Posted inଖେଳ

ବିଶ୍ୱକପ୍‌ ଫାଇନାଲ ଟାଇ ହେଲେ ଚାମ୍ପିୟନ ନିର୍ଣ୍ଣୟ ଲାଗି ଦଳୀୟ ପଏଣ୍ଟକୁ ହିସାବକୁ ନିଆଯାଉ: ଚାପେଲ

ନୂଆଦିଲ୍ଲୀ,୨୨।୭(ପି.ଟି.)- ନିକଟରେ ଶେଷ ହୋଇଥିବା ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ଯେଉଁଭଳି ବିଜେତା ନିର୍ଣ୍ଣୟ ହେଲା, ତାହାକୁ ନାପସନ୍ଦ କରିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ଇଆନ ଚାପେଲ। ସେ କହିଛନ୍ତି ଯେ, ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଟାଇ ହେଲେ ଅଙ୍କ ତାଲିକାରେ ଦୁଇ ଦଳର ସ୍ଥାନ ଦ୍ୱାରା ଚାମ୍ପିୟନ ନିର୍ଣ୍ଣୟ କରାଯାଉ। ଏହା ଉଚିତ ବାଟ ହେବ। ଯଦି ଦୁଇ ଦଳର ଅଙ୍କ ସମାନ ରହିଲା, ତେବେ ନେଟ୍‌ ରନ୍‌ରେଟ୍‌ କିମ୍ବା ଫାଇନାଲିଷ୍ଟ ମଧ୍ୟରୁ ଲିଗ୍‌ ପର୍ଯ୍ୟାୟରେ ଅଧିକ ମ୍ୟାଚ୍‌ ଜିତିଥିବା ଦଳକୁ ଚାମ୍ପିୟନ ଘୋଷିତ କରାଯିବା ଉଚିତ। ଯଦି ସୁପର ଓଭର ଚାମ୍ପିୟନ ଦେଇ ନ ପାରୁଛି, ତେବେ ପଏଣ୍ଟ ଟେବୁଲ ଦ୍ୱାରା ବିଜେତା ନିର୍ଣ୍ଣୟ କରିବା ସବୁଠୁ କମ୍‌ ବିବାଦୀୟ ପ୍ରକ୍ରିୟା। ଏହି ନିୟମ ଭିତ୍ତିରେ ମଧ୍ୟ ଇଂଲଣ୍ଡ ଚାମ୍ପିୟନ ହୋଇଥାନ୍ତା। କାରଣ ଲିଗ୍‌ ପର୍ଯ୍ୟାୟରେ ଇଂଲଣ୍ଡ ସହଜରେ ନ୍ୟୁଜିଲାଣ୍ଡକୁ ହରାଇ ଦେଇଥିଲା ବୋଲି ଚାପେଲ କ୍ରିକେଟ ସମ୍ପର୍କିତ ଖବର ପ୍ରସାର କରୁଥିବା ଓ୍ବେବ୍‌ସାଇଟ୍‌ ଇଏସ୍‌ପିଏନ୍‌ କ୍ରିକଇନ୍‌ଫୋ ଲାଗି ଏକ କଲମରେ ଲେଖିଛନ୍ତି। ଉଲ୍ଲେଖଥାଉ କି, ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ସୁପର ଓଭର ଟାଇ ହେବା ପରେ ଆୟୋଜକ ଇଂଲଣ୍ଡ ଅପେକ୍ଷାକୃତ ଅଧିକ ବାଉଣ୍ଡାରୀ ମାରିଥିବାରୁ ଚାମ୍ପିୟନ ଘୋଷିତ ହୋଇଥିଲା। ଏହାକୁ ଭାରତୀୟ ଓପ୍‌ନର ରୋହିତ ଶର୍ମାଙ୍କ ସମେତ ଗୌତମ ଗମ୍ଭୀର ଓ ଯୁବରାଜ ସିଂଙ୍କ ଭଳି ପୂର୍ବତନ ଖେଳାଳି ମଧ୍ୟ ସମାଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ ବଦଳରେ କାର୍‌ ଏକ୍ସିଲେଟର ଦବାଇ ଦେଲେ ମହିଳା: ଆଉ ତା’ପରେ ଘଟିଗଲା…

ନୋଏଡା,୮।୭: ଗ୍ରେଟର ନୋଏଡା ପଶ୍ଚିମର ବିସରାଖ ପୋଲିସ ଷ୍ଟେଶନ ଅଞ୍ଚଳର ପଞ୍ଚଶୀଳ ଗ୍ରୀନ-୨ ସୋସାଇଟି ବାହାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି। ରିପୋର୍ଟ…

ପ୍ରଧାନଶିକ୍ଷକ ମାଗୁଛନ୍ତି ଫେବର: ଡିଡବ୍ଲ୍ୟୁଓଙ୍କୁ ଅଭିଯୋଗ

ଭବାନୀପାଟଣା,୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁରର ଏକ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସ୍କୁଲର ମେଟ୍ରନ ଓ ୨ ଏଲ୍‌ସିସିଏଙ୍କୁ…

ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଧୋନୀଙ୍କୁ ଘେରିଗଲେ ପ୍ରଶଂସକ: ଜାଣନ୍ତୁ କାହିଁକି

ଟ୍ରେଣ୍ଟ ବ୍ରିଜ,୮।୭: ଟ୍ରେଣ୍ଟ ବ୍ରିଜରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆକୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ…

୧୧ ବର୍ଷର ନାବାଳିକାକୁ ବଳାତ୍କାର ପରେ ହତ୍ୟା ମାମଲାର ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ

କୋଲକାତା,୮।୭: ପଶ୍ଚିମବଙ୍ଗ ବାରୁଇପୁର ବଳାତ୍କାର ଏବଂ ହତ୍ୟା ମାମଲାର ଅଭିଯୁକ୍ତ ପ୍ରଭାସ ମଣ୍ଡଳ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ସୋମବାର ବେଙ୍ଗଲ ପୋଲିସ ତାଙ୍କୁ ଗିରଫ କରିଥିଲା।…

ଚାରନାଳିଆରେ ବଢୁଛି ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଆଲୋକ ବ୍ୟବସ୍ଥା ଦାବି କରି…

ବଞ୍ଚୋ,୮ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଚାରନାଳିଆ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଅଁରା଼…

ଦୁର୍ଘଟଣାଗ୍ରସ୍ତ ହେଲା ନା ଅନ୍ୟ କିଛି? କରାଚୀ ନିକଟରେ ମଝି ଆକାଶରେ ନିଖୋଜ ହୋଇଗଲା ପାକିସ୍ତାନୀ ବିମାନ

କରାଚୀ,୮।୭: ଏକ ପାକିସ୍ତାନୀ ମାଲବାହୀ ବିମାନ ମଙ୍ଗଳବାର (୭ ଜୁଲାଇ) ଦିନ ମଧ୍ୟ ଆକାଶରେ ନିଖୋଜ ହୋଇଗଲା। ମାଲବାହୀ କମ୍ପାନୀ K2 ଏୟାରୱେଜ ଦ୍ୱାରା ପରିଚାଳିତ ଏହି…

ମୁଁ ମେଲୋନିଙ୍କୁ ପସନ୍ଦ କରେ: କହୁ କହୁ ଏମିତି କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୮।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ପ୍ରଶଂସା କରିଛନ୍ତି। ଆଙ୍କାରା ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଇଟାଲୀ ନେତାଙ୍କୁ ଜଣେ ‘ଭଲ…

୧୬ରେ ଶ୍ରୀଗୁଣ୍ଡିଚା ରଥଯାତ୍ରା: ଗଞ୍ଜାମରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

ଗଞ୍ଜାମ,୮।୭(ବିଦ୍ୟାଧର ସାହୁ ): ଆସନ୍ତା ସପ୍ତାହ ତଥା ଜୁଲାଇ ୧୬ରେ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା । ପ୍ରତିବର୍ଷ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଘୋଷଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri