ନୌକା ସୁରକ୍ଷା

ସୁରେଶ ଚନ୍ଦ୍ର ମିଶ୍ର
ଏହି ବର୍ଷ ଫେବୃୟାରୀ ଦୁଇ ତାରିଖ ଦିନ ୨୫ ଜଣ ଯାତ୍ରୀ ନେଇ ଯାଉଥିବା ଗୋଟିଏ କାଠ ଡଙ୍ଗା କାଳିଜାଈ ନିକଟରେ ଚିଲିକାରେ ବୁଡ଼ିଗଲା, ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଗଲା ଏବଂ ଦୁଇଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାହୋଇଥିଲା। ଗତ ୫/୬ ବର୍ଷ ଭିତରେ ଖବରକାଗଜରେ ପ୍ରକାଶିତ ଡଙ୍ଗାବୁଡ଼ି ଖବର ଅନୁସାରେ ୨୦୧୪ ଫେବୃୟାରୀ ୯ ତାରିଖରେ ହୀରାକୁଦ ଜଳ ଭଣ୍ଡାରରେ ଡଙ୍ଗା ବୁଡ଼ ି ୩୧ ଜଣଙ୍କର ଜୀବନ ଯାଇଥିଲା। ହୁଡ଼ହୁଡ଼ ତୋଫାନ ପୂର୍ବରୁ ଜୁଲାଇ ୪ ତାରିଖରେ ଲୋକଙ୍କୁ ନିରାପଦ ସ୍ଥାନକୁ ନେଇଯିବା ସମୟରେ ଡଙ୍ଗା ବୁଡ଼ି ୨ ଜଣଙ୍କର ଜୀବନ ଯାଇଥିଲା। ୨୦୧୬ ଡିସେମ୍ବର ୧୦ରେ ଚିଲିକାରେ ଡଙ୍ଗାବୁଡି ୪ ଜଣଙ୍କର ଜୀବନ ଯାଇଥିଲା। ଜୁନ୍‌ ୧୬, ୨୦୧୮ରେ ଚିଲିକାରେ ଡଙ୍ଗା ବୁଡି ୬ ଜଣଙ୍କର ଜୀବନ ଯାଇଥିଲା। ଗତବର୍ଷ ଜାନୁୟାରୀ ୩ ତାରିଖରେ କେନ୍ଦ୍ରାପଡ଼ା ନିକଟରେ ନୌକା ଦୁର୍ଘଟଣାରେ ୧୦ ଜଣ ଲୋକଙ୍କର ଜୀବନ ଯାଇଥିଲା। ଗତବର୍ଷ ସେପ୍ଟେମ୍ବର ୮ ତାରିଖରେ ବ୍ରାହ୍ମଣୀ ନଦୀରେ ନୌକା ଦୁର୍ଘଟଣାରେ ଚାରି ଜଣ ହଜିଯାଇଥିଲେ। ତା’ ପରଦିନ ୯ ତାରିଖରେ ବୁଢ଼ାବଳଙ୍ଗ ନଦୀରେ ନୌକାବୁଡ଼ି ହୋଇଥିଲେ ମଧ୍ୟ ସମସ୍ତେ ଉଦ୍ଧାର ପାଇଥିଲେ। ଏହାଛଡ଼ା ଛୋଟବଡ଼ ନୌକା ଦୁର୍ଘଟଣା ବହୁତ ହେଉଛି।
ସାରା ପୃଥିବୀର ସାମୁଦ୍ରିକ ଜାହାଜ କାରବାରରେ ଦୁର୍ଘଟଣା କମାଇବା ପାଇଁ ସମସ୍ତ ଦେଶ ମିଶି ଉଦ୍ୟମ କରିବା ଫଳରେ ସାମୁଦ୍ରିକ ଦୁର୍ଘଟଣା ଓ କ୍ଷତି ବହୁତ କମିଯାଇଛି। କିନ୍ତୁ ଏହାର ଫଳାଫଳ ଓଡ଼ିଶାର ନୌକା ଯାତାୟାତଜନିତ ଦୁର୍ଘଟଣାରେ ଦେଖାଯାଇନାହିଁ। ତେବେ ଉଦ୍ଧାର କାର୍ଯ୍ୟରେ ବହୁତ ଉନ୍ନତି ଘଟିଛି, ସେଥିପାଇଁ ସ୍ଥାନୀୟ ଜନତାର ସହଯୋଗିତା ଏବଂ ଓଡ୍ରାଫ୍‌ ଦଳର ସହାୟତା ଧନ୍ୟବାଦାର୍ହ।
ସାମୁଦ୍ରିକ ଯାତ୍ରା ପାଇଁ ବଡ଼ବଡ଼ ଜାହାଜ ନିର୍ମାଣ ଏବଂ ଯାତାୟାତ ନିମନ୍ତେ ନିୟମାବଳୀ ଅଛି, ଯାହା କି ଅନ୍ତର୍ଜାତୀୟ ନୌବାଣିଜ୍ୟ ସଂସ୍ଥା (ଆଇ.ଏମ୍‌.ଓ)ର ଉପଦେଶକ୍ରମେ ପ୍ରତ୍ୟେକ ଦେଶ ଆପଣାଇଛନ୍ତି। କିନ୍ତୁ ଏ ନିୟମାବଳୀ ଅନ୍ତର୍ଦେଶୀୟ ନୌକା ବା ଜାହାଜ ଚଳାଚଳ ପାଇଁ ଉପଯୁକ୍ତ ନୁହେଁ। ଅନ୍ତର୍ଦେଶୀୟ ନୌକା ବା ଜାହାଜ ଆକାରରେ ଛୋଟ ଏବଂ ସେଥିପାଇଁ ବିଭିନ୍ନ ଦେଶ ନିଜ ନିଜର ନିୟମାବଳୀ ଜାରି କରିଛନ୍ତି। ଭାରତରେ ଏଥିପାଇଁ ଭାରତୀୟ ନୌବାଣିଜ୍ୟ ରେଜିଷ୍ଟ୍ରାର ଏବଂ ଇନ୍‌ଲ୍ୟାଣ୍ଡ ଓାଟରଓ୍ବେଜ୍‌ ଅଫ୍‌ ଇଣ୍ଡିଆ କିଛି ନିୟମାବଳୀ ତିଆରି କରିଛନ୍ତି। କିନ୍ତୁ ଏ ନିୟମାବଳୀ ୨୪ମି. କିମ୍ବା ସାତ ଫୁଟ୍‌ ଲମ୍ବାଠାରୁ ବେଶି ଲମ୍ବା ନୌକା ପାଇଁ ଉଦ୍ଦିଷ୍ଟ ଏବଂ ଏ ନୌକା ସବୁର ଉପର ଡେକ୍‌ ପୂରା ବନ୍ଦ। କିନ୍ତୁ ଖାଲି ଆମ ଓଡ଼ିଶାରେ ନୁହେଁ, ସାରା ଦେଶରେ ଲକ୍ଷ ଲକ୍ଷ କାଠ ଡଙ୍ଗା ଚାଲୁଛି, ଯାହା କି ଲମ୍ବାରେ ୨୪ମିଟରରୁ ଛୋଟ ଏବଂ ଡଙ୍ଗା ଉପରଟି ପୂରା ଖୋଲା, ଯାହାଫଳରେ ଡଙ୍ଗା ଯଦି ଟଳିଯାଏ, ତାହାହେଲେ ପାଣି ଡଙ୍ଗା ଭିତରେ ପଶିବା ସମ୍ଭବ। ଏହି ଡଙ୍ଗା ସବୁ ରାଜ୍ୟ ସରକାରଙ୍କ ଦାୟିତ୍ୱରେ ଚାଲେ। ଲେଖକର ଜ୍ଞାନରେ କୌଣସି ରାଜ୍ୟ ସରକାର ଏହି ଡଙ୍ଗା ବିଷୟରେ ନିର୍ଦ୍ଦିଷ୍ଟ ନିୟମ କରିନାହାନ୍ତି।
ଆମ ଓଡ଼ିଶାରେ ସାଧାରଣତଃ ଗୋଟିଏ ନୌକାବୁଡ଼ି ପରେ ସରକାର ଗୋଟିଏ ତଦନ୍ତ କମିଶନ୍‌ ବସାନ୍ତି ଏବଂ ସାଧାରଣତଃ କମିଶନ୍‌ ରିପୋର୍ଟରେ ୨/୩ଟି ଜିନଷ ଉପରେ ନଜର ଦିଆଯାଇଥାଏ। ପ୍ରଥମତଃ ନୌକା ସରକାରଙ୍କଠାରେ ପଞ୍ଜୀକୃତ ହୋଇଛି କି ନାହିଁ, ଦ୍ୱିତୀୟତଃ ନୌକାରେ ବେଶି ଲୋକ ବସିଥିଲେ ବା ବେଶି ଓଜନ ଥିଲା କି ନାହିଁ, ତୃତୀୟତଃ ଲୋକ ଲାଇଫ୍‌ ଜ୍ୟାକେଟ୍‌ ପିନ୍ଧିଥିଲେ କି ନାହିଁ।
ଓଡ଼ିଶା ସରକାର ୨୦୦୪ରେ ଓଡ଼ିଶା ନୌକା ନିୟମ (ଓଡ଼ିଶା ବୋଟ୍‌ ରୁଲ୍‌) ପ୍ରଣୟନ କରିଥିଲେ, ଯାହା ଫଳରେ ସବୁ ନୌକା ପଞ୍ଜୀକୃତ ହେବା ଦରକାର। କିନ୍ତୁ ପଞ୍ଜୀକରଣ ପାଇଁ ଯେଉଁ ଟେକ୍‌ନିକ୍‌ ଷ୍ଟାଣ୍ଡାର୍ଡ (କୌଶଳ ମାନ) ଦରକାର ତାହା ରାସ୍ତାରେ ଯିବା ଯାନ ପାଇଁ ଠିକ୍‌ ହୋଇଥିଲେ ମଧ୍ୟ ନୌକା ଲାଗି ପ୍ରଯୁଜ୍ୟ ନୁହେଁ। ନୌକାର ଗଣିତ ଜରିଆରେ ତାହାର ଓଜନ ବହନ କରିବା ଏବଂ ଯାତ୍ରୀ ବୋହିବାର ସାମର୍ଥ୍ୟ ଠିକ୍‌ କରାଯାଇପାରିବ। ସେହିପରି ଷ୍ଟାବିଲିଟି ଏବଂ ଅନ୍‌ସିଙ୍କେବିଲିଟିର ମାନ ମଧ୍ୟ ଠିକ୍‌ କରାଯାଇପାରିବ। ନୌକାର ଅବସ୍ଥା କିପରି ଅଛି ତାହା ମଧ୍ୟ ମଝିରେ ମଝିରେ ଯାଞ୍ଚ ହେବା ଦରକାର।
ସରକାର ମଝିରେ ମଝିରେ କମିଟି ବସାନ୍ତି ଏହିସବୁ ବିଷୟରେ ନିୟମାବଳୀ ଠିକ୍‌ କରିବା ପାଇଁ। ସାଧାରଣତଃ ଏହି କମିଟିଗୁଡ଼ିକର ସଭ୍ୟ ଥାନ୍ତି ପ୍ରଶାସନିକ ଅଫିସର୍‌, କେହି ଟେକ୍‌ନିକାଲ୍‌ ଲୋକ ନ ଥାନ୍ତି। ତେଣୁ ଏହି ନିୟମାବଳୀରେ କୌଣସି ଟେକ୍‌ନୋଲୋଜିର ପ୍ରୟୋଗ ନ ଥାଏ।
ପୂର୍ବ ଦୁର୍ଘଟଣାଗୁଡ଼ିକର ଆଲୋଚନା କରିବା ଦ୍ୱାରା ଦୁର୍ଘଟଣାର କାରଣ ଜଣାପଡ଼ିପାରେ, ଯାହା କି ଟେକ୍‌ନିକ୍‌ କାରଣରୁ ହୋଇପାରେ କିମ୍ବା ନୌକା ଚଳାଚଳରେ ବେପରୁଆ ଭାବରୁ କିମ୍ବା ପାଗ ହେତୁ ହୋଇପାରେ। ଏହି ସବୁ ଆଲୋଚନା କରି ନୂତନ ନିୟମାବଳୀ କରାଯାଇପାରେ। ନୌକାବିହାର କିମ୍ବା ମାଛଧରା ନୌକା କିମ୍ବା କାର୍ଗୋ ନୌକାର ସୁରକ୍ଷା ଓ ନିରାପତ୍ତା ନିମନ୍ତେ ସବୁଦିଗରୁ ଦୃଷ୍ଟି ରଖିବାକୁ ହୁଏ। ଯଥା- ଲୋଡିଙ୍ଗ୍‌ ଓ ଅନ୍‌ଲୋଡିଙ୍ଗ୍‌, ନୌକାର ଗଠନଶୈଳୀ, ନୌକାର ଚଳନ ପ୍ରକ୍ରିୟା, ପାଗର ଅବସ୍ଥା ଏବଂ ଯଦି ଦୁର୍ଘଟଣା ଘଟେ, ତା’ହେଲେ ସଙ୍ଗେ ସଙ୍ଗେ ଉଦ୍ଧାର ବ୍ୟବସ୍ଥା।
ନିୟମ ଗଠନ ସମୟରେ ନୌକା ଗଠନର ଖର୍ଚ୍ଚ, ନୌକା ଚାଳକର ସୁବିଧା ଅସୁବିଧା, ନୌକା ଚାଳନ ଖର୍ଚ୍ଚ ଏବଂ ଆୟ ଇତ୍ୟାଦି ନଜରରେ ରଖିବାକୁ ହେବ। ସାରାଦେଶରେ କାଠଡଙ୍ଗା ଚଳାଉଥିବା ଲୋକେ ସାଧାରଣତଃ ବୃତ୍ତିଗତ ବ୍ୟବସାୟ କରନ୍ତି ଏବଂ ସେମାନଙ୍କର ଆର୍ଥିକ ଅବସ୍ଥା ବିଶେଷ ଭଲ ନୁହେଁ। ତେଣୁ ଯାହା ବା ନିୟମ ହେବ ତାହା ସୁବିଧାରେ ଲାଗୁହେବା ଦରକାର। ଷ୍ଟେକ୍‌ ହୋଲ୍ଡର୍‌ ମିଟିଙ୍ଗ୍‌ କରି ପ୍ରସ୍ତାବିତ ନିୟମାବଳୀ ସମ୍ବନ୍ଧରେ ଆଲୋଚନା କରିବା ଦରକାର।
ନିୟମାବଳୀ ଲାଗୁ କରିବେ ସରକାରୀ କର୍ମଚାରୀ କିମ୍ବା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କର୍ମଚାରୀମାନେ। ବଡ଼ବଡ଼ ଜାହାଜରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କର୍ମଚାରୀମାନେ ଯା’ଆସ କରିଥାଆନ୍ତି। ସେମାନଙ୍କର ବେତନ ହାର ବହୁତ ଉପରେ। କିନ୍ତୁ କାଠଡଙ୍ଗା ପାଇଁ ଯେଉଁ କର୍ମଚାରୀ ଦରକାର ତାଙ୍କୁ ବିଭିନ୍ନ ଗ୍ରାମାଞ୍ଚଳକୁ ଯାତ୍ରା କରିବାକୁ ହୋଇଥାଏ। ସେଥିପାଇଁ ସରକାର ବ୍ୟକ୍ତିଗତ ଭାବରେ ପ୍ରଶିକ୍ଷିତ ଲୋକଙ୍କୁ ନିଯୁକ୍ତ କରିବା ଦରକାର, ଯେଉଁମାନେ ଏସବୁ କାମ ପୂର୍ବ ନିର୍ଦ୍ଧାରିତ ଦରରେ କରିପାରିବେ। ନୂତନ ସେମିନାର୍‌, ନୂତନ ଷ୍ଟେକ୍‌ ହୋଲ୍ଡର୍‌ ମିଟ୍‌, ନୂତନ ନିୟମାବଳୀ ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦରକାର ହେବ ନୌକା ସୁରକ୍ଷା ନିମନ୍ତେ।
ପ୍ରେସିଡେଣ୍ଟ, ଫୋରମ୍‌ ଫର୍‌ ରିଭର ଏଣ୍ଡ ଓସେନ୍‌ ସାଇଣ୍ଟିଷ୍ଟ ଏଣ୍ଡ ଟେକ୍ନୋଲୋଜିଷ୍ଟସ୍‌, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri