ଦୃଷ୍ଟିହୀନ ମହିଳାଙ୍କୁ ନୂଆଘର କରି ଚାବି : ହସ୍ତାନ୍ତର କଲା ପ୍ରଶାସନ

ବଲାଙ୍ଗୀର ଅଫିସ, ୮ା୩ ମହିଳା ଦିବସ ଅବ୍ୟବହତି ପୂର୍ବରୁ ବଲାଙ୍ଗୀର ଜିଲା ପ୍ରଶାସନ ଜଣେ ଗରିବ ଦୃଷ୍ଟିହୀନ ମହିଳାଙ୍କୁ ନୂଆ ଘର ତିଆରି କରି ହସ୍ତାନ୍ତର କରିଛି ା ଦୃଷ୍ଟିହୀନ ମହିଳା ଶୈଳନ୍ଦ୍ରୀ ସୁନାଙ୍କୁ ଶନିବାର ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର ନୂଆ ଘରର ଚାବି ହସ୍ତାନ୍ତର କରଛନ୍ତି। ଏହି ସମୟରେ ସହକାରୀ ଜିଲାପାଳ ସନ୍ତୋଷ ଦାଶ, ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ବିପିନ ଦୀପ, ପୂର୍ତ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ମହାନନ୍ଦ ଉପସ୍ଥିତ ଥିଲେ ା ବଲାଙ୍ଗୀର ସହର ରାଜେନ୍ଦ୍ର ସ୍ବୟଂଶାସିତ କଲେଜ ସମ୍ମୁଖ ଗାନ୍ଧୀ ଷ୍ଟାଡିୟମ ନିକଟ ସରକାରୀ ଜମିରେ ଏହି ଦୃଷ୍ଟିହୀନ ମହିଳା ଏକ ଛାଟିମାଟି ଘର କରି ରହୁଛନ୍ତି ା ସେହି ଅଞ୍ଚଳରେ ରିଙ୍ଗ୍‌ରୋଡ ତିିଆରି କରାଯାଉଥିବାରୁ ଶୈଳେନ୍ଦ୍ରୀଙ୍କ ଝାଟିମାଟି ଘର ଉଚ୍ଛେଦ କରିବାକୁ ପଡିବ ା ଉକ୍ତ ଘରେ ଶୈଳେନ୍ଦ୍ରୀଙ୍କ ସହ ତାଙ୍କ ସ୍ବାମୀ ସୁରେଶ ଓ ଛୋଟ ପୁଅ ରହୁଛନ୍ତି ା ଘର ଉଚ୍ଛେଦ ହେଲେ ଶୈଳେନ୍ଦ୍ରୀ ପରିବାରଙ୍କ ଦୁଃଖ ବଢ଼ିଯାଇଥାନ୍ତା ା ଏଣୁ ଜିଲା ପ୍ରଶାସନ ପକ୍ଷରୁ ପ୍ରଥମେ ତାଙ୍କ ପାଇଁ ଏକ ଘର ତିଆରି କରାଯିବା ପରେ ତାଙ୍କ ଝାଟିମାଟିର ଘର ଉଚ୍ଛେଦ କରିବା ପାଇଁ ଯୋଜନା କରାଯାଇଥିଲା ା ପୂର୍ତ୍ତ ବିଭାଗ ରିଙ୍ଗରୋଡ କଣ୍ଟିଜେନ୍ସି ଫଣ୍ଡରୁ ୩ଲକ୍ଷ ୫୦ହଜାର ଟଙ୍କା ବ୍ୟୟରେ ଉକ୍ତ ନିର୍ମାଣାଧୀନ ରିଙ୍ଗରୋଡ କଡରେ ଥିବା ସରକାରୀ ଜମିରେ ୫୦୦ ବର୍ଗଫୁଟ ଜମିରେ ଏକ ଆଜବେଷ୍ଟସ ଛାଉଣୀର ପକ୍କାଘର ତିଆରି କରିଥିଲା ା ଉକ୍ତ ଘରେ ପାଇଖାନା, ବାରଣ୍ଡା, ଶୟନ ଘର ଓ ରନ୍ଧାଘର ରହିଛି ା ଜଣେ ନେତ୍ର୍ରହୀନ ମହିଳାଙ୍କ ଘର ଉଚ୍ଛେଦ କରିବା ପୂର୍ବରୁ ପ୍ରଶାସନ ପକ୍କା ଘରଟିଏ ତିଆରି ହସ୍ତାନ୍ତର କରିବା ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ା ମୁଦ୍ରା ଯୋଜନାରେ ୨୦ ହଜାର ଟଙ୍କା ଋଣ ଶୈଳେନ୍ଦ୍ରୀଙ୍କୁ ପ୍ରଦାନ କରାଯିବ ା ସେ ରିଙ୍ଗରୋଡ ରାସ୍ତାକଡରେ ଚା କିମ୍ବା ଅନ୍ୟ କିଛି ଦୋକାନ କରି ପରିବାର ପ୍ରତିପୋଷଣ ବ୍ୟବସ୍ଥା କରାଯିବ ବୋଲି ଉପଜିଲାପାଳ ମିଶ୍ର ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଫ୍ୟାନ୍ସି ଷ୍ଟୋରରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ବଲାଙ୍ଗିର,୧୦।୯(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବଜାରପଡ଼ା ନିକଟରେ ଥିବା ଏକ ଫ୍ୟାନ୍ସି ଷ୍ଟୋରରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଦୋକାନ ଭିତରେ ଥିବା…

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ୩ ବର୍ଷ ଝିଅକୁ ହତ୍ୟା ଉଦ୍ୟମ କରି ନିଜେ…

ବଲାଙ୍ଗୀର,୯ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡ଼ା ଅଞ୍ଚଳରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି, ବାରମ୍ବାର ଚୋରି ଡକାୟତ ପରେ ବୁଧବାର ପୁଣି ବେଲପଡ଼ା ଥାନା…

ବିଭିନ୍ନ ଦାବିରେ ଉପଜିଲାପାଳ ଅଫିସ ଘେରାଉ କଲା ବିଜେଡି

ପାଟଣାଗଡ଼,୯ା୯(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ରେ ବିଭିନ୍ନ ଦାବି ନେଇ ବୁଧବାର ସ୍ଥାନୀୟ ବିଜେଡି ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?