ନିଷେଧାସତ୍ତ୍ୱେ ଚାଲିଛି ବାଲି ଚୋରା ଚାଲାଣ

ଜଳେଶ୍ୱର, ୩୦।୧୨(ସ୍ବ.ପ୍ର.)-ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି)ର ନିଷେଧାଦେଶ ପରେ ସୁବର୍ଣ୍ଣରେଖା ନଦୀପଠାରୁ ବାଲି ଖନନ ବନ୍ଦ ରହିଛି। ଫଳରେ ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ବାଲି ସମସ୍ୟା ଉତ୍କଟ ରୂପ ଧାରଣ କରି ସମସ୍ତ ସରକାରୀ, ବେସରକାରୀ ନିର୍ମାଣ କାର୍ଯ୍ୟ ଠପ୍‌ ହୋଇଯାଇଛି। ଅନ୍ୟପଟେ ଚୋରା ମାଫିଆମାନେ ଅବାଧରେ ଚୋରା ବାଲି ଚାଲାଣ କରୁଛନ୍ତି। ଏ ଦିଗରେ ଜିଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ସୁବର୍ଣ୍ଣରେଖା ନଦୀର ଜଳେଶ୍ୱର ତହସିଲ ଅଞ୍ଚଳରେ ଥିବା ରାଜନଗର, ମାକିଡ଼ିଆ, କୁଅଁରପୁର, ପ୍ରହରାଜପୁର, ଗୁଆଗଡ଼ିଆ, ମକ୍ରମପୁର, ଦକ୍ଷିଣପ୍ରହରାଜପୁର, ଭାନୁପୁର, ଶିଖରପୁର, ପଞ୍ଚୁଘଣ୍ଟା, ମହମ୍ମଦନଗରପାଟଣା, ଚାଲନ୍ତି, ସନ୍ତୋଷପୁର, ଜମାଳପୁର, ଗୋବର୍ଦ୍ଧନପୁର, କଣ୍ଟାପାଳ ଆଦି ବାଲି ସୈରାତରୁ ଅତୀତରେ ବେଧଡ଼କ ଭାବେ ବାଲି ଚାଲାଣ ହୋଇ ଆସୁଥିଲା। କିନ୍ତୁ ଏନଜିଟିର ବାରମ୍ବାର ପରିଦର୍ଶନ ଓ ଚଢ଼ାଉ ଫଳରେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲା ପ୍ରଶାସନ ଏବଂ ଓଡ଼ିଶାର ବାଲେଶ୍ୱର ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ବାଲି ଖନନ ବନ୍ଦ କରିଛନ୍ତି। କିନ୍ତୁ ଏବେ ବି ରାଇବଣିଆ ଥାନା ଇଲାକାରେ ଥିବା ଭାନୁପୁର, ଶିଖରପୁର, ମକ୍ରମପୁର, ଦକ୍ଷିଣ ପ୍ରହରାଜପୁର, କୁଅଁରପୁର, ମାକିଡ଼ିଆ ଅଞ୍ଚଳରୁ ବ୍ୟାପକ ବାଲି ପଶ୍ଚିମବଙ୍ଗକୁ ଚାଲାଣ ହେଉଛି। ପଶ୍ଚିମବଙ୍ଗର କେତେକ ମାଫିଆ ଓଡ଼ିଶାର କେତେକ ଲୋକଙ୍କୁ ହାତକରି ନଦୀରେ ଅସ୍ଥାୟୀ କାଠପୋଲ ନିର୍ମାଣ କରି ବାଲି ପରିବହନ କରିଆସୁଛନ୍ତି। ଫଳରେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ବ୍ୟାପକ ଅତଡ଼ା ଖସିବା, ସ୍ବମ୍ପପମ୍ପ ମେଶିନ୍‌ ଚାଲିବା ଦ୍ୱାରା ଭୂକମ୍ପନ ସୃଷ୍ଟି ହେଉଛି। ବହୁ ଅଭିଯୋଗ ପରେ ଜଳେଶ୍ୱରର ଭାରପ୍ରାପ୍ତ ତହସିଲଦାର କ୍ଷୀରୋଦ ପଣ୍ଡା ସଦଳବଳେ ଯାଇ ଏକ ଜେସିବି ମେସିନ ଜବତ କରିଛନ୍ତି। କିନ୍ତୁ ତହସିଲଦାର କିମ୍ବା ଅନ୍ୟ କୌଣସି ପଦସ୍ଥ କର୍ମଚାରୀ ବାଲି ସୈରାତ ଅଞ୍ଚଳକୁ ଚଢାଉ କରିବାକୁ ଯିବା ପୂର୍ବରୁ ବାଲି ଚୋରାଚାଲାଣକାରୀମାନେ ଖବର ପାଇ ଗାଡ଼ିଗୁଡ଼ିକୁ ପଶ୍ଚିମବଙ୍ଗ ପଠାଇ ଦେଉଛନ୍ତି। ଗତ ୨ ଦିନ ତଳେ କେତେକ ଚୋରା ବାଲି ବ୍ୟବସାୟୀ ବାଲି ନେଇ ଯାଉଥିବାର ଖବର ପାଇ ଜଳେଶ୍ୱର ଏସ୍‌ଡ଼ିପିଓ ଅଙ୍କିତା କୁମ୍ଭାର ଟୋଲ ପ୍ଲାଜା ନିକଟରେ ପହଞ୍ଚତ୍ବା ପୂର୍ବରୁ ସେଠାରୁ ବାଲି ବୋଝେଇ ଡମ୍ପର ଓ ଟ୍ରାକ୍ଟର ଖସିଯିବାରେ ସକ୍ଷମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା: ବଢିଲା ଉତ୍ତେଜନା

ନୂଆଦିଲ୍ଲୀ,୯।୯: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ (CENTCOM) ଅନୁଯାୟୀ, ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

ଧୁରନ୍ଧରକୁ ପଛରେ ପକାଇଲା ଫିଲ୍ମ ‘ହନୁମାନ ଅଂଶ’

ମୁମ୍ବାଇ: ଆଧ୍ୟାତ୍ମିକ ଗୁରୁ ନୀମ କରୋଲି ବାବାଙ୍କ ଜୀବନ ଏବଂ ଶିକ୍ଷା ଉପରେ ଆଧାରିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଟଙ୍କା…

୧୧ରେ ମୋଦି-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ,୯ା୯: ନୂଆଦିଲ୍ଲୀରେ ହେବାକୁ ଯାଉଥିବା ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୧ ତାରିଖ ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ…

ଭାରତ ସହ ସହଯୋଗ ବଢ଼ାଇବ ଇରାନ

ନୂଆଦିଲ୍ଲୀ,୯ା୯: ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ଏବଂ ଆମେରିକାର କଟକଣା ନୀତିକୁ ନେଇ ଲାଗିରହିଥିବା ଅନିଶ୍ଚିତତା ସତ୍ତ୍ୱେ ଚାବହାର ବନ୍ଦରର ରଣନୀତିକ ମୂଲ୍ୟବୋଧ ଓ ଭାରତ ସହ ସମ୍ପର୍କ…

ବିଚାରପତି ବି ଅସହାୟ

ଭାରତୀୟ ଗଣତନ୍ତ୍ରରେ ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ତିନୋଟି ପ୍ରମୁଖ ସ୍ତମ୍ଭ ଭାବେ ଜଣାଶୁଣା। ତନ୍ମଧ୍ୟରୁ ନ୍ୟାୟପାଳିକା ଉପରେ ଜନସାଧାରଣ ନ୍ୟାୟ ପାଇଁ ସବୁଠାରୁ ଅଧିକ ଭରସା…

ଦୁର୍ବିଷହ ହୋଇପଡ଼ିଛି ଭୂଷଣଙ୍କ ଜୀବନ: ସହାୟତା ପାଇଁ ଜିଲାପାଳଙ୍କୁ ଫେରାଦ ହେଲେ ଦିବ୍ୟାଙ୍ଗ

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ୍‌ ବ୍ଲକ ରେମଣ୍ଡା ହରିଜନପଡ଼ା ନିବାସୀ ଭୂଷଣ ଭାଏନାଙ୍କ ଜୀବନଯାପନ ଦୁର୍ବିଷହ ହୋଇ ପଡ଼ିଛି। ସେ ୨୦୨୪ରେ ସଂକ୍ରମଣ ହେବା କାରଣରୁ ତାଙ୍କ…

ରାଜଧାନୀରେ ଚାଞ୍ଚଲ୍ୟ: ଗୋଟିଏ ରାତିରେ ଯୁବତୀ-ମହିଳାଙ୍କୁ ବଳାତ୍କାର, ଘରେ ପଶି…

ଭୁବନେଶ୍ୱର,୯ା୯(ତ୍ରିନାଥ ମହାନ୍ତି):ରାଜଧାନୀରେ ଗୋଟିଏ ରାତିରେ ଯୁବତୀ ଏବଂ ମହିଳାଙ୍କୁ ବଳାକତ୍ାର କରାଯାଇଛି। ଭରତପୁର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପଡୋଶୀ ବଳାତ୍କାର କରିଥିବା ବେଳେ ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri