ପକ୍ଷାଘାତରେ ଚାନ୍ଦି ମେଢ଼ର ଅନନ୍ୟ ବିନ୍ଧାଣି

କଟକ ଅଫିସ,୧୯।୩: ତାରକସୀ କାର୍ଯ୍ୟ ପାଇଁ ସାରା ଦେଶରେ କଟକ ସହରର ସ୍ବତନ୍ତ୍ର ପରିଚୟ ରହିଛି। ହେଲେ ଏହାକୁ ନିର୍ମାଣ କରୁଥିବା ବିନ୍ଧାଣୀଙ୍କୁ କ୍ୱଚିତ ଜାଣିଥାନ୍ତି। ଜଣେ ଚାନ୍ଦିମେଢ ଲାଗି ପ୍ରଥମେ ଡିଜାଇନ ପ୍ରସ୍ତୁତ କରିଥାନ୍ତି। ଆଉ ସେହି ଡିଜାଇନ ମୁତାବକ ଗଢା ହୋଇଥାଏ ଆଖି ଝଲସା ଚାନ୍ଦିମେଢ। ଶିଳ୍ପୀ ରାମଚନ୍ଦ୍ର ଏହି କ୍ଷେତ୍ରରେ ବେଶ୍‌ ପାରଦର୍ଶିତା ହାସଲ କରିଛନ୍ତି।
ଦୀର୍ଘ ୫୦ବର୍ଷ ହେବ ରାମଚନ୍ଦ୍ର ଚାନ୍ଦି କାରୀଗର ଭାବେ କାର୍ଯ୍ୟ କରୁଛନ୍ତି। ଇତିମଧ୍ୟରେ ସେ କଟକ ସହରର ୧୫ରୁ ଊର୍ଦ୍ଧ୍ୱ ଚାନ୍ଦିମେଢ ଲାଗି ଡିଜାଇନ ପ୍ରସ୍ତୁତ କରିସାରିଛନ୍ତି। ତେବେ ଗତବର୍ଷଠାରୁ ସେ ପକ୍ଷାଘାତରେ ପୀଡିତ ଅଛନ୍ତି । ତଥାପି ଚାନ୍ଦିମେଢ ର୍ନିମାଣ ଲାଗି ଡିଜାଇନ ପ୍ରସ୍ତୁତ କରୁଛନ୍ତି। ପୂଜା ମଣ୍ଡପର ଉଚ୍ଚତା ଓ ଚଉଡ଼ାକୁ ଦେଖି ଚାନ୍ଦିମେଢ ନିର୍ମାଣ ହୋଇଥାଏ। ପୂଜା କମିଟିର ଇଚ୍ଛା ମୁତାବକ ରାମଚନ୍ଦ୍ର ଡିଜାଇନ ପ୍ରସ୍ତୁତ କରିଥାନ୍ତି। ଚାନ୍ଦିମେଢ ଡିଜାଇନରେ ନିର୍ଦ୍ଦିଷ୍ଟ ମାପଦଣ୍ଡ ରହିଥାଏ। ମଣ୍ଡପର ଉଚ୍ଚତା, ଚଉଡ଼ା ଏବଂ ଖଡ଼ମାର ମାପକୁ ନେଇ ମେଢର ସିଂହାସନ, ଦୁଇ ପାର୍ଶ୍ୱରେ ଥିବା ପିଲାର, କଲିକା, ଦଶ ଅବତାର ଘର, ଖିଲଣ ଘର, ମୟୂର, ମୟୂର କଲିକା, ମତ୍ସ୍ୟ, ପାହିଆ ଆଦିର ଡିଜାଇନ ପ୍ରସ୍ତୁତ ହୋଇଥାଏ। ଡିଜାଇନର ପ୍ରତ୍ୟେକ ଅଂଶ ଏପରିକି ମେଢରେ ହେବାକୁ ଥିବା ଛୋଟ ଛୋଟ କାରିଗରିକୁ ମଧ୍ୟ କାଗଜରେ ଅଙ୍କା ଯାଇଥାଏ । ଚାନ୍ଦି କାରିଗର ଏହି କାଗଜ ଡିଜାଇନକୁ ଅନୁକରଣ କରି ଆକର୍ଷଣୀୟ ମେଢ ର୍ନିମାଣ କରିଥାନ୍ତ। ତେବେ ମୁଖ୍ୟ କଥା ହେଉଛି ରାମଚନ୍ଦ୍ର ଏହି ଡିଜାଇନ ପାଇଁ କମ୍ପ୍ୟୁଟର କିମ୍ବା କୌଣସି ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ନଥାନ୍ତି। ସେ ଚାନ୍ଦିମେଢର ଡିଜାଇନ ନିଜ ହାତରେ ପ୍ରସ୍ତୁତ କରିଥାନ୍ତି। ମା’ ଦୁର୍ଗାଙ୍କୁ ସ୍ମରଣ କରି ନିଜ ମନର କାଳ୍ପନିକ ଚିତ୍ରକୁ କାଗଜରେ ଆଙ୍କିଥାନ୍ତି ବୋଲି ରାମଚନ୍ଦ୍ର କୁହନ୍ତି। ସବୁବେଳେ କିଛି ନୂଆ ଡିଜାଇନ କରିବାକୁ ପ୍ରୟାସ କରିଥାନ୍ତି ସେ। ଗୋଟିଏ ଡିଜାଇନ ପ୍ରସ୍ତୁତ କରିବାକୁ ଦୁଇ ତିନି ମାସ ସମୟ ଲାଗିଥାଏ। ପକ୍ଷାଘାତରେ ଶିକାର ହେବାପରଠାରୁ ଏହି କାର୍ଯ୍ୟରେ ତାଙ୍କୁ ଦୁଇ ପୁଅ ସୂର୍ଯ୍ୟନାରାୟଣ ଏବଂ ମନୋରଞ୍ଜନ ସହଯୋଗ କରୁଛନ୍ତି। ଚାନ୍ଦିମେଢ଼ ର୍ନିମାଣ କାର୍ଯ୍ୟ ସମୟରେ ରାମଚନ୍ଦ୍ର ନିଜେ ଉପସ୍ଥିତ ରହି ମେଢର ଟିକିନିଖି କାର୍ଯ୍ୟକୁ ତଦାରଖ କରିଥାନ୍ତି । ଏହାଛଡ଼ା ସେ ଜରିମେଢ ମଧ୍ୟ ନିର୍ମାଣ କରିଥାନ୍ତି। କଲିକତା, ବମ୍ବେ ଆଦି ସ୍ଥାନରୁ ଜରିମେଢ ପାଇଁ କଞ୍ଚାମାଲ ଆଣି ଆକର୍ଷଣୀୟ ମେଢ ସହିତ ଦେବୀ’ଙ୍କ ପାଇଁ ଅଳଙ୍କାର ଓ ସାଜସଜ୍ଜା ମଧ୍ୟ ତିଆରି କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri