Posted inରାଜ୍ୟ

ନିର୍ଭୟ ବଳାତ୍କାରୀ, ନିଷ୍କ୍ରିୟ ପୋଲିସ

ଅନୁଗୋଳ ଅଫିସ, ୨୨।୭: ଶିଳ୍ପ ସମୃଦ୍ଧ ଅନୁଗୋଳ ଏବେ ଅପରାଧୀଙ୍କ ଚରାଭୂଇଁ ପାଲଟିଛି। ଶିଶୁ ବଳାତ୍କାର ପରି ସଙ୍ଗିନ ଘଟଣା ବୃଦ୍ଧି ଏବେ ପୋଲିସ ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ଜାନୁୟାରୀ ୨୦ରେ ଅନୁଗୋଳ ଉପକଣ୍ଠ କାଙ୍ଗୁଲାରେ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ଲୋକଙ୍କ ମନରୁ ଲିଭି ନ ଥିବାବେଳେ ଏବେ ସ୍ଥାନୀୟ ବସ୍‌ଷ୍ଟାଣ୍ଡ ନିକଟ ଆହାର କେନ୍ଦ୍ର ପଛପାଖରେ ୮ ବର୍ଷୀୟା ନାବାଳିକା ଯୌନ ପିପାସୁଙ୍କ ଶିକାର ହୋଇଛନ୍ତି। ମାତ୍ର ୫ ଶହ ମିଟର ଦୂରରେ ଅନୁଗୋଳ ଥାନା ଥିଲେ ମଧ୍ୟ ଅପରାଧୀ ନିର୍ଭୟରେ ନାବାଳିକାଙ୍କୁ ଉଠାଇ ନେଇ ବଳାତ୍କାର କରିବା ଘଟଣାର ଗମ୍ଭୀରତାକୁ ପ୍ରକାଶ କରୁଛି। ପ୍ରତି ଛକରେ ପୋଲିସ କର୍ମଚାରୀଙ୍କୁ ନିୟୋଜିିତ କରାଯିବା ସହ ପାଟ୍ରୋଲିଂ ଭ୍ୟାନ ମଧ୍ୟ ସହରରେ ପଇଁତରା ମାରୁଛି। ହେଲେ ଅପରାଧ କମିବା ପରିବର୍ତ୍ତେ ଦିନକୁ ଦିନ ବଢୁଥିବାରୁ ଖାକିର ନିଷ୍କ୍ରିୟତା ପଦାରେ ପଡିଛି।

ବଳାତ୍କାର ପରେ ବି ଜାରି ଥିଲା ନିର୍ଯାତନା
ନାବାଳିକାଙ୍କୁ ଉଠାଇ ଆଣି ବଳାତ୍କାର କରିବା ପରେ ବି ଥମି ନ ଥିଲା ବଳାତ୍କାରୀଙ୍କ ନିର୍ଯାତନା। ଅଭିଯୁକ୍ତ ଅତି ନିର୍ଦ୍ଦୟ ଭାବେ ପୀଡିତାଙ୍କ ଶରୀରର ବିଭିନ୍ନ ସ୍ଥାନକୁ କ୍ଷତାକ୍ତ କରିଥିବା ଜଣାପଡିଛି। ଏଥିଯୋଗୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡିଥିଲା। ଅନୁଗୋଳ ମେଡିକାଲ ଡାକ୍ତରଙ୍କ ପାଇଁ ସ୍ଥିତି ଅସମ୍ଭାଳ ହେବାରୁ ପୀଡିତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।

ମା’ ଛେଉଣ୍ଡ ନାବାଳିକା
ବଳାତ୍କାରର ଶିକାର ହୋଇଥିବା ନାବାଳିକା ଜଣକ ମା’ ଛେଉଣ୍ଡ ବୋଲି ତାଙ୍କ ଜେଜେ ମା’ କହିଛନ୍ତି। ବାପା ସବୁବେଳେ କାମରେ ବ୍ୟସ୍ତ ରହୁଥିବାରୁ ଜେଜେ ମା’ଙ୍କ ସାଙ୍ଗରେ ଆସିବାକୁ ସେ ଜିଦ୍‌ ଧରିଥିଲେ। ତେଣୁ ଜେଜେ ମା’ ତାଙ୍କୁ ସାଥୀରେ ନେଇ ଆସିଥିଲେ। ହେଲେ ନାତୁଣୀ ସହ ଏପରି ଘଟଣା ଘଟିଯିବ ବୋଲି ସେ କେବେ ଭାବି ନ ଥିବା ଜେଜେ ମା’ କୋହଭରା କଣ୍ଠରେ କହିଛନ୍ତି। ତୁରନ୍ତ ଦୋଷୀକୁ ଦଣ୍ଡ ଦେବାକୁ ସେ ନେହୁରା ହୋଇଛନ୍ତି।

ଅଚଳ ଆହାରକେନ୍ଦ୍ର ସିସିଟିଭି
ବସଷ୍ଟାଣ୍ଡ ପାଖରେ ଥିବା ଆହାର କେନ୍ଦ୍ରରେ ସିସିଟିଭି ଲାଗିଥିଲେ ହେଁ ଏହା କିଛି ଦିନ ହେଲାଣି ଅଚଳ ହୋଇପଡିଛି। ଏ ବିଷୟରେ ଅପରାଧୀ ପୂର୍ବରୁ ଅବଗତ ଥିବାରୁ ସେହି ସ୍ଥାନକୁ ନିରାପଦ ଭାବି ଏହି ଅପରାଧ ଘଟାଇଥିବା କୁହାଯାଉଛି। ସିସିଟିଭି କାମ କରିଥିଲେ ପୋଲିସ ସହଜରେ ବଳାତ୍କାରୀଙ୍କୁ ଚିହ୍ନଟ କରିପାରିଥାଆନ୍ତା ବୋଲି କେତେଜଣ ସହରବାସୀ ପ୍ରକାଶ କରିଛନ୍ତିି।

ଖୋଜା ଚାଲିଛି ଚନ୍ଦା ମୁଣ୍ଡ, ଦାଢି ଥିବା ବ୍ୟକ୍ତି
ବଳାତ୍କାର କରିଥିବା ବ୍ୟକ୍ତି ଜଣକ ଚନ୍ଦା ଓ ମୁହଁରେ ଦାଢି ଥିବା ନାବାଳିକା ଜଣକ ପୋଲିସକୁ କହିବାକୁ ସାହସ କରିଥିଲେ। ଏପରିକି ଅପରାଧୀଙ୍କୁ ପୀଡିତା ଚିହ୍ନିଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଛି। ଅଭିଯୁକ୍ତ ଚିହ୍ନା ହୋଇଥିବାରୁ ନାବାଳିକାଙ୍କୁ ସେ ହତ୍ୟା ଉଦ୍ୟମ କରିଥିବା ପୋଲିସ ସନ୍ଦେହ କରୁଛି। ତେଣୁ ସେହି ଅଞ୍ଚଳର ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରି ସନ୍ଦେହ ହେଉଥିବା ଚନ୍ଦା ଓ ଦାଢି ଥିବା ବ୍ୟକ୍ତିଙ୍କୁ ଧରି ପଚରାଉଚରା କରିଥିବା ଦେଖିବାକୁ ମିଳିଥିଲା।

ଅସୁରକ୍ଷିତ ବସ୍ତିବାସିନ୍ଦା
କାମ ଅନୁସନ୍ଧାନରେ ବିଭିନ୍ନ ରାଜ୍ୟରୁ ଅନୁଗୋଳ ଆସି ଏଠାରେ ଅସ୍ଥାୟୀ ଭାବେ ବସ୍ତି କରି ଅସୁରକ୍ଷିତ ଭାବେ ରହୁଛନ୍ତି ଶ୍ରମିକ ଓ ସେମାନଙ୍କ ପରିବାର। ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନ କରି ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବାରୁ ଏଭଳି ଏକ ଘଟଣା ଘଟିଗଲା ବୋଲି ସହରବାସୀ ଅଭିଯୋଗ ଆଣିଛନ୍ତି। ଅନୁଗୋଳ ସହରରେ ଥିବା ବାଳସୁଧାର ଗୃହ ନିକଟରେ ଥିବା ପିଟିସିର ଖୋଲା ପଡ଼ିଆରେ ନାଗପୁରରୁ ବହୁ ଶ୍ରମିକ ଅସ୍ଥାୟୀ ଭାବେ ରହିଛନ୍ତି। ପୂର୍ବରୁ ମଧ୍ୟ କେତେଜଣ ଅସାମାଜିକ ବ୍ୟକ୍ତି ବସ୍ତି ଭିତରେ ପଶିଥିବା ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି।

ଦୋଷୀକୁ କଠୋର ଦଣ୍ଡ ଦାବି
ବଳାତ୍କାରୀଙ୍କୁ କଠୋର ଦଣ୍ଡ ବିଧାନ ପାଇଁ ଦାବି କରିଛି ଅଲ୍‌ ଇଣ୍ଡିଆ ଡେମୋକ୍ରାଟିକ୍‌ ୟୁଥ୍‌ ଅର୍ଗାନାଇଜେଶନ୍‌(ଏଆଇଡିୱାଇଓ) ଅନୁଗୋଳ ଜିଲା କମିଟି। ପୀଡିତା ଓ ତାଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ କମିଟି ପକ୍ଷରୁ ଏସ୍‌ଡିପିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସହରରେ ପାଟ୍ରୋଲିଂ କଡାକଡି କରାଯିବାକୁ ଡିୱାଇଓ ସଦସ୍ୟ ମାନସ ପାଳ, ବିଷ୍ଣୁ ସାହୁ, କୈଳାସ ସାହୁ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri