Posted inଫୁରସତ

ନରରାକ୍ଷସ: ଶ୍ମଶାନରୁ ୧୫୦ ମୃତଦେହ କାଢ଼ି ଖାଇସାରିଲେଣି

କାହାଣୀରେ ଶୁଣିଥିବେ ନରରାକ୍ଷସ କଥା। ଯେ କି ଜିଅନ୍ତା ମଣିଷ ମାରି ଖାଇଥାନ୍ତି। ମାତ୍ର ଆଜି ମଧ୍ୟ ଦୁନିଆରେ ନରରାକ୍ଷସ ଅଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ତଥାପି ସତ। ଏପରି ଦେଖିବାକୁ ମିଳିଛି ପାକିସ୍ତାନରେ। ଏଠାରେ ଦୁଇଭାଇ ଶ୍ମଶାନରୁ ମୃତଦେହ କାଢ଼ି ଖାଇଥାନ୍ତି। ଏବେସୁଦ୍ଧା ଦୁଇଭାଇ ମିଶି ୧୫୦ରୁ ଊର୍ଦ୍ଧ୍ୱ ମୃତଦେହ ଖାଇସାରିଲେଣି। ଦୁଇଭାଇ ହେଲେ ମହମ୍ମଦ ଫରମାନ୍‌ ଅଲ୍ଲୀ ଏବଂ ମହମ୍ମଦ ଆରିଫ୍‌ ଅଲ୍ଲୀ। ପାକିସ୍ତାନର ଭକର ଜିଲାର କଲନ ଗାଁରେ ରହୁଥିବା ଏହି ଦୁଇ ଭାଇ ବିବାହିତ ହୋଇଥିବା ବେଳେ ସ୍ତ୍ରୀ ଛାଡ଼ି ଚାଲିଯାଇଛନ୍ତି।

ପ୍ରଥମେ ୨୦୧୧ ମସିହାରେ ନିକଟରେ ଥିବା ଶ୍ମଶାନରୁ ଜଣେ ମହିଳାଙ୍କ ମୃତଦେହ ଗାଏବ ହୋଇଯାଇଥିଲା। ଏହା ପରେ ତାଙ୍କ ପରିବାର ଲୋକେ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ଛାନ୍‌ଭିନ୍‌ କରିବାରୁ ଫରମାନ୍‌ ଏବଂ ଆରିଫ୍‌ ଏପରି କରିଥିବା ଜାଣିବାକୁ ପାଇଥିଲେ। ଫଳରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିଲା। ୨୦୧୩ରେ ଜେଲ୍‌ରୁ ମୁକ୍ତ ହୋଇଥିଲେ। ଗାଁରେ ପହଞ୍ଚିବା ପରେ ଗ୍ରାମବାସୀ ବିରୋଧ କରିଥିଲେ। ଇତିମଧ୍ୟରେ ଦୁଇଭାଇ ଶ୍ମଶାନରୁ ମୃତଦେହ କାଢ଼ି ଖାଇବାକୁ ଏକ ନିଶାରେ ପରିଣତ କରିସାରିଥିଲେ। ୨୦୧୪ ଏପ୍ରିଲ୍‌ରେ ତାଙ୍କ ଘରୁ ଗନ୍ଧ ଆସୁଥିବାରୁ ସ୍ଥାନୀୟ ଲୋକେ ପୁଣି ପୋଲିସରେ ଅଭିଯୋଗ କଲେ। ପୋଲିସ ସେମାନଙ୍କ ଘରକୁ ଆସି ଯାଞ୍ଚ କରିବାରୁ ଯାହା ଦେଖିଲା ଆଶ୍ଚର୍ଯ୍ୟ ହୋଇଗଲା। କାରଣ ତାଙ୍କ ଘରେ ମୃତଦେହକୁ ନେଇ ସେମାନେ ରୋଷେଇ କରି ଖାଇଥାନ୍ତି। ପୋଲିସ ଜେରା କରିବାକୁ ଦୁଇଭାଇ ସତ କଥା ସ୍ବୀକାର କରିଥିଲେ। ସେମାନେ କହିଥିଲେ ୧୫୦ରୁ ଊର୍ଦ୍ଧ୍ୱ ମୃତଦେହ କାଢ଼ି ଖାଇଛନ୍ତି। ଏହା ପରେ ପୋଲିସ ଦୁଇଭାଇଙ୍କୁ ଗିରଫ କରିଥିଲା। ସେବେଠାରୁ ଦୁଇଭାଇ ଜେଲ୍‌ରେ ସଜା କାଟୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs ENG 3rd ODI: ଟିମ୍‌ ଇଣ୍ଡିଆକୁ ଲାଗିଲା ୪୪୦ ଭୋଲ୍ଟର ଝଟକା,ଠିକ୍‌ ଟସ୍‌ ପୂର୍ବରୁ ବାହାରିଗଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୯।୭: ଇଂଲଣ୍ଡ ବିପକ୍ଷ ତୃତୀୟ ଏକଦିବସୀୟ ପୂର୍ବରୁ ଟିମ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ମ୍ୟାଚ ପୂର୍ବରୁ ଅଭ୍ୟାସ ସମୟରେ ଦଳର ଷ୍ଟାର ଦ୍ରୁତ ବୋଲର…

ଗୋଟିଏ ପରିବାରର ‘ଦୁଇ ଭାଇଙ୍କ ମଧ୍ୟରେ ଲଢେଇ’ ଫିଫା ବିଶ୍ୱକପ ୨୦୨୬ ଫାଇନାଲ; ୯୬ ବର୍ଷ ପରେ ବିରଳ ସଂଯୋଗ…

ନ୍ୟୁୟର୍କ,୧୯।୭: ଫିଫା ବିଶ୍ୱକପ 2026 ଫାଇନାଲ ସ୍ପେନ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବାକୁ ଯାଉଛି। ଏହି ଟାଇଟଲ ମୁକାବିଲା ଗୋଟିଏ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ଏକ…

ବିଦ୍ରୋହୀ ଟିଏମସି ଏମପିଙ୍କୁ ସର୍ବଦଳୀୟ ବୈଠକ ପାଇଁ ନିମନ୍ତ୍ରଣ କରାଯିବାକୁ ନେଇ ବିରୋଧୀ କ୍ଷୁବ୍ଧ

ନୂଆଦିଲ୍ଲୀ,୧୯।୭: ସଂସଦୀୟ ଅଧିବେଶନ ପୂର୍ବରୁ ଡକାଯାଇଥିବା ସର୍ବଦଳୀୟ ବୈଠକରେ ଏକ ବିବାଦ ସୃଷ୍ଟି ହୋଇଥିଲା ଯେତେବେଳେ ବିଦ୍ରୋହୀ ତୃଣମୂଳ କଂଗ୍ରେସ (TMC) ଏମପିମାନଙ୍କୁ ମଧ୍ୟ ଯୋଗଦେବାକୁ ନିମନ୍ତ୍ରଣ…

ଜଗନ୍ନାଥପ୍ରସାଦ NAC ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ୧୨ ଓ୍ବାର୍ଡରେ ହେବ ବିଭକ୍ତ, ଆସନ ସଂରକ୍ଷଣ ନେଇ…

ଜଗନ୍ନାଥପ୍ରସାଦ,୧୯ା୭(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳକୁ ନେଇ ନବଗଠିତ ବିଜ୍ଞାପିତ ଅଞ୍ଚଳ ପରିଷଦ(NAC)ର ଓ୍ବାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ଅଧିସୂଚନା…

ଫେସବୁକ ଡାଉନ: ଲଗଇନ ଠାରୁ ୱେବସାଇଟ ପର୍ଯ୍ୟନ୍ତ ସେବା ଠପ

ନୂଆଦିଲ୍ଲୀ,୧୯।୭: ଯଦି ଆଜି ସକାଳ ଠାରୁ ଆପଣଙ୍କର ଫେସବୁକ ଠିକ ଭାବରେ କାମ କରୁନାହିଁ, ତେବେ ଆପଣ ଏକା ନୁହଁନ୍ତି। ସାରା ବିଶ୍ୱରେ ହଜାର ହଜାର ଉପଭୋକ୍ତା…

ଗାଁକୁ ଆସି ପାରିଲାନି ଜନନୀ ଏକ୍ସପ୍ରେସ୍‌, ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ୨ କିଲୋମିଟର ବୋହିଲେ ଗ୍ରାମବାସୀ

ଭବାନୀପାଟଣା/ଥୁଆମୂଳ ରାମପୁର,୧୯ା୭(ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଦୁର୍ଗମ ଥୁଆମୂଳ ରାମପୁର ବ୍ଲକରେ ରାସ୍ତା ସମସ୍ୟା ପୁଣିଥରେ ସାଧାରଣ ଲୋକଙ୍କ ଦୁର୍ଦ୍ଦଶାକୁ ସାମ୍ନାକୁ ଆଣିଛି। ପ୍ରସବ…

ଆମେରିକା ସହିତ ସମସ୍ତ ଚୁକ୍ତିନାମା ବାତିଲ ଘୋଷଣା କରିଛି ଇରାନ, କହିଛି MOUର ଅଧ୍ୟାୟ ଏବେ ସମ୍ପୂର୍ଣ୍ଣ ବନ୍ଦ

ତେହରାନ,୧୯।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତିନାମା ଶନିବାର ସମ୍ପୂର୍ଣ୍ଣ ଭାବରେ ବାତିଲ ହୋଇଗଲା। ପାକିସ୍ତାନ ଦ୍ୱାରା ମଧ୍ୟସ୍ଥତା କରାଯାଇଥିବା ଏହି ଚୁକ୍ତିନାମା – ଇସଲାମାବାଦ…

‘ଡୋନାଲ୍ଡ ଟ୍ରମ୍ପ ଜଣେ ମହାନ ଶୈତାନ,’ ମୋଜତାବା ଖାମେନେଇ କହିଲେ – ‘ତାଙ୍କ ଦସ୍ତଖତ ସମ୍ପୂର୍ଣ୍ଣ ମୂଲ୍ୟହୀନ’

ତେହରାନ,୧୯।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତାବା ଖାମେନେଇ ଶନିବାର ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ବଡ଼ ଆକ୍ରମଣ ଆରମ୍ଭ କରି ତାଙ୍କୁ ‘ମହାନ ଶୈତାନ’ ବୋଲି ଆଖ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri