Posted inଫୁରସତ

ଧନୀ ପେଟ୍‌: ଲାଇଫ୍‌ ଷ୍ଟାଇଲ୍‌ ଦେଖିଲେ କରିବେ ଇର୍ଷା…

ବଡ ବଙ୍ଗଳାରେ ରହିବା, ଦାମୀ ପୋଷାକ ପିନ୍ଧିବା, ସୁସ୍ବାଦୁ ଖାଦ୍ୟ ଖାଇ ଅୟସରେ ଜୀବନ ବିତେଇବାର ସ୍ବପ୍ନ ସମସ୍ତେ ଦେଖନ୍ତି। ହେଲେ ଏ ସ୍ବପ୍ନ କେବଳ ସ୍ବପ୍ନ ହୋଇ ରହିଯାଏ ଅନେକଙ୍କ ପାଇଁ। କିନ୍ତୁ କିଛି ପ୍ରାଣୀ ଅଛନ୍ତି ଯେଉଁମାନେ ଜିଉଁଛନ୍ତି ମଣିଷ ସ୍ବପ୍ନ ଦେଖୁଥିବା ଏହିଭଳି ବିଳାସମୟ ଜୀବନ। ଆଉ ତାଙ୍କ ଲାଇଫ୍‌ ଷ୍ଟାଇଲ୍‌ ଦେଖିଲେ ମଣିଷ ବି କରିବେ ଇର୍ଷା…

ଗୁନ୍ଥର ୪: ଜର୍ମାନ ଶେଫର୍ଡ ବ୍ରିଡ୍‌ର କୁକୁର ଗୁନ୍ଥର ୪ ହେଉଛି ପୃଥିବୀର ସବୁଠାରୁ ଧନୀ ପେଟ୍‌। ଏହି କୁକୁରଟି ୩୭୫ ମିଲିୟନ ଡଲାରର ମାଲିକ। କହିବାକୁ ଗଲେ ଗୁନ୍ଥର ୪ ହେଉଛି ଏକ ଭାଗ୍ୟବାନ କୁକୁର। ସେ ତା’ ବାପା ଗୁନ୍ଥର ୩ଙ୍କର ଦାୟାଦ, ଯେକି ଜର୍ମାନ କାଉଣ୍ଟେସ୍‌ କାର୍ଲୋଟା ଲିବେନଷ୍ଟିନ୍‌ଙ୍କର ପେଟ୍‌ ଥିଲା। କାଉଣ୍ଟେସ୍‌ କାର୍ଲୋଟା ମୃତ୍ୟୁପୂର୍ବରୁ ନିଜ ସମ୍ପତିରୁ ୧୦୬ ମିଲିୟନ ଡଲାର ପ୍ରିୟ ପେଟ୍‌ ଗୁନ୍ଥର ୩ ନାମରେ କରିଦେଇଥିଲେ। ସେହି ଟଙ୍କାକୁ ତାଙ୍କ ଟ୍ରଷ୍ଟି ନିବେଶ କରିଥିଲେ। ଆଉ ସୌଭାଗ୍ୟକୁ ତାହା ତିନିଗୁଣା ବଢିଗଲା। ଫଳରେ ସେ ୩୭୫ ମିଲିୟନ ସମ୍ପତିର ମାଲିକ ପାଲଟିଗଲା। ତେବେ ଗୁନ୍ଥର ୩ର ମୃତ୍ୟୁ ପରେ ଦାୟାଦଭାବେ ଗୁନ୍ଥର ୪ ସେହି ସମ୍ପତ୍ତିର ମାଲିକ ପାଲଟିଯାଇଛି। ଆଉ ଏକ ଅୟସଭରା ଜୀବନ ଅତିବାହିତ କରୁଛି। ଗୁନ୍ଥର ୪ର ଏକ ମାନ୍‌ସନ୍‌ ବି ଅଛି, ଯାହା ହଲିଉଡର ସିଙ୍ଗର କମ୍‌ ଆକ୍ଟ୍ରେସ୍‌ ମଡୋନାଙ୍କର ଥିଲା।

ନାଲା କ୍ୟାଟ୍‌: ଏହି ବିଲେଇଟି ହେଉଛି ଏକ କ୍ୟାଟ୍‌ ଫୁଡ ବ୍ରାଣ୍ଡର ମାଲିକ। ୧୦୦ ମିଲିୟନ ଡଲାର ହେଉଛି ଏହାର ସମ୍ପତି। ନାଲାର ୪.୩ ମିଲିୟନ ଇନ୍‌ଷ୍ଟାଗ୍ରାମ ଫଲୋୟର ଅଛନ୍ତି। ସବୁଠାରୁ ଅଧିକ ଇନ୍‌ଷ୍ଟାଗ୍ରାମ ଫଲୋୟର୍‌ ଥିବାରୁ ତା’ର ନାମ ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ବି ସ୍ଥାନ ପାଇଛି। ପୁକି ମେଥାଚିଟିଫାନ ଓ ଶାନନ୍‌ ଇଲିଶ ହେଉଛନ୍ତି ନାଲାର ମାଲିକ। ନୀଳ ଆଖିରେ ବେଶ୍‌ ସୁନ୍ଦର ଦେଖାଯାଉଥିବା ଏହି ବିଲେଇଟି ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଓ ଆପିୟରେନ୍ସ ଦେଇ ବର୍ଷକୁ ୬୨୫୦୦୦ ଡଲାର ରୋଜଗାର କରିଥାଏ।

ଗ୍ରମ୍ପି କ୍ୟାଟ୍‌: ଟାରଦର ସସ୍‌ ଏକ ବିଲେଇ, ଯିଏକି ଗ୍ରମ୍ପି କ୍ୟାଟ୍‌ ନାମରେ ବେଶ୍‌ ପରିଚିତ। ଏଇ ନାମଟି ବିଲେଇଟି ତା’ର ରାଗି ମୁହଁ ପାଇଁ ପାଇଛି। ଗ୍ରମ୍ପି କ୍ୟାଟ୍‌ ତା’ର ଏଇ ଲୁକ୍‌ ପାଇଁ ଇଣ୍ଟରନେଟ୍‌ରେ ବହୁତ ପ୍ରସିଦ୍ଧି ପାଇଛି। ଆମେରିକାରେ ସେ ସେଲିବ୍ରିଟି କ୍ୟାଟ୍‌ ଭାବେ ପରିଚିତ। ୨୦୧୨ରେ ପ୍ରଥମେ ଏହାର ଫଟୋ ସୋସିଆଲ ମିଡିଆରେ ଅପଲୋଡ ହୋଇଥିଲା। ଏବେ ଫେସ୍‌ବୁକ୍‌ରେ ତା’ର ୮.୩ ମିଲିୟନ୍‌ରୁ ଉର୍ଦ୍ଧ୍ୱ ଲାଇକ୍‌, ଇନଷ୍ଟାଗ୍ରାମରେ ୨.୬ ମିଲିୟନରୁ ଉର୍ଦ୍ଧ୍ୱ ଫଲୋୟର୍‌, ଟୁଇଟର୍‌ରେ ୧.୫ ମିଲିୟନରୁ ଉର୍ଦ୍ଧ୍ୱ ଫଲୋୟର ଓ ୟୁଟ୍ୟୁବ୍‌ରେ ୨୮୩୦୦୦ରୁ ଉର୍ଦ୍ଧ୍ୱ ସବ୍‌ସ୍କ୍ରାଇବର୍‌ ଅଛନ୍ତି। ଫଳରେ ସେ ୯୯ ମିଲିୟନ ଡଲାର ସମ୍ପତିର ମାଲିକ ସାଜିଛି।

ଓଲିଭିଆ ବେନସନ୍‌: ୨୦୧୪ରେ ଆମେରିକୀୟ ସିଙ୍ଗର ଟେଲର୍‌ ସ୍ବିଫ୍ଟ ଏକ ବିଲେଇ ପେଟ୍‌ଭାବେ ଆଣିଥିଲେ, ଯାହାର ନାଁ ସେ ଓଲିଭିଆ ବେନ୍‌ସନ୍‌ ଦେଇଥିଲେ। ଟେଲର୍‌ ସ୍ବିଫ୍ଟ ଓଲିଭିଆକୁ ଏତେ ଭଲ ପାଆନ୍ତି ଯେ, ସେ କରିଥିବା ଏକ ଡାଏଟ୍‌ କୋକ୍‌ ବିଜ୍ଞାପନରେ ପେଟ୍‌ ଓଲିଭିଆକୁ ବି ସାମିଲ କରିଥିଲେ। ଖାଲି ସେତିକି ନୁହେଁ କେଡ୍‌ସ ସୁଜ୍‌ ପରି ଅନେକ କମର୍‌ସିଆଲ୍‌ ଓ ଟେଲର ସ୍ବିଫ୍ଟଙ୍କ ମ୍ୟୁଜିକ ଭିଡିଓ ‘ବ୍ଲାଙ୍କ ସ୍ପେସ୍‌’ରେ ବି ଓଲିଭିଆ ଅଭିନୟ କରିଛି। ଏହି ସ୍କଟିସ୍‌ ଫୋଲ୍ଡ ବିଲେଇର ସମ୍ପତି ୯୭ ମିଲିୟନ ଡଲାର।
ସ୍ୟାଡି, ସନି, ଲରେନ୍‌, ଲେୟଲା, ଲ୍ୟୁକ୍‌: ପ୍ରସିଦ୍ଧ ଆମେରିକୀୟ ଟକ୍‌ ଶୋ’ ହୋଷ୍ଟ ଓପ୍ରା ଓ୍ବିନ ଫ୍ରେଙ୍କର ଅଛି ୫ଟି ପେଟ୍‌ ଡଗ୍‌। ସେ ଏହି କୁକୁରଗୁଡିକୁ ବହୁତ ଭଲ ପାଆନ୍ତି। ତେଣୁ ସେ ନିଜ ସମ୍ପତିରୁ ୩୦ ମିଲିୟନ୍‌ ଡଲାର ଏହି ୫ଟି ପେଟ୍‌ ଡଗ୍‌ ନାମରେ କରି ଦେଇଛନ୍ତି।

ଗିଗୁ: ଧନୀ ପେଟ୍‌ ତାଲିକାରେ ଏକ କୁକୁଡା ବି ଅଛି, ଯାହାର ନାଁ ଗିଗୁ। ଗିଗୁ ବ୍ରିଟିଶ ମଲ୍ଟି ମିଲିୟନେର ପବ୍ଲିଶର୍‌ ମାଇଲ୍ସ ବ୍ଲାକ୍‌ଓ୍ବେଲଙ୍କର ପେଟ୍‌ ଥିଲା। ମୃତ୍ୟୁ ପୂର୍ବରୁ ମାଇଲ୍ସ ବ୍ଲାକଓ୍ବେଲ ୧୫ ମିଲିୟନ ଡଲାର ଗିଗୁ ନାମରେ ଛାଡି ଯାଇଥିଲେ। ଫଳରେ ସେ ପାଲଟିଗଲା ଏକ ଧନୀ ପେଟ୍‌।

କୋଞ୍ଚତ୍ତା: ବେକରେ ଟିଫାନୀ ନେକ୍‌ଲେସ୍‌ ଓ କାଶ୍ମୀର୍‌ ସ୍ବେଟର୍‌ ପିନ୍ଧି ରାଜକୀୟ ଠାଣିରେ ବସିଥିବା କୋଞ୍ଚତ୍ତା ହେଉଛି ଏକ ଚିହୁଆହୁଆ ପ୍ରଜାତିର କୁକୁର। ମିଆମିର ଏହି କୁକୁରକୁ ‘କୁଇନ୍‌ ଅଫ୍‌ ମିଆମି’ ବୋଲି କୁହାଯାଏ। ସୋସିଆଲାଇଟ୍‌ ଗେଲ୍‌ ପୋସନର୍‌ ହେଉଛନ୍ତି ତାର ମାଲିକ। ଗେଲ୍‌ ମୃତ୍ୟୁବରଣ କରିବା ପୂର୍ବରୁ ୮.୪ ମିଲିୟନ ଡଲାର କୋଞ୍ଚତ୍ତା ନାମରେ ଛାଡିଯାଇଛନ୍ତି। ଫଳରେ ସେ ଏବେ ଏକ ଅୟସଭରା ଜୀବନ ଅତିବାହିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri