ନିଶା ଦେଇ ୩ ଯାତ୍ରୀଙ୍କ ଠାରୁ ଲୁଟ୍‌ : ବଜ୍ରଗଡ଼ ପାହାଡ଼ରୁ ଅଚେତ ଅବସ୍ଥାରେ ଉଦ୍ଧାର କଲେ ଗ୍ରାମବାସୀ

ଭଞ୍ଜନଗର,୧୧।୧୧(ଡି.ଏନ.ଏ)- ଗଞ୍ଜାମ ଜିଲା ବେଲଗୁଣ୍ଠା ନିକଟସ୍ଥ ବଜ୍ରଗଡ଼ ଗ୍ରାମବାସୀ ସୋମବାର ପୂର୍ବାହ୍ନରେ ଗ୍ରାମ ନିକଟସ୍ଥ ପାହାଡ଼ ତଳୁ ୩ଜଣ ଯୁବକଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଭଞ୍ଜନଗର ହସ୍‌ପିଟାଲକୁ ପଠାଯାଇଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଚେତା ଫେରିଥିଲା। ସେମାନେ ହେଲେ ଗଣ୍ଡାଧାରର ଚନ୍ଦନ ନାୟକ ଓ ଚିକୁ ଗୌଡ଼ ଏବଂ କୁଶପଲ୍ଲୀର ବୁଲୁ ନାଇକ। ଅଟୋ ଚାଳକ ଚା’ରେ ନିଶାଦେଇ ସେମାନଙ୍କ ଠାରୁ ଟଙ୍କା, ମୋବାଇଲ ଫୋନ ସମେତ ଅନ୍ୟାନ୍ୟ ଜିନିଷ ଲୁଟି ନେଇଥିବା ସନ୍ଦେହ କରାଯାଉଛି। ଅଟୋ ଚାଳକଙ୍କୁ ପୋଲିସ ଠାବ କରିବା ପରେ ପ୍ରକୃତ ରହସ୍ୟ ଜଣାପଡ଼ିବ। ବେଲଗୁଣ୍ଠା ଫାଣ୍ଡି ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି। ଅପରପକ୍ଷେ ୩ ଯୁବକଙ୍କ ଚେତା ଫେରିବାପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇ ଦିଆଯାଇଛି।
ପ୍ରକାଶ ଯେ, ଚନ୍ଦନ ଓ ଚିକୁ ଭୁବନେଶ୍ୱରରେ କାମ କରନ୍ତି। ରବିବାର ରାତିରେ ସେମାନେ ବରମୁଣ୍ଡାରୁ ବସ୍‌ ଯୋଗେ ଭଞ୍ଜନଗର ଅଭିମୁଖେ ବାହାରିଥିଲେ। ସୁରଟରୁ ଆସିଥିବା ବୁଲୁ ମଧ୍ୟ ଉକ୍ତ ବସ୍‌ରେ ଭେଟ ହୋଇଥିଲେ। ୩ଜଣ ଯାକ ଜଗନ୍ନାଥପ୍ରସାଦ ନିକଟରେ ବସ୍‌ରୁ ଓହ୍ଲାଇବା କଥା। କୌଣସି କାରଣରୁ ଭଞ୍ଜନଗର ଅଭିମୁଖେ ଚାଲି ଆସିଥିଲେ। ଏହାପରେ ଭଞ୍ଜନଗର ବସ୍‌ଷ୍ଟାଣ୍ଡରେ ଜଣେ ଅଟୋ ଚାଳକଙ୍କ ସହ ୩ଜଣ କଥା ହୋଇଥିଲେ। ଅଟୋ ଚାଳକ ଓଡଗଁା ଯାଉଥିବାବେଳେ ବାଟରେ ଛାଡିଦେବେ ବୋଲି କହିଥିଲେ। ଏହାପରେ ୩ଜଣ ଉକ୍ତ ଅଟୋରେ ବସି ଜଗନ୍ନାଥପ୍ରସାଦ ଅଭିମୁଖେ ଆସିଥିଲେ। ବେଲଗୁଣ୍ଠାରେ ସେମାନେ ଚା’ ପିଇବାକୁ ଅଟକିଥିଲେ। ଚା’ ପିଇ ପୁଣି ଅଟୋରେ ବସିଥିଲେ। କିଛିସମୟ ପରେ ସେମାନେ ସଂଜ୍ଞାହୀନ ହୋଇପଡିଥିଲେ। ଏହାପରେ ଅଟୋ ଚାଳକ ସେମାନଙ୍କୁ ବଜ୍ରଗଡ଼ ପାହାଡ଼ ନିକଟରେ ଶୁଆଇଦେଇ ସେମାନଙ୍କଠାରୁ ୧୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ସମେତ ଅନ୍ୟାନ୍ୟ ଜିନିଷ ନେଇ ଯାଇଥିବା କହିଛନ୍ତି। ସୋମବାର ପୂର୍ବାହ୍ନ ପ୍ରାୟ ୯ଟାରେ ବଜ୍ରଗଡ଼ର ଜଣେ ବ୍ୟକ୍ତି ପାହାଡ଼ ରାସ୍ତାରେ ଯାଉଥିବାବେଳେ ୩ଜଣ ପଡିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri