‘ଧରିତ୍ରୀ’ ପ୍ରଭାବ: ଷ୍ଟାଣ୍ଡ୍‌କୁ ଫେରିଲା ‘ମୋ ସାଇକେଲ’

ଭୁବନେଶ୍ୱର,୨୪ା୭(ବ୍ୟୁରୋ): ବାଟବଣା ହୋଇଯାଇଥିବା ମୋ ସାଇକେଲ୍‌ ଯୋଜନାକୁ ପୁଣିଥରେ ଟ୍ରାକ୍‌କୁ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଲୋକଙ୍କ ଅକ୍ତିଆରରେ ଥିବା ‘ମୋ ସାଇକେଲ’କୁ ପୁଣିଥରେ ଷ୍ଟାଣ୍ଡ୍‌କୁ ଫେରାଇ ଆଣିବାକୁ କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ(ସିଆର୍‌ୟୁଟି) ପଦକ୍ଷେପ ନେଇଛି। ମୋ ସାଇକେଲଗୁଡ଼ିକର ରକ୍ଷଣାବେକ୍ଷଣ ଓ ପରିଚାଳନା ଠିକ୍‌ ଭାବେ ହେଉ ନ ଥିଲା। ଫଳରେ ଲୋକେ ମୋ ସାଇକେଲକୁ ନିଜ ଘରକୁ ନେଇଯାଇଥିଲେ। ‘ଲୋକଙ୍କ ଅକ୍ତିଆରରେ ମୋ ସାଇକେଲ’ ଶୀର୍ଷକ ଖବର ମଙ୍ଗଳବାର ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିଛନ୍ତି। ସହରର ବିଭିନ୍ନ ସ୍ଥାନରେ ଥିବା ମୋ ସାଇକେଲ୍‌ ଷ୍ଟାଣ୍ଡ୍‌ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଯାଞ୍ଚ କରାଯାଇ ଲୋକଙ୍କ ଘରୁ ସାଇକେଲ୍‌ ଉଦ୍ଧାର କରାଯାଇଛି।
ପଳାସୁଣୀଠାରୁ ବଡ଼ଗଡ଼ ପର୍ଯ୍ୟନ୍ତ କେନାଲ ରୋଡ୍‌ ପର୍ଯ୍ୟନ୍ତ ଅଞ୍ଚଳ ଏବଂ ଝାରପଡ଼ା, ଲକ୍ଷ୍ମୀସାଗର, ଚିନ୍ତାମଣିଶ୍ୱର କଲୋନୀ, ବିଜେବି ନଗର ଅଞ୍ଚଳରେ ମଙ୍ଗଳବାର ସିଆର୍‌ୟୁଟି ଟିମ୍‌ ଚଢ଼ାଉ କରି ବହୁ ସାଇକେଲ୍‌ ଉଦ୍ଧାର କରିଛନ୍ତି। ଲୋକଙ୍କ ଘର ଏବଂ ଆଖପାଖରେ ଖୋଜାଖୋଜି କରି ଯେତିକି ସାଇକେଲ ମିଳିଲା ତାହାକୁ ପୁଣିଥରେ ମୁଖ୍ୟ ଷ୍ଟାଣ୍ଡ୍‌ରେ ରଖାଯାଇଛି। ଏହାସହ ମରାମତି ଆବଶ୍ୟକ କରୁଥିବା ସାଇକେଲଗୁଡ଼ିକୁ ମୋ ସାଇକେଲ ଡିପୋକୁ ପଠାଇ ଦିଆଯାଇଛି ବୋଲି ସିଆର୍‌ୟୁଟିର ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର ସୂଚନା ଦେଇଛନ୍ତି। ଆଗକୁ ମଧ୍ୟ ଯାଞ୍ଚ କାର୍ଯ୍ୟକ୍ରମ ଜାରି ରହିବ। ଯେଉଁଠି ମୋ ସାଇକେଲ ଲୋକଙ୍କ ଅକ୍ତିଆରରେ ଅଛି, ତାହାକୁ ଉଦ୍ଧାର କରିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଏବେ ବି ସହରର ଅନ୍ୟାନ୍ୟ ଅଞ୍ଚଳରେ ଏକାଧିକ ‘ମୋ ସାଇକେଲ’ ଲୋକଙ୍କ କବ୍‌ଜାରେ ରହିଛି। ଏପରିକି କେତେଜଣ ଏହାକୁ ଘର ମଧ୍ୟରେ ଲୁଚାଇ ରଖିଥିବାରୁ ତାହାକୁ ଖୋଜି ବାହାର କରିବା ବା ଘରେ ପଶି ତାହାକୁ ଉଦ୍ଧାର କରିବା ପାଇଁ କର୍ତ୍ତୃପକ୍ଷ ସାହସ ଜୁଟାଇ ପାରୁନାହାନ୍ତି।
ସୂଚନାଯୋଗ୍ୟ, ହକି ବିଶ୍ୱକପ୍‌ ପୂର୍ବରୁ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ‘ମୋ ସାଇକେଲ ସେବା’ ଏବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। କିଛି ରାସ୍ତା କଡ଼ରେ ପଡ଼ିରହୁଥିବାବେଳେ ଆଉ କେହି ତାକୁ ନିଜ ଘରେ ଲୁଚାଇ ରଖୁଛନ୍ତି। ସାଇକେଲ ନ ଥିବାରୁ ଅଧିକାଂଶ ଷ୍ଟାଣ୍ଡ୍‌ ଏବେ ଫାଙ୍କା ପଡ଼ିଛି। ପୁଣି କେଉଁଠି ସାଇକେଲ ଚଲାଇ ସାରିବା ପରେ ଲୋକେ ଯେଉଁଠି ଇଚ୍ଛା ସେଠି ପକାଇ ଚାଲିଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ

ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଶୋଇଥିବାବେଳେ ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା…

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପାଣ୍ଡା ଛକ ନିକଟ ଉଲୁକପଲ୍ଲୀ ସାହିର ସୁରେନ୍ଦ୍ର ସାହୁଙ୍କ ଘରେ ବୁଧବାର ବିଳମ୍ବିତ…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri