ନାଁକୁ ନିଯୁକ୍ତି

ଶିଳ୍ପ କରିଡର ଭାବେ ପରିଚିତ ଅନୁଗୋଳ ଜିଲାରେ ବଢ଼ୁଛି ବେକାରି ସମସ୍ୟା। ୨୦୧୫ରୁ ୨୦୧୯ ଡିସେମ୍ବର ୩୧ ମଧ୍ୟରେ ଜିଲାରେ ୨୪ ହଜାର ୮୯୫ ଜଣ କର୍ମ ନିୟୋଜନ କାର୍ଯ୍ୟାଳୟରେ ନାମ ପଞ୍ଜୀକୃତ କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ନିଯୁକ୍ତି ପାଇଛନ୍ତି, ତାହାର ହିସାବ କର୍ମ ନିୟୋଜନ କାର୍ଯ୍ୟାଳୟରେ ନାହିଁ। ସରକାରୀ ଓ ଘରୋଇ କମ୍ପାନୀରେ କେତେଜଣ ନିଯୁକ୍ତି ପାଇଛନ୍ତି ସେ ରିପୋର୍ଟ କର୍ମ ନିୟୋଜନ କାର୍ଯ୍ୟାଳୟକୁ ମିଳୁ ନ ଥିବାରୁ ଠିକ୍‌ ହିସାବ ମିଳିପାରୁ ନାହିଁ ବୋଲି ଜଣାପଡିଛି। ଜିଲାରେ ବେକାରି ସମସ୍ୟା ଦୂର ପାଇଁ ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ରାଜ୍ୟ ଭିତରୁ ଓ ବାହାରରୁ ବିଭିନ୍ନ ସଂସ୍ଥାକୁ ଡକାଯାଇ ନିଯୁକ୍ତି ମେଳାର ଆୟୋଜନ କରାଯାଉଛି। ତେବେ କେତେକ ସଂସ୍ଥା ସ୍ବଳ୍ପ ଦରମାରେ ଜିଲାର ଯୁବତୀଯୁବକଙ୍କୁ ନିଯୁକ୍ତି ଦେଇ ମାସେ ଦୁଇମାସ ମଧ୍ୟରେ ବାହାର କରିଦେଉଥିବାରୁ ବେକାରି ସମସ୍ୟାର ସମାଧାନ ହୋଇପାରୁ ନ ଥିବା ଅନେକ ସମୟରେ ଅଭିଯୋଗ ହେଉଛି। କର୍ମ ନିୟୋଜନ କାର୍ଯ୍ୟାଳୟରୁ ମିଳିଥିବା ଆଉ ଏକ ତଥ୍ୟ ଅନୁଯାୟୀ, ୨୦୧୯ ଜାନୁୟାରୀ ୧ରୁ ୨୦୨୦ ଜାନୁୟାରୀ ୩୧ ମଧ୍ୟରେ ୪ ହଜାର ୨୦୮ ଜଣ ନାମ ପଞ୍ଜୀକୃତ କରିଛନ୍ତି ା ସେମାନଙ୍କ ମଧ୍ୟରୁ ୨୬ ଜଣ ଅଣ୍ଡର ମାଟ୍ରିକ। ୮୭୭ ଜଣ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ୧୬୫୩ ଜଣଙ୍କ ଯୋଗ୍ୟତା ଇଣ୍ଟର ମିଡିଏଟ। ୧୦୬୬ ଜଣ ସ୍ନାତକ ଯୋଗ୍ୟତାଧାରୀ ଥିବାବେଳେ ୫୮୬ ଜଣଙ୍କ ବୈଷୟିକ ଯୋଗ୍ୟତା ରହିଛି। ତେବେ ଜିଲାରେ ସ୍ନାତକୋତ୍ତର କୌଣସି ଯୁବତୀଯୁବକ ନାମ ପଞ୍ଜୀକରଣ କରିନାହାନ୍ତି। ୧୯୯୧ ପର୍ଯ୍ୟନ୍ତ ପଞ୍ଜୀକୃତ ବେକାରଙ୍କ ସଂଖ୍ୟା ସ୍ବଳ୍ପ ଥିବାରୁ କଲ୍‌ ମାଧ୍ୟମରେ ସେମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଉଥିଲା। କିନ୍ତୁ ଏବେ ବେକାରଙ୍କ ସଂଖ୍ୟାରେ ବୃଦ୍ଧି ତଥା ଅନ୍ୟାନ୍ୟ କାରଣରୁ ସ୍କିଲ ଡେଭଲପମେଣ୍ଟ ପ୍ରୋଗ୍ରାମ ଓ ନିଯୁକ୍ତି ମେଳାର ଆୟୋଜନ କରାଯାଉଛି। କିନ୍ତୁ ମେଳାକୁ ଆସିଥିବା ଅଧିକାଂଶ କମ୍ପାନୀ ବା ସଂସ୍ଥା ଦିନକୁ ମାତ୍ର ୨ରୁ ୩ ଶହ ବା ମାସିକ ୬ରୁ ୯ ହଜାର ଟଙ୍କା ପାରିଶ୍ରମିକ ଧାର୍ଯ୍ୟ କରୁଥିବାରୁ ତାହା ଯୁବତୀଯୁବକମାନଙ୍କୁ ଆକୃଷ୍ଟ କରିପାରୁନାହିଁ। ଯେଉଁ କେତେଜଣଙ୍କୁ ୮ ଘଣ୍ଟା ପରିଶ୍ରମ ପାଇଁ ଚୁକ୍ତି କରାଯାଉଛି ସେମାନଙ୍କ ମଧ୍ୟରୁ ଅନେକଙ୍କୁ କମ୍ପାନୀ ୧୬ ଘଣ୍ଟା ଖଟାଇବା ସହ ପୂର୍ବ ନିର୍ଦ୍ଧାରିତ ଦରମା ଦେଉଛି। କମ୍ପାନୀର ଏପରି ଶୋଷଣ ମନୋବୃତ୍ତିର ପ୍ରତିବାଦ କରାଯାଉଥିଲେ ବି ତାହାକୁ ପ୍ରଶାସନ ସେତେଟା ଗୁରୁତ୍ୱ ଦେଉନାହିଁ। ତେଣୁ ବାଧ୍ୟହୋଇ ଅଳ୍ପ କେଇଟା ଦିନ ପରେ ଯୁବତୀଯୁବକମାନେ ସେହି ଚାକିରି ଛାଡ଼ିଦେଉଛନ୍ତି। ଏ କଥାକୁ ଜିଲା ପ୍ରଶାସନ ଗୁରୁତ୍ୱ ଦେଲେ ବେକାରଙ୍କ ସଂଖ୍ୟା କମିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri