ନୂଆ ରୂପ ପାଇବ ଇନ୍‌ଫୋଭ୍ୟାଲି

ଭୁବନେଶ୍ୱର,୨୫।୭(ବ୍ୟୁରୋ): ନୂଆ ରୂପ ପାଇବ ଇନ୍‌ଫୋଭ୍ୟାଲି। ଓ୍ବେବ୍‌ ଡେଭଲପ୍‌ମେଣ୍ଟ ଏବଂ ଡିଜିଟାଲ ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରୁଥିବା କମ୍ପାନୀଗୁଡିକ ପାଇଁ ଭୁବନେଶ୍ୱର ଏବେ ପ୍ରଥମ ପସନ୍ଦ ପାଲଟିଥିବାରୁ ଏହାକୁ ଦୃଷ୍ଟିରେ ରଖି ଇନ୍‌ଫୋଭ୍ୟାଲିକୁ ବିକଶିତ କରାଯିବ। ଏହି ଅଞ୍ଚଳରେ ଫ୍ଲାଏଓଭର ନିର୍ମାଣ ସହିତ ଗମନାଗମନ ବ୍ୟବସ୍ଥା ସୁଦୃଢ଼ୀକରଣ କରାଯିବ। ଟ୍ରାଫିକ୍‌ ସମସ୍ୟାକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୋଲିସ୍‌ ଦ୍ୱାରା ଟ୍ରାଫିକ୍‌ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯିବ। ଇନ୍‌ଫୋଭ୍ୟାଲି ଅଞ୍ଚଳକୁ ବିକଳ୍ପ ରାସ୍ତା ବ୍ୟବସ୍ଥା ମଧ୍ୟ କରାଯିବ। ଏହାସହ ଉଭୟ ଇନ୍‌ଫୋସିଟି ଓ ଇନ୍‌ଫୋଭ୍ୟାଲି ଅଞ୍ଚଳକୁ ମୋ ବସ୍‌ ଭଳି ସାଧାରଣ ପରିବହନ ବ୍ୟବସ୍ଥା ଆରମ୍ଭ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା। ବୁଧବାର ଇନ୍‌ଫୋଭ୍ୟାଲି ପରିଦର୍ଶନ କରିବା ଅବସରରେ ମନ୍ତ୍ରୀ ଏହାର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଆଇଟି ମ୍ୟାପ୍‌ରେ ନିଜର ସ୍ଥିତି ମଜଭୁତ କରିବା ସହ ଦେଶର ନୂଆ ଆଇଟି ହବ୍‌ରେ ପରିଣତ ହୋଇଥିବା ଭୁବନେଶ୍ୱରକୁ ଯେପରି ଦେଶ ବିଦେଶର ବଡ଼ ବଡ଼ ଆଇଟି କମ୍ପାନୀମାନଙ୍କୁ ଆକୃଷ୍ଟ କରିହେବ ସେଥିଲାଗି ଯୋଜନା ପ୍ରସ୍ତୁତ କରିବାକୁ ହେବ। ତେଣୁ ଦେଶବିଦେଶର ବିଭିନ୍ନ ସହରରେ ‘ରୋଡ୍‌-ଶୋ’ ଆୟୋଜନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ବେହେରା ପରାମର୍ଶ ଦେଇଥିଲେ। ଏହି ପରିଦର୍ଶନ ସମୟରେ ସେ ଇନ୍‌ଫୋଭ୍ୟାଲି ଏବଂ ଆଇସିଟି ଅଞ୍ଚଳର ବିକାଶ ତଥା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଏଠାରେ ପୋଲିସ୍‌ ଏବଂ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜଭୁତ କରିବା, ବୁଲା ଗୃହପାଳିତ ପଶୁଙ୍କ ବିଚରଣ ଉପରେ ରୋକ ଲଗାଇବା ସହିତ ଏସ୍‌ଇଜେଡ୍‌ ଅଞ୍ଚଳରେ ଦୃଢ଼ ପ୍ରାଚୀର ନିର୍ମାଣ, ଇନ୍‌ଫୋସିସ୍‌ ଆଗରେ ଥିବା ଉଠାଦୋକାନ ଉଚ୍ଛେଦ ଏବଂ ଇଣ୍ଟରନେଟ୍‌ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବାକୁ ମନ୍ତ୍ରୀ କହିଥିଲେ। ଏହି ଅବସରରେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ, ଇଡ୍‌କୋ ଏବଂ ଓକାକ୍‌ର ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ଅନୁଧ୍ୟାନକାରୀ ଦଳ ଇଡ୍‌କୋ ଦ୍ୱାରା ନିର୍ମାଣାଧୀନ ଇଲେକ୍‌ଟ୍ରୋନିକ୍ସ ମାନୁଫାକ୍‌ଚରିଂ କ୍ଲଷ୍ଟର(ଇଏମ୍‌ସି), ସେଣ୍ଟ୍ରାଲ୍‌ ପାର୍କ ଏବଂ ଆଇଟି ଏସ୍‌ଇଜେଡ୍‌ରେ ଥିବା ମେସର୍ସ ଶାନ୍ତି ସୋଲାର ଓ ମେସର୍ସ ଇନ୍‌ଫୋସିସ୍‌ ପରିଦର୍ଶନ କରିଥିଲେ। ଇଡ୍‌କୋ, ଓକାକ୍‌, ଏସ୍‌ଟିପିଆଇ ଏବଂ ଇନ୍‌ଫୋସିସ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri