ଦୈତନଗରୀରେ ପ୍ରତିଷ୍ଠା ହେବ ୟୁନିଫାଏଡ୍‌ କଣ୍ଟ୍ରୋଲ ରୁମ୍‌ : ଡିଜିପି

ଭୁବନେଶ୍ୱର, ୨ା୧(ବ୍ୟୁରୋ): ତ୍ୱରିତ ଓ ସମନ୍ବିତ ସେବା ଯୋଗାଇବା ସହରାଞ୍ଚଳ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏଥିପାଇଁ କଟକ ଓ ଭୁବନେଶ୍ୱର ଦୈତନଗରୀରେ ପ୍ରତିଷ୍ଠା ହେବ ୟୁନିଫାଏଡ୍‌ କଣ୍ଟ୍ରାଲ ରୁମ୍‌। ଏହା ଲୋକଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇବାରେ ସହାୟକ ହେବ ବୋଲି ପୋଲିସ ଡିଜି ଅଭୟ କହିଛନ୍ତି।
ଗୁରୁବାର ସପ୍ତମ ବାଟାଲିଅନ ପଡ଼ିଆରେ ଅନୁଷ୍ଠିତ କମିଶନରେଟ ପୋଲିସର ଦ୍ୱାଦଶ ପ୍ରତିଷ୍ଠା ଦିବସରେ ଯୋଗଦେଇ ଡିଜିପି ଅଭୟ କହିଛନ୍ତି, ପୋଲିସ ଲୋକଙ୍କ ନିକଟର ହୋଇ କାର୍ଯ୍ୟ କରିବା ଦରକାର। ଏଥିପାଇଁ ‘ମୋ ସରକାର’ ଯୋଜନାର କାର୍ଯ୍ୟକାରିତାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଲୋକଙ୍କ ମତାମତ ଆଧାରରେ ସେବାକୁ ତ୍ୱରାନ୍ବିତ କରାଯାଉଛି। ଏହାଦ୍ୱାରା ପୋଲିସକୁ ଭଲ ଫିଡ୍‌୍‌ବ୍ୟାକ୍‌ ମିଳୁଛି। ବିଶେଷକରି ଭୁବନେଶ୍ୱର ଓ କଟକରେ କମିଶନରେଟ ପୋଲିସକୁ ଆଗାମୀ ଦିନରେ ଅଧିକ ପିସିଆର୍‌ ଭ୍ୟାନ୍‌ ଯୋଗାଇ ଦିଆଯିବ। ମହିଳା ଓ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପ୍ରତି ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ତେଣୁ ପୋଲିସ କର୍ମଚାରୀମାନେ ଏହା ଉପରେ ଅଧିକ ଗୁରୁତ୍ୱ ଦେଇ ନିଜର ବୈଷୟିକ ଦକ୍ଷତା ବଢ଼ାଇବାକୁ ଅଧିକ ଧ୍ୟାନ ଦିଅନ୍ତୁ ବୋଲି ଡିଜିପି ପରାମର୍ଶ ଦେଇଥିଲେ।

????????????????????????????????????

ଏହି ଅବସରରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କମିଶନରେଟ ପୋଲିସ ମୁଖ୍ୟାଳୟ ନାମ ପରିବର୍ତ୍ତନ କରାଯାଇ ‘ପୋଲିସ ସେବା ଭବନ’ ହେଲା ବୋଲି ଘୋଷଣା କରିଥିଲେ। କମିଶନର କହିଲେ, ଆମେ ‘ଉଇ କେୟାର ଉଇ ଡେୟାର’ ସୀମିତ ନ ରହି ଆହୁରି ଦୁଇ ପାଦ ଆଗକୁ ବଢିବୁ। ‘ଆମ ପୋଲିସ ଆମ ସୁରକ୍ଷା’ ଦିଗରେ ଗୁରୁତ୍ୱ ଦେବୁ। ସମଦେବନା,ସହାନୁଭୂତି ଓ ବୃତ୍ତିଗତ ଦକ୍ଷତାକୁ ପାଥେୟ କରି କମିଶନରେଟ ପୋଲିସ ଆଗକୁ ବଢିବ। ଆଗରେ ରହିଥିବା ବିଭିନ୍ନ ଚ୍ୟାଲେଞ୍ଜକୁ ଆମେ କିପରି ସଫଳତାର ସହିତ ମୁକାବିଲା କରିବୁ ତାହାର ରଣନୀତି ପ୍ରସ୍ତୁତି ଉପରେ ପ୍ରାଥମିକତା ଦିଆଯିବ। ସହରରେ ଆଗକୁ ଅଧିକ ସିସିଟିଭି କ୍ୟାମେରା ଲଗାଯିବାର ବ୍ୟବସ୍ଥା ହେବ ବୋଲି କମିଶନର କହିଛନ୍ତି।
କାର୍ଯ୍ୟକ୍ରମରେ କମିଶନରେଟ ପୋଲିସ ପକ୍ଷରୁ ଚିତ୍ତାକର୍ଷକ ପରେଡ ପ୍ରଦର୍ଶନ କରାଯାଇଥିଲା। ଡିଜିପି ଅଭୟ ଓ ପୋଲିସ କମିଶନର ଷଡ଼ଙ୍ଗୀ ପରେଡ଼ରେ ଅଭିଭାଦନ ଗ୍ରହଣ କରିଥିଲେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପୋଲିସ ଅଫିସର ଓ କର୍ମଚାରୀଙ୍କୁ ପୁରୁସ୍କୃତ କରାଯାଇଥିଲା। ଶ୍ରେଷ୍ଠ ଏସିପିଭାବେ ପ୍ରାଣକୃଷ୍ଣ ରାଉତ, ଶ୍ରେଷ୍ଠ ଆଇଆଇସି ସୁରେନ୍ଦ୍ର କୁମାରବଳ(ଭୁବନେଶ୍ୱର), ରବି ନାରାୟଣ ଭଞ୍ଜ(କଟକ), ଶ୍ରେଷ୍ଠ ଏଏସ୍‌ଆଇ ଷ୍ଟାଲିନ୍‌ କୁମାର ବିଶ୍ୱାଳ(ଭୁବନେଶ୍ୱର), ଅଭିନାଶ ରାଉତ(କଟକ), ଶ୍ରେଷ୍ଠ ଟ୍ରାଫିକ କନ୍‌ଷ୍ଟେବଳ ଭାବେ ଭରତଚନ୍ଦ୍ର ଦାଶ (ଭୁବନେଶ୍ୱର), ସନ୍ଧ୍ୟାରାଣୀ ସ୍ବାଇଁ(କଟକ)ଙ୍କ ସମେତ ଅନ୍ୟକେତେଜଣ ପୋଲିସ କର୍ମଚାରୀ ପୁରସ୍କୃତ ହୋଇଥିଲେ।
ୟୁନିଫାଏଡ୍‌ କଣ୍ଟ୍ରୋଲ ରୁମ୍‌ କ’ଣ?
ୟୁନିଫାଏଡ୍‌ କଣ୍ଟ୍ରୋଲ ରୁମ୍‌ ହେଉଛି ଏକ ଅତ୍ୟାଧୁନିକ ବ୍ୟବସ୍ଥା, ଯେଉଁଠାରେ ଅପରାଧୀଙ୍କର ଏକ ଡାଟବେସ୍‌ ରହିବ। ଏଥିସହ ସ୍ବତନ୍ତ୍ର ସିସି କ୍ୟାମେରା ସଂଯୋଗ କରାଯିବ। ଉକ୍ତ କ୍ୟାମେରା ମୁହଁ ଓ ଶରୀରରୁ ଅପରାଧୀଙ୍କୁ ଚିହ୍ନଟ କରିବା ସହ ତୁରନ୍ତ କଣ୍ଟ୍ରୋଲରୁମ୍‌କୁ ଓ୍ବାର୍ନିଂ ଦେବ। ଏହି ଅନୁସାରେ ପୋଲିସ ଟିମ୍‌ ସହଜରେ ଅପରାଧୀଙ୍କୁ ଧରିବା ସହ ଅପରାଧକୁ ମଧ୍ୟ ଏଡ଼ାଇ ଦେଇପାରିବ। ଏହି ବ୍ୟବସ୍ଥା ଏବେ ମୁମ୍ବାଇ, ହାଇଦ୍ରାବାଦ ଆଦି କେତେକ ସହରରେ କାର୍ଯ୍ୟକାରୀ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

ଖୁବ୍‌ଶୀଘ୍ର ନୋ ପାର୍କିଂ ଜୋନ୍‌ ଚିହ୍ନଟ କରିବ ବିଏମ୍‌ସି

ଭୁବନେଶ୍ୱର, ୨୭।୪ (ବନ୍ଦନା ସେଠୀ): ସହରସାରା ଏବେ ବେଆଇନ ପାର୍କିଂ। ଗଳିକନ୍ଦିଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଯିଏ ଯେଉଁଠି ପାରୁଛି ଗାଡ଼ି ରଖି ଦେଉଛି।...

୩୯ ଲୋକ ସଭା, ୨୨୬ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର,୨୭ା୪(ଅନିଲ ଦାସ): ରାଜ୍ୟରେ ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri