ନିମାପଡ଼ା: ବିଦ୍ୟୁତ୍‌ ଯନ୍ତ୍ରଣାର ଅନ୍ତ ଘଟୁନି

ନିମାପଡ଼ା,୨୩।୭(ଡି.ଏନ୍‌.ଏ.): ଗତ ମେ’ ୩ ତାରିଖରେ ହୋଇଥିବା ବାତ୍ୟା ଫନୀରେ ପୁରୀ ଜିଲା ନିମାପଡ଼ା ବିଦ୍ୟୁତ୍‌ ଡିଭିଜନର ୨୫ହଜାରରୁ ଊର୍ଦ୍ଧ୍ୱ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିରୁଜି ଯାଇଥିବାବେଳେ ୧ହଜାରରୁ ଊର୍ଦ୍ଧ୍ୱ ଟ୍ରାନ୍ସଫରମର, ୧୨ଟି ଉଚ୍ଚ କ୍ଷମତାସମ୍ପନ୍ନ ଟାଓ୍ବାର କ୍ଷତିଗ୍ରସ୍ତ ହୋଇଥିଲା। ୧ଲକ୍ଷ ୮୦ହଜାର ଉପଭୋକ୍ତା ପ୍ରଭାବିତ ହୋଇଥିଲେ। ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି ନିମାପଡ଼ା, ଗୋପ, କାକଟପୁର, ଅସ୍ତରଙ୍ଗ ବ୍ଲକ ଅଞ୍ଚଳର ଲୋକେ ବିଦ୍ୟୁତ୍‌ ଅଭାବରୁ ଗରମ, ଗୁଳୁୁଗୁଳିରେ ଛଟପଟ ହେବା ସାଙ୍ଗକୁ ଅନ୍ଧକାରରେ ରହିଲେ। ଏବେ ବି ବିଦ୍ୟୁତ୍‌ ଯୋଗାଣ ସ୍ବାଭାବିକ ହୋଇପାରିନାହିଁ। କେତେକ ଆଭ୍ୟନ୍ତରୀଣ ଛୋଟ ଗ୍ରାମକୁ ବିଦ୍ୟୁତ୍‌ ପହଞ୍ଚତ୍ ନ ଥିବା କୁହାଯାଉଛି। ବିଶେଷ କରି ଚାଷୀମାନଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। କାରଣ ନିମାପଡ଼ା ବ୍ଲକର ଧନୁଅଁା ଗ୍ରାମ ପଞ୍ଚାୟତ ଦେଖେତା, ବରିହାପଡା, ଆଙ୍କୁଶୁପୁର ଗ୍ରାମ ସମେତ ଆଉ କେତେକ ପଞ୍ଚାୟତର ଉଠା ଜଳସେଚନ ପଏଣ୍ଟକୁ ବିଦ୍ୟୁତ୍‌ ପୁନଃସଂଯୋଗ ହୋଇପାରିଲା ନାହିଁ। ଫଳରେ ଚାଷ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥିବା ଚାଷୀ ବିଷ୍ଣୁଚରଣ ପରିଡା, ଜୟନ୍ତ ସ୍ବାଇଁ, ପ୍ରଦ୍ୟୁମ୍ନ ସ୍ବାଇଁ ପ୍ରମୁଖ ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ନିଆଣ୍ଟିଆ ବର୍ଷା ଅନ୍ୟ ପଟେ ବିଦ୍ୟୁତ୍‌ ଅଭାବ ଯୋଗୁ ଚାଷ ଜମିକୁ ପାଣି ମିଳିପାରୁନାହିଁ। ଏବେ ଚାଷ ସମୟରେ ଜମି ଫାଟି ଅଁା କରିଲାଣି। ଅନ୍ୟପକ୍ଷରେ ଗ୍ରାମଗୁଡ଼ିକୁ ବିଦ୍ୟୁତ୍‌ ପୁନଃ ସଂଯୋଗ ହୋଇଥିଲେ ମଧ୍ୟ ବାରମ୍ବାର ବିଦ୍ୟୁତ୍‌ କଟିଯାଉଛି। ଫଳରେ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରି ବିଦ୍ୟୁତ୍‌ ବିଭାଗର ଆନ୍ତରିକତାହୀନ କାର୍ଯ୍ୟକୁ ଦାୟୀ କରୁଛନ୍ତି। କାରଣ ବାତ୍ୟା ପରେ ବିଦ୍ୟୁତ୍‌ ପୁନରୁଦ୍ଧାର କାର୍ଯ୍ୟରେ ୪ହଜାର କର୍ମଚାରୀ ନିୟୋଜିତ ହୋଇଥିଲେ। ତନ୍ମଧ୍ୟରୁ ରାଜସ୍ଥାନ, ଗୁଜରାଟ, ଆନ୍ଧ୍ରପ୍ରଦେଶ, ବିହାର, ଝାଡଖଣ୍ଡ ଆଦି ରାଜ୍ୟର ପ୍ରାୟ ୧୨ଶହ କର୍ମଚାରୀ ନିୟୋଜିତ ଥିଲେ। ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ଲକ୍ଷ ଲକ୍ଷ ଉପଭୋକ୍ତା ଘରେ ବିଦ୍ୟୁତ୍‌ ପହଞ୍ଚତ୍ଥିଲା। ପର୍ଯ୍ୟାୟ କ୍ରମେ ପ୍ରାୟ ବାହାର ରାଜ୍ୟର କର୍ମଚାରୀ ନିଜ ନିଜ ରାଜ୍ୟକୁ ଫେରିଛନ୍ତି। ବର୍ତ୍ତମାନ ଯେଭଳି ବିଦ୍ୟୁତ୍‌ର ଲୁଚକାଳି ଖେଳ ଚାଲିଛି ସେଥିରୁ ସ୍ଥାନୀୟ ବିଦ୍ୟୁତ୍‌ ଡିଭିଜନର କର୍ମଚାରୀ ଓ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ପଦାରେ ପଡ଼ିଥିବା ନିମାପଡ଼ାର ହରିହର ସାହୁ, ବିଜୟ ବେହେରା, ସଚ୍ଚିଦାନନ୍ଦ ବେହେରା ଓ ଅହ୍ମୁଣିଆପାଟଣାର ରମେଶ ସାହୁ କହିଛନ୍ତି। ବାହାର ରାଜ୍ୟର କର୍ମଚାରୀମାନେ କଠିନ ପରିଶ୍ରମ କରି ପ୍ରଚଣ୍ଡ ଖରାରେ ଖୁଣ୍ଟରେ ଚଢ଼ି କାର୍ଯ୍ୟ କରିବା ଯୋଗୁ ଆମେ ବିଦ୍ୟୁତ୍‌ ପାଇପାରିଲୁ। ପରବର୍ତ୍ତୀ ଅନ୍ୟାନ୍ୟ କାର୍ଯ୍ୟ କରିବାରେ ଆମ ଅଞ୍ଚଳର କର୍ମଚାରୀ ସକ୍ଷମ ହୋଇପାରୁ ନ ଥିବାରୁ ବିଦ୍ୟୁତ୍‌ ଯନ୍ତ୍ରଣାର ଅନ୍ତ ଘଟୁନି ବୋଲି କହିଛନ୍ତି ଅଳନ୍ଧା ଗ୍ରାମର ରାମଚନ୍ଦ୍ର ସାହୁ, ଅଶୋକ ବରାଳ, ନିମାପଡ଼ାର ଗୌରାଙ୍ଗ ସାହୁ, ଗୋପୀନାଥ ପାଟଣାର ଗୋବିନ୍ଦ ସାହୁ, ଦୀପିରେଣ୍ଟାର ଫୀକର ପରିଡ଼ା ଓ ଶ୍ୟାମସୁନ୍ଦରପୁରର ତୋଫାନ ସେଠୀ।
ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ପ୍ରତ୍ୟୁଷ ମିଶ୍ର କହିଛନ୍ତି ଯେ, ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ନିମାପଡ଼ା ବିଦ୍ୟୁତ୍‌ ଡିଭିଜନର ଶତ ପ୍ରତିଶତ ଅଞ୍ଚଳକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ରଥଯାତ୍ରା ପୂର୍ବରୁ ବାହାର ରାଜ୍ୟର ପ୍ରାୟ କର୍ମଚାରୀ ଫେରିଯାଇଛନ୍ତି। ମାତ୍ର ୨୦/୨୫ ଜଣ ବାହାର ରାଜ୍ୟର କର୍ମଚାରୀ କେତେକ ଗୁରୁତ୍ୱପୂର୍ଣ୍ଣ ମରାମତି କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ବାରମ୍ବାର ବିଦ୍ୟୁତ୍‌ କଟିବା ସମ୍ପର୍କରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଡି. ଜୟ କୁମାର କହିଛନ୍ତି ଯେ, କେତେକ ଅଞ୍ଚଳରେ ଉଚ୍ଚକ୍ଷମତା ସମ୍ପନ୍ନ ନୂତନ ଟ୍ରାନ୍ସମିଟର ବସାଯାଉଥିବାରୁ ଏବଂ ନୂଆ ତାର ସଂଯୋଗ କରାଯାଉଥିବାରୁ ବିଦ୍ୟୁତ୍‌ ବିଭ୍ରାଟ ଦେଖାଦେଉଛି। ଖୁବ୍‌ଶୀଘ୍ର ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।

ବିଚିତ୍ରାନନ୍ଦ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ମାହାଙ୍ଗା ଡବଲ ମର୍ଡର ମାମଲା: ଲିଖିତ ଯୁକ୍ତି ଉପସ୍ଥାପନ ପାଇଁ ସମୟ ନେଲେ ପ୍ରତିପକ୍ଷ, ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ରେ

କଟକ,୧୬ା୪ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ପୁଣି ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ସମ୍ବଲପୁରରୁ ଲଢିବେନି ପ୍ରସନ୍ନ ଆଚାର୍ଯ୍ୟ !

ଭୁବନେଶ୍ୱର,୧୬।୪: ସମ୍ବଲପୁରରେ ଟିକେଟକୁ ନେଇ ଅମଙ୍ଗ ଅଛନ୍ତି କି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ! କିଛି ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

ଭାଜପା ପ୍ରାର୍ଥୀ ତାଲିକା: ପଲିଟିବ ରାଉରକେଲା ବାଜି! ତାଲିକାରେ ୧୬ ନୂଆ ଚେହେରା

ଭୁବନେଶ୍ୱର,୧୬।୪: ପ୍ରାୟ ଦୁଇ ସପ୍ତାହ ପରେ ଆସିଲା ଭାଜପାର ଦ୍ୱିତୀୟ ବିଧାନସଭା ପ୍ରାର୍ଥୀ ତାଲିକା। କାହାର ଟିକେଟ ବଦଳିବ, କାହାର ଟିକେଟ କଟିବ, ସେ ନେଇ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

ବଜ୍ରପାତରେ ୩ ମୃତ

କେନ୍ଦ୍ରାପଡ଼ା,୧୬।୪: କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଛି। ତେବେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ...

୧୮-୧୯ରେ ଜାଳିବ

ଭୁବନେଶ୍ୱର,୧୬।୪(ଅସମାପିକା ସାହୁ): ରାଜ୍ୟକୁ ପୁଣି ଫେରିଛି ତାତି। ଆଜି ୨୯ ସହରରେ ଦିନ ତାପମାତ୍ରା ୪୦ରୁ ଅଧିକ ରେକର୍ଡ କରାଯାଇଛି। ସେହିପରି ଆଜି ବାରିପଦା ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri