ନିଶାଦ୍ରବ୍ୟ ଚାଲାଣର ସୁରକ୍ଷିତ ମାଧ୍ୟମ: ନାଇଟ୍‌ କୋଚ୍‌ ବସ୍‌, ଲେଡି ଏଜେଣ୍ଟ

ବେଆଇନ ନିଶା କାରବାରର ପେଣ୍ଠସ୍ଥଳ ପାଲଟିଗଲାଣି ଓଡ଼ିଶା। ବ୍ରାଉନସୁଗାର, ହିରୋଇନ୍‌, ଚରସ ଆଦି ନିଶାଦ୍ରବ୍ୟ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସୁଥିବାବେଳେ ଏଠାରୁ ଗଞ୍ଜେଇ ଓ ଅଫିମ ଆଦି ବାହାରକୁ ଚାଲାଣ ହେଉଛି। ବିଶେଷକରି ରାଜ୍ୟରେ ବ୍ରାଉନସୁଗାର ଓ ଗଞ୍ଜେଇ ବ୍ୟବସାୟ ସହରଠୁ ଆରମ୍ଭ କରି ସାହିବସ୍ତି ଓ ଗାଁରେ ଚେର ମେଲିଥିବାବେଳେ ଏଥିଯୋଗୁ ବହୁ ଅପରାଧ ଘଟୁଛି। ନିଶା ମାଫିଆ ସାମ୍ରାଜ୍ୟ ବିସ୍ତାର କରିସାରିବା ପରେ ଏବେ ପୋଲିସର ଚେତା ପଶିଛି। ନିଶା କାରବାର ବନ୍ଦ ପାଇଁ କମିଶନରେଟ ପୋଲିସ୍‌ ସ୍ପେଶାଲ ଡ୍ରାଇଭ୍‌ ଆରମ୍ଭ କରିଛି। ନିଶା ମାଫିଆ ଓ ବ୍ୟବସାୟୀଙ୍କୁ ସାବାଡ୍‌ କରିବାକୁ ଏସ୍‌ଟିଏଫ୍‌ ଚଢ଼ାଉ ଚଳାଇଛି। ଏହାସତ୍ତ୍ୱେ ନିଶାଦ୍ରବ୍ୟ ଚାଲାଣ ଥମିବାର ନାଁ ଧରୁନି। ନିଶା ମାଫିଆମାନେ ପୋଲିସ ନଜରରୁ ହଟିବା ପାଇଁ ଏବେ ଅଧିକରୁ ଅଧିକ ମହିଳାଙ୍କୁ ସେମାନଙ୍କ ର଼୍ୟାକେଟରେ ସାମିଲ୍‌ କରୁଛନ୍ତି। ଏଥିପାଇଁ ସ୍ବତନ୍ତ୍ର ଟ୍ରେନିଂ ପରେ ସମ୍ପୃକ୍ତ ମହିଳାଙ୍କୁ ଏଜେଣ୍ଟ ଭାବେ ମୋଟା ଦରମାରେ ନିଯୁକ୍ତ କରୁଛନ୍ତି। ଚାଲାଣରେ ନାଇଟ୍‌କୋଚ୍‌ ବସ୍‌ ଓ ଟ୍ରେନ୍‌ ପ୍ରମୁଖ ମାଧ୍ୟମ ପାଲଟିଛି।

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ନାଇଟ୍‌କୋଚ୍‌ ବସ୍‌ରେ କଲିକତାକୁ ଗଞ୍ଜେଇ ଚାଲାଣବେଳେ ମଙ୍ଗଳବାର ଖଣ୍ଡିଗିରି ପୋଲିସ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରୁ ଧରିଛି। ଏହି ଘଟଣାରେ ଦୁଇଜଣ ମହିଳା ଏଜେଣ୍ଟଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ସାଢ଼େ ୧୨କେଜି ଗଞ୍ଜେଇ ଜବତ କରାଯାଇଛି। ଗିରଫ ଦୁଇ ମହିଳା ହେଲେ ପଶ୍ଚିମବଙ୍ଗ ମେଦିନାପୁରର ରେବ ଘଡେଇ(୪୦) ଓ କୁକୁଲି ଗୋରାମି(୪୧)। ଦୁଇ ଜଣଙ୍କ ବିରୋଧରେ କେସ୍‌ ନଂ-୩୮୯/୧୯, ଏନ୍‌ଡିପିଏସ୍‌ ଆକ୍ଟ ଲଗାଇ ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି।
ପୋଲିସ ସୂଚନା ଅନୁଯାୟୀ, ଉକ୍ତ ଦୁଇ ମହିଳା ଜରିଅଖାରେ ଗଞ୍ଜେଇ ଭର୍ତ୍ତି କରି ସୋମବାର ସନ୍ଧ୍ୟାରେ ଆସ୍କାରୁ ଏକ ଘରୋଇ ବସ୍‌ରେ ବସି ମଙ୍ଗଳବାର ଭୋର୍‌ ସମୟରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ ନିକଟରେ ଓହ୍ଲାଇଥିଲେ। ସେମାନେ ଅନ୍ୟ ଏକ ବସ୍‌ରେ କଲିକତା ଯିବା ପାଇଁ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଭିତରକୁ ଯାଇ ଅପେକ୍ଷା କରିଥିଲେ। ହେଲେ ସେମାନଙ୍କ ହାବଭାବ ଦେଖି ସ୍ଥାନୀୟ ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ। ତୁରନ୍ତ ଏକ ପୋଲିସ ଟିମ୍‌ ପହଞ୍ଚତ୍ ଦୁଇ ମହିଳା ଓ ସେମାନେ ଆଣିଥିବା ଜରି ବସ୍ତାକୁ ଯାଞ୍ଚ କରିବା ପରେ ଗଞ୍ଜେଇ ମିଳିଥିଲା। ପରେ ପୋଲିସ ସେମାନଙ୍କୁ ଥାନାକୁ ନେଇ ପଚରାଉଚରା କରିବା ପରେ ଗଞ୍ଜେଇ ଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ ହୋଇଥିଲା।

ଥରକରେ ଏଜେଣ୍ଟଙ୍କୁ ମିଳେ ୩୦ରୁ ୫୦ହଜାର ଟଙ୍କା
ଗୋଟିଏ ଥରେ ଗଞ୍ଜେଇ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଲେ ଏଜେଣ୍ଟଙ୍କୁ ୩୦ରୁ ୫୦ ହଜାର ଟଙ୍କା ମିଳିଥାଏ। ତେବେ ପରିମାଣ ଅନୁସାରେ ପ୍ରାପ୍ୟ ନିର୍ଦ୍ଧାରଣ ହୋଇଥାଏ। ଯିଏ ଯେତେ ପରିମାଣର ଗଞ୍ଜେଇ ଚାଲାଣ କରିଥାନ୍ତି, ସେହି ଅନୁପାତରେ ଟଙ୍କା ପାଇଥାନ୍ତି। ଏପରିକି ଏଥିପାଇଁ ଆବଶ୍ୟକ ଟ୍ରେନିଂ ଦିଆଯାଇଥାଏ। ପୁରୁଣା ମହିଳା ଏଜେଣ୍ଟଙ୍କ ସହ ନୂଆ ସାମିଲ୍‌ ହେଉଥିବା ମହିଳା କିମ୍ବା ପୁରୁଷ ରହିଥାନ୍ତି।

ର଼୍ୟାକେଟରେ ବସ୍‌ ଡ୍ରାଇଭର, ହେଲ୍‌ପର
ରାତିରେ ମହିଳାମାନେ ନାଇଟ୍‌ କୋଚ ବସ୍‌ରେ ଯାଉଥିବାରୁ ପୋଲିସର ସେମାନଙ୍କ ଉପରେ ସନ୍ଦେହ ହୁଏ ନାହିଁ। ଏପରିକି ରାତିରେ ପୋଲିସ କେବେ ବସ୍‌ରେ ଚଢି ଯାଞ୍ଚ କରେ ନାହିଁ। ଫଳରେ ସହଜରେ ଗଞ୍ଜେଇ ପଶ୍ଚିମବଙ୍ଗରେ ପହଞ୍ଚତ୍ୟାଇଥାଏ। ସବୁଠୁ ବଡ଼ କଥା ହେଲା କେତେକ ଘରୋଇ ବସ୍‌ ଡ୍ରାଇଭର ଓ ହେଲପର ଏହି ର଼୍ୟାକେଟରେ ସଂପୃକ୍ତ ଥିବା ପୋଲିସ ଦୁଇ ମହିଳା ଏଜେଣ୍ଟଙ୍କୁ ପଚରାଉଚରା ବେଳେ ଜାଣିବାକୁ ପାଇଛି।

ମାଷ୍ଟର ମାଇଣ୍ଡ୍‌ ଓଡ଼ିଶାରେ
ଗଞ୍ଜେଇ ଚାଲାଣର ମାଷ୍ଟର ମାଇଣ୍ଡ୍‌ ହେଉଛନ୍ତି ଜଣେ ଓଡ଼ିଆ। ସେ ବହୁ ମହିଳାଙ୍କୁ ଏହି କାରବାରରେ ସାମିଲ୍‌ କରିଛନ୍ତି। ତାଙ୍କ ନିର୍ଦ୍ଦେଶରେ ସେମାନଙ୍କ ଭଳି ଅନ୍ୟମାନେ ନିୟମିତ ବସ୍‌ରେ ଗଞ୍ଜାମ ଜିଲା ଆସ୍କାରୁ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ କରନ୍ତି। ପୂର୍ବରୁ ମଧ୍ୟ ବହୁଥର ଏପରି ଗଞ୍ଜେଇ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଥିବା ମହିଳା ଦ୍ୱୟ କହିଛନ୍ତି। ତେବେ ମାଷ୍ଟରମାଇଣ୍ଡ୍‌ ଜଣକ କିଏ ସେ ସମ୍ପର୍କରେ ପୋଲିସ ଅଧିକ କିଛି ସୂଚନା ଦେଉ ନ ଥିଲେ ମଧ୍ୟ ତାଙ୍କୁ ଧରିବାକୁ ପୋଲିସ ଆସ୍କା ଯିବ ବୋଲି ଜଣାପଡିଛି। ପଶ୍ଚିମବଙ୍ଗରେ ମଧ୍ୟ ଏହି ର଼୍ୟାକେଟରେ ଅନେକ ବ୍ୟକ୍ତି ସମ୍ପୃକ୍ତ ରହିଛନ୍ତି। ସେମାନଙ୍କୁ ଗିରଫ କରିବା ପୋଲିସ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri