Posted inଜାତୀୟ

କମଳନାଥ ସରକାରଙ୍କ ବିଲ୍‌କୁ ୨ ଭାଜପା ବିଧାୟକଙ୍କ ସମର୍ଥନ

ଭୋପାଳ,୨୫ା୭(ପି.ଟି.): ମଧ୍ୟପ୍ରଦେଶ ବିଧାନସଭାରେ କଂଗ୍ରେସ ସରକାର ଆଣିଥିବା ଏକ ବିଲ୍‌କୁ ଦୁଇଜଣ ଭାଜପା ବିଧାୟକ ସମର୍ଥନ କରିବା ଗୈରିକ ଦଳ ପାଇଁ ଝଟକା ସଦୃଶ ହୋଇଛି। ଭାଜପା ବିଧାୟକ ନାରାୟଣ ତ୍ରିପାଠୀ ଏବଂ ଶରଦ କୋଲ୍‌ ପୂର୍ବରୁ କଂଗ୍ରେସରେ ଥିଲେ। ସେମାନେ ନିଜ ନିର୍ବାଚନ ମଣ୍ଡଳୀର ବିକାଶ ଚାହୁଁଥିବାରୁ ସରକାରଙ୍କୁ ସମର୍ଥନ ଦେଇଥିବା କହିଛନ୍ତି। ଫୌଜଦାରି ଆଇନ (ମଧ୍ୟପ୍ରଦେଶ ସଂଶୋଧନ) ବିଲ୍‌, ୨୦୧୯ ଉପରେ ଭୋଟଗ୍ରହଣ ବେଳେ ସରକାରଙ୍କ ସପକ୍ଷରେ ୧୨୨ ଭୋଟ ପଡିଥିଲା। କଂଗ୍ରେସର ୧୨୦ ବିଧାୟକଙ୍କ ସମେତ ଭାଜପାର ୨ ସଦସ୍ୟ ବିଲ୍‌ ସପକ୍ଷରେ ଭୋଟ ଦେଇଥିଲେ। ଏହା ସେମାନଙ୍କ ଗୃହ ପ୍ରତ୍ୟାବର୍ତ୍ତନ ବୋଲି ଭାଜପା ବିଧାୟକ କହିଛନ୍ତି। ଦିନକ ପୂର୍ବରୁ କର୍ନାଟକରେ ଜେଡିଏସ୍‌-କଂଗ୍ରେସ ସରକାର ଭାଙ୍ଗିଥିବାବେଳେ ସାମାନ୍ୟ ସଂଖ୍ୟାଗରିଷ୍ଠ ଥିବା ମଧ୍ୟପ୍ରଦେଶର କମଳନାଥ ସରକାର ଯେକୌଣସି ମୁହୂର୍ତ୍ତରେ ଭାଙ୍ଗିଯାଇପାରେ ବୋଲି ଭାଜପା କହିଆସୁଛି। ଏଭଳି ସ୍ଥିତିରେ ଭାଜପା ବିଧାୟକ କଂଗ୍ରେସ ସରକାରଙ୍କୁ ସମର୍ଥନ ଦେବା ଗୈରିକ ଦଳର ଚିନ୍ତା ବଢ଼ାଇ ଦେଇଛି। ଗତ ନଭେମ୍ବର ନିର୍ବାଚନରେ ଭାଜପାକୁ ହରାଇ କଂଗ୍ରେସ କମଳନାଥଙ୍କ ନେତୃତ୍ୱରେ ସରକାର ଗଢ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ ଚାଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri