ନୟାଗଡ଼ ଜିଲା: ୧୦୦ରେ ୩୧ ଝିଅ କରୁଛନ୍ତି ବାଲ୍ୟବିବାହ

ନୟାଗଡ଼ ଅଫିସ,୧।୮: ବିିଭିନ୍ନ ସମୟରେ ଜିଲାରେ ବାଲ୍ୟବିବାହ ହେଉଥିବା ଘଟଣା ନୟାଗଡ ଜିଲାକୁ ନିନ୍ଦିତ କରୁଛି। ତେଣୁ ଏହାର ନିରାକରଣ ଓ ଲୋକମାନଙ୍କୁ ସଚେତନ କରାଇବା ପାଇଁ ବୁଧବାର ଡିଆରଡିଏସ୍ଥିତ ସୃଜନ ସମ୍ମିଳନୀ କକ୍ଷରେ ବାଲ୍ୟବିବାହ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡା. ଏନ୍‌ ତିରୁମାଲା ନାୟକଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ଜିଲାପାଳ କହିଥିଲେ ରାଜ୍ୟରେ ନୟାଗଡ଼ ଜିଲାରେ ଝିଅ ସଂଖ୍ୟା କମ୍‌ ଥିବା ବେଳେ ବାଲ୍ୟବିବାହ ଘଟଣା ଜିଲାକୁ ନିନ୍ଦିତ କରୁଛି। ଦେଶରେ ୧୦୦ରେ ୨୬ ଜଣ, ରାଜ୍ୟରେ ୧୦୦ରେ ୨୧ ଜଣ ଝିଅ ବାଲ୍ୟ ବିବାହ କରୁଛନ୍ତି। ହେଲେ ନୟାଗଡ଼ ଜିଲାରେ ୧୦୦ରେ ୩୧ ଜଣ ଝିଅ ବାଲ୍ୟବିବାହ କରୁଥିବା ଘଟଣା ଜିଲା ପାଇଁ ଅତ୍ୟନ୍ତ ଲଜ୍ଜାର ବିଷୟ। ପ୍ରଶାସନ ପକ୍ଷରୁ ବାଲ୍ୟବିବାହ ବନ୍ଦ କରାଯାଉଥିଲେ ମଧ୍ୟ ଏହାର କିଛିଦିନ ପରେ ପୁନର୍ବାର ବିବାହ ହେଉଛି। ତେଣୁ ପ୍ରଶାସନ କି ଜନପ୍ରତିନିଧି ଚାହିଁଲେ ବାଲ୍ୟବିବାହ ରୋକାଯାଇପାରିବ ନାହିଁ। ଲୋକମାନେ ଚାହିଁଲେ ଏହା ରୋକାଯାଇପାରିବ। ତେଣୁ ବାଲ୍ୟବିବାହ ରୋକିବା ପାଇଁ ଲୋକମାନେ ଚେଷ୍ଟା କରିବା ଦରକାର ବୋଲି ଜିଲାପାଳ ନାୟକ ପ୍ରକାଶ କରିଥିଲେ।
୨୦୧୬-୧୭ ବର୍ଷରେ ୨୧, ୧୭-୧୮ରେ ୧୭ , ୧୮-୧୯ରେ ୧୬ ଓ ବର୍ତ୍ତମାନ ସୁଦ୍ଧା ୩୧ଟି ବାଲ୍ୟବିବହାକୁ ବନ୍ଦ କରାଯାଇଥିବା ନେଇ ସୂଚନା ଦିଆଯାଇଥିଲା। ଅନ୍ୟପକ୍ଷେ ଜିଲାରେ ୧୦୦ରୁ ୧୬ ଜଣ ମହିଳା ୧୫ରୁ ୧୯ ବର୍ଷ ମଧ୍ୟରେ ଗର୍ଭଧାରଣ କରୁଥିବା ନେଇ ସୂଚନା ଦିଆଯାଇଥିଲା। ସରପଞ୍ଚମାନେ ଯଦି ଠିକ୍‌ ଭାବରେ ଦାୟିତ୍ୱ ତୁଲାଇବେ ତାହା ହେଲେ ମାସେ ଭିତରେ ବାଲ୍ୟବିବାହର ସମାଧାନ ହୋଇପାରିବ ବୋଲି ଜିଲାପାଳ ପ୍ରକାଶ କରିଥିଲେ। ପୂର୍ବରୁ ବାଲ୍ୟବିବାହ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ବେଳେ ଆଗାମୀ ଦିନରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ନାୟକ କହିଥିଲେ। ସମ୍ମାନିତ ଅତିଥିଭାବେ ଏସ୍‌ପି ଶଶିଭୂଷଣ ଶତପଥୀ ଯୋଗଦେଇ ଝିଅକୁ ପୁଅ ଭାବିବା ଦରକାର, ତାହା ହେଲେ କୌଣସି ପରିବାରର ଲୋକମାନେ କମ୍‌ ବୟସରେ ଝିଅକୁ ବିବାହ କରାଇବେ ନାହିଁ ବୋଲି କହିଥିଲେ। ମାନସିକତାରେ ପରିବର୍ତ୍ତନ ଆଣିଲେ ବାଲ୍ୟବିବାହକୁ ବନ୍ଦ କରାଯାଇପାରିବ ବୋଲି ଏସ୍‌ପି ପ୍ରକାଶ କରିଥିଲେ। ଜିଲା ପରିଷଦ ଅଧ୍ୟକ୍ଷା ବୈଜୟନ୍ତୀମାଳା ମହାନ୍ତି ନିଜ ବକ୍ତବ୍ୟରେ ବାଲ୍ୟବିବହାକୁ ରୋକିବା ପାଇଁ ସମସ୍ତେ ଆଗେଇ ଆସିବା ଦରକାର ବୋଲି ପ୍ରକାଶ କରିଥିଲେ। ରିସୋର୍ସ ପର୍ସନ ଚିତ୍ତରଞ୍ଜନ ମହାନ୍ତି ବାଲ୍ୟବିବାହ ଆଇନ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ଅଧ୍ୟକ୍ଷା ଏପିଡି ସନ୍ତୋଷୀ ସାହୁ, ଉପଜିଲାପାଳ ଜିତେନ୍ଦ୍ର କୁମାର ସାହୁ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ, ଚିତ୍ତରଞ୍ଜନ ମହାନ୍ତି ଓ ଡ. ବଳିୟାର ସିଂ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବାଲ୍ୟବିବାହ ନ କରି ପାଠ ପଢ଼ିଥିବା ୨ ଜଣ ଝିଅଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ବାଲ୍ୟବିବାହ କରୁଥିବା ଝିଅମାନଙ୍କୁ ମାଗଣା ଶିକ୍ଷା ଦେଉଥିବା ଏକ ଶିକ୍ଷାନୁଷ୍ଠାନକୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ବାଲ୍ୟବିବାହକୁ ନା ସଚେତନତା ରଥକୁ ଜିଲାପାଳ ଉଦ୍‌ଘାଟନ କରିଥିଲେ। ଏହି ରଥ ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ ଜିଲାର ୧୯୪ଟି ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ବାଲ୍ୟ ବିବାହ କରିବା ଦ୍ୱାରା କ’ଣ ଅପକାର ହେଉଛି ସେ ନେଇ ଲୋକମାନଙ୍କୁ ବୁଝାଇବ। ସେହିଭଳି ବାଲ୍ୟବିବାହ କଲେ ଜରିମାନା ସହ ଜେଲ୍‌ ଦଣ୍ଡ ବିଷୟରେ ମଧ୍ୟ ଲୋକଙ୍କୁ ସଚେତନ କରାଇବ। ଜିଲା ଶିଶୁ ସୁରକ୍ଷା ଅଧିକାରୀ ବିରଞ୍ଚତ୍ ନାରାୟଣ ନନ୍ଦ ଶିବିରକୁ ପରିଚାଳନା କରିଥିବା ବେଳେ ସତ୍ୟରଞ୍ଜନ ଦାଶ ଧନ୍ୟବାଦ ଦେଇଥିଲେ। ଏହି ଶିବିରରେ ଜିଲାସ୍ତରୀୟ ଅଧିକାରୀ, ସିଡିପିଓ, ତହସିଲଦାର, ପିଆରଆଇ ମେମ୍ବର, ବିଭିନ୍ନ ମନ୍ଦିରର ପୂଜାରୀ, ଏନଜିଓ ସଦସ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?