ନୂଆ ମୋଟର ଯାନ ଆଇନ: ଆଜିଠୁ କଡ଼ାକଡ଼ି ଯାଞ୍ଚ, ଖସିପାରିବେନି ଉଲ୍ଲଂଘନକାରୀ

ଭୁବନେଶ୍ୱର,୧ା୧୨(ବ୍ୟୁରୋ): ରବିବାରଠାରୁ ରାଜ୍ୟରେ କଡ଼ାକଡ଼ି ଲାଗୁହେବ ନୂଆ ମୋଟର ଯାନ ଆଇନ। କେବଳ ଗାଡ଼ି କାଗଜପତ୍ର ଯାଞ୍ଚକୁ ୩ ମାସ କୋହଳ କରାଯାଇଥିବାବେଳେ ଅନ୍ୟ ୧୦ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ବହୁଗୁଣା ଜରିମାନା ଆଦାୟ ହେବ। ଏ ନେଇ ପରିବହନ ବିଭାଗ ପକ୍ଷରୁ ସମସ୍ତ ଏସ୍‌ପି ଓ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଜରିମାନାବେଳେ ଉପୁଜୁଥିବା ଆଇନଶୃଙ୍ଖଳା ପରିସ୍ଥିତି ଏଡ଼ାଇବା ପାଇଁ ଭୁବନେଶ୍ୱର ସମେତ ସମ୍ପୂର୍ଣ୍ଣ କମିଶନରେଟ ପୋଲିସ ଇଲାକାରେ ନୂଆ ବ୍ୟବସ୍ଥା ଆପଣାଯାଇଛି। ନିୟମ ଉଲ୍ଲଂଘନକାରୀଙ୍କ ସହ ପୋଲିସ ରାସ୍ତା ଉପରେ ଯୁକ୍ତିତର୍କ ନ କରିବାକୁ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପରାମର୍ଶ ଦେଇଛନ୍ତି। ଯେଉଁ ଉଲ୍ଲଂଘନକାରୀ ଘଟଣାସ୍ଥଳରେ ଜରିମାନା କାଟିବାକୁ ମନା କରିବେ, ସେମାନଙ୍କୁ ଜବରଦସ୍ତ ନ କରି ତାଙ୍କ ଗାଡ଼ି ନମ୍ବରରେ ଘରକୁ ଡାକରେ ଚାଲାଣ ପଠାଯିବ ବୋଲି କମିଶନର କହିଛନ୍ତି।

କମିଶନରେଟ ପୋଲିସ ମୁଖ୍ୟାଳୟଠାରେ କମିଶନର ଷଡ଼ଙ୍ଗୀ ଏ ସମ୍ପର୍କରେ ସୂଚନା ଦେଇ କହିଲେ, ଏଣିକି ନିୟମ ଉଲ୍ଲଂଘନକାରୀ ଆଉ ଖସି ପାରିବେ ନାହିଁ। ତେଣୁ ରାଜ୍ୟରେ ପ୍ରଥମଥର ଭୁବନେଶ୍ୱରର ରୁପାଲି ଛକରେ ଟିଭିଡିଏସ୍‌ ମେଶିନ (ଟ୍ରାଫିକ ଭାଓଲେଟ୍‌ର ଡିଟେକ୍ସନ ସିଷ୍ଟମ ବା ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଧରିପାରୁଥିବା ସ୍ବୟଂଚାଳିତ ମେଶିନ) ଲଗାଯାଇଛି। ପୋଲିସ ଉଲ୍ଲଂଘନକାରୀଙ୍କୁ ନ ଧରି ପାରିଲେ ଏହି ମେଶିନ ସିସିଟିଭି କ୍ୟାମେରା ମାଧ୍ୟମରେ ଚିହ୍ନଟ କରିବା ପରେ ଉକ୍ତ ଗାଡ଼ି ନମ୍ବର ଅନୁଯାୟୀ ଘରେ ଚାଲାଣ ପହଞ୍ଚତ୍ୟିବ। ସେହିଭଳି ଅନ୍ୟ କୌଣସି ସ୍ଥାନରେ ଯଦି ଉଲ୍ଲଂଘନକାରୀ ଜରିମାନା ନ ଦେଇ ଖସି ଯିବାକୁ ଚେଷ୍ଟା କରିବେ, ଟ୍ରାଫିକ ପୋଲିସ ପୋଷାକରେ ଲାଗୁଥିବା ବଡ଼ି କ୍ୟାମେରା ସେମାନଙ୍କୁ ଧରିବ। ପୋଲିସ କଣ୍ଟ୍ରୋଲ ରୁମ୍‌ରୁ ସିସିଟିଭି ମାଧ୍ୟମରେ ମଧ୍ୟ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରାଯିବ। ଇ-ମେଶିନ ସାହାଯ୍ୟରେ ସମସ୍ତ ଚାଲାଣ କଟାଯିବ। ଘରେ ଚାଲାଣ ପହଞ୍ଚତ୍ବା ପରେ ଗାଡ଼ି ମାଲିକ କମିଶନରେଟ ପୋଲିସ ମୁଖ୍ୟାଳୟରେ ଜରିମାନା ପୈଠ କରିବେ। ଏଥିଲାଗି ସେଠାରେ ଏକ କାଉଣ୍ଟର ଖୋଲାଯିବ। ଯଦି ବି ନିର୍ଦ୍ଧାରିତ ସମୟ ମଧ୍ୟରେ ଜରିମାନା ରାଶି ପୈଠ ନ କଲେ, ତେବେ ଚାଲାଣ ଯାଇଥିବା ଗାଡି ନମ୍ବରରେ ତାହା ଯୋଡ଼ି ହୋଇଯିବ। ଯେତେ ବିଳମ୍ବ କରିବେ ଓ ପରବର୍ତ୍ତୀ ସମୟରେ ବି ଯେତେଥର ଜରିମାନା ନ ଦେବାକୁ ଚେଷ୍ଟା କରିବେ ତାହା ବଢି ବଢି ଯିବ। ଯେତେବେଳେ ଗାଡ଼ି କାଗଜପତ୍ର କରିବାକୁ ଆର୍‌ଟିଓ ଅଫିସ୍‌କୁ ଯିବେ, ସେତେବେଳେ ଜରିମାନା ସୁଧମୂଳ ସହ ଦେବାକୁ ପଡିବ। ନଚେତ ଗାଡ଼ି କାଗଜପତ୍ର ହୋଇପାରିବ ନାହିଁ ବୋଲି କମିଶନର ଷଡ଼ଙ୍ଗୀ ସତର୍କ କରାଇଦେଇଛନ୍ତି।

୩ ବର୍ଷରେ ଟ୍ରାଫିକ ପୋଷ୍ଟରୁ ପୋଲିସ ପ୍ରତ୍ୟାହାର ଲକ୍ଷ୍ୟ
ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ରବିବାରଠାରୁ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ ପାଇଁ ଭୁବନେଶ୍ୱର ରୁପାଲି ଛକରେ ଟିଭିଡିଏସ୍‌ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ପରେ ଏହା ରାଜଧାନୀର ଆଉ ୮ ପ୍ରମୁଖ ଛକରେ ଲଗାଯିବ। ଏହାସହ ଆଗାମୀ ୩ବର୍ଷ ମଧ୍ୟରେ ଟ୍ରାଫିକ ପୋଷ୍ଟରୁ ପୋଲିସ ପ୍ରତ୍ୟାହାର କରାଯିବାର ଲକ୍ଷ୍ୟ ରଖାଯାଇଛି। ଲୋକଙ୍କୁ ଭୟଭୀତ ହେବାର ନାହିଁ। ଟ୍ରାଫିକ ନିୟମ ମାନି ଗାଡି ଚଳାନ୍ତୁ। ପୋଲିସ ପକ୍ଷରୁ ଧୀରେ ଧୀରେ କାର୍ଯ୍ୟାନୁଷ୍ଠାନ ବଢିବ ବୋଲି କମିଶନର ଷଡ଼ଙ୍ଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ତାଲା ପକାଇଲେ ଅଭିଭାବକ:ବାତ୍ୟା ଆଶ୍ରୟସ୍ଥଳୀରେ ପାଠପଢ଼ିଲେ ଛାତ୍ରୀଛାତ୍ର

ମହାକାଳପଡ଼ା,୯।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳବର୍ତ୍ତୀ ସୁନିତି ପଞ୍ଚାୟତ ଅନ୍ତର୍ଗତ ଓଲ୍ଡ ଫିଲ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକମାନେ ତାଲା ପକାଇବା ଘଟଣାକୁ…

ପ୍ରଧାନ ଶିକ୍ଷକଙ୍କ ବଦଳି ନିଷ୍ପତ୍ତି ପ୍ରତ୍ୟାହାର ଦାବି: ଧାରଣାରେ ବସିଲେ ଅଭିଭାବକ

ବରୀ,୯।୯(ମହେନ୍ଦ୍ର ସ୍ବାଇଁ):ସରକାର ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦେଉଥିବାବେଳେ ବରୀ ଶିକ୍ଷାମଣ୍ଡଳ ଅଧୀନସ୍ଥ କୃଷ୍ଣନଗର ପ୍ରାଥମିକ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ,…

ଏସିଆ କପ୍‌ ଚାଲିଥିବାବେଳେ ସ୍ମୃତି ମନ୍ଧାନାଙ୍କୁ ମିଳିଲା ବଡ଼ ଖୁସିଖବର

ନୂଆଦିଲ୍ଲୀ,୯।୯: ମହିଳା ଏସିଆ କପରେ ହଂକଂ ବିପକ୍ଷରେ ଏକ ଚମତ୍କାର ଶତକ ମାରିଥିବା ସ୍ମୃତି ମନ୍ଧାନା ICC T20 ରାଙ୍କିଙ୍ଗର ଶୀର୍ଷ ୫ରେ ସ୍ଥାନ ପାଇଛନ୍ତି। ହଂକଂ…

ଅଧ୍ୟାପକ ନିଯୁକ୍ତି ଓ ବିଭିନ୍ନ ଦାବିରେ କଲେଜ ଫାଟକରେ ତାଲା: ଧାରଣାରେ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର

ପାଟଣା, ୯/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାରେ ଅଧ୍ୟାପକ ନିଯୁକ୍ତି ସହ କଲେଜର ବିଭିନ୍ନ ସମସ୍ୟାର ସମାଧାନ…

ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ: ଦେଖନ୍ତୁ…

ଭୁବନେଶ୍ୱର,୯।୯: ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି। ଉଦୟପୁର ଫରେଷ୍ଟ ଅଫିସରୁ ଏହି ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନକୁ ଅଣାଯାଇଛି।…

ମଦ ବିରୋଧରେ ତାତିଲେ ମହିଳା: ଦୋକାନରେ ପକାଇଲେ ତାଲା

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାଙ୍କୀଛନ୍ଦା ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦ ଦୋକାନରେ ମହିଳା ଗୋଷ୍ଠୀ ମଙ୍ଗବଳାର ତାଲା ପକାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri