ଦୃଢ ଇଛାଶକ୍ତି ଦେଇଛି ବଞ୍ଚିବାର ରାହା

ଖଇରା, ୧୮।୩(ଡି.ଏନ.ଏ.)-ଦୃଢ ଇଛାଶକ୍ତି ଥିଲେ ସବୁ କିଛି ସମ୍ଭବ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଖଇରା ବ୍ଲକ ନନ୍ଦୁର ପଞ୍ଚାୟତ ବ୍ରହ୍ମଚାରୀ ଗ୍ରାମର ଦିବ୍ୟାଙ୍ଗ ଅକ୍ଷୟ କୁମାର ମହାନ୍ତି। ବୟସ ୫୪ ହେଲାଣି। ତଥାପି ସେ ଥକିନାହାନ୍ତି।
ବାଲେଶ୍ୱର ଜିଲା ଖଇରା ବ୍ଲକ ଗଣ୍ଡିବେଡ ବଜାର ଲଙ୍କେଶ୍ୱର ମନ୍ଦିର ପରିସର ବାମପାର୍ଶ୍ୱରେ ସିଲେଇ ଦୋକାନ କରିଛନ୍ତି ଅକ୍ଷୟ। ତାଙ୍କର ଗ୍ରାହକଙ୍କ ସହିତ ସୁମଧୁର ସମ୍ପର୍କ ଯୋଗୁ ସେ ଆଜି ଆଗକୁ ବଢିପାରିଛନ୍ତି । ଜନ୍ମରୁ ଗୋଡ ହରାଇଥିବା ଅକ୍ଷୟ ୬ମାସର ହୋଇଥିବା ବେଳେ ତାଙ୍କ ବାପା ଯଦୁନାଥ ମହାନ୍ତି ଆରପାରିକୁ ଚାଲିଗଲେ। ମା’ କାମିନୀ ଅନ୍ୟଘରେ କାମ କରି ତାଙ୍କୁ ମଣିଷ କରିଥିଲେ। ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ଅର୍ଥାଭାବ ଯୋଗୁ ସେ ଆଉ ଆଗକୁ ଆଗେଇ ପାରି ନ ଥିଲେ। ଜୀବନରେ କିଛି କରିବାର ଦୃଢ ଇଛାଶକ୍ତି ନେଇ ଭଦ୍ରକରେ ସିଲେଇ ଶିକ୍ଷା ଆରମ୍ଭ କରିଥିଲେ। ପରେ ଗଣ୍ଡିବେଡ ଆସି ସିଲେଇ ମେଶିନ ବସାଇ ନିଜେ ବଞ୍ଚିବା ସହ ଅନ୍ୟ କିଛି ବେରୋଜଗାରୀଙ୍କୁ ରୋଜଗାର ପନ୍ଥା ଦେଖାଇଥିଲେ। ୩୧ବର୍ଷ ମଧ୍ୟରେ ଏହି ରୋଜଗାରରୁ ନିଜର ୫ଝିଅଙ୍କୁ ପାଠ ପଢାଇବା ପରେ ୨ଝିଅଙ୍କର ବାହାଘର ମଧ୍ୟ କରାଇଛନ୍ତି। କାହାରି ଉପରେ ନିର୍ଭର ନ କରି ଗୋଟିଏ ଗୋଡରେ ସାଇକେଲ ଚଳାଇ ଘରୁ ୩ କି.ମି. ଅତିକ୍ରମ କରି ଗଣ୍ଡିବେଡ ବଜାର ଆସିଥାନ୍ତି। ବର୍ତ୍ତମାନ ରେଡିମେଡ ଲୁଗାକୁ ଗ୍ରାହକ ଅଧିକ ପସନ୍ଦ କରୁଥିବାରୁ କେବଳ ଏବେ କେବଳ କିଛି ମରାମତି କାମ ତାଙ୍କ ନିକଟକୁ ଆସୁଥିବା ଦୁଃଖର ସହ ଉଲ୍ଲେଖ କରିଛନ୍ତି। ସରକାରଙ୍କ ତରଫରୁ ଦିବ୍ୟାଙ୍ଗ ଋଣ ଯୋଗାଇ ଦିଆଗଲେ ଦୋକାନକୁ ବଢାଇପାରନ୍ତେ ବୋଲି ସେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri