ନଦୀ ଖୋଳା, ପୋଲ ନିର୍ମାଣରେ ଅନିୟମିତତା

ଖଇରା, ୨୩।୬(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୋଚିଆକୋଇଲି ଦେଇ ଯାଇଥିବା ଢଙ୍କଣ ନଦୀ ଖୋଳା ଓ ଅନ୍ୟ ୩ ପୋଲ ନିର୍ମାଣରେ ଅନିୟମତତା ହୋଇଥିବା ନେଇ ନଦୀ ଓ ପୋଲ ସଂଲଗ୍ନ ଗ୍ରାମଗୁଡିକର ଅଧିବାସୀ ଅଭିଯୋଗ କରିଛନ୍ତି ା ଉକ୍ତ କାର୍ଯ୍ୟର ବିଧିବଦ୍ଧ ତଦନ୍ତ କରା ନ ଗଲେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।
ଉକ୍ତ ନଦୀରେ ୧୫କି.ମି. ନଦୀ ଖୋଳା, ଏହି ନଦୀର ଗଡ, ତାଳମହୁରୀ, ମଳିହା, ମୁଖୀସାହି ଏବଂ କୁରୁଣ୍ଟା ଶାସନରେ ଖଣ୍ଡିଆ ନଦୀ ଉପରେ ଏହିଭଳି ମୋଟ ୫ଟି ପାଦଚଲା ପୋଲ ନିର୍ମାଣ ପାଇଁ ୧କୋଟି ୮୯ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଥିଲା। ନିର୍ମାଣ କାର୍ଯ୍ୟ ୨୦୧୮ ଡିସେମ୍ବରରେ ଆରମ୍ଭ ହୋଇଥିବା ବେଳେ ଶେଷ ଅବଧି ୨୦୧୯ମସିହା ନଭେମ୍ବର ପର୍ଯ୍ୟନ୍ତ ରହିଛି ା ୪ଟି ପୋଲର ଛାତ ପଡିସାରିଥିବା ବେଳେ ଗଡପୋଲର ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ ା ପୋଲଗୁଡିକ ମଧ୍ୟରୁ କେତେକ ପୋଲର ଭିତ୍ତିପ୍ରସ୍ତର କାର୍ଯ୍ୟରେ ହୋଇଥିବା ମାଟିତଳ ବୋରିଂ ଏବଂ ଏଥିରେ ଦିଆଯାଇଥିବା ରଡ ନିମ୍ନମାନର ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ା ଏଭଳିକି କିଛି ସ୍ଥାନରେ ପୁରୁଣା ଫାଉଣ୍ଡେଶନ ବ୍ୟବହୃତ ହୋଇଥିବା କେତେକ ଗ୍ରାମବାସୀ କହିଛନ୍ତି। ତାଳମହୁରୀ ନିକଟରେ ପୋଲ କାମ ଶେଷ ହୋଇଥିଲେ ମଧ୍ୟ ଆପ୍ରୋଚ ରୋଡ ଠିକ ଭାବେ ନିର୍ମାଣ ହୋଇ ନ ଥିବାରୁ ଗ୍ରାମବାସୀ କାଦୁଅ ପଚ ପଚ ରାସ୍ତାରେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଟେଣ୍ଡର ନେଇଥିବା ଠିକାଦାର ନିଜେ ଏହି କାମ ନ କରି ଅନ୍ୟ କେତେକ ଛୋଟ ଛୋଟ ଠିକାଦାରଙ୍କୁ କାମ ବିକ୍ରୀ କରିବା ଏବଂ ବିଭାଗୀୟ ଯନ୍ତ୍ରୀମାନେ ଜାଣିଶୁଣି ଚୁପ୍‌ ରହିବା ଭଳି ଅନିୟମିତତାକୁ ପ୍ରଶ୍ରୟ ଦେଉଥିବା କୁହାଯାଉଛି। ସେହିଭଳି ନଦୀଖୋଳା ମଧ୍ୟ ଠିକ୍‌ ଢଙ୍ଗରେ କରାଯାଇ ନ ଥିବା ନେଇ ତାଳମହୁରୀ, ମଳିହା, ଚାରିଘେରିଆ, ପଳସା, ନଛିପୁର ଗ୍ରାମର ଅଧିକାଂଶ ବାସିନ୍ଦା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ କନିଷ୍ଠଯନ୍ତ୍ରୀ ସୁବାସ ସଙ୍କ ମତାମତ ନେବାରେ ଏହି କାର୍ଯ୍ୟରେ ଅନିୟମିତତା ହୋଇଥିବା ଘଟଣାକୁ ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri