ନିଆରା କ୍ରୀଡ଼ା ପ୍ରତିଭା ମଧୁସ୍ମିତା

ବନ୍ତ, ୨୯।୭ (ଡି.ଏନ.ଏ.)- ଭଦ୍ରକ ଜିଲା ବରପଦାସ୍ଥିତ ବିଆଇଇଟି କଲେଜର ଡିପ୍ଲୋମା କମ୍ପ୍ୟୁଟର ସାଇନ୍ସର ୩ୟ ବର୍ଷର ଛାତ୍ରୀ ମଧୁସ୍ମିତା ମିଶ୍ର(୧୮) ହ୍ୟାଣ୍ଡବଲ, ସାଇକେଲ ପୋଲୋ, ନେଟ୍‌ବଲ୍‌, ରଗ୍‌ବୀ ଫୁଟବଲ, ଥ୍ରୋବଲ, ସିପକ୍‌ ଟାକ୍ର, ଆତିଆପାତିଆ ଭଳି ବିଭିନ୍ନ କ୍ରୀଡ଼ାରେ ପ୍ରତିଭା ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଛନ୍ତି। ଏଯାଏ ୪ଟି ଜାତୀୟ, ୧୦ଟି ରାଜ୍ୟସ୍ତରୀୟ ଓ ୧୬ଟି କଲେଜସ୍ତରୀୟ ପ୍ରତିଯୋଗିତାରେ ଭାଗନେଇ ବହୁ ପ୍ରମାଣପତ୍ର ହାସଲ କରିପାରିଛନ୍ତି। ପିଲାବେଳେ ଖୋଖୋ ଓ ଦୌଡ଼ ପ୍ରତି ରୁଚି ରଖି କ୍ରୀଡ଼ା ଅଭ୍ୟାସ ଆରମ୍ଭ କରିଥିଲେ। ସୁଯୋଗ ମିଳିଲେ ସେ ଆଗକୁ ଫୁଟବଲ ଓ ହକି ଖେଳି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି।
ପାଠପଢ଼ା ଓ ଖେଳକୁ ସମାନ ଗୁରୁତ୍ୱ ଦେଇ ଆଗକୁ ବଢ଼ିଚାଲିଛନ୍ତି ମଧୁସ୍ମିତା। ହାଇସ୍କୁଲଠାରୁ କଲେଜ ପର୍ଯ୍ୟନ୍ତ ସବୁ ପରୀକ୍ଷାରେ ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଆସୁଛନ୍ତି। କ୍ରୀଡ଼ାଭ୍ୟାସ ପାଇଁ ଯଥେଷ୍ଟ ସୁଯୋଗ ମିଳୁ ନ ଥିଲେ ବି ନିଜକୁ ଫିଟ୍‌ ରଖିବା ସକାଶେ ପ୍ରତିଦିନ ରାସ୍ତାରେ ଦୌଡ଼ ଅଭ୍ୟାସ ଜାରି ରଖିଛନ୍ତି। ଝିଅର କ୍ୟାରିୟର ନେଇ ମା’ ଉଷାରାଣୀ ଓ ବାପା ନାରାୟଣ ମିଶ୍ର ବହୁ ଆଶାବାଦୀ। ମଧୁସ୍ମିତା ଏକ ସାକ୍ଷାତକାରରେ କହିଛନ୍ତି, ଶିକ୍ଷାନୁଷ୍ଠାନ ପରିସରରେ କ୍ରୀଡ଼ାଭ୍ୟାସ ଆରମ୍ଭ କରି ସେ ରାଜ୍ୟ ଓ ଜାତୀୟ ସ୍ତରରେ ପହଞ୍ଚି ପାରିଛନ୍ତି। ଏହି ସମୟରେ ସେ ଜାତୀୟ ଖେଳାଳି ଦୂତୀ ଚାନ୍ଦ ଓ ଅନ୍ତର୍ଜାତୀୟ ରଗ୍‌ବୀ ଖେଳାଳି ଶୁଭଲକ୍ଷ୍ମୀ ବାରିକଙ୍କ ସମେତ ସୁନାମ ଅର୍ଜନ କରିଥିବା ବହୁ ଖେଳାଳିଙ୍କ ସଂସ୍ପର୍ଶରେ ଆସିଛନ୍ତି। ଜିଲା କ୍ରୀଡ଼ା ବିଭାଗ ପକ୍ଷରୁ ତାଙ୍କୁ ଏଯାଏ କୌଣସି ପ୍ରୋତ୍ସାହନ ମିଳି ନାହିଁି। ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ପାଠପଢ଼ା ସାଙ୍ଗକୁ କ୍ରୀଡ଼ାଭ୍ୟାସ କରିବା କଷ୍ଟକର ହୋଇପଡୁଛି।
କ୍ରୀଡ଼ା ପ୍ରତିଭା ମଧୁସ୍ମିତାଙ୍କ ଘର ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ଗ୍ରାମରେ। ସେ ହରିହର ନୋଡାଲରୁ ପ୍ରାଥମିକ ଶିକ୍ଷା ଗ୍ରହଣ କରି ନିଳୋକ ହାଇସ୍କୁଲରେ ପାଠ ପଢ଼ିଥିଲେ। କ୍ରୀଡ଼ା ଶିକ୍ଷକ ଦେବାଶିଷ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ସେ ଜିଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପାଇଥିଲେ। ପରେ ଜାଗୁଳାଇ ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ନାରାୟଣ ଚନ୍ଦ୍ର ବାରିକଙ୍କ ତତ୍ତ୍ବାବଧାନରେ ସେ ରାଜ୍ୟସ୍ତରୀୟ କ୍ରୀଡ଼ାରେ ଭାଗ ନେଇଥିଲେ। ୨୦୧୫ ପରଠାରୁ ଏଯାଏ ବିଭିନ୍ନ ଜିଲା, ରାଜ୍ୟ ଓ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପାଇଥିବାରୁ ଏହା ତାଙ୍କୁ ଉତ୍ସାହିତ କରିଛି। ହ୍ୟାଣ୍ଡବଲ ହେଉ କି ନେଟ୍‌ବଲ କିମ୍ବା ରଗ୍‌ବୀ ସବୁ ଖେଳରେ ସେ ଆଗୁଆ ରହି ପ୍ରତିଭା ପ୍ରଦର୍ଶନ କରିବାକୁ ଚେଷ୍ଟା କରି ଆସିଛନ୍ତି। ୨୦୧୭ରେ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦସ୍ଥିତ ଲାଲବାହାଦୁର ଷ୍ଟାଡିୟମଠାରେ ଅନୁଷ୍ଠିତ ୨୭ତମ ସିନିୟର ଜାତୀୟ ଆତିଆପାତିଆ ଚାମ୍ପିୟନଶିପ୍‌, ରାଜସ୍ଥାନର ଡୁନ୍‌ଡୁନ୍‌ଠାରେ ଜାତୀୟ ସାଇକେଲ ପୋଲୋ ଓ ୨୦୧୮ରେ ପୁରୀଠାରେ ଆୟୋଜିତ ରାଜ୍ୟସ୍ତରୀୟ ସିପକ୍‌ଟାକ୍ର ପ୍ରତିଯୋଗିତାରେ ଭାଗ ନେବା ତାଙ୍କ ଲାଗି ଭିନ୍ନ ଅନୁଭବ ଆଣି ଦେଇଛି। ବରପଦାସ୍ଥିତ ବିଆଇଇଟି କଲେଜରେ ଦୁଇବର୍ଷ ଧରି ଆଥ୍‌ଲେଟିକ୍‌ରେ ଚାମ୍ପିୟନ ହୋଇଆସୁଛନ୍ତି। ଗ୍ରାମାଞ୍ଚଳ ପରିବେଶରେ ପାଠପଢ଼ି କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ି ମଧୁସ୍ମିତା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଉପଯୁକ୍ତ କୋଚିଂ ଓ କ୍ରୀଡ଼ାଭ୍ୟାସର ସୁଯୋଗ ମିଳିଲେ ସେ ଆଗକୁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri