Posted inରାଜ୍ୟ

ନିମ୍ନମାନର ପିଏମ୍‌ଜିଏସ୍‌ଓ୍ବାଇ ରାସ୍ତା

ଭୁବନେଶ୍ୱର,୧୭।୭(ବ୍ୟୁରୋ): ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତା ଅତ୍ୟନ୍ତ ନିମ୍ନମାନର। ନିର୍ମାଣ ସମୟରେ ରାସ୍ତାର ମାନ ଠିକ୍‌ ରହୁ ନ ଥିବାରୁ ଶୀଘ୍ର ନଷ୍ଟ ହୋଇଯାଉଛି। ଠିକାଦାର କିମ୍ବା ଯନ୍ତ୍ରୀଙ୍କ ବିରୋଧରେ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ରାସ୍ତା କାମ ପାଇଁ କାର୍ଯ୍ୟାଦେଶ ହୋଇଥିଲେ ମଧ୍ୟ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଏହା ଆରମ୍ଭ ହେଉନାହିଁ। କଣ୍ଟ୍ରାକ୍ଟରମାନେ ଇଣ୍ଡିଆନ୍‌ ଅଏଲ(ଭାରତୀୟ ତୈଳ କମ୍ପାନୀ)ରୁ ପିଚୁ ନ ଆଣି ଶସ୍ତାରେ ବିଶାଖାପାଟଣା ଏବଂ ରାୟପୁରରୁ ପିଚୁ ଆଣି ପକାଉଥିବାରୁ ଏହାର ମାନ ଖରାପ ହେଉଛି। ସରକାର ଏ ଦିଗରେ ଧ୍ୟାନ ଦେଉନାହାନ୍ତି। ଏହାକୁ ନେଇ ଉଭୟ ଶାସକ ଏବଂ ବିରୋଧୀ ଦଳ ସଦସ୍ୟମାନେ ଗୃହରେ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା(ପିଏମ୍‌ଜିଏସ୍‌ଓ୍ବାଇ)ରେ ନିର୍ମାଣ ହୋଇଥିବା ରାସ୍ତାଗୁଡ଼ିକର ଶୀଘ୍ର ମରାମତି ପାଇଁ ଦାବି କରିଥିଲେ। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ମୂଳ ପ୍ରଶ୍ନରେ କହିଥିଲେ ଯେ, ରକ୍ଷଣାବେକ୍ଷଣ ନ ହେବା ଓ ନିମ୍ନମାନର କାର୍ଯ୍ୟ ଯୋଗୁ ରାସ୍ତା ନଷ୍ଟ ହୋଇଯାଉଛି। ଏହାର ମରାମତି ପାଇଁ କି ପଦକ୍ଷେପ ନିଆଯାଇଛି। ଏଥିପାଇଁ ଦାୟୀ ଠିକାଦାର ଏବଂ ଯନ୍ତ୍ରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଧାୟକ ନୃସିଂହ ସାହୁ, ମହୀଧର ରଣା, ବିଷ୍ଣୁ ଚରଣ ସେଠୀ, ପ୍ରଦୀପ ମହାରଥୀ, ମୀନାକ୍ଷୀ ମହନ୍ତ, ଭାସ୍କର ମଢ଼େଇ, ନାଉରୀ ନାୟକ, ମୁକେଶ ପାଲ ଏବଂ ସନ୍ତୋଷ ସିଂ ସାଲୁଜା ପ୍ରମୁଖ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତାର ଗୁଣବତ୍ତା ନେଇ ପ୍ରଶ୍ନ ଉଠାଇଥିଲେ। ଏହି ରାସ୍ତାଗୁଡ଼ିକ ନଷ୍ଟ ହୋଇଯାଇଥିବାରୁ ତୁରନ୍ତ ସରକାର ଏ ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ଶେଷ ହେବା ପରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଠିକାଦାରମାନେ ରକ୍ଷଣାବେକ୍ଷଣ କରିବେ। ଏହି ଯୋଜନାରେ ଏ ପର୍ଯ୍ୟନ୍ତ ରାଜ୍ୟରେ ୫୫୦୬୩.୪୪ କିମି ଦୈଘ୍ୟର ରାସ୍ତା ନିର୍ମାଣ ହୋଇଛି। ଗତ ୫ ବର୍ଷ ମଧ୍ୟରେ ୨୨୩୧୮ କିମି ରାସ୍ତା ଠିକାଦାରଙ୍କ ଦ୍ୱାରା ରକ୍ଷଣାବେକ୍ଷଣ କରାଯାଇଛି। ବେଳେବେଳେ ଠିକାଦାରମାନେ କାର୍ଯ୍ୟରେ ଅବହେଳା କରିବା ସରକାରଙ୍କ ଦୃଷ୍ଟିକୁ ଆସିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବର୍ତ୍ତମାନ ସୁଦ୍ଧା କାର୍ଯ୍ୟରେ ଅବହେଳା କରିଥିବା ଠିକାଦାରଙ୍କ ସିକ୍ୟୁରିଟି ଟଙ୍କାରୁ ୧.୭୧କୋଟି ଟଙ୍କା ଆଦାୟ କରାଯାଇଛି। ରାସ୍ତାର ଗୁଣବତ୍ତା ଯାଞ୍ଚ କରିବା ଲାଗି ତ୍ରିସ୍ତରୀୟ ବ୍ୟବସ୍ଥା ରହିଛି। ପ୍ରଥମ ସ୍ତରରେ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ମଣ୍ଡଳ ଅଧୀକ୍ଷଣ ଯନ୍ତ୍ରୀ ରାସ୍ତାର ଗୁଣବତ୍ତା ଯାଞ୍ଚ କରିଥାନ୍ତି। ଦ୍ୱିତୀୟ ସ୍ତରରେ ରାସ୍ତାର ଗୁଣବତ୍ତା ଯାଞ୍ଚ କରିବା ଲାଗି ୫୧ଜଣ ଅଭିଜ୍ଞ ଇଞ୍ଜିନିୟରଙ୍କୁ ନେଇ ଷ୍ଟେଟ୍‌ କ୍ୱାଲିଟି ମନିଟରିଂ ଭାବେ ନିଯୁକ୍ତି ଦିଆଯାଇଛି। ଏହାଛଡ଼ା ତୃତୀୟସ୍ତରରେ ଭାରତ ସରକାରଙ୍କ ଦ୍ୱାରା ନିୟୋଜିତ ଗୁଣବତ୍ତା ନିରୀକ୍ଷକଙ୍କୁ ରାସ୍ତାର ମାନ ଯାଞ୍ଚ କରିବା ଲାଗି କେନ୍ଦ୍ର ସରକାର ପଠାଇଥାନ୍ତି। ଏଥିଯୋଗୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଗୁଣବତ୍ତା ବଜାୟ ରଖାଯାଉଛି। ରାସ୍ତା ନିର୍ମାଣ ଯଦି ୫ ବର୍ଷ ମଧ୍ୟରେ ଖରାପ ହେଲା ସମ୍ପୃକ୍ତ ଠିକାଦାର ନିଜସ୍ବ ଅର୍ଥରେ ଏହାର ପୁନଃନିର୍ମାଣ କରିବା ବ୍ୟବସ୍ଥା ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ପିଏମ୍‌ଜିଏସ୍‌ଓ୍ବାଇ ରାସ୍ତା ନିର୍ମାଣକୁ ନେଇ ସଦସ୍ୟମାନଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି ବାଚସ୍ପତି ଆସନ୍ତା ୭ଦିନ ମଧ୍ୟରେ ପଦକ୍ଷେପ ନେବା ଲାଗି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri