ଦେବଗଡ଼ରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଦେବଗଡ଼,୧।୩(ଡି.ଏନ.ଏ.)-ଦେବଗଡ଼ ମନ୍ଦାକିନୀ ବାଳିକା ଉନ୍ନୀତ ବିଦ୍ୟାଳୟରେ ଶନିବାର ପ୍ରଧାନ ଶିକ୍ଷୟିତ୍ରୀ ସୁବଣ୍ଣର୍ର୍ କପରଦାରଙ୍କ ତତ୍ତ୍ୱାବଧାନରେ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି ା ଏହି ଅବସରରେ ବିଦ୍ୟାଳୟର ଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ , ବାୟୁ ପ୍ରଦୂଷଣ ଓ ସ୍ବାସ୍ଥ୍ୟରକ୍ଷା ସମ୍ବନ୍ଧୀୟ ଜଣାଅଜଣା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ା ବିଚାରକ ଓ ଅତିଥି ଭାବେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ରାମଚନ୍ଦ୍ର ମହାପାତ୍ର ଯୋଗଦେଇ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ା କାର୍ଯ୍ୟକ୍ରମ ଆୟୋଜନରେ ଶିକ୍ଷୟିତ୍ରୀ ଆନନ୍ଦିନୀ ଦାଶ, ମଳୟ ମଞ୍ଜରୀ ଦାଶ, ବିଜୟଲକ୍ଷ୍ମୀ ଆଚାର୍ଯ୍ୟ, ସଂଯୁକ୍ତା ସାହୁ, ମନ୍ଦାକିନୀ ସାହୁ ଓ ସଂଯୁକ୍ତା ରଣା ସହଯୋଗ କରିଥିଲେ ା ପ୍ରଧାନ ଶିକ୍ଷୟିତ୍ରୀ କପରଦାର ଧନ୍ୟବାଦ ଅର୍ପଣ କରିଥିଲେ ା ସେହିପରି ତିଲେଇବଣି ବ୍ଲକ ଅନ୍ତର୍ଗତ ସୁନାମୁଣ୍ଡା ଦେବଗଡ ଜବାହର ନବୋଦୟ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି ା ମୁଖ୍ୟଅତିଥି ଭାବେ ବିଦ୍ୟାଳୟର ଅଧ୍ୟକ୍ଷ ଉତ୍ତମ କୁମାର ଯୋଗଦେଇ ଉକ୍ତ ସଭାକୁ ଉଦଘାଟନ କରିବା ସହ ବିଜ୍ଞାନ ପ୍ରତି ସମର୍ପିତ ହେବାପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ା ବିଦ୍ୟାଳୟର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଓଡିଆ ଅଧ୍ୟାପକ ଡକ୍ଟର ସୁରେନ୍ଦ୍ରନାଥ ତ୍ରିପାଠୀ, ବିଦ୍ୟାଳୟର ଉପାଧ୍ୟକ୍ଷ ହରିହର ମିଶ୍ର ଓ ଜୀବ ବିଜ୍ଞାନ ଅଧ୍ୟାପିକା ଦୀପାଞ୍ଜଳୀ ଜେନା ପ୍ରମୁଖ ବିଜ୍ଞାନର ଉପାଦେୟତା ସମ୍ପର୍କରେ ଛାତ୍ରୀଛାତ୍ର ମାନଙ୍କୁ ବୁଝାଇଥିଲେ ା ଏହି ଅବସରରେ ବିଜ୍ଞାନ ପ୍ରକଳ୍ପ ନିମନ୍ତେ କନିଷ୍ଠ ଓ ବରିଷ୍ଠ ବର୍ଗର ଛାତ୍ରଛାତ୍ରୀ ବେଣୁଶଙ୍କର ମାଝୀ,ସୌରଭ ଗଡନାୟକ, ନିହାରୀକା ସିଂସାମନ୍ତ, ପ୍ରଦ୍ୟୁମ୍ନ ରାଉତ ଓ ସୌମ୍ୟଯୁକ୍ତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ା ଛାତ୍ର ଦେବକାନ୍ତ ବେହେରା ଏହି ସଭାକୁ ପରିଚାଳନା କରିଥିବାବେଳେ ଛାତ୍ର ଅଭୟ କୁମାର ବେହେରା ଓ ଲିଙ୍କନ ପ୍ରଧାନ ବିଜ୍ଞାନ ଦିବସ ବକ୍ତବ୍ୟ ପ୍ରଦାନ କରିଥିଲେ ା ଶେଷରେ ରସାୟନ ବିଜ୍ଞାନ ଅଧ୍ୟାପିକା ନିର୍ମଳାଦୀପ ଲାକ୍ରା ଧନ୍ୟବାଦ ଅର୍ପଣ କରିଥିଲେ ା ସୂଚନାଯୋଗ୍ୟ, ବିଜ୍ଞାନ ଅଧ୍ୟାପିକା ପଲ୍ଲବୀ ପାଢୀ ଓ ପଦାର୍ଥ ବିଜ୍ଞାନ ଅଧ୍ୟାପକ ରେୱନ ବରକରଙ୍କ ନେତୃତ୍ୱରେ ଏହି ବିଦ୍ୟାଳୟର ୮ କନିଷ୍ଠ ବୈଜ୍ଞାନିକ ଭୁବନେଶ୍ୱରସ୍ଥିତ ନାଇଜରକୁ ଯାଇ ପୁରସ୍କୃତ ହୋଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri