ନିମ୍ନମାନର ଛତୁଆ ଯୋଗାଣ ପ୍ରସଙ୍ଗ: ତଦନ୍ତ ରିପୋର୍ଟକୁ ଅପେକ୍ଷା, ନୋଟିସ୍‌ ଜାରି

ଛତ୍ରପୁର,୧୮ା୧୨(ଡି.ଏନ.ଏ)- ବେଗୁନିଆପଡ଼ା ବ୍ଲକର ଗର୍ଭବତୀ, ଶିଶୁଙ୍କୁ ନିମ୍ନମାନର ଛତୁଆ ଯୋଗାଣ ଅଭିଯୋଗ ଘଟଣା ଭିନ୍ନମୋଡ ନେଇଛି। ଜିଲାପାଳଙ୍କ ନିର୍ଦ୍ଦେଶରେ ଗଠିତ କମିଟି ବେଗୁନିଆପଡା ବ୍ଲକକୁ ଛତୁଆ ଯୋଗାଣ ଦାୟିତ୍ୱ ଦିଆଯାଇଥିବା ଖଲ୍ଲିକୋଟ ବ୍ଲକର ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚଜି)ର ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ଯାଇ ତଦନ୍ତ କରିଛନ୍ତି। ତେବେ ଉକ୍ତ କମିଟି ଏ ଯାଏ ରିପୋର୍ଟ ଦାଖଲ କରିନି। ରିପୋର୍ଟ ଦାଖଲ ପରେ ଜିଲାପାଳ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହାକୁ ଅପେକ୍ଷା କରାଯାଇଛି। ଅନ୍ୟପକ୍ଷରେ କମିଟି ତଦନ୍ତ କରୁଥିବା ବେଳେ ଉକ୍ତ ଏସଏଚଜି ପକ୍ଷରୁ ଷ୍ଟୋରରୁମ୍‌କୁ ଦେଖାଯାଇ ନ ଥିବା ଜଣାପଡିଛି। ଯାଞ୍ଚ କମିଟିରେ ଆସିକା, ହିଞ୍ଜିଳି, ଛତ୍ରପୁର, ପୁରୁଷୋତ୍ତମପୁର ଓ ଭଞ୍ଜନଗର ସିଡିପିଓ ପ୍ରମୁଖ ଥିଲୋ ଜିଲାପାଳଙ୍କ ନିର୍ଦ୍ଦେଶରେ ଉକ୍ତ ଏସଏଚଜିକୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ସୂଚନାଯୋଗ୍ୟ, ନଭେମ୍ବର ୪ ତାରିଖରେ ରାଜ୍ୟ ବିଧାନସଭା ଗୃହ କମିଟି (ମହିଳା ଓ ଶିଶୁ କଲ୍ୟାଣ) ୨ ଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସି ବିଭିନ୍ନ ବ୍ଲକର ଅଙ୍ଗନୱାଡି କେନ୍ଦ୍ର ଓ ଛତୁଆ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କରିଥିଲେ। ପରେ ନଭେମ୍ବର ୫ରେ କମିଟିର ଅଧ୍ୟକ୍ଷା ତଥା ଚିକିଟି ବିଧାୟିକା ଉଷାଦେବୀ ଏବଂ ଅନ୍ୟ ବିଧାୟିକାମାନେ ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ସମୀକ୍ଷା ବୈଠକ କରିଥିଲେ। ବେଗୁନିଆପଡା ବ୍ଲକକୁ ଖଲ୍ଲିକୋଟ ବ୍ଲକର ଦାୟିତ୍ୱରେ ଥିବା ମହିଳା ସଂଘ ଛତୁଆ ଯୋଗାଉଛି। ଯାହାକି ଅତ୍ୟନ୍ତ ନିମ୍ନମାନର ବୋଲି କମିଟି କହିବା ସହ ଉକ୍ତ ଛତୁଆର ନମୁନା ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଜିଲାପାଳ ଉକ୍ତ ଛତୁଆ ଖାଇବା ପରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri