ନିମ୍ନମାନର କାର୍ଯ୍ୟକୁ ବିରୋଧ କଲେ ଗ୍ରାମବାସୀ

ବଡସାହି,୧୧ା୧(ସ୍ବ.ପ୍ର.)-ବଡ଼ସାହି ବ୍ଲକ ଅଧୀନ ଭୀମଦା ପଞ୍ଚାୟତ ଚେଙ୍ଗୁଆ-ମଙ୍ଗଳପୁର ଗ୍ରାମରେ ଚାଲିଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମାଣାଧୀନ ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମାଟି ଉପରେ ପିଚୁ ପକାଇ ରାସ୍ତା ତିଆରି କରୁଥିବା ଦେଖି ଗ୍ରାମବାସୀ କାର୍ଯ୍ୟଟିକୁ ବନ୍ଦ କରି ଏ ସଂକ୍ରାନ୍ତରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ, ନିର୍ବାହୀ ଯନ୍ତ୍ରୀ ଓ ସହକାରୀଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ରାସ୍ତା କାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ ପୁନର୍ବାର ଏହାକୁ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ଗ୍ରାମ୍ୟ ଉନ୍ନୟନ ବିଭାଗ ଆନୁକୂଲ୍ୟରେ ବ୍ଲକର ଭୀମଦା ପଞ୍ଚାୟତ ନୂଆହାଟ ଆର୍‌ଡି ରାସ୍ତାଠାରୁ ଚେଙ୍ଗୁଆ-ମଙ୍ଗଳପୁର ଗ୍ରାମ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ରାସ୍ତା ନିର୍ମାଣ ଚାଲିଛି । ୯୨ଲକ୍ଷ ୯୭ହଜାର ୮ଶହ ଟଙ୍କା ଅଟକଳରେ ନିର୍ମାଣ ହେବାକୁ ଥିବା ଅଢେଇ କି.ମି. ରାସ୍ତା କାର୍ଯ୍ୟ ମେ ୨୦୧୮ରେ ଆରମ୍ଭ ହୋଇଛି ା ଫେବୃୟାରୀ ୨୦୧୯ରେ କାର୍ଯ୍ୟ ଶେଷ ହେବାକୁ ଥିବା ବେଳେ ଅଦ୍ୟାବଧି ତାହା ସମ୍ପୂର୍ଣ୍ଣ ହୋଇପାରି ନାହିଁ ା ୫ବର୍ଷ ପର୍ଯ୍ୟନ୍ତ ଠିକାଦାରଙ୍କ ଦ୍ୱାରା ନିର୍ଭରତା ଅବଧି ରହିଥିବା ବେଳେ ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ରାସ୍ତାରୁ ପିଚୁ ଉଠି ଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ମାଟି ଉପରେ ପିଚୁ ପକା ଯାଇଥିବା ଅଭିଯୋଗରେ ଦର୍ଶାଯାଇଛି ା ଠିକାଦାରଙ୍କ ଏପରି ଖାମଖିଆଲି ନୀତି ଯୋଗୁ ସରକାରଙ୍କ କୋଟି କୋଟି ଟଙ୍କାର ଯୋଜନାର ସଫଳ ରୂପାୟନ ହୋଇପାରୁ ନାହିଁ। ବିଭାଗୀୟ ଅଧିକାରୀମାନେ କାର୍ଯ୍ୟସ୍ଥଳକୁ ଆସୁ ନ ଥିବାରୁ ଏପରି କାର୍ଯ୍ୟ କରାଯାଉଥିବା ନାଏବ ସରପଞ୍ଚ ବଳରାମ ମହାଳିକ କହିଛନ୍ତି। ସେହିପରି ରାସ୍ତା ନିର୍ମାଣରେ ବ୍ୟବହାର ହେଉଥିବା ମାଟି, ମୋରମ, ମେଟାଲ, ଚିପ୍ସ ଆବଶ୍ୟକ ପରିମାଣର ପଡି ନ ଥିବାରୁ ପିଚୁ ରାସ୍ତାଟି ନଷ୍ଟ ହେବାକୁ ଯାଉଛି ବୋଲି ହେମନ୍ତ କୁମାର ମହାରଣା, ସୋମନାଥ ବେହେରା, ଦିଲୀପ ପ୍ରଧାନ କହିଛନ୍ତି। ଥଣ୍ଡା ପିଚୁରେ ଉକ୍ତ ରାସ୍ତା ନିର୍ମାଣ ହେବାର ନିୟମ ରହିଛି ା ତେବେ ଅଦିନିଆ ବର୍ଷା ସହିତ କୋହଲା ପାଗ ଓ ପିଚୁ ନିର୍ମାଣ ପରେ ଭାରିଯାନ ଚଳପ୍ରଚଳ କରୁଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ା ଖୁବଶୀଘ୍ର ଏହାର ତଦନ୍ତ କରାଯାଇ ଠିକ କାର୍ଯ୍ୟ କରାଯିବ ବୋଲି ସହକାରୀଯନ୍ତ୍ରୀ ରାଜେଶ ପ୍ରଧାନ କହିଛନ୍ତି ା ନିର୍ମାଣ ହୋଇଥିବା ରାସ୍ତାର ପୁନଃ ମରାମତି କରା ନ ଗଲେ ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ମୋରଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀଙ୍କ ପ୍ରତି ଛୁଟୁଛି ବିଦ୍ରୋହର ସୁଅ: ଦଳରୁ ଇସ୍ତଫା ଦେଲେ ସାଧାରଣ ସମ୍ପାଦକ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ...

ଅଣାୟତ୍ତ ଶିମିଳିପାଳ ନିଆଁ

ବାରିପଦା,୨୨ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଅଣାୟତ୍ତ ହେବାରେ ଲାଗିଛି। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍‌ ଓ ବଫର ଅଞ୍ଚଳରେ ନିଆଁ...

ଜିଲ୍ଲା ପରିଷଦଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯ କୋଟି ଟଙ୍କା ଗାଏବ

ମୟୁରଭଞ୍ଜ,୨୧।୪: ମୟୂରଭଞ୍ଜ ଜିଲାର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ଜିଲା ପରିଷଦ ଆକାଉଣ୍ଟରୁ ୯ କୋଟିରୁ ଅଧିକ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି।...

ଖାଲି ପାଦରେ ପ୍ରଚାର କଲେ ପ୍ରାର୍ଥୀ

ଉଦଳା, ୨୧ା୪ (ସନ୍ତୋଷ କୁମାର ବାଚ୍ଛିନୀ): ଉଦଳା ବିଧାନସଭା ଆସନ ଲାଗି ୩୪ବର୍ଷ ପରେ କଂଗ୍ରେସରୁ ଟିକେଟ ପାଇଛନ୍ତି ଦୁର୍ଗାଚରଣ ଟୁଡୁ । ମଇଦାନରେ ଭୋଟରମାନଙ୍କୁ...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ବିଜେଡି ପ୍ରାର୍ଥୀ ଚୟନକୁ ନେଇ ଛିଡୁନି ଅଙ୍କ

ବାଙ୍ଗିରିପୋଷି,୧୭ା୪(ସଞ୍ଜୟ କୁମାର ଅଗ୍ରୱାଲା):ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ୩୦...

କେନ୍ଦ୍ରମନ୍ତ୍ରୀଙ୍କୁ ଟିକେଟ୍‌ ଦେଲାନି ଭାଜପା: ପଛରେ ରହିଛି ଏଭଳି କାରଣ

ବାରିପଦା,୧୭ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବିବାଦୀୟ ମନ୍ତବ୍ୟ, ଅଶୋଭନୀୟ ଆଚରଣ ସମେତ କାର୍ଯ୍ୟଦକ୍ଷତାର ମାପକାଠିକୁ ଆଧାରକରି ଭାଜପା ଚଳିତ ନିର୍ବାଚନରେ କେତେଜଣ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରାର୍ଥୀ ତାଲିକାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri