Posted inଜାତୀୟ

ନଏଡାରେ ଆରମ୍ଭ ହେଲା ଫିଙ୍କ୍‌ ଟଏଲେଟ

ନଏଡା,୨।୮: ମହିଳାଙ୍କ ସୁବିଧା ପାଇଁ ଦିଲ୍ଲୀର ନଏଡାର ସେକ୍ଟର-୫୦ ସ୍ଥିତ ଏକ ମାର୍କେଟରେ ପିଙ୍କ ଟଏଲେଟ ଆରମ୍ଭ ହୋଇଛି। ଗୁରୁବାର ନଏଡା ପ୍ରଶାସନର ଅଧ୍ୟକ୍ଷ ଆଲୋକ ଟଣ୍ଡନ ଓ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରିତୁ ମହେଶ୍ୱରୀ ପ୍ରଥମ ପିଙ୍କ ଟଏଲେଟକୁ ଉଦ୍‌ଘାଟନ କରିଥିଲେ। ଏହି ଟଏଲେଟ ସକାଳ ୮ରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲାଯିବାକୁ ଥିବା ବେଳେ ଏହା ସମ୍ପୁର୍ଣ୍ଣ ଦେୟ ମୁକ୍ତ ରହିବ। ବ୍ୟବହୃତ ହୋଇଥିବା ନାପକିନ୍‌କୁ ଏଣେତେଣେ ନ ପକାଇ ସେଠାରେ ଥିବା ଏକ ମେଶିନ୍‌ରେ ପକାଇବାର ସୁବିଧା ମଧ୍ୟ କରାଯାଇଛି। ଆସନ୍ତା ୨ମାସ ମଧ୍ୟରେ ସହରରେ ଏଭଳି ୯ଟି ଫିଙ୍କ୍‌ ଟଏଲେଟ ତିଆରି କରାଯିବ। ଅନ୍ୟ ୯ଟି ପିଙ୍କ୍‌ ଟଏଲେଟରେ ମଧ୍ୟ ଏଭଳି ମେଶିନ୍‌ ଲଗାଯିବ ବୋଲି ସୂଚନା ରହିଛି। ଏହି ସହରର ୮୪ଟି ସ୍ଥାନରେ ଆଧୁନିକ ସାର୍ବଜନୀନ ଟଏଲେଟ ତିଆରି କରାଯିବାକୁ ଥିବା ବେଳେ ୭୪ଟି ତିଆରି ହୋଇଯାଇଛି ଅବଶିଷ୍ଟ ଆଉ ୧୦ଟି ତିଆରି ହେବାକୁ ରହିଛି। ଆଉ ଏହି ୧୦ଟି ଟଏଲେଟ କେବଳ ମହିଳାଙ୍କ ବ୍ୟବହାର ପାଇଁ ତିଆରି କରାଯିବ ବୋଲି ରିତୁ ମହେଶ୍ୱରୀ କହିଛନ୍ତି। ନଏଡା ପୂର୍ବରୁ ଉତ୍ତରପ୍ରଦେଶର ଗାଜିଆବାଦ, ତେଲେଙ୍ଗାନା ଓ ହାଇଦ୍ରାବାଦରେ ମଧ୍ୟ ଫିଙ୍କ୍‌ ଟଏଲେଟର ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଡିଜିପିଙ୍କୁ ନେଇ ଅଙ୍କକଷା: ଚର୍ଚ୍ଚାରେ ୩, ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୨୫ା୭(ତ୍ରିନାଥ ମହାନ୍ତି):୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ପୋଲିସ ଡିଜି ଓ୍ବାଇ.ବି. ଖୁରାନିଆ ଅଗଷ୍ଟ ୧୬ରେ ଅବସର ଗ୍ରହଣ କରିବେ। ତାଙ୍କ କାର୍ଯ୍ୟକାଳ ସରି ଆସୁଥିବାବେଳେ ରାଜ୍ୟର କିଏ…

ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେଲେ କଣ କରିବ CJP? ଆଶୁତୋଷ ରାଙ୍କା କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ସରକାରଙ୍କ ସହିତ ଏକ ବୈଠକ ପରେ, କକ୍ରୋଚ୍ ଜନତା ପାର୍ଟି ସ୍ପଷ୍ଟ କରିଛି ଯେ ପ୍ରାଥମିକ ଦାବି ହେଉଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ନିଶା କାରବାରରେ ପୋଲିସର ହାତ: ମୁହଁ ଖୋଲିଲେ ଇନ୍‌ଫର୍ମର

ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ଥମିବା ନାଁ ନେଉନାହିଁ। ତେବେ କିଛି ପୋଲିସ କର୍ମଚାରୀ ନିଶା ବେପାରୀଙ୍କ ସହିତ ସମ୍ପର୍କ ରଖିଥିବା ଯୋଗୁ ଏଭଳି କାରବାରକୁ…

ରେକର୍ଡ କଲା PM ମୋଦିଙ୍କ ଭିଡିଓ, ୨୪ ଘଣ୍ଟାରେ ସବୁଠୁ ଅଧିକ…

ନୂଆଦିଲ୍ଲୀ,୨୫।୭: CJP ବିକ୍ଷୋଭକାରୀ ଏବଂ ସରକାରଙ୍କ ମଧ୍ୟରେ ଶନିବାର ଆଉ ଏକ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ଉପରେ କେନ୍ଦ୍ରିତ…

ସରକାରଙ୍କ ଉପରେ ବଢୁଛି ଚାପ: ଏବେ କ’ଣ କରିବେ ମୋଦି

ନୂଆଦିଲ୍ଲୀ,୨୫ା୭(ପି.ଟି./ଏଜେନ୍ସି): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ସିଜେପି ପକ୍ଷରୁ ଚାଲିଥିବା ଆନ୍ଦୋଳନ ସରକାରଙ୍କ ଉପରେ ବଡ଼ ଚାପ ସୃଷ୍ଟି କରିଛି। ଶୁକ୍ରବାର ସରକାର ଓ…

CJPର ନୂଆ ରଣନୀତି! ପୋଲିସ ଚିହ୍ନଟ ପାଇଁ ଆଣୁଛି….

ନୂଆଦିଲ୍ଲୀ,୨୫।୭(ପି.ଟି.): ଗତ ଜୁଲାଇ ୨୦ ‘ଚଲୋ ସଂସଦ’ ରାଲି ସମୟରେ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନରେ ସମ୍ପୃକ୍ତ ପୋଲିସ କର୍ମଚାରୀମାନଙ୍କୁ ଚିହ୍ନଟ କରିବା ପାଇଁ ‘କକ୍‌ରୋଚ୍‌…

ସାର ବିକ୍ରିରେ ଅନିୟମିତତା: ୬ ଡିଲରଙ୍କ ଲାଇସେନ୍ସ ରଦ୍ଦ

ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟ ଜୋରସୋର୍‌ରେ ଚାଲିଥିଲାବେଳେ ସାରର କୃତ୍ରିମ ସଙ୍କଟ ଏବଂ କଳାବଜାର ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଭଳି ଅଭିଯୋଗ ପାଇବା ପରେ…

‘Thanks To Everybody…’, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ଭିଡିଓ ବାର୍ତ୍ତା ଜାରି,କହିଲେ…VIDEO

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ନୂତନ ଭିଡିଓ ବାର୍ତ୍ତା ଶୁକ୍ରବାର ରାତିରେ ସାମ୍ନାକୁ ଆସିଛି। ଏହି ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri