ନାଟକ ମାଧ୍ୟମରେ ଭାଇଚାରା ପ୍ରତିଷ୍ଠା ହେଉଛି

ବଲାଙ୍ଗୀର ଅଫିସ, ୨୨ା୧ – ସର୍ବଭାରତୀୟ ବହୁଭାଷୀ ନାଟକ ଉତ୍ସବ ମଠଖାଇ ମହୋତ୍ସବର ତୃତୀୟ ସନ୍ଧ୍ୟା ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ପୂର୍ତ୍ତ, ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ନାଟକ ମାଧ୍ୟମରେ ଭାଇଚାରା ପ୍ରତିଷ୍ଠା ସମ୍ଭବ ବୋଲି କହିଥିଲେ ା ମଠଖାଇ ମହୋତ୍ସବ ମାଧ୍ୟମରେ ଆମ ସମାଜରେ ସାଂସ୍କୃତିକ ଓ ସାମାଜିକ ଆନ୍ଦୋଳନ ହେଉଛି ଓ ଏହାଦ୍ୱାରା ଆମେ ସମସ୍ତେ ଲାଭବାନ୍‌ ହେଉଛୁଁ ବୋଲି କହିଥିଲେ। ଏଭଳି କାର୍ଯ୍ୟକ୍ରମ ପାଇଁ ସେ ଏବଂ ତାଙ୍କ ବିଭାଗ ଆଗକୁ ମଧ୍ୟ ସମର୍ଥନ ଓ ସହଯୋଗ ଜାରି ରଖିବେ ବୋଲି କହିଥିଲେ ା ମହୋତ୍ସବ କମିଟି ଅଧ୍ୟକ୍ଷ ବିଧାୟକ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ମନ୍ତ୍ରୀ ମଲ୍ଲିକଙ୍କ ସହ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କ୍ରୀଡାବିତ୍‌ ଆନନ୍ଦିନୀ ଦର୍ଜୀ ଅତିଥିଭାବେ ମଞ୍ଚାସୀନ ଥିଲେ ା ଅତିଥି ଦର୍ଜୀ ତାଙ୍କ ଅଭିଭାଷଣରେ ମଠଖାଇ ମହୋତ୍ସବ ସାଂସ୍କୃତିକ ଚେତନା ଜାଗ୍ରତ କରୁଛି ବୋଲି କହିଥିଲେ ା ସଭାପତୀୟ ଅଭିଭାଷଣରେ ବିଧାୟକ ମିଶ୍ର ମଠଖାଇ ମହୋତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିବାକୁ ଯାଇ ନାଟକ, କଳା ଓ ସାଂସ୍କତି ଜରିଆରେ ସମାଜରେ ଭାଇଚାରା ପ୍ରତିଷ୍ଠା ଓ ବଲାଙ୍ଗୀରର ଉନ୍ନତି ହିଁ ଲକ୍ଷ୍ୟ ବୋଲି କହିଥିଲେ ା ଏଥିରେ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ ସହଯୋଗ ଓ ବଲାଙ୍ଗୀରବାସୀଙ୍କ ସମର୍ଥନକୁ ପ୍ରଶଂସା କରିଥିଲେ ା ଏହି ଅବସରରେ ଗିନିଜ୍‌ ବୁକ୍‌ ରେକର୍ଡ ଅଧିକାରୀ ଅମନ୍‌ ଛତ୍ରିଆଙ୍କୁ ଅତିଥିମାନେ ମଠଖାଇ ସମ୍ମାନରେ ସମ୍ମାନିତ କରିଥିଲେ ା ଏହା ସହିତ କୋଶଲୀ ଚଳଚ୍ଚିତ୍ର ଝରନ୍‌ର କଳାକାରମାନଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା ା ସଭା ପ୍ରାରମ୍ଭରେ ବଲାଙ୍ଗୀର ଢ଼ୋଲ ମୁହୁରୀ ଅନୁଷ୍ଠାନ ତରଫରୁ ବଜନିଆ ନୃତ୍ୟ ପରିବେଷଣ କରାଯାଇଥିଲା ା ମଠଖାଇ ମହୋତ୍ସବର ତୃତୀୟ ଦିନ ମଞ୍ଚକୁ ଦିବଙ୍ଗତ ଯୁବ କଳାକାର ତଥା ଭୂମିକା ସଦସ୍ୟ ମନୋଜ ମିଶ୍ରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା ା ତୃତୀୟ ଦିନର ସଭାକୁ ଅଖିଳ ହୋତା ପରିଚାଳନା କରିଥିଲେ ା ପୂର୍ବାହ୍ନରେ କୋଶଳ କଳାମଣ୍ଡଳ ପୁରୁଣା ମଞ୍ଚରେ ଏନ୍‌ଏସ୍‌ଡିଏନ୍‌ ରାମଚନ୍ଦ୍ର ସାହୁ ହାଇସ୍କୁଲ ଓ କଲେଜ ଛାତ୍ରୀଛାତ୍ରଙ୍କୁ ପ୍ରଦର୍ଶନ ଭିତ୍ତିକ ବକ୍ତୃତା ଦେଇ ମଞ୍ଚ ନାଟକ ସମ୍ପର୍କରେ ଆଲୋଚନା କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri