ଦେବକୁଣ୍ଡରେ ପିକ୍‌ନିକ୍‌ ପାର୍ଟିଙ୍କ ଭିଡ଼

ଉଦଳା,୨୬ା୧୨(ଡି.ଏନ୍‌.ଏ.) – ବଡ଼ଦିନ ଉପଲକ୍ଷେ ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡରେ ବୁଧବାର ପିକ୍‌ନିକ୍‌ ପାର୍ଟିଙ୍କ ଭିଡ଼ ଜମିଥିଲା। ଦେବକୁଣ୍ଡର ପ୍ରଥମ ବୁଢାମରା ଗେଟ୍‌ରେ ଇକୋ ଟୁରିଜିମ୍‌ ସହାୟତାରେ ନିର୍ମାଣ ହୋଇଥିବା ପିକ୍‌ନିକ୍‌ ସ୍ଥଳରେ ପ୍ରାୟ ୨ଶହରୁ ଅଧିକ ପକ୍‌ନିକ୍‌ ପାର୍ଟିଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ରାଜ୍ୟର ବିଭିନ୍ନ ପ୍ରାନ୍ତ ସମେତ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ରାଜ୍ୟରୁ ମଧ୍ୟ ପିକ୍‌ନିକ୍‌ ପାର୍ଟି ଏଠାକୁ ଆସୁଛନ୍ତି ା ଏଠାକାର ଘଞ୍ଚ ଜଙ୍ଗଲ ପାହାଡ଼ ପର୍ବତ ଘେରା ମଧ୍ୟରେ ଦେଓ ନଦୀର କୁଳୁକୁଳୁ ନାଦ, ଉଚ୍ଚତମ ପର୍ବତ ଶିଖରରେ ଦେବୀ ଅମ୍ବିକାଙ୍କର ମନ୍ଦିର ରହିଛି। ପ୍ରାକୃତିକ ପରିବେଶ ପର୍ଯ୍ୟଟକ ଏବଂ ପିକ୍‌ନିକ୍‌ ପାର୍ଟିଙ୍କୁ ବେଶ ଆନନ୍ଦ ଯୋଗାଉଛି ା ପକ୍‌ନିକ ସ୍ଥଳରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ନିମନ୍ତେ ଉଦଳା ଥାନା ପୋଲିସ୍‌ ପକ୍ଷରୁ ଅଧିକ କର୍ମଚାରୀ ନିୟୋଜିତ କରାଯାଇଥିବା ଥାନା ଆଇଆଇସି ରୀନା ବେହେରା ସୂଚନା ଦେଇଛନ୍ତି। ତେବେ ଆସନ୍ତା ନୂଆବର୍ଷ ତଥା ଜାନୁୟାରୀ ମାସରେ ଅଧିକରୁ ଅଧିକ ପିକ୍‌ନିକ୍‌ ପାର୍ଟିଙ୍କ ଭିଡ଼ ଲାଗି ରହିବା ସମ୍ଭାବନା ଥିବାରୁ ସ୍ଥାନୀୟ ପୋଲିସ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଦଳାରୁ ସମସ୍ତ ରୁଟ୍‌ରେ ବସ ଚଳାଚଳ ବନ୍ଦ

ଉଦଳା,୭।୧୨(ସନ୍ତୋଷ କୁମାର ବାଛିନ): ଉଦଳାରୁ ଆଜିଠାରୁ ସମସ୍ତ ରୁଟ୍‌କୁ ବସ ଚଳାଚଳ ବନ୍ଦ ରହିଛି। ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତକାଲି ଉଦଳା ବସ…

ସାପକାମୁଡ଼ାରେ ଛାତ୍ରଙ୍କ ମୃତ୍ୟୁ: ବିଦ୍ୟାଳୟରେ ପଶି ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ଘେରିଲେ ଗ୍ରାମବାସୀ, ପ୍ରଧାନଶିକ୍ଷୟିତ୍ରୀଙ୍କ ନିଲମ୍ବନ ପରେ…

ବୈଶିଙ୍ଗା,୧୧ା୭(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ପ୍ରାଥମିକ ବିଦ୍ୟାଳୟର ଜନୈକ ୫ମ ଶ୍ରେଣୀ ଛାତ୍ର ସାପକାମୁଡ଼ାରେ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ…

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri