ନୂଆ ରୂପ ପାଇବ ଇନ୍‌ଫୋଭ୍ୟାଲି

ଭୁବନେଶ୍ୱର,୨୫।୭(ବ୍ୟୁରୋ): ନୂଆ ରୂପ ପାଇବ ଇନ୍‌ଫୋଭ୍ୟାଲି। ଓ୍ବେବ୍‌ ଡେଭଲପ୍‌ମେଣ୍ଟ ଏବଂ ଡିଜିଟାଲ ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରୁଥିବା କମ୍ପାନୀଗୁଡିକ ପାଇଁ ଭୁବନେଶ୍ୱର ଏବେ ପ୍ରଥମ ପସନ୍ଦ ପାଲଟିଥିବାରୁ ଏହାକୁ ଦୃଷ୍ଟିରେ ରଖି ଇନ୍‌ଫୋଭ୍ୟାଲିକୁ ବିକଶିତ କରାଯିବ। ଏହି ଅଞ୍ଚଳରେ ଫ୍ଲାଏଓଭର ନିର୍ମାଣ ସହିତ ଗମନାଗମନ ବ୍ୟବସ୍ଥା ସୁଦୃଢ଼ୀକରଣ କରାଯିବ। ଟ୍ରାଫିକ୍‌ ସମସ୍ୟାକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୋଲିସ୍‌ ଦ୍ୱାରା ଟ୍ରାଫିକ୍‌ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯିବ। ଇନ୍‌ଫୋଭ୍ୟାଲି ଅଞ୍ଚଳକୁ ବିକଳ୍ପ ରାସ୍ତା ବ୍ୟବସ୍ଥା ମଧ୍ୟ କରାଯିବ। ଏହାସହ ଉଭୟ ଇନ୍‌ଫୋସିଟି ଓ ଇନ୍‌ଫୋଭ୍ୟାଲି ଅଞ୍ଚଳକୁ ମୋ ବସ୍‌ ଭଳି ସାଧାରଣ ପରିବହନ ବ୍ୟବସ୍ଥା ଆରମ୍ଭ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା। ବୁଧବାର ଇନ୍‌ଫୋଭ୍ୟାଲି ପରିଦର୍ଶନ କରିବା ଅବସରରେ ମନ୍ତ୍ରୀ ଏହାର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଆଇଟି ମ୍ୟାପ୍‌ରେ ନିଜର ସ୍ଥିତି ମଜଭୁତ କରିବା ସହ ଦେଶର ନୂଆ ଆଇଟି ହବ୍‌ରେ ପରିଣତ ହୋଇଥିବା ଭୁବନେଶ୍ୱରକୁ ଯେପରି ଦେଶ ବିଦେଶର ବଡ଼ ବଡ଼ ଆଇଟି କମ୍ପାନୀମାନଙ୍କୁ ଆକୃଷ୍ଟ କରିହେବ ସେଥିଲାଗି ଯୋଜନା ପ୍ରସ୍ତୁତ କରିବାକୁ ହେବ। ତେଣୁ ଦେଶବିଦେଶର ବିଭିନ୍ନ ସହରରେ ‘ରୋଡ୍‌-ଶୋ’ ଆୟୋଜନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ବେହେରା ପରାମର୍ଶ ଦେଇଥିଲେ। ଏହି ପରିଦର୍ଶନ ସମୟରେ ସେ ଇନ୍‌ଫୋଭ୍ୟାଲି ଏବଂ ଆଇସିଟି ଅଞ୍ଚଳର ବିକାଶ ତଥା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଏଠାରେ ପୋଲିସ୍‌ ଏବଂ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜଭୁତ କରିବା, ବୁଲା ଗୃହପାଳିତ ପଶୁଙ୍କ ବିଚରଣ ଉପରେ ରୋକ ଲଗାଇବା ସହିତ ଏସ୍‌ଇଜେଡ୍‌ ଅଞ୍ଚଳରେ ଦୃଢ଼ ପ୍ରାଚୀର ନିର୍ମାଣ, ଇନ୍‌ଫୋସିସ୍‌ ଆଗରେ ଥିବା ଉଠାଦୋକାନ ଉଚ୍ଛେଦ ଏବଂ ଇଣ୍ଟରନେଟ୍‌ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବାକୁ ମନ୍ତ୍ରୀ କହିଥିଲେ। ଏହି ଅବସରରେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ, ଇଡ୍‌କୋ ଏବଂ ଓକାକ୍‌ର ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ଅନୁଧ୍ୟାନକାରୀ ଦଳ ଇଡ୍‌କୋ ଦ୍ୱାରା ନିର୍ମାଣାଧୀନ ଇଲେକ୍‌ଟ୍ରୋନିକ୍ସ ମାନୁଫାକ୍‌ଚରିଂ କ୍ଲଷ୍ଟର(ଇଏମ୍‌ସି), ସେଣ୍ଟ୍ରାଲ୍‌ ପାର୍କ ଏବଂ ଆଇଟି ଏସ୍‌ଇଜେଡ୍‌ରେ ଥିବା ମେସର୍ସ ଶାନ୍ତି ସୋଲାର ଓ ମେସର୍ସ ଇନ୍‌ଫୋସିସ୍‌ ପରିଦର୍ଶନ କରିଥିଲେ। ଇଡ୍‌କୋ, ଓକାକ୍‌, ଏସ୍‌ଟିପିଆଇ ଏବଂ ଇନ୍‌ଫୋସିସ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri