ନିଶା ଦେଇ ୩ ଯାତ୍ରୀଙ୍କ ଠାରୁ ଲୁଟ୍‌ : ବଜ୍ରଗଡ଼ ପାହାଡ଼ରୁ ଅଚେତ ଅବସ୍ଥାରେ ଉଦ୍ଧାର କଲେ ଗ୍ରାମବାସୀ

ଭଞ୍ଜନଗର,୧୧।୧୧(ଡି.ଏନ.ଏ)- ଗଞ୍ଜାମ ଜିଲା ବେଲଗୁଣ୍ଠା ନିକଟସ୍ଥ ବଜ୍ରଗଡ଼ ଗ୍ରାମବାସୀ ସୋମବାର ପୂର୍ବାହ୍ନରେ ଗ୍ରାମ ନିକଟସ୍ଥ ପାହାଡ଼ ତଳୁ ୩ଜଣ ଯୁବକଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଭଞ୍ଜନଗର ହସ୍‌ପିଟାଲକୁ ପଠାଯାଇଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଚେତା ଫେରିଥିଲା। ସେମାନେ ହେଲେ ଗଣ୍ଡାଧାରର ଚନ୍ଦନ ନାୟକ ଓ ଚିକୁ ଗୌଡ଼ ଏବଂ କୁଶପଲ୍ଲୀର ବୁଲୁ ନାଇକ। ଅଟୋ ଚାଳକ ଚା’ରେ ନିଶାଦେଇ ସେମାନଙ୍କ ଠାରୁ ଟଙ୍କା, ମୋବାଇଲ ଫୋନ ସମେତ ଅନ୍ୟାନ୍ୟ ଜିନିଷ ଲୁଟି ନେଇଥିବା ସନ୍ଦେହ କରାଯାଉଛି। ଅଟୋ ଚାଳକଙ୍କୁ ପୋଲିସ ଠାବ କରିବା ପରେ ପ୍ରକୃତ ରହସ୍ୟ ଜଣାପଡ଼ିବ। ବେଲଗୁଣ୍ଠା ଫାଣ୍ଡି ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି। ଅପରପକ୍ଷେ ୩ ଯୁବକଙ୍କ ଚେତା ଫେରିବାପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇ ଦିଆଯାଇଛି।
ପ୍ରକାଶ ଯେ, ଚନ୍ଦନ ଓ ଚିକୁ ଭୁବନେଶ୍ୱରରେ କାମ କରନ୍ତି। ରବିବାର ରାତିରେ ସେମାନେ ବରମୁଣ୍ଡାରୁ ବସ୍‌ ଯୋଗେ ଭଞ୍ଜନଗର ଅଭିମୁଖେ ବାହାରିଥିଲେ। ସୁରଟରୁ ଆସିଥିବା ବୁଲୁ ମଧ୍ୟ ଉକ୍ତ ବସ୍‌ରେ ଭେଟ ହୋଇଥିଲେ। ୩ଜଣ ଯାକ ଜଗନ୍ନାଥପ୍ରସାଦ ନିକଟରେ ବସ୍‌ରୁ ଓହ୍ଲାଇବା କଥା। କୌଣସି କାରଣରୁ ଭଞ୍ଜନଗର ଅଭିମୁଖେ ଚାଲି ଆସିଥିଲେ। ଏହାପରେ ଭଞ୍ଜନଗର ବସ୍‌ଷ୍ଟାଣ୍ଡରେ ଜଣେ ଅଟୋ ଚାଳକଙ୍କ ସହ ୩ଜଣ କଥା ହୋଇଥିଲେ। ଅଟୋ ଚାଳକ ଓଡଗଁା ଯାଉଥିବାବେଳେ ବାଟରେ ଛାଡିଦେବେ ବୋଲି କହିଥିଲେ। ଏହାପରେ ୩ଜଣ ଉକ୍ତ ଅଟୋରେ ବସି ଜଗନ୍ନାଥପ୍ରସାଦ ଅଭିମୁଖେ ଆସିଥିଲେ। ବେଲଗୁଣ୍ଠାରେ ସେମାନେ ଚା’ ପିଇବାକୁ ଅଟକିଥିଲେ। ଚା’ ପିଇ ପୁଣି ଅଟୋରେ ବସିଥିଲେ। କିଛିସମୟ ପରେ ସେମାନେ ସଂଜ୍ଞାହୀନ ହୋଇପଡିଥିଲେ। ଏହାପରେ ଅଟୋ ଚାଳକ ସେମାନଙ୍କୁ ବଜ୍ରଗଡ଼ ପାହାଡ଼ ନିକଟରେ ଶୁଆଇଦେଇ ସେମାନଙ୍କଠାରୁ ୧୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ସମେତ ଅନ୍ୟାନ୍ୟ ଜିନିଷ ନେଇ ଯାଇଥିବା କହିଛନ୍ତି। ସୋମବାର ପୂର୍ବାହ୍ନ ପ୍ରାୟ ୯ଟାରେ ବଜ୍ରଗଡ଼ର ଜଣେ ବ୍ୟକ୍ତି ପାହାଡ଼ ରାସ୍ତାରେ ଯାଉଥିବାବେଳେ ୩ଜଣ ପଡିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

ୟୁଜରନେମ ବିବାଦ: ହ୍ବାଟସଆପ ପରେ, ଆଇଟି ମନ୍ତ୍ରଣାଳୟ ଏବେ ସିଗନାଲ-ଟେଲିଗ୍ରାମକୁ ପଠାଇଛି ନୋଟିସ

ନୂଆଦିଲ୍ଲୀ,୨।୭: ୟୁଜରନେମ ଫିଚରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ହ୍ବାଟସଆପ ପରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବେ ଟେଲିଗ୍ରାମ ଏବଂ ସିଗନାଲକୁ ମଧ୍ୟ…

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଲେ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ: ‘ପିଲାଟିଏ ଗଛଟିଏ’ ଅଭିଯାନରେ …

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଗୁରୁବାର ୭୬ ତମ ବନ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ନାହିଁ ପୁଅ ମୋଜତାବା, ଜାଣନ୍ତୁ କାରଣ

ତେହରାନ,୨।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପରଲୋକ ପରେ ସମଗ୍ର ଦେଶରେ ଗଭୀର ଶୋକ ପ୍ରକାଶ ପାଇଛି। ରାଜଧାନୀ ତେହରାନରୁ ଆରମ୍ଭ କରି ମଶାଦ,…

ଦେଓ ନଦୀ ପୋଲ ଉପରେ ଗୋ-ଚାଲାଣ ଗାଡ଼ି ସହ ଅଟୋର ମୁହାଁମୁହିଁ ଧକ୍କା: ଗୋଟିଏ ବଳଦ ମୃତ, ଗୋ-ମାଫିଆ…

ପାଟଣା, ୨ା୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା-କରଞ୍ଜିଆ ଦେଇଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି। ସାହାରପଡା ସ୍ଥିତ…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri