାମରେ ଫେଲ୍ ମାରିଛି ବସୁଧା ଯୋଜନା, ବିଡ଼ିଓଙ୍କ ଦ୍ବାରସ୍ଥ ହେଇ ଗ୍ରାମବାସୀ କହିଲେ….

ରିଷିଡା,୧।୭(ସୁଶାନ୍ତ ମଲ୍ଲିକ): ବିଡ଼ିଓଙ୍କ ଦ୍ବାରସ୍ଥ ହେଲେ କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ କଅଁସିଲ ଗ୍ରାମର ଗ୍ରାମବାସୀ। ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ସରକାରଙ୍କ ‘ବସୁଧା ଯୋଜନା’…

ଭାଜପାରେ ସାମିଲ ହେଲେ ମଣ୍ଡଳ ଦମ୍ପତି, ତାଙ୍କ ସହିତ…

ଭୁବନେଶ୍ୱର,୧ା୭: ଭାଜପାରେ ବୁଧବାର ସାମିଲ ହୋଇଛନ୍ତି ବିଜେଡିର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳ ଏବଂ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ। ଶଙ୍ଖ ଛାଡ଼ି ଏହି ଦମ୍ପତି ଏବେ…

ବଡ଼ ଘୋଷଣା କଲେ ସରକାର; ଏତିକି ମାସ ଯାଏ WFH କରିବେ ୫୦% କର୍ମଚାରୀ, ଗାଡ଼ି ପାର୍କିଂ…

ନୂଆଦିଲ୍ଲୀ,୧।୭: ଶୀତକାଳୀନ ପ୍ରଦୂଷଣର ମୁକାବିଲା ପାଇଁ ଦିଲ୍ଲୀ ସରକାର ଏକ ମାଷ୍ଟର ପ୍ଲାନ ଘୋଷଣା କରିଛନ୍ତି। ଏହି ଯୋଜନା ଅନୁଯାୟୀ, ନଭେମ୍ବର ୧ ରୁ ଫେବୃଆରୀ ୨୮…

ସଚେତନ ନାଗରିକ ମଞ୍ଚର ନୂତନ କର୍ମକର୍ତ୍ତା: ଗୋବିନ୍ଦ ବନଛୋରନ ସଭାପତି, ଉପସଭାପତି ହେଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂଆ କମିଟି ଆର୍‌ଏମ୍‌ସିର ସଭାଗୃହରେ ପୂର୍ବତନ ସଭାପତି ଚିତ୍ତରଞ୍ଜନ ଭୋଇଙ୍କ ସଭାପତିତ୍ୱରେ ସଭା…

ଡାକ୍ତର ଦିବସ; କଳାହାଣ୍ଡିରେ ସ୍ୱାସ୍ଥ୍ୟ ସେବା ଠପ୍, ରୋଗୀ ହନ୍ତସନ୍ତ

ଭବାନୀପାଟଣା,୧।୭(ଉତ୍ତମ କୁମାର ଦାଶ): ଜାତୀୟ ଡାକ୍ତର ଦିବସରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବୁଧବାର ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri