ନିମ୍ନମାନର କାର୍ଯ୍ୟ : ଗହୀର ମଝିରେ ଭାଙ୍ଗିପଡ଼ିଲା ୮ ବିଦ୍ୟୁତ୍‌ ଖୁଣ୍ଟ

ବାଲିଆ,୨୭।୭: ଫନୀ ବାତ୍ୟା ପରେ ବିଦ୍ୟୁତ୍‌ ଖୁଣ୍ଟ, ତାର ଆଦି ପୁନରୁଦ୍ଧାର ଓ ମରାମତି କାର୍ଯ୍ୟ କିପରି ନିମ୍ନମାନର ହୋଇଛି ତାହାର ଉଦାହରଣ ଦେଖିବାକୁ ମିଳିଛି ରଘୁନାଥପୁର ବିଦ୍ୟୁତ୍‌ ସେକ୍ସନ ଅଧୀନ ମାଣପୁରରେ। ଏହି ଗଁାର ଗହୀର ମଝିରେ ୧୧ କେଭି ବିଦ୍ୟୁତ୍‌ ତାର ଯାଇଥିବା ୮ଟି ଖୁଣ୍ଟ ଭାଙ୍ଗିଯାଇଛି। ଏଥିସହ ତାରଗୁଡିକ ଛିଣ୍ଡି ଏଣେତେଣେ ପଡିଛି। ଫଳରେ ୨ଦିନ ହେଲା ବିରିଡ଼ି ବ୍ଲକର ଅରଣା, ମାଳିଅଞ୍ଚ, ଗୋଠପଦା, ପାଇକରାବାଟି, ବଡ଼ଖଣ୍ଡାୟତା, ବେଲେଶ୍ୱରପୁର, ଗଡମା ବଜାର ସମେତ କଟକ ସଦର ବ୍ଲକର ବୋଧପୁର, ପାଇକଣ, ନାନପୁର, ମାଣପୁର, ସରପୁର, ସିଉଳି ଆଦି ମୌଜା ଅନ୍ଧାରରେ ରହିଛି। ଏହାକୁ ନେଇ ସାଧାରଣରେ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଛି। ନିମ୍ନମାନର କାର୍ଯ୍ୟ କରାଯାଇଥିବାରୁ ଏ ବାବଦରେ ଲକ୍ଷାଧିକ ଟଙ୍କା ପାଣିରେ ପଡିଥିବା ଅଭିଯୋଗ ହେଉଛି। ପ୍ରକାଶ ଯେ, ସେସୁ ପକ୍ଷରୁ ଠିକାଦାର ନିଯୁକ୍ତ କରାଯାଇ ବାତ୍ୟା ପରେ ଉକ୍ତ ଅଞ୍ଚଳରେ ଖୁଣ୍ଟ ପକାଯାଇ ୧୧ କେଭି ତାର ଟଣାଯାଇଥିଲା। ମାତ୍ର ଖୁଣ୍ଟ ପୋତାଯିବା ବେଳେ ଠିକାଦାର, ଯନ୍ତ୍ରୀ ଓ ଅଧିକାରୀଙ୍କ ସଲାସୁତରା ଯୋଗୁ ଠିକ୍‌ ଭାବେ କାର୍ଯ୍ୟ ହୋଇ ନ ଥିବା ଅଭିଯୋଗ ହୋଇଛି। ଅଳ୍ପ ଗାତ ଖୋଳି ଖୁଣ୍ଟ ପୋତାଯାଇଥିବା ବେଳେ ଖୁଣ୍ଟ ମୂଳ ଢଳେଇ କରାଯାଇ ନ ଥିଲା। ବେପରୁଆ ଭାବେ ଏଭଳି କାର୍ଯ୍ୟ କରାଯାଇଥିବାରୁ ଏଭଳି ଅବସ୍ଥା ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଭଙ୍ଗା ଖୁଣ୍ଟଗୁଡିକ ଗହିର ମଧ୍ୟରେ ପଡିରହିଥିବା ବେଳେ ପୁଣି ଥରେ ବିଭାଗ ପକ୍ଷରୁ ଅନ୍ୟ ଜଣେ ଠିକାଦାରଙ୍କୁ ଧରି ଅଲଗା ବାଟ ଦେଇ ୧୧ କେଭି ତାର ଟାଣିବାକୁ ଉଦ୍ୟମ ଚାଲିଛି। ତେବେ ନୂତନ ଭାବେ ପୋତାଯାଉଥିବା ଖୁଣ୍ଟର ସ୍ଥାୟୀତ୍ୱକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। କାରଣ ଏହି ଖୁଣ୍ଟ ମଧ୍ୟ ଠିକ୍‌ ଭାବେ ପୋତାଯାଉ ନାହିଁ କି ମୂଳ ଢଳେଇ କରାଯାଉନାହିଁ। ଏ ସମ୍ପର୍କରେ ରଘୁନାଥପୁର ସେସୁ କନିଷ୍ଠ ଯନ୍ତ୍ରୀ ଭବାନି ପ୍ରସାଦ ମହାନ୍ତିଙ୍କୁ ପଚାରିବାରୁ ସେ କହିଲେ ଯେଉଁ ବାଟ ଦେଇ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା ବର୍ଷା ଯୋଗୁ ସେ ବାଟେ ବିଦ୍ୟୁତ ତାର ଟାଣିବା ସମ୍ଭବ ହେଉନାହିଁ। ତେଣୁ ବାଧ୍ୟହୋଇ କଟକ ପାରାଦୀପ ରାସ୍ତା କଡରେ ଖୁଣ୍ଟ ପକାଇ ବିଦ୍ୟୁତ୍‌ ସଂଯୋଗ ଦେବାକୁ ଯୋଜନା କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

୧୩ ବଖରା ଭସ୍ମୀଭୂତ

ନୂଆଗାଁ,୨୧।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମରେ ଶନିବାର ନିଆଁ ଲାଗି ୧୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନମାନେ...

ଚନ୍ଦନ ପୋଖରୀରେ ପଦ୍ମ,କଇଁ ଫୁଟିବ

ଖଣ୍ଡପଡ଼ା,୨୧ା୪(ଅଜୟ କୁମାର ମହାରଣା)ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀର ନବୀକରଣ କାର୍ଯ୍ୟ ସହ ପଙ୍କ ଉଦ୍ଧାର କାମ ସରିଛି। କାମ ସରିବା ପରେ ପାଣି ଭରି ଦିଆଯାଇଛି।...

ଆଚରଣ ବିଧି ସମୟରେ ଚାଲିଛି ନିଯୁକ୍ତି

ନୟାଗଡ଼,୨୧।୪(ଲୋକନାଥ ମିଶ୍ର)ନିର୍ବାଚନ ଆଚରଣ ବିଧି ଲାଗୁ ପରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସରଳୟ(ଡିଏଚ୍‌ଏଚ୍‌)ରେ ନିଯୁକ୍ତି ହେଉଥିବା ଅଭିଯୋଗ ହୋଇଛି। ପୁଣି ଜିଲାପାଳଙ୍କ ଅଧ୍ୟକ୍ଷତାରେ ବଦଳି କମିଟି...

ସରକାରୀ କଟକଣା ମାନୁନାହାନ୍ତି ଅଧିକାରୀ

ଓଡ଼ଗାଁ,୨୧ା୪ (ଆଦର୍ଶ କୁମାର ପଟ୍ଟନାୟକ)ସକାଳ ୮ଟାରୁ ପ୍ରଚଣ୍ତ ଖରାରେ ସିଝୁଛି ସାରା ଓଡ଼ିଶା। ଏଥିରୁ ନୟାଗଡ଼ ଜିଲା ଓଡ଼ଗାଁ ବାଦ ଯାଇନି। ଏପଟେ ରାଜ୍ୟ ସରକାର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପ୍ରାର୍ଥୀ ଚୟନରେ ବିଳମ୍ବ, ଫାଇଦା ଉଠାଉଛି ଭାଜପା

ନୟାଗଡ଼/ଭାପୁର,୧୮।୪(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ନୟାଗଡ଼ ଜିଲାର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରିନି। ଏଠାରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦେଉ ନ ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri