ନିଲମ୍ବନ ପରେ ଚାକିରିରୁ ବିଦା

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ୍‌ ଓ୍ବେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି)ର ନିଲମ୍ବିତ ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କୁ ରାଜ୍ୟ ସରକାର ଗୁରୁବାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଅପାରଗତା ଓ ଦୁର୍ନୀତି ପାଇଁ ପ୍ରତାପଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦୁର୍ନୀତିଗ୍ରସ୍ତ ଏବଂ ଅପାରଗ ଅଧିକାରୀଙ୍କ ବିରୋଧରେ ଶୂନ ସହିଷ୍ଣୁତା ନୀତି ଅବଲମ୍ବନ ସ୍ବରୂପ ରାଜ୍ୟ ସରକାର ଏଯାବତ୍‌ ପ୍ରତାପଙ୍କୁ ମିଶାଇ ୧୩୧ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ବା ଚାକିରିରୁ ବହିଷ୍କାର କଲେଣି। ଅନ୍ୟପକ୍ଷରେ ମଙ୍ଗଳବାର ସାରୁ ତାଙ୍କୁ ଭିଜିଲାନ୍ସ ୨ ଦିନିଆ ରିମାଣ୍ଡରେ ଆଣି ଘନଘନ ଜେରା କରିଥିଲା। ତେବେ ଗୁରୁବାର ରିମାଣ୍ଡ ଅବଧି ସରିଯିବାରୁ ଭିଜିଲାନ୍ସର ସ୍ବତନ୍ତ୍ର କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ପୁଣି ଜେଲ ହାଜତକୁ ପଠାଇ ଦିଆଇଛି।
ରିମାଣ୍ଡ ସମୟରେ ଭିଜିଲାନ୍ସ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି। ପ୍ରତାପ ରାଧାକୃଷ୍ଣ ପ୍ରଡକ୍ସନରେ ଦୁଇଟି ସିନେମା ତିଆରି କରିଥିବାବେଳେ ଏଥିରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବିନିଯୋଗ କରିଥିଲେ। ଉକ୍ତ ଦୁଇ ଫିଲ୍ମରେ ଅଣପଞ୍ଜୀକୃତ ଭାବେ ସ୍ତ୍ରୀ ସସ୍ମିତା ସାମଲ ଓ ଭଉଣୀ ନମିତା ଦାସଙ୍କୁ ପ୍ରଯୋଜକ ଦର୍ଶାଇଥିଲେ। ଏହି ଫିଲ୍ମରେ ବିପୁଳ ଅର୍ଥ ରୋଜଗାର ହୋଇଥିବା ଜଣାପଡ଼ିଛି। ପ୍ରତାପ ଓ ତାଙ୍କ ପରିବାର ସଦସ୍ୟଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ସନ୍ଦେହଜନକ ଭାବରେ ଦେଢ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜମା କରାଯାଇଥିବା ଉତ୍ସ ସଂକ୍ରାନ୍ତରେ ମଧ୍ୟ ଭିଜିଲାନ୍ସ ତଥ୍ୟ ହାସଲ କରିଛି। ଅଧିକ ତଥ୍ୟ ହାସଲ ପାଇଁ ଭଉଣୀ ନମିତା ଦାସଙ୍କୁ ଭିଜିଲାନ୍ସ ପଚରାଉଚରା କରିଛି। ତେବେ ଆବଶ୍ୟକ ପଡ଼ିଲେ ଭିଜିଲାନ୍ସ ପ୍ରତାପଙ୍କୁ ପୁନର୍ବାର ରିମାଣ୍ଡରେ ଆଣିପାରେ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସର ୧୦ଟି ଟିମ୍‌ ଗତ ୯ ତାରିଖ ସକାଳେ ପ୍ରତାପଙ୍କ ଭୁବନେଶ୍ୱରସ୍ଥିତ ଓପିଏଚ୍‌ଡବ୍ଲ୍ୟୁସି କାର୍ଯ୍ୟାଳୟ, ବାଲେଶ୍ୱର ସିମୁଳିଆସ୍ଥିତ ପୈତୃକ ଘର ସମେତ ୯ ସ୍ଥାନରେ ଚଢ଼ାଉ କରିଥିଲା। ଯାଞ୍ଚବେଳେ ପ୍ରତାପଙ୍କ ସମେତ ପରିବାର ସଦସ୍ୟଙ୍କ ନାମରେ ଅମାପ ସମ୍ପତ୍ତି ଥିବା ଜଣାପଡ଼ିଥିଲା। ୫ କୋଠା ସହ ୨୭ ଅସ୍ଥାବର ସମ୍ପତ୍ତି, ଘରୁ ନଗଦ ୩୮.୧୨ ଲକ୍ଷ ଟଙ୍କା, ପ୍ରତାପ ଓ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧ କୋଟି ୬୧ ଲକ୍ଷ ୩୫ ହଜାର ୮୧୨ ଟଙ୍କା, ୫୭ ଲକ୍ଷ ୭୨ ହଜାର ୧୫୦ ଟଙ୍କାର ବୀମାରାଶି ଜବତ କରିଥିଲା ଭିଜିଲାନ୍ସ। ପ୍ରତାପ ନିଜ ଆୟର ୧୦୨୧ ପ୍ରତିଶତ ଅଧିକ ଅର୍ଥାତ୍‌ ମୋଟ ୧୪.୮୭କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ସ୍ପଷ୍ଟ କରିଥିଲା। ଏହାପରେ ଭିଜିଲାନ୍ସ ଉଭୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିବା ସହ ସେମାନଙ୍କ ନାମରେ ଏକ ମାମଲା (ନଂ. ୩୪/୨୧) ରୁଜୁ କରିଥିଲା। ତେବେ ପ୍ରତାପ ଗିରଫ ହୋଇ ଜେଲ୍‌ ଯିବାପରେ ତାଙ୍କୁ ଚାକିରିରୁ ନିଲମ୍ବିନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri