ଦ୍ରୁତଗତିରେ ଗାଡ଼ି ଚାଳନା କାଳ ହେଲା: ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

ବାଲେଶ୍ୱର ଅଫିସ/ରସାଳପୁର(ଡି.ଏନ.ଏ), ୧୪।୬-ବାଲେଶ୍ୱର ସହର ନିକଟସ୍ଥ ଚାନ୍ଦିପୁର ରାସ୍ତାରେ ଶୁକ୍ରବାର ଅପରାହ୍ନ ସାଢେ ୨ଟା ବେଳେ ଏକ ସଡକ ଦୁର୍ଘଟଣା ଘଟି ୩ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ରୂପସା ଥାନା କେନ୍ଦୁଦାଙ୍ଗୀରି ଗ୍ରାମର ଭକ୍ତବନ୍ଧୁ ସିଂ (୨୬), ନୀଳଗିରି ବରହମପୁର ଥାନା ଅଶ୍ୱନବଣୀ ଗ୍ରାମର ପପୁ ସିଂ (୨୦) ଏବଂ ବ୍ରହ୍ମାନନ୍ଦ ସିଂ (୨୬)। ଚାନ୍ଦିପୁର ଥାନା ପୋଲିସ ଉଭୟ ଗାଡିକୁ ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
ଭକ୍ତବନ୍ଧୁ ସ୍କୁଟି ଯୋଗେ ଚାନ୍ଦିପୁରରୁ ଫେରୁଥିବା ବେଳେ ପପୁ ଏବଂ ବ୍ରହ୍ମାନନ୍ଦ ଜଣେ ମହିଳାଙ୍କୁ ବସାଇ ଗୋଟିଏ ପଲ୍‌ସରରେ ଚାନ୍ଦିପୁରସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ। ଗାଡିଟି ଦ୍ରୁତଗତିରେ ଯାଉଥିବାରୁ ଗଛମାଳିଆ ନିକଟରେ ନିୟନ୍ତ୍ରଣ ହରାଇ ସ୍କୁଟି ସହିତ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ପଲ୍‌ସରରେ ଥିବା ୨ ଯୁବକ ଓ ସ୍କୁଟିରେ ଥିବା ଜଣେ ଯୁବକ ରକ୍ତ ଜୁଡୁବୁଡୁ ହୋଇ ଅଚେତ ହୋଇପଡିଥିଲେ। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଥିଲେ। ବାଇକ୍‌ ପଛରେ ବସିଥିବା ମହିଳାଙ୍କ ସମ୍ପର୍କରେ କିଛି ଖବର ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri