ବ୍ରହ୍ମପୁର ଅଫିସ୍,୩ା୮-ଛାତ୍ରୀଛାତ୍ରଙ୍କ ମଧ୍ୟରେ ଦକ୍ଷତା ବିକାଶ ଏବଂ ସେମାନଙ୍କୁ ଆମତ୍ନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ନିର୍ଦ୍ଦିଷ୍ଟ କଲେଜଗୁଡ଼ିକରେ ରହିଛି ଧନ୍ଦାମୂଳକ ଶିକ୍ଷା । ଦଶମ ଶ୍ରେଣୀ ପାସ୍ କରିବା ପରେ ଜଣେ ପିଲା ଯଦି ନିଜେ ରୋଜଗାରକ୍ଷମ ହେବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ସ୍ବତନ୍ତ୍ର ତାଲିମ୍ ଦେବା ପାଇଁ ଏହି ସବୁ କଲେଜଗୁଡ଼ିକରେ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା। ତେବେ ସରକାରଙ୍କ ଏହି ଉଦ୍ଦେଶ୍ୟ ଲକ୍ଷ୍ୟଚୁତ ହେଉଥିବା ଦୃଷ୍ଟିକୁ ଆସିଛି। ବିଶେଷକରି ଗଞ୍ଜାମ ଜିଲାରେ ଧନ୍ଦାମୂଳକ ଶିକ୍ଷା ପ୍ରତି ଛାତ୍ରୀଛାତ୍ରମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି। ପ୍ରତି ବର୍ଷ ବହୁ ସଂଖ୍ୟାରେ ସିଟ୍ ଖାଲି ପଡ଼ୁଛି। ଏପରିକି ସଦ୍ୟ ସମାପ୍ତ ହୋଇଥିବା ଯୁକ୍ତ ୨ ନାମଲେଖା ବେଳେ ମୋଟ ସିଟ୍ରୁ ଏକ ତୃତୀୟାଂଶ ମଧ୍ୟ ପୂରଣ ହୋଇପାରି ନାହିଁ । ଯାହାକୁ ନେଇ ଧନ୍ଦାମୂଳକ କଲେଜଗୁଡ଼ିକର କର୍ତ୍ତୃପକ୍ଷଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି ।
ଗଞ୍ଜାମ ଜିଲାରେ ରହିଛି ୧୩ ଧନ୍ଦାମୂଳକ ଶିକ୍ଷା କଲେଜ। ପ୍ରତ୍ୟକ କଲେଜରେ ମୋଟ ୪୮ ଲେଖାଏ ସିଟ୍ ରହିଛି । ଏଭଳି ଭାବେ ଜିଲାରେ ଧନ୍ଦାମୂଳକ ଶିକ୍ଷାରେ ମୋଟ ୬୨୪ ସିଟ୍ ଥିବା ବେଳେ ମାତ୍ର ୧୫୫ ସିଟ୍ ପୂରଣ ହୋଇଛି । ୪୬୯ ସିଟ୍ ଫାଙ୍କା ପଡ଼ିଛି । ଆସିକା କଲେଜ(ସରକାରୀ ଧନ୍ଦାମୂଳକ ଶିକ୍ଷା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ମାତ୍ର ୧୩ଜଣ ନାମଲେଖାଇଥିବା ବେଳେ ଭଞ୍ଜନଗର କଲେଜରେ ୮ , ଭୀଷ୍ମଗିରି କଲେଜରେ ୨୩ , ବୁଗୁଡ଼ା କଲେଜରେ ୧୯, ଦିଗପହଣ୍ଡି କଲେଜରେ ୩୧, ଡୁରା କଲେଜରେ ୩, ଗଞ୍ଜାମ କଲେଜରେ ୯, ଆସିକା ବ୍ଲକ କେନ୍ଦୁପଦର କଲେଜରେ ୧୪, ଖଲ୍ଲିକୋଟ ବ୍ଲକ ଖଲ୍ଲିକୋଟ କଲେଜରେ ୨୨ ଏବଂ ସୋରଡ଼ା କଲେଜରେ ମାତ୍ର ୧୩ଜଣ ଧନ୍ଦାମୂଳକ ଶିକ୍ଷାରେ ନାମ ଲେଖାଇଛନ୍ତି । ତେବେ ଏମିତି ମଧ୍ୟ ୩ କଲେଜ ରହିଛି, ଯେଉଁଠାରେ ଜଣେ ହେଲେ ନାମଲେଖାଇ ନାହାନ୍ତି । ସେଗୁଡ଼ିକ ହେଲା ଜଗନ୍ନାଥପ୍ରସାଦ କଲେଜ, ଚିକିଟି ବ୍ଲକ ନୂଆପଡ଼ା କଲେଜ, ହିଞ୍ଜିଳିକାଟୁ ବ୍ଲକ ପୋଚିଲିମା କଲେଜ । କିନ୍ତୁ ଚଳିତ ବର୍ଷ ତୁଳନାରେ ଗତ ବର୍ଷ ନାମଲେଖା ଭଲ ରହିଥିଲା । ୬୨୪ ସିଟ୍ ମଧ୍ୟରୁ ୨୮୯ ପୂରଣ ହୋଇଥିବା ବେଳେ ୩୩୫ ସିଟ୍ ଖାଲି ପଡ଼ିଥିଲା । ତେବେ ମାତ୍ର ଗୋଟିଏ ବର୍ଷ ବ୍ୟବଧାନରେ ଏତେ ସଂଖ୍ୟାକ ସିଟ୍ କାହିଁକି ଅଧିକ ଖାଲି ପଡ଼ିଲା, ତାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗିରହିଛ।
ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ରହିଛି ଆକାଉଣ୍ଟନ୍ସି, ଆକାଉଣ୍ଟାନ୍ସି ଆଣ୍ଡ ଅଡିଟିଂ, ବିଜିନେସ୍ ଷ୍ଟଡିସ୍ ଆଣ୍ଡ ମ୍ୟାନେଜମେଣ୍ଟ, ଅର୍ଥଶାସ୍ତ୍ର, ରସାୟନ ବିଜ୍ଞାନ, କମ୍ପ୍ୟୁଟର୍ ଟେକ୍ନିକ୍, ଗୋପାଳନ, ବୈଦ୍ୟୁତିକ ଗୃହ ଉପକରଣର ମରାମତି, ପର୍ଯ୍ୟଟନ ଏବଂ ଭ୍ରମଣ, ଟିକସ ସହାୟକ, ମତ୍ସ୍ୟ ଉପତ୍ାଦନ, କାର୍ଯ୍ୟାଳୟ ପରିଚାଳନା, ଶବ୍ଦ ଓ ଚିତ୍ର ବିଜ୍ଞାନ, ମେଡ଼ିକାଲ୍ ପରୀକ୍ଷାଗାର ବିଜ୍ଞାନ, କୃଷି ଆଦି ଶିକ୍ଷା ରହିଛି। ଏସବୁ ଶିକ୍ଷାଗ୍ରହଣ ଦ୍ୱାରା ଜଣେ ଛାତ୍ର କିମ୍ବା ଛାତ୍ରୀ ପାଠ ସରିବା ପରେ ସହଜରେ ଆମତ୍ନିର୍ଭରଶୀଳ ହୋଇପାରିବେ। ଏସବୁ କଲେଜଗୁଡ଼ିକରେ ସରକାରଙ୍କ ପକ୍ଷରୁ ଅତ୍ୟାଧୁନିକ ଲ୍ୟାବ୍ ସହ ଅଭିଜ୍ଞ ଅଧ୍ୟାପିକା ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି। ତଥାପି ପ୍ରତି ବର୍ଷ ଛାତ୍ରୀଛାତ୍ରଙ୍କ ସଂଖ୍ୟା କମିବାରେ ଲାଗିଛି। ନିଜ ନାମଗୋପନ ରଖି ଏକ ଧନ୍ଦାମୂଳକ ଶିକ୍ଷା କଲେଜର ଅଧ୍ୟାପକ କୁହନ୍ତି, ୩୦ମାର୍କ ପ୍ରାକ୍ଟିକାଲ୍ ଏବଂ ୭୦ମାର୍କ ଥିଓରୀ ରହୁଛି। ପିଲାମାନେ ନାମ ଲେଖାଉଥିଲେ ମଧ୍ୟ ସେମାନଙ୍କୁ ଠିକ୍ ଭାବେ ପାଠପଢ଼ା ଯାଉ ନ ଥିବାରୁ ଆଗ୍ରହ ପ୍ରକାଶ କରୁନାହାନ୍ତି । କେବଳ ସହଜରେ ପାସ୍ କରିବା ପାଇଁ ନାମ ଲେଖାଉଛନ୍ତି । ଧନ୍ଦାମୂଳକ ଶିକ୍ଷା ଅପେକ୍ଷା ଆଇଟିଆଇ କିମ୍ବା ଡିପ୍ଲୋମା ଇଞ୍ଜିନିୟରିଂ ପାଇଁ ଆଗ୍ରହ ଦେଖାଉଛନ୍ତି । କାରଣ ସେଥିରେ ଭବିଷ୍ୟତ ଅଛି । ଅନ୍ୟପଟେ ସରକାର କେବଳ କଲେଜ ଖୋଲି ଦେଉଛନ୍ତି । କିନ୍ତୁ ଜଣେ ପିଲା ପାସ୍ କରିବା ପରେ ତାକୁ କେମିତି ନିଯୁକ୍ତି ଦିଆଯାଇ ପାରିବ, ସେ ଦିଗରେ କୌଣସି ପଦକ୍ଷେପ ନିଆଯାଉନି । ଫଳରେ ଧୀରେ ଧୀରେ ପିଲାମାନେ ଧନ୍ଦାମୂଳକ ଶିକ୍ଷାଠାରୁ ଦୂରେଇ ଯାଉଛନ୍ତି ।
ଏ ସମ୍ପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପସଚିବ କୁଳମଣୀ ଓଝା କୁହନ୍ତି, ଧନ୍ଦାମୂଳକ ଶିକ୍ଷା କଲେଜଗୁଡ଼ିକରେ ନାମଲେଖା ନୈରାଶ୍ୟଜନକ ରହିଛି । ଚଳିତ ବର୍ଷ ତିନଟି କଲେଜରେ ନାମଲେଖା ଶୂନ୍ ହୋଇଯାଇଛି । ପୂର୍ବ ବର୍ଷ ମଧ୍ୟ ଖୁବ୍ କମ୍ ସଂଖ୍ୟକ ଛାତ୍ରୀଛାତ୍ର ନାମ ଲେଖାଇଥିଲେ । ଶିକ୍ଷା ଗ୍ରହଣ ପରେ ନିଯୁକ୍ତି ସୁଯୋଗର ଅଭାବ ରହୁଥିବା ଯୋଗୁ ଛାତ୍ରୀଛାତ୍ରମାନେ ଆଗ୍ରହ ପ୍ରକାଶ କରୁ ନ ଥିବା ଅନୁମାନ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି ।
ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା
ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…
ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…
ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…
ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…
କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…
ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ
ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…
କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ
ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…
ସାନଖେମୁଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣଙ୍କ ମୃତ୍ୟୁ, ୪ ଗୁରୁତର; ବ୍ରହ୍ମପୁର MKCGରେ…
ଦିଗପହଣ୍ଡି,୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ଗତ ୪ ଦିନ ହେଲା ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି।…
ଅନଲାଇନ୍ ଗେମିଂ-ବେଟିଂ ନାଁରେ କୋଟି କୋଟି ଟଙ୍କାର ସାଇବର ଠକେଇ! ଗଞ୍ଜାମରେ ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ
ଛତ୍ରପୁର,୩୦।୯(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : ଅନଲାଇନ୍ ଗେମିଂ, ବେଟିଂ ଓ ଇନଭେଷ୍ଟମେଣ୍ଟ ଆପ୍ ମାଧ୍ୟମରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଠକେଇ କରୁଥିବା ଏକ ସାଇବର ନେଟୱର୍କକୁ…
ଲିଫ୍ଟ ମାଗି ବାଇକରେ ବସିଲେ; ରାସ୍ତାରେ ମାଡ଼ ମାରି ଟଙ୍କା-ବ୍ରେସଲେଟ୍ ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା
ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ହାଇସ୍କୁଲ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା କଞ୍ଚୁରୁ…

