‘ନୀଳଚକ୍ର ସମ୍ପୂର୍ଣ୍ଣ ସୁରକ୍ଷିତ’

ପୁରୀ ଅଫିସ, ୧୨ା୬: ନୀଳଚକ୍ର ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କୌଣସି ପ୍ରକାର କ୍ଷତି ହୋଇନାହିଁ। ସେହିପରି ଶ୍ରୀମନ୍ଦିରର ମୁଖ୍ୟ ମନ୍ଦିର ମଧ୍ୟ ସୁରକ୍ଷିତ ଅଛି। ବାତ୍ୟାରେ ନୀଳଚକ୍ର ବଙ୍କା, ତେଢା ହୋଇ ଯାଇଥିବା ନେଇ ଯାହା ଚର୍ଚ୍ଚା ହେଉଥିଲା ତାହା ଭୁଲ୍‌ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର। ମଙ୍ଗଳବାର ଅନୁଷ୍ଠିତ ପରିଚାଳନା କମିଟି ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ପ୍ରଶାସକ କହିଥିଲେ, ଫନୀ ବାତ୍ୟାରେ ଶ୍ରୀମନ୍ଦିରରେ କ୍ଷୟକ୍ଷତି ହୋଇଥିଲା। କିନ୍ତୁ ନୀଳଚକ୍ର ଓ ମୁଖ୍ୟ ମନ୍ଦିରକୁ ନେଇ ଯାହା ଶୁଣିବାକୁ ମିଳୁଥିଲା ତାହାର କୌଣସି ସତ୍ୟତା ନ ଥିବା ଏଏସ୍‌ଆଇର ଡ୍ରୋନ୍‌ ଫଟୋଗ୍ରାଫିରୁ ସ୍ପଷ୍ଟ ହୋଇଛି।
ମୁଖ୍ୟ ପ୍ରଶାସକ କହିଛନ୍ତି, ଗତ ପରିଚାଳନା କମିଟି ବୈଠକରେ ଏଏସ୍‌ଆଇକୁ ଶ୍ରୀମନ୍ଦିରର ଡ୍ରୋନ୍‌ ଫଟୋଗ୍ରାଫି କରିବା ଲାଗି ଅନୁମତି ଦିଆଯାଇଥିଲା। ବାତ୍ୟା ପରେ ଶ୍ରୀମନ୍ଦିର ଏବଂ ନୀଳଚକ୍ରର ସ୍ଥିତି ଯାଞ୍ଚ ଲାଗି ଏହି ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ମୁତାବକ, ଏଏସ୍‌ଆଇର ସୁପରିଣ୍ଟେଣ୍ଡେଣ୍ଟ ଆର୍କିଓଲୋଜିଷ୍ଟ ଡ୍ରୋନ୍‌ ଫଟୋଗ୍ରାଫି କରି କ’ଣ କ୍ଷୟକ୍ଷତି ହୋଇଛି ତାହା ଦେଖାଇଥିଲେ। ପରିଚାଳନା କମିଟି ସଦସ୍ୟମାନେ ସ୍କ୍ରିନ୍‌ରେ ଏ ସବୁକୁ ଦେଖିଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦରୁ ନୀଳଚକ୍ର ଓ ମୁଖ୍ୟ ମନ୍ଦିରରେ କୌଣସି କ୍ଷତି ହୋଇନାହିଁ। ନୀଳଚକ୍ରକୁ ଭିନ୍ନ ଭିନ୍ନ ଆଙ୍ଗେଲରୁ ଦେଖାଯାଇଥିଲା। ମାତ୍ର ପୂର୍ବରୁ ଯେମିତି ଥିଲା ସେମିତି ରହିଛି, ସାମାନ୍ୟତମ ବଙ୍କା ହୋଇନାହିଁ। ମୋଟାମୋଟି ଭାବେ ମୁଖ୍ୟ ମନ୍ଦିର ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି। ଅନ୍ୟପକ୍ଷରେ ଭୋଗମଣ୍ଡପ କଳସ ମରାମତି କାମ ଶେଷ ହୋଇ ସ୍ଥାପନ କରାଯାଇଛି। ମୁଖ୍ୟ ମନ୍ଦିରରୁ ଗଳିପଡ଼ିିଥିବା ସିଂହ ମୂର୍ତ୍ତି ମଧ୍ୟ ଲଗା ସରିଛି। ସେହିପରି ବାତ୍ୟାରେ ସିଂହଦ୍ୱାର ପ୍ରବେଶ ପଥରେ ଜୟ ମୂର୍ତ୍ତି ଭାଙ୍ଗି ଯାଇଥିଲା। ବର୍ତ୍ତମାନ ଜୟ ବିଜୟ ମୂର୍ତ୍ତି ତିଆରି ଚାଲିଛି। ଖଣ୍ଡୋଲାଇଟ୍‌ ପଥରରେ ତିଆରି କରାଯାଉଥିବା ଏହି ମୂର୍ତ୍ତି ଦୁଇଟିକୁ ଆସନ୍ତା ୧୬ତାରିଖରେ ସ୍ଥାପନ କରାଯିବ। ବାତ୍ୟା ପରେ ଶ୍ରୀମନ୍ଦିରରେ ହୋଇଥିବା କ୍ଷୟକ୍ଷତି ମଧ୍ୟରେ ଏହି ୩ଟି କାମ ପ୍ରମୁଖ ରହିଥିଲା। ଜୁନ୍‌ ୧୭ ପୂର୍ବରୁ ଶ୍ରୀମନ୍ଦିରର ମରାମତି କାମ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନଜରରେ ରଖି ଏଏସ୍‌ଆଇ ଦ୍ରୁତଗତିରେ କାମ କରୁଛି । ଜୟ ବିଜୟ ମୂର୍ତ୍ତି ସ୍ଥାପନ କରିସାରିବା ପରେ ମୁଖ୍ୟ କାମ ଶେଷ ହୋଇଯିବ। ଅନ୍ୟପକ୍ଷରେ ରଥଯାତ୍ରା ପାଇଁ ଶ୍ରୀମନ୍ଦିରରେ ଯେଉଁ କାମ ହୁଏ ସେ ନେଇ ମଙ୍ଗଳବାର ଭୁବନେଶ୍ୱରରେ ଏକ ବୈଠକ ହେବ। ଅପରାହ୍ନ ୪ଟାରେ ଓପେପା ସମ୍ମଳନୀ କକ୍ଷରେ ହେବାକୁ ଥିବା ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତା କରିବେ। ଏଥିରେ ଶ୍ରୀମନ୍ଦିର କୋର୍‌ କମିଟି ସଦସ୍ୟମାନେ ମଧ୍ୟ ଯୋଗଦେବେ ବୋଲି ମୁଖ୍ୟ ପ୍ରଶାସକ ମହାପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri