Posted inଖେଳ

ଧୋନୀ ଖେଳିବା ଉଚିତ୍‌: କୁଲଦୀପ

ନୂଆଦିଲ୍ଲୀ,୮।୫: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସପକ୍ଷରେ ମନ୍ତବ୍ୟ ଦେଇଛନ୍ତି ରିଷ୍ଟ ସ୍ପିନର କୁଲଦୀପ ଯାଦବ। ତାଙ୍କ ପାଖରେ ଏବେବି ବହୁତ କ୍ରିକେଟ ବାକି ରହିଛି। ଏବେ ମଧ୍ୟ ସେ ଭାରତ ପାଇଁ ଖେଳିପାରିବେ ବୋଲି ବ୍ୟକ୍ତିଗତ ଭାବେ ଅନୁମାନ କରୁଛି। ଧୋନୀଙ୍କ ଭବିଷ୍ୟତ ନେଇ କେବଳ ସେ ହିଁ ନିଷ୍ପତ୍ତି ନେଇପାରିବେ। ଏ ନେଇ ଆକଳନ କରିବା ଠିକ୍‌ ନୁହଁ ବୋଲି କୁଲଦୀପ କହିଛନ୍ତି।
ଗତବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପ୍‌ ସେମିଫାଇନାଲ ମ୍ୟାଚ୍‌ ଖେଳିବା ପରେ ଧୋନୀ ଏପର୍ଯ୍ୟନ୍ତ ଭାରତ ପାଇଁ କୌଣସି ମ୍ୟାଚ୍‌ ଖେଳି ନାହାନ୍ତି। ସେମିରେ ଭାରତ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇ ବିଶ୍ୱକପ୍‌ରୁ ବିଦାୟ ନେଇଥିଲା। ଧୋନୀଙ୍କ କ୍ୟାରିୟର ଓ ଭବିଷ୍ୟତ ନେଇ କଳ୍ପନାଜଳ୍ପନା ଜାରି ରହିଛି। ତେବେ ଏବେ ମଧ୍ୟ ଧୋନୀ ଭାରତ ପାଇଁ ଖେଳିଲେ ଉଚ୍ଚକୋଟୀର ପ୍ରଦର୍ଶନ କରିପାରିବେ। ଧୋନୀଙ୍କ ଅନୁପସ୍ଥିତି ଆମେ ଅନୁଭବ କରୁଛୁ। ଅବସର ନିଷ୍ପତ୍ତି ତାଙ୍କ ଉପରେ ଛାଡିଦେବା ଉଚିତ୍‌। ଏ ନେଇ ଅଧିକ ଆଲୋଚନାର ଆବଶ୍ୟକତା ନାହିଁ। ସେ ଏବେ ମଧ୍ୟ ବହୁତ ଫିଟ୍‌ ଅଛନ୍ତି। ସେ ଭାରତ ପାଇଁ ଖେଳିବା ଉଚିତ୍‌ ଓ ଏହା ମୋର ବ୍ୟକ୍ତିଗତ ମତ। ତାଙ୍କୁ ଭଲପାଏ ଓ ତାଙ୍କ ସହିତ ଖେଳିଲେ ଆମେ ବହୁତ ସହଜ ଅନୁଭବ କରିଥାଉ ବୋଲି କୁଲଦୀପ କହିଛନ୍ତି। ଯଦି ଇଣ୍ଡିଆନ ପ୍ରମିୟର ଲିଗ୍‌ (ଆଇପିଏଲ) ଆୟୋଜନ ସମ୍ଭବ ହୋଇଥାନ୍ତା ତାହେଲେ ଧୋନୀ ଏବେ ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ୱ ନେଉଥାନ୍ତେ। କିନ୍ତୁ କୋଭିଡ-୧୯ ମହାମାରୀ କାରଣରୁ ଆଇପିଏଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଉଠିଲା ପ୍ରଶ୍ନ? ଲକ୍ଷ୍ମଣଙ୍କ ବିଦାୟ, ଗମ୍ଭୀରଙ୍କ ଆଗମନରେ ବଦଳିଯିବ କି ପରିସ୍ଥିତି? ଜାଣନ୍ତୁ…

ନୂଆଦିଲ୍ଲୀ,୫।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚରେ କ’ଣ ବୈଭବ ସୂର୍ଯ୍ୟବଂଶୀ ଖେଳିବେ? ଏହି ପ୍ରଶ୍ନ ନିଶ୍ଚିତ ଭାବରେ ତାଙ୍କର ସମସ୍ତ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଓଡ଼ିଶାରେ ତିନି ବର୍ଷ ଯାଏ ଖୋଲିବନି ନୂଆ ମଦ ଦୋକାନ

ଭୁବନେଶ୍ବର,୫।୧୦: ଭୁବନେଶ୍ୱରରେ ‘ଜୀବନ ଜିନ୍ଦାବାଦ-୨.୦’ର ଶୁଭାରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟରୁ ନିଶା ମୂଳପୋଛ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଆଗାମୀ ୩…

ଶୋଇଥିଲେ ବର୍ଷକର ଶିଶୁ; ଘରେ ପଶି ମୁହଁକୁ ଝୁଣିଦେଲା କୁକୁର, ତାପରେ….

ନବରଙ୍ଗପୁର,୫।୧୦(ସଦାଶିବ ପ୍ରହରାଜ): ଘରେ ଶୋଇଥିବା ବେଳେ ବର୍ଷକର ଶିଶୁପୁତ୍ରକୁ ଝୁଣିଦେଲା ବୁଲାକୁକୁର । ମୃତ୍ୟୁ ସହ ସଂଗ୍ରାମ କରୁଛି ଶିଶୁଟି। ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

Asian Games 2026: ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଲେ, ‘ଆପଣମାନେ ଦେଶକୁ…’

ନୂଆଦିଲ୍ଲୀ,୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏସୀୟ କ୍ରୀଡ଼ା ୨୦୨୬’ (Asian Games 2026) ରେ ଭାରତୀୟ ଦଳର ପ୍ରଦର୍ଶନ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦୃଢ଼ ସଂକଳ୍ପ,…

ପେରୁରେ ମିଳିଲା ନୂଆ ପ୍ରଜାତିର ଏଣ୍ଡୁଅ, ଉଚ୍ଚତା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲିମା,୫।୧୦ (ପେରୁ): ଦକ୍ଷିଣ ପେରୁର ଆଣ୍ଡିଜ୍‌ ପର୍ବତମାଳାରେ ବୈଜ୍ଞାନିକମାନେ ଏକ ନୂଆ ପ୍ରଜାତି ଏଣ୍ଡୁଅର ସନ୍ଧାନ ପାଇଛନ୍ତି। ସମୁଦ୍ର ପତନଠାରୁ ପ୍ରାୟ ୪,୮୦୦ ମିଟରରୁ ଅଧିକ ଉଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?