ନାବାଳିକାଙ୍କୁ ସିନ୍ଦୂର ପିନ୍ଧାଇ ୪ ଗିରଫ

କୁଳିଅଣା, ୨୩।୬ (ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଚାନ୍ଦୁଆ ଥାନା ଅନ୍ତର୍ଗତ କେଉଟୁଣୀମାରି ପଞ୍ଚାୟତ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳ ପୂର୍ବକ ବିବାହ କରିବା ଲାଗି ତାଙ୍କ ମଥାରେ ସିନ୍ଦୂର ଲଗାଇବା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଓ ତାଙ୍କର ୩ ସହଯୋଗୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୩ ବାଇକ ଜବତ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା କରାଯାଇ ଶନିବାର କୋର୍ଟଚାଲାଣ କରାଯାଇଛି। ବାରିପଦା ମାଜିଷ୍ଟ୍ରେଟଙ୍କ ନିକଟରେ ୧୬୪ ଧାରାରେ ସମ୍ପୃକ୍ତ ନାବାଳିକାଙ୍କ ବୟାନ ରେକର୍ଡ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ହିନ୍ଦୁ ମାରାଣ୍ଡି (୨୦), ଚନ୍ଦନ ମାରାଣ୍ଡି ( ୩୨), ଶିବୁ ହେମ୍ବ୍ରମ୍‌ (୩୦) ଓ ଘନଶ୍ୟାମ ହେମ୍ବ୍ରମ୍‌ (୩୦)।
ପୋଲିସ ସୂଚନା ଅନୁଯାୟୀ ନାବାଳିକାଙ୍କ ମଥାରେ ସିନ୍ଦୂର ପିିନ୍ଧାଇଥିବା ମୁଖ୍ୟ ଅଭିଯୁକ୍ତ ହିନ୍ଦୁ ମାରାଣ୍ଡିଙ୍କ ଘର କପ୍ତିପଦା ଥାନା ନୋଦାମ ଗ୍ରାମରେ। ୨୧ ତାରିଖ ରାତିରେ ହିନ୍ଦୁ ତାଙ୍କ ବଡଭାଇ ଚନ୍ଦନ ଓ ଅନ୍ୟ ୨ ସହଯୋଗୀଙ୍କୁ ସାଥୀରେ ଧରି ୩ଟି ବାଇକ୍‌ ଯୋଗେ ଏହି ନାବାଳିକାଙ୍କ ଗାଁକୁ ଯାଇଥିଲେ। ସେଠାରେ ହିନ୍ଦୁ ନାବାଳିକାଙ୍କ ମଥାରେ ସିନ୍ଦୂର ପିନ୍ଧାଇବା ବେଳେ ଅନ୍ୟ ୩ ଜଣ ତାଙ୍କୁ ସହଯୋଗ କରି ସେଠାରୁ ନାବାଳିକାଙ୍କୁ ନେଇ ଯିବାକୁ ଉଦ୍ୟମ କରିଥିଲେ। ନାବାଳିକାଙ୍କ ମା’ ପାଟି କରିବାରୁ ଅନ୍ୟ ଗ୍ରାମବାସୀ ଆସି ଏହି ୪ ଯୁବକଙ୍କୁ କାବୁ କରି ନେଇଥିଲେ। ଖବର ପାଇ ପୋଲିସ ଗାଁରେ ପହଞ୍ଚି ୪ ଯୁବକଙ୍କୁ ଥାନାକୁ ଆଣିବା ସହିତ ୩ ବାଇକ୍‌କୁ ଜବତ କରିଥିଲା। ଏ ନେଇ ଅଧିକ ତଦନ୍ତ କରାଯିବା ପରେ ଥାନାରେ ଏକ ମାମଲା ( ନଂ.୨୮/୧୯) ରୁଜୁ କରି ୪ ଯୁବକଙ୍କୁ ପୋଲିସ ଗିରଫ କରିଛି। ହିନ୍ଦୁ , ଚନ୍ଦନ ଓ ଶିବୁଙ୍କ ଘର କପ୍ତିପଦା ଥାନା ନୋଦାମ ଗ୍ରାମରେ ହୋଇଥିବା ବେଳେ ଘନଶ୍ୟାମଙ୍କ ଘର ଉଦଳା ଥାନା କୁଣ୍ଡାବାଇ ଗ୍ରାମରେ ବୋଲି ପୋଲିସ କହିଛି। ଚାନ୍ଦୁଆ ଥାନା ଅଧିକାରୀ ଛୁଟିରେ ଥିବାରୁ ଶୂଳିଆପଦା ଥାନା ଅଧିକାରୀ କେ.ସି. ଜାନି ଘଟଣାର ତଦନ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri