ନଦୀଜଳ ପ୍ରଦୂଷଣ ରୋକିବାକୁ ପ୍ରୟାସ: ୨୬ ସହରରେ ହେବ ସେପ୍‌ଟେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ

ଭୁବନେଶ୍ୱର, ୩୧ା୭(ବ୍ୟୁରୋ): ରାଜ୍ୟର ସହରାଞ୍ଚଳରୁ ନିର୍ଗତ ବର୍ଜ୍ୟବସ୍ତୁ ଓ ବର୍ଜ୍ୟଜଳକୁ ବିଶୋଧନ କରା ନ ଯାଇ ସିଧାସଳଖ ନଦୀକୁ ଛଡ଼ାଯାଉଥିବା ଯୋଗୁ ନଦୀଜଳ ପ୍ରଦୂଷିତ ହେଉଛି। ତେଣୁ ସହରାଞ୍ଚଳ ବର୍ଜ୍ୟବସ୍ତୁ ଓ ବର୍ଜ୍ୟଜଳର ବିଶୋଧନ ଏବଂ ପରିଚାଳନା ପାଇଁ କି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଧାୟକ ବ୍ୟୋମକେଶ ରାୟ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଏହାର ଲିଖିତ ଉତ୍ତରରେ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ରାଜ୍ୟର ସମସ୍ତ ସହରାଞ୍ଚଳରୁ ବାହାରୁ ଥିବା ଜୈବିକ ଓ ଅଣଜୈବିକ ବର୍ଜ୍ୟବସ୍ତୁକୁ ପୃଥକ୍‌ଭାବେ ସଂଗ୍ରହ କରାଯାଉଛି। ତାକୁ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟରକୁ ପଠାଯାଇ କମ୍ପୋଷ୍ଟ ପ୍ରସ୍ତୁତ କରାଯାଉଛି। ତାହାକୁ ନେଇ କୃଷିକାର୍ଯ୍ୟରେ ବ୍ୟବହାର କରିବାକୁ ପଦକ୍ଷେପ ନିଆଯାଉଛି। ରାଜ୍ୟରେ ପ୍ରବାହିତ ମହାନଦୀ, କୁଆଖାଇ, କାଠଯୋଡ଼ି ଏବଂ ବ୍ରାହ୍ମଣୀ ନଦୀଜଳକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ଓଡବ୍ଲ୍ୟୁଏସ୍‌ଏସ୍‌ବି ମାଧ୍ୟମରେ ଭୁବନେଶ୍ୱର, କଟକ, ସମ୍ବଲପୁର ଏବଂ ରାଉରକେଲା ଆଦି ସହରଗୁଡିକରେ ନୂତନ ସ୍ବେରେଜ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହାସହ ୭ ସହର ଯଥା: ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ବାରିପଦା, ପୁରୀ ଓ ଢେଙ୍କାନାଳରୁ ନିର୍ଗତ ସେପ୍‌ଟେଜ୍‌କୁ ବିଶୋଧନ କରିବା ପାଇଁ ନୂତନ ସେପ୍‌ଟେଜ୍‌ ପ୍ଲାଣ୍ଟ ନିର୍ମାଣ ହେଉଛି। ବାଲେଶ୍ୱର ଏବଂ କଟକ ସହରର ସେପ୍‌ଟେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଆସନ୍ତା ଅକ୍ଟୋବର ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ସରକାର ଲକ୍ଷ୍ୟ ରଖିଥିବା ମନ୍ତ୍ରୀ କହିଛନ୍ତି। ଅନୁଗୋଳରେ ସେପ୍‌ଟେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣାଧୀନ ରହିଛି। ଏହା ବ୍ୟତୀତ ରାଜ୍ୟର ଅନ୍ୟ ୨୬ ସହରାଞ୍ଚଳରେ ସେପ୍‌ଟେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି। ଏହାବ୍ୟତୀତ ସହରର ନାଳରୁ ବାହାରୁ ଥିବା ବର୍ଜ୍ୟବସ୍ତୁ ନଦୀକୁ ନ ଯିବା ଲାଗି ସମସ୍ତ ସହରରେ ଥିବା ନାଳରେ ଜାଲି ଲଗାଇବାକୁ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଜେନା ଉତ୍ତର ରଖିଛନ୍ତି। ଯଦି ସରକାର ଏତେ ବ୍ୟବସ୍ଥା କରିଛନ୍ତି, ତେବେ ରାଜ୍ୟରେ ଥିବା ନଦୀଜଳ କାହିଁକି ପ୍ରଦୂଷିତ ହେଉଛି ତାକୁ ନେଇ ବିରୋଧୀ ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି। ସେହିପରି ବିଭିନ୍ନ ନଦୀକୂଳରେ ସରକାର ପ୍ରଦୂଷଣ ରୋକିବାକୁ ବ୍ୟାପକ ବ୍ୟବସ୍ଥା କରିଛନ୍ତି ବୋଲି କହୁଥିଲେ ମଧ୍ୟ ବାସ୍ତବ ସ୍ଥିତି ସଂପୂର୍ଣ୍ଣ ଭିନ୍ନ।
ଅନ୍ୟପଟେ ସମାନଦିନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ କହିଛନ୍ତି, ରାଜ୍ୟରେ ୫ ନଦୀଜଳ ପ୍ରଦୂଷିତ ହୋଇଛି। ମହାନଦୀ, ଶଙ୍ଖ, କୋଏଲ, ବ୍ରାହ୍ମଣୀ ଓ ବୈତରଣୀ ନଦୀଜଳ ପ୍ରଦୂଷିତ ହୋଇଯାଇଛି। ମହାନଦୀର ୨ଟି, ଶଙ୍ଖ ଓ କୋଏଲ ନଦୀର ଗୋଟିଏ ସ୍ଥାନରେ ଜଳ ପ୍ରଦୂଷିତ ହୋଇଛି। ସେହିପରି ବ୍ରାହ୍ମଣୀର ୪ ଏବଂ ବୈତରଣୀର ୩ ସ୍ଥାନରେ ଜଳ ପ୍ରଦୂଷିତ ହୋଇଛି। କଟକ ଓ ସମ୍ବଲପୁର ସହରର ପରିତ୍ୟକ୍ତ ଜଳ ମହାନଦୀରେ ମିଶୁଥିବାରୁ ମହାନଦୀର ଦୁଇଟି ସ୍ଥାନରେ ଜଳ ପ୍ରଦୂଷିତ ହୋଇଛି। ସେହିପରି ରାଉରକେଲା ସହରର ପରିତ୍ୟକ୍ତ ପାଣି ଓ ଷ୍ଟିଲ ପ୍ଲାଣ୍ଟର ବର୍ଜ୍ୟବସ୍ତୁ ନିଷ୍କାସନ ଯୋଗୁ ବ୍ରାହ୍ମଣୀ ନଦୀ ପ୍ରଦୂଷିତ ହେଉଥିବା ମନ୍ତ୍ରୀ ଆରୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

୫୩ ବର୍ଷରେ କର୍ଲାମୁଣ୍ଡା ଦୁର୍ଗାପୂଜା: ନୂଆ କମିଟିରେ ଦେବେନ୍ଦ୍ର ସଭାପତି, ଚନ୍ଦ୍ରଭାନୁ ସମ୍ପାଦକ

କର୍ଲାମୁଣ୍ଡା, ୩୦।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଦୁର୍ଗାମଣ୍ଡପରେ ଚଳିତ ବର୍ଷ ୫୩ତମ ବର୍ଷରେ ପଦାର୍ପଣ କରିଛି ଡୁକେରମାଲ ଦୁର୍ଗାପୂଜା। ଆଗାମୀ ଦୁର୍ଗାପୂଜାକୁ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

‘ମୋଦି ମୋତେ କହିଲେ ମୋ ପରେ ତୁମେ…’, ରାହୁଲଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା

ନୂଆଦିଲ୍‌ଲୀ,୩୦।୯: କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକ ପରେ ରାହୁଲ ଗାନ୍ଧୀଙ୍କ ଏକ କଥିତ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧୀ ବୈଠକରେ ର୍ନିବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?