ଧରାପଡ଼ିଲା ବାଂଲାଦେଶୀ ସେକ୍ସ ର଼୍ୟାକେଟ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ):ଓଡ଼ିଶାରେ କାୟା ମେଲିଛି ବାଂଲାଦେଶୀ ସେକ୍ସ ର଼୍ୟାକେଟ। କିଛିଦିନ ତଳେ ଧରାପଡ଼ିଥିବା ଜଣେ ବାଂଲାଦେଶୀ ରୂପଜୀବୀଙ୍କଠାରୁ ସୁରାକ ମିଳିଥିଲା। ତାଙ୍କୁ କୋର୍ଟଚାଲାଣ କରିବା ପରେ ଚୁପ୍‌ ବସିଥିଲା କମିଶନରେଟ ପୋଲିସ। ହେଲେ ମଙ୍ଗଳବାର କିଙ୍ଗ୍‌ପିନ୍‌ କୁହାଯାଉଥିବା ବାଂଲାଦେଶୀ ଦମ୍ପତି ଅଞ୍ଜଳି ଦିଦି ଓ ତାଙ୍କ ସ୍ବାମୀ ସେକ୍‌ ଇବ୍ରାହିମ୍‌ ଖାନ୍‌ଙ୍କୁ ଗିରଫ କରି ପୂରା ର଼୍ୟାକେଟର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ଏଥିସହ ସେମାନେ ନିୟୋଜିତ କରିଥିବା ୬ଜଣ ରୂପଜୀବୀଙ୍କୁ ଧରି ର଼୍ୟାକେଟର ଚେର ଖୋଜୁଛି। ଇତିମଧ୍ୟରେ ଏସ୍‌ଟିଏଫ୍‌କୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଜଣାପଡିଛି।
ମିଳିଥିବା ସୂଚନାନୁସାରେ, ସେକ୍ସ ର଼୍ୟାକେଟର କିଙ୍ଗ୍‌ପିନ୍‌ ଅଞ୍ଜଳି ଓ ଇବ୍ରାହିମ୍‌ଙ୍କ ସମ୍ପର୍କରେ ସୁରାକ ମିଳିବା ପରେ ତାଙ୍କୁ ଧରିବାକୁ ଯୋଜନା କରିଥିଲା ଏସ୍‌ଟିଏଫ୍‌। ଏକ ସ୍ବତନ୍ତ୍ର ଟିମ୍‌ ମଙ୍ଗଳବାର ପିପିଲି ନିକଟରେ ଚଢ଼ାଉ କରି ସେମାନଙ୍କୁ ଧରିବା ପରେ ଏସ୍‌ଟିଏଫ୍‌ କାର୍ଯ୍ୟାଳୟକୁ ଅଣାଯାଇ ପଚରାଉଚରା କରାଯାଇଥିଲା। ସେମାନେ ବାଂଲାଦେଶରୁ ଏକାଧିକ ଯୁବତୀଙ୍କୁ ଆଣି ଏଠାରେ ଦେହ ବ୍ୟବସାୟରେ ଲଗାଉଥିଲେ। ପୁରୁଣା ଭୁବନେଶ୍ୱର ରଥରୋଡ଼୍‌ରେ ଏକ ଘର ଭଡ଼ା ନେଇ ରୂପଜୀବୀମାନେ ରହୁଥିବା ସେମାନେ କହିବା ପରେ ଏସ୍‌ଟିଏଫ୍‌ ଟିମ୍‌ ସନ୍ଧ୍ୟା ପ୍ରାୟ ୫ଟାରେ ସେଠାରେ ଚଢାଉ କରି ୬ଜଣ ଯୁବତୀଙ୍କୁ ଧରିଥିଲା। ଉକ୍ତ ଘରୁ ଏସ୍‌ଟିଏଫ୍‌ ଟିମ୍‌ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରିବା ସହ ଘରକୁ ସିଲ୍‌ କରିଛି। ଏନେଇ ଘର ମାଲିକ ବିଷ୍ଣୁପ୍ରିୟା ପଣ୍ଡା କହିଛନ୍ତି, ସେମାନେ ୩ ମାସ ହେବ ଘର ଭଡ଼ାନେଇଥିଲେ। ଜଣେ ନର୍ସିଂ ଓ ଅନ୍ୟ ଜଣେ ଟେଲରିଂ କରୁଥିବା କହି ରହିଥିଲେ। ସେମାନେ ବାଂଲାଦେଶୀ କି ଅଣଓଡ଼ିଆ ସେନେଇ କିଛି ଜାଣିପାରି ନ ଥିଲେ। ସେମାନେ ମଧ୍ୟ କୌଣସି ପ୍ରମାଣପତ୍ର ଦେଇ ନ ଥିଲେ। ଅନ୍ୟମାନଙ୍କ ସମ୍ପର୍କରେ କିଛି ଜାଣି ନ ଥିବା ରହିବା ପରଠୁ ମଧ୍ୟ ସେମାନଙ୍କୁ କୌଣସି ପ୍ରମାଣପତ୍ର ମଗାଯାଇ ନ ଥିଲା ବୋଲି ସେ କହିଛନ୍ତି।

ଘର ବାହାରେ କୋଚିଂ ସେଣ୍ଟର ବୋର୍ଡ
ଗ୍ରାହକ ଯୋଗାଡ଼ ଦାୟିତ୍ୱରେ ଥିଲେ ନିଜେ ଅଞ୍ଜଳି ଦିଦି। ଲୋକାଲ ପର୍ନ ସାଇଟ୍‌ରେ ଦିଆଯାଇଥିବା ଫୋନ୍‌ ନମ୍ବର ଓ ଫଟୋ ଦେଖି ଗ୍ରାହକମାନେ ତାଙ୍କ ସହ ଯୋଗାଯୋଗ କରିଥାନ୍ତି। ଏହାପରେ ବାଂଲାଦେଶୀ ରୂପଜୀବୀ ରହୁଥିବା ପୁରୁଣା ଭୁବନେଶ୍ୱର ରଥରୋଡ଼ସ୍ଥିତ ଉକ୍ତ ଭଡ଼ା ଘରକୁ ଦିଦି ଗ୍ରାହକ ପଠାଇଥାନ୍ତି। ଗ୍ରାହକମାନେ ସେଠାରେ ପହଞ୍ଚତ୍ବା ପୂର୍ବରୁ ରୂପଜୀବୀଙ୍କ ସହ ସବୁକିଛି କଥାବାର୍ତ୍ତା ସରିଥାଏ। ଗ୍ରାହକ ରୂପଜୀବୀଙ୍କୁ ଚୟନ କରିବା ପରେ କାର୍‌ରେ ହୋଟେଲ କିମ୍ବା ଲଜ୍‌କୁ ନେଇଥାନ୍ତି। ସେହି ଘର ବାହାରେ ଯୁକ୍ତ୨ ଓ ଯୁକ୍ତ୩ କୋଚିଂ ସେଣ୍ଟର ବୋର୍ଡ ଲାଗିଥିଲା। ଫଳରେ ସ୍ଥାନୀୟ ଅଞ୍ଚଳରେ ରହୁଥିବା ଲୋକେ ଅନ୍ୟ କିଛି ସନ୍ଦେହ କରୁ ନ ଥିଲେ କି ରୂପଜୀବୀ ରହୁଥିବା ନେଇ ଜାଣିପାରି ନ ଥିଲେ। ଏବେ ଜଣାପଡ଼ିବା ପରେ ସେମାନେ ଚକିତ ହୋଇଯାଇଛନ୍ତି।
ନୂଆ ବର୍ଷ ପାଇଁ ୨୫ ଯୁବତୀଙ୍କୁ ରାଜଧାନୀ ଆଣିଥିଲେ
ଅଞ୍ଜଳି ଦିଦି ବାଂଲାଦେଶର ଯୁବତୀମାନଙ୍କୁ ଚାକିରି ଦେବା ପାଇଁ କହି ପ୍ରଥମେ କଲିକତା ଓ ପରେ ବାଲେଶ୍ୱର ଦେଇ ଭୁବନେଶ୍ୱରକୁ ଆଣୁଥିଲେ। ଏଠାରେ ହୋଟେଲରେ ରଖି ସେକ୍ସ ର଼୍ୟାକେଟରେ ସମ୍ପୃକ୍ତ କରୁଥିଲେ। ୨୦୨୦ ନୂଆ ବର୍ଷକୁ ଆଖି ଆଗରେ ରଖି ଦିଦି ଜାଲ୍‌ କାଗଜପତ୍ର ମାଧ୍ୟମରେ ୨୫ଜଣ ବାଂଲାଦେଶୀ ଯୁବତୀଙ୍କୁ ରାଜଧାନୀକୁ ଆଣିଥିଲେ। କିନ୍ତୁ କଟକରୋଡ଼ରେ ଜଣେ ରୂପଜୀବୀ ଗିରଫ ହେବା ପରେ ସେ ଅନ୍ୟ ଯୁବତୀଙ୍କୁ ହୋଟେଲରୁ ନେଇ ଭଡ଼ା ଘରେ ରଖିଥିଲେ।
ସୁନୀଲ ମେହେରର ମୁଖ୍ୟ ସହଯୋଗୀ ଅଞ୍ଚଳି ଦିଦି
ସେକ୍ସ ର଼୍ୟାକେଟର ବାଦ୍‌ଶାହା କୁହାଯାଉଥିବା ସୁନୀଲ ମେହେରଙ୍କ ମୁଖ୍ୟ ସହଯୋଗୀ ହେଉଛନ୍ତି ଅଞ୍ଜଳି ଦିଦି। ଦିଦିଙ୍କ ଘର ବାଂଲାଦେଶ ହୋଇଥିବାବେଳେ ତାଙ୍କୁ ସୁନୀଲ ଓଡ଼ିଶା ଆଣିଥିବା ଏସ୍‌ଟିଏଫ୍‌ ସୁରାକ ପାଇଛି। ପରବର୍ତ୍ତୀ ସମୟରେ ଅଞ୍ଜଳି ହିଁ ବାଂଲାଦେଶରୁ ଯୁବତୀଙ୍କୁ ଆଣି କଲିକତା ଓ ପରେ ଓଡ଼ିଶା ପହଞ୍ଚାଉଥିଲେ। କିନ୍ତୁ ସୁନୀଲ ଗିରଫ ହେବାପରେ ର଼୍ୟାକେଟର ମଙ୍ଗ ଧରିଥିଲେ ନିଜ ଅଞ୍ଜଳି ଓ ସ୍ବାମୀ ଇବ୍ରାହିମ୍‌।
ଜାଲ୍‌ ପ୍ରମାଣପତ୍ର କରୁଥିଲେ ଅଭି ଓ ରାଜୁ
ଅଞ୍ଜଳି ଦିଦି ବାଂଲାଦେଶୀ ଯୁବତୀଙ୍କୁ ପଶ୍ଚିମବଙ୍ଗ ଦେଇ ଭାରତରେ ପ୍ରବେଶ କରାଉଥିଲେ। ଏଥିପାଇଁ ବାଂଲାଦେଶ ଓ ପଶ୍ଚିମବଙ୍ଗ ସୀମାରେ ଥିବା ପୋଲିସ ମୋଟାଅଙ୍କର ଅର୍ଥ ନେଇ ଏହି ବେଆଇନ ପ୍ରବେଶକୁ ସୁଯୋଗ ଦେଇଥିଲେ। କଲିକତାରେ ପହଞ୍ଚତ୍ବା ପରେ ଅଭି ଓ ରାଜୁ ନାମକ ଦୁଇଜଣ ବ୍ୟକ୍ତି ସେମାନଙ୍କ ନାମରେ ଜାଲ୍‌ ପ୍ରମାଣପତ୍ର ତିଆରି କରୁଥିଲେ। ଯୁବତୀମାନଙ୍କୁ କଲିକତାରେ କିଛିଦିନ ରଖିବା ପରେ ବାଲେଶ୍ୱର ଓ ପରେ ଭୁବନେଶ୍ୱରକୁ ଅଣାଯାଉଥିଲା। ବିଶେଷକରି ରାଜଧାନୀର ହୋଟେଲରେ ରଖି ପେଡ଼୍‌ ଗର୍ଲଫ୍ରେଣ୍ଡ, କଲ୍‌ଗର୍ଲ ଭାବେ ପରିଚୟ ପାଉଥିଲେ। ଗ୍ରାହକ ପିଛା ରାତିକୁ ଗ୍ରାହକଙ୍କଠାରୁ ୧୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ନିଆଯାଉଥିଲା।
ବାଂଲାଦେଶୀ ଯୁବତୀଙ୍କ ଏତଲା ସୁରାକ ଦେଇଥିଲା
ଗତବର୍ଷ ଡିସେମ୍ବର ୧୬ରେ କଟକରୋଡରେ ଥିବା ଏକ ଲଜ୍‌ରେ ଜଣେ ବାଂଲାଦେଶୀ ଯୁବତୀଙ୍କୁ ହୋଟେଲ କର୍ମଚାରୀ ବଳାତ୍କାର କରିବା ନେଇ ଲକ୍ଷ୍ମୀସାଗର ଥାନାରେ ପୀଡିତା ଅଭିଯୋଗ କରିଥିଲେ। ପୋଲିସ ବାଂଲାଦେଶୀ ଯୁବତୀଙ୍କ ଅଭିଯୋଗ ଆଧାରରେ ହୋଟେଲର ଦୁଇ କର୍ମଚାରୀଙ୍କୁ ଗିରଫ କରିଥିଲା। କିନ୍ତୁ ଯୁବତୀ ଜଣକ ଜାଲ ପ୍ରମାଣପତ୍ରରେ ଏଠାକୁ ଆସିଥିବା ପୋଲିସ ତଦନ୍ତରୁ ଜାଣିବା ପରେ ତାଙ୍କୁ ଗିରଫ କରିଥିଲା। ପୋଲିସ ଯୁବତୀଙ୍କୁ ପଚରାଉଚରା କରିବାପରେ ବାଂଲାଦେଶୀ ସେକ୍ସ ର଼୍ୟାକେଟର ସୁରାକ ପାଇଥିଲା। ଏହି ଘଟଣା ତାଙ୍କ ପାଇଁ କାଳ ହେଲା ବୋଲି ଅଞ୍ଜଳି ଦିଦି ଏସ୍‌ଟିଏଫ୍‌ ଆଗରେ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri