Posted inଖେଳ

ଧ୍ୟାନଚାନ୍ଦଙ୍କୁ ଭାରତ ରତ୍ନ ସପକ୍ଷରେ ଡିଜିଟାଲ ପ୍ରଚାର

ଭୁବନେଶ୍ୱର, ୬ା୧୨ (ସ୍ପୋଟର୍‌ସ ବ୍ୟୁରୋ)-ହକି କିମ୍ବଦନ୍ତୀ ଧ୍ୟାନଚାନ୍ଦଙ୍କୁ ଭାରତ ରତ୍ନ ପୁରସ୍କାର ପ୍ରଦାନ ଦାବି ସପକ୍ଷରେ ଅଧିକରୁ ଅଧିକ ସଂଖ୍ୟାରେ ଜନମତ ସଂଗ୍ରହ ପାଇଁ ଓହୁ ମାର୍କେଟିଂ ଏବଂ ନ୍ୟୁଜବିଟ୍‌ ମାଗାଜିନ ସହିତ ଏହାର ପ୍ରଚାର ଅଭିଯାନ ଜାରି ରଖିଛି ସିଗ୍ନେଚର ୨୪ ପ୍ରଡକ୍ସନ୍ସ। ସଂସ୍ଥା ତରଫରୁ ଡିଜିଟାଲ ପ୍ରଚାର ଅଭିଯାନ ୨୦୧୯ରେ ଧ୍ୟାନଚାନ୍ଦଙ୍କ ୧୧୪ ତମ ଜନ୍ମ ଦିବସରୁ ଆରମ୍ଭ କରାଯାଇଛି। ଏହାର ଶୀର୍ଷକ ରଖାଯାଇଛି ”ଭାରତ ରତ୍ନ ଫର୍‌ ଧ୍ୟାନଚାନ୍ଦ ଡିଜିଟାଲ କ୍ୟାମ୍ପେନ୍‌“। ସୌରଭ ଗାଙ୍ଗୁଲି, ବାବୁସାନ ମହାନ୍ତି, ରାଚେଲ ହ୍ବାଇଟ୍‌ଙ୍କ ସହିତ ଫେସ୍‌ବୁକ୍‌ ଏବଂ ଅନ୍ୟ ସୋସିଆଲ ମିଡିଆ ଗୁଡ଼ିକରେ ଡିଜିଟାଲ ପ୍ରଚାର ଅଭିଯାନ ଇତିମଧ୍ୟରେ ୧୦୦ ଦିନ ପୂରଣ ହୋଇଛି। ବିଭିନ୍ନ ରାଜ୍ୟର ବହୁ ସେଲିବ୍ରିଟିଙ୍କ ସମର୍ଥନ ହାସଲ କରାଯାଇପାରିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ରଞ୍ଜନ ନେଗି, ଇନ୍ଦ୍ରୋନିଲ ମୁଖାର୍ଜୀ, ନିଲ୍‌ ରୟ, ଅପରୂପ ଚକ୍ରବର୍ତ୍ତୀ, ରିଜଓ୍ବାନ ଶେଖ୍‌, ହର୍‌ବିନ୍ଦର ସିଂ, ବିନିତ୍‌ କୁମାର, ଚନ୍ଦନ ରୟ, ସତ୍ୟପୀର ପ୍ରଧାନ ଏବଂ ଧ୍ୟାନଚାନ୍ଦଙ୍କ ପୁତ୍ର ଅଶୋକ କୁମାର। ସିଗ୍ନେଚର ୨୪ ପ୍ରଡକ୍ସନର ପ୍ରତିଷ୍ଠାତା ନିର୍ଦ୍ଦେଶକ ଜୋୟିତା ରୟ ଏହି ସୂଚନା ଦେଇଛନ୍ତି। ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ପ୍ରତୀକ କୁମାର ମିଶ୍ର କହିଛନ୍ତି, ଆମେ ଇତିମଧ୍ୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ କେତେକାଂଶରେ ସଫଳ ହୋଇପାରିଛୁ। ଇନ୍‌ଷ୍ଟାଗ୍ରାମ୍‌ରେ ଆମ ଲେଖାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଅନେକ ଥର ଲାଇକ୍‌ କରିଛନ୍ତି। ପୁରୀର ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ଆମ ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି। ହକି ଯାଦୁକର ଧ୍ୟାନଚାନ୍ଦଙ୍କର ଏକ ବାଲୁକା ଆନିମେଶନ ଭିଡିଓ ସେ ପ୍ରସ୍ତୁତ କରଥିବା ଜୋୟିତା ରୟ ସୂଚନା ଦେଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ! ଏହି ଜିଲାରେ ରଚିବ ପ୍ରଳୟ…

ନୂଆଦିଲ୍ଲୀ, ୧୨।୯ : ମାଡ଼ି ଆସିବ ମହାବାତ୍ୟା ! ୧୯୯୯ ଠୁ ବି ହେବ ଭୟଙ୍କର। ନିମିଷକେ ସବୁ ହୋଇଯିବ ଛାରଖାର। ମାଡ଼ିଆସିବ ସମୁଦ୍ର ଜୁଆର। କିଛି…

ରାସ୍ତା ସାଜିଛି ବାଧକ, ଭାରରେ ବୁହା ହେଲେ ମହିଳା ରୋଗୀ

ପଟ୍ଟାଙ୍ଗି,୧୨।୯(ଶରତ କୁମାର ଧଳ): ପ୍ରତ୍ୟେକ ଗ୍ରାମରେ ପହଞ୍ଚିବ ରାସ୍ତା, ଆଉ କୌଣସି ସମସ୍ୟାର ସମ୍ମୁଖିନ ହେବେନି ଗ୍ରାମବାସୀ । ଏହି ନାରା ଦେଇ ଚାଲିଛନ୍ତି ସରକାରୀ ଦଳ…

ସମୟରେ ପହଞ୍ଚିଲା ଆମ୍ବୁଲାନ୍ସ, ହେଲେ ୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

ଗୁଡାରି,୧୨।୯,(ପ୍ରମୋଦ କୁମାର ପତି): ଗୁଡାରି ବ୍ଲକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳା ଚାମି ମାମ୍ବାଲାକା ସ୍ବାମୀ ଲାଜାରା କାଡ୍ରାକାଙ୍କୁ ପ୍ରସବ ବେଦନା ହେବା…

ଖୋଲିଲା ପ୍ରୀତିଙ୍କ ଗୁମର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୯।୧୨: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭାଇବ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ପ୍ରୀତି ନିକଟରେ…

୨ ଦିନ ପରେ ନବପଞ୍ଚମ ଯୋଗ: ମିଥୁନ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ! ବୃହସ୍ପତିଙ୍କ କୃପାରୁ ବର୍ଷିିବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ଓ ସେମାନଙ୍କର ପରସ୍ପର ସ୍ଥିତିକୁ ବେଶ ଗୁରୁତ୍ୱ ଦିଆଯାଏ। ଦୁଇଟି ଗ୍ରହ ନିର୍ଦ୍ଦିଷ୍ଟ ସ୍ଥିତିରେ ଆସିଲେ ବିଭିନ୍ନ ଯୋଗ ସୃଷ୍ଟି…

ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ

ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?