ଧନୀଙ୍କ ପସନ୍ଦ ଦୁବାଇ

ଭୁବନେଶ୍ୱର,୧୮ା୭(ବ୍ୟୁରୋ):ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ର ପ୍ରମୁଖ ସହର ଦୁବାଇର ଦୃଢ଼ ଆର୍ଥିକ ବ୍ୟବସ୍ଥା, ଉଚ୍ଚତମ ଅଟ୍ଟାଳିକା, ଉନ୍ନତମାନର ଅନ୍ତଃରାଷ୍ଟ୍ରୀୟ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ, ବ୍ୟବସାୟ ପ୍ରତିଷ୍ଠାନ, ସୌନ୍ଦର୍ଯ୍ୟଭରା ସମୁଦ୍ରକୂଳ, ବିକଶିତ ରାଷ୍ଟ୍ର ସହ ସମକକ୍ଷ ସାମାଜିକ ବିଧିବ୍ୟବସ୍ଥା ଗତ କିଛି ବର୍ଷ ହେଲା ଭାରତର ଧନିକ ଗୋଷ୍ଠୀକୁ ବେଶ୍‌ ଆକୃଷ୍ଟ କରିପାରିଛି। ବିଶେଷକରି ସୁନା ଓ ହୀରା ଅଳଙ୍କାର ବ୍ୟବସାୟ କ୍ଷେତ୍ରରେ ଦୁବାଇ ସାରା ବିଶ୍ୱରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି। ସେଠାରେ ବ୍ୟବସାୟ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ବିଭିନ୍ନ ସୁବିଧା ମିଳିପାରୁଛି। ୨୦୦୪-୦୬ରେ ୟୁଏଇ ସରକାର ରିୟଲ ଇଷ୍ଟେଟ ବ୍ୟବସାୟରେ ବିଦେଶ ପୁଞ୍ଜି ନିବେଶକୁ ଅନୁମତି ପ୍ରଦାନ କରିଥିଲେ। ଆଉ ସେବେଠାରୁ ରିୟଲ୍‌ ଇଷ୍ଟେଟରେ ପୁଞ୍ଜି ନିବେଶ କରିବାପାଇଁ ଭାରତୀୟ ବେଶ୍‌ ଆଗ୍ରହ ପ୍ରକାଶ କରୁଛନ୍ତି। କାରଣ ଦୁବାଇ ସହରର ମୁଖ୍ୟ ସ୍ଥଳରେ ୧କକ୍ଷ ବିଶିଷ୍ଟ ଅତ୍ୟନ୍ତ ବିଳାସପୂର୍ଣ୍ଣ ଫ୍ଲାଟ ଭାରତୀୟ ମୁଦ୍ରା ୪୫ରୁ ୫୦ଲକ୍ଷ ମଧ୍ୟରେ ମିଳିଯାଇପାରୁଛି, ଯାହାକି ଭାରତର ମେଟ୍ରୋ ସହରରେ ମିଳୁଥିବା ଘର ମୂଲ୍ୟଠାରୁ ମଧ୍ୟ କମ୍‌। ରିୟଲ ଇଷ୍ଟେଟ ବ୍ୟବସାୟରେ କିପରି ପଶ୍ଚିମ ଏସୀୟ ରାଷ୍ଟ୍ରଗୁଡ଼ିକ ଅଧିକରୁ ଅଧିକ ପୁଞ୍ଜି ନିବେଶ କରିପାରିବେ ସେଥିପାଇଁ ଓଡ଼ିଶାରେ ମଧ୍ୟ ବିଭିନ୍ନ ବିଜ୍ଞାପନ ଓ ହୋର୍ଡିଂ ମାଧ୍ୟମରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି। ଦୁବାଇକୁ ବୁଲିବାକୁ ଯିବାକୁ ମଧ୍ୟ ଭାରତୀୟଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ୨୦୧୮ରେ ୨ନିୟୁତରୁ ଊର୍ଦ୍ଧ୍ୱ ଭାରତୀୟ ସେଠାକୁ ଗସ୍ତ କରିଥିବା ଜଣାପଡ଼ିଛି। ଏପରି କି ଦୁବାଇର ମୋଟ ଜନସଂଖ୍ୟାର ୩୫ପ୍ରତିଶତ କେବଳ ଭାରତୀୟ ଅଟନ୍ତି। ମିଳିଥିବା ତଥ୍ୟ ଅନୁସାରେ ୨୦୧୩ରୁ ୨୦୧୭ ମଧ୍ୟରେ ୧,୩୮୭ ଭାରତୀୟ ନାଗରିକ ୟୁଏଇରେ ରିୟଲ ଇଷ୍ଟେଟରେ ପୁଞ୍ଜି ନିବେଶ କରିଛିନ୍ତି। ସେଠାରେ ଭାରତୀୟଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ଦେଢ଼ ହଜାର କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି କୁହାଯାଉଛି। ୟୁଏଇରେ ଆୟକର ବ୍ୟବସ୍ଥା ନାହିଁ। ସେଥିପାଇଁ ସେଠାରେ ଚାକିରି ଓ ବ୍ୟବସାୟ କରିବା ପାଇଁ ସାରା ବିଶ୍ୱରୁ ଲୋକେ ଆଗ୍ରହ ଦେଖାଉଛନ୍ତି। ଏକ୍ଷେତ୍ରରେ ଭାରତ, ପାକିସ୍ତାନ, ବାଂଲାଦେଶର ନାଗରିକଙ୍କ ସଂଖ୍ୟା ଅପେକ୍ଷାକୃତ ଅଧିକ। ବିଶେଷକରି ପୁଞ୍ଜି ନିବେଶ କରିଥିବା ଭାରତୀୟଙ୍କ ମଧ୍ୟରେ ଅଧିକାଂଶ ବ୍ୟବସାୟୀ, ସିନେ ଜଗତ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷ। ସେମାନେ ଆୟକର ଛାଡ଼ କିମ୍ବା କଳାଧନକୁ ଲୁଚାଇବା ପାଇଁ ୟୁଏଇକୁ ସୁରକ୍ଷିତ ସ୍ଥାନ ମଣୁଛନ୍ତି। ଏପରି କି ଦୈନିକ ୧ନିୟୁତ ଡଲାର ଭାରତୀୟ ମୁଦ୍ରା ଦୁବାଇକୁ ଯାଉଥିବା ଜଣାପଡ଼ିଛି। କିନ୍ତୁ ଭାରତୀୟମାନେ ଦୁବାଇରେ କରୁଥିବା କାରବାର ସମ୍ପର୍କରେ ଏବେ ଭାରତର ଆୟକର ବିଭାଗ ନଜର ରଖିବା ଆରମ୍ଭ କଲାଣି। ୨୦୧୮ରେ ପ୍ରାୟ ୭,୫୦୦ ଭାରତୀୟ ଦୁବାଇରେ ସମ୍ପତ୍ତି କ୍ରୟ କରିଥିବା ଭାରତୀୟ ଆୟକର ବିଭାଗ ପକ୍ଷରୁ ଜଣାପଡ଼ିଛି।
ଦୁବାଇରେ ରିୟଲ ଇଷ୍ଟେଟ, ସୁନା, ହୋଟେଲ, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରରେ ଭାରତୀୟଙ୍କ ବିପୁଳ ପୁଞ୍ଜି ନିବେଶ ରହିଥିବାବେଳେ ସେଠାକୁ ଯିବା ପାଇଁ ଉତ୍ତମ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି। ଏଭଳି କ୍ଷେତ୍ରରେ ଓଡ଼ିଶା ସରକାର ଦୁବାଇକୁ ସିଧା ବିମାନ ସେବା ପାଇଁ ମଧ୍ୟ ଆଗ୍ରହ ଦେଖାଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ପତ୍ର ଲେଖି ଜଣାଇଛନ୍ତି। ସିଧାସଳଖ ବିମାନ ସେବା ଦ୍ୱାରା ଓଡ଼ିଶା ଶିଳ୍ପର ବିକାଶ ସେଭଳି କିଛି ହେବା ଭଳି ମନେ ହେଉନାହିଁ। କାରଣ ଏଠାରୁ ଲୋକମାନେ ଦୁବାଇ ଗସ୍ତ କରୁଛନ୍ତି ହେଲେ ସେଠାକାର ଲୋକ ସେହିଭଳି ଏଠାକୁ ଆସୁ ନ ଥିବାରୁ ପର୍ଯ୍ୟଟନ ଶିଳ୍ପର ମଧ୍ୟ ଉନ୍ନତି ହେବ ନାହିଁ। ଅପରପକ୍ଷରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କିଛି ବର୍ଷ ହେଲା ସୁନା ଚୋରା କାରବାର ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସାଧାରଣରେ ଏହି ଧାରଣା ସୃଷ୍ଟି ହେଉଛି ଯେ, ଦୁବାଇକୁ ଯଦି ସିଧା ବିମାନ ସେବା ଉପଲବ୍ଧ ହେବ ତେବେ ସେଠାରେ ରିୟଲ୍‌ ଇଷ୍ଟେଟ ଓ ଅନ୍ୟ କେତେକ କାରବାରରେ କଳାଧନ ନିୟୋଜନର ପର୍ଯ୍ୟାପ୍ତ ସୁଯୋଗକୁ ଅଧିକ ସହାୟକ ହେବ। ଏପରି କି ବିଦେଶରୁ ଓଡ଼ିଶାକୁ ବେଆଇନ ସୁନା ଆମଦାନୀ ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri