ଦୁର୍ଦ୍ଦିନରେ କରତକଳ ଶ୍ରମିକ

ବାଲେଶ୍ୱର ଅଫିସ, ୭।୧୨- ବାଲେଶ୍ୱର ଜିଲାର କାଠ ଶିଳ୍ପ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ବିଭିନ୍ନ ବର୍ଗର ୧୨ଶହରୁ ଊର୍ଦ୍ଧ୍ୱ ଶ୍ରମିକ ପରିବାର ଏବେ ଜୀବନଜୀବିକା ସଂକଟରେ। ଜିଲାରେ କରତକଳ ବନ୍ଦ ହେବା ପରଠାରୁ ସେମାନେ କାମଧନ୍ଦା ହରାଇ ଆର୍ଥିକ ଅନଟନ ମଧ୍ୟରେ କାଳ କାଟୁଛନ୍ତି। ସେମାନଙ୍କୁ ଥଇଥାନ କରିବା ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ବାରମ୍ବାର ଦାବି କରି ଶେଷରେ ରାସ୍ତାକୁ ଓହ୍ଳାଇଛନ୍ତି। ଶୁକ୍ରବାର ବିଭିନ୍ନ କରତକଳରେ ପୂର୍ବରୁ କାର୍ଯ୍ୟ କରୁଥିବା ଶ୍ରମିକମାନେ ଏକାଠି ହୋଇ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟି ସେମାନଙ୍କ ବିଭିନ୍ନ ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରଥିଲେ।
ଉଲ୍ଲେଖନୀୟ ଯେ, ସ’ ମିଲ୍‌ ସପିଟ୍‌ କଣ୍ଟ୍ରୋଲ ଆକ୍ଟ ୧୯୮୦-୮୧ ଅନୁଯାୟୀ ବାଲେଶ୍ୱର ଜିଲାରେ ୧୪ଟି କରତକଳକୁ ଅନୁମତି ମିଳିଥିଲା। ୧୯୯୬ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜଙ୍ଗଲରୁ ୧୦କି.ମି. ପରିସରରେ କୌଣସି ସ’ମିଲ୍‌କୁ ଅନୁମତି ଦିଆ ନ ଯିବାରୁ ୨୦୦୨ରେ କୌଣସି ସ’ମିଲ୍‌କୁ ସରକାର ଅନୁମତି ଦେଇ ନ ଥିଲେ। ତେବେ ସାଧାରଣ ଲୋକଙ୍କ ଆବଶ୍ୟକତାକୁ ଆଖି ରାଜ୍ୟ ସରକାର ୨୦୧୧ରେ ସ’ ମିଲ୍‌ ସପିଟ୍‌ କଣ୍ଟ୍ରୋଲ ଆକ୍ଟର (ଇଣ୍ଡଷ୍ଟ୍ରିଆଲ ଆକ୍ଟ) ଅନୁଯାୟୀ ପ୍ରତ୍ୟେକ ଜିଲାରେ ୨ଟି କରି ସ’ ମିଲ୍‌ ଖୋଲିବା ପାଇଁ ଅନୁମତି ଦେଇଥିଲେ। ତଦନୁଯାୟୀ ଜିଲାରେ ପଣପଣାରେ ୨ଟି ଓ ସୋମନାଥପୁରରେ ୪ଟି ସ’ ମିଲ୍‌ ଖୋଲିଥିଲା। ଜିଲାରେ ପୂର୍ବରୁ ଚାଲୁଥିବା ୬୦ରୁ ଉର୍ଦ୍ଧ୍ୱ ସ’ ମିଲ୍‌ ବନ୍ଦ ହୋଇ ପଡ଼ିଥିବା ବେଳେ ଏଥିରେ କାର୍ଯ୍ୟରତ ୧୨ଶହରୁ ଊର୍ଦ୍ଧ୍ୱ ଶ୍ରମିକ ବୃତ୍ତି ହରାଇ ସେବେଠାରୁ ଦୁର୍ଦ୍ଦିନକୁ ସାମ୍ନା କରିଆସୁଛନ୍ତି। ଏଥିସହିତ କାଠ ଶିଳ୍ପ ସହିତ ଜଡ଼ିତ କାଠ ମିସ୍ତ୍ରି, ରାଜ ମିସ୍ତ୍ରି, ଡେକୋରେଟରଙ୍କୁ ସରକାରୀ କଟକଣା ଯୋଗୁ ନାହଁି ନ ଥିବା ଅସୁବିଧା ଭୋଗିବାକୁ ପଡୁଛି। କାଠଶିଳ୍ପ ବନ୍ଦ ହେବାରୁ କୁକୁଡ଼ା ଫାର୍ମରେ ଆବଶ୍ୟକ ପଡୁଥିବା କାଠଗୁଣ୍ଡ ଏବେ ମିଳୁନାହିଁ। କାମଧନ୍ଦା ହରାଇଥିବା କରତକଳ ଓ କାଠଶିଳ୍ପ ଶ୍ରମିକମାନେ ଏବେ ପରିବାର ଭରଣପୋଷଣ କରି ନ ପାରି ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏଯାଏ କୌଣସି ନ୍ୟାୟ ପାଇ ନ ଥିବା କହିଛନ୍ତି। ପରିବେଶ ଓ ଜଙ୍ଗଲ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ୟାର ସମାଧାନ କରାଯାଉ ବୋଲି ଶ୍ରମିକ ରବୀନ୍ଦ୍ର କୁମାର ସାମଲ, ସନାତନ ଦାସ, ନବକିଶୋର ବାରିକ, ସୁରେନ୍ଦ୍ର ସେଠୀ, ବାପି ପାଳ, ସନାତନ ସେଠୀ, କିଚକ ସିଂ, ରୁଲା ସିଂ, ଅରୁଣ ପ୍ରଧାନ, ସୁଦର୍ଶନ ଦେହୁରୀଙ୍କ ତତ୍ତ୍ୱାବଧାନରେ ଶତାଧିକ ଶ୍ରମିକ ଦାବି ଉପସ୍ଥାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା: ଏହି ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା

ଫୁଲବାଣୀ,୨।୭(ରାକେଶ କୁମାର ରାଉତ): ସାରା ରାଜ୍ୟରେ ଗତ ୨ ଦିନ ହେବ ବର୍ଷା ଲାଗି ରହିଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲାରେ ୨ ଦିନ…

ବରଗଡ଼ ଏମପିଙ୍କ ବଡ଼ ସୂଚନା, ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ

ବରଗଡ଼,୨ା୭:(ପ୍ରେମାନନ୍ଦ ଖମାରୀ):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ବାତିଲ…

ବିକାଶ ବାଟବଣା: ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷାଜଳ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବିକାଶ ବାଟବଣା ହୋଇ ପଡ଼ିଛି। ଏଠାରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି। ସାମାନ୍ୟ ବର୍ଷାରେ ବରଗଡ ସହର କେନ୍ଦ୍ରସ୍ଥଳୀରେ ରହିଥିବା ସରକାରୀ…

ଇନଷ୍ଟାଗ୍ରାମ ପ୍ରେମର ଭୟଙ୍କର ଅନ୍ତ; ପ୍ରେମିକାଙ୍କୁ ହତ୍ୟା ପରେ କବର ଦେଲେ ପ୍ରେମିକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨ା୭: ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏକ ଅଜବ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମରୁ ହୋଇଥିବା ପ୍ରେମ ମୃତ୍ୟୁର କାରଣ ସାଜିଛି । ଘଟଣାଟି ପ୍ରୟାଗରାଜର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଓମପ୍ରକାଶ: ଅନ୍ତର୍ଜାତୀୟ ବାଳୁକା କଳା ପ୍ରଦର୍ଶନୀରେ…

କର୍ଲାମୁଣ୍ଡା,୨।୭(ପ୍ରଦୀପ କୁମାର ସାହୁ):ଆସନ୍ତା ୪ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ତାଇୱାନରେ ଅନୁଷ୍ଠିତ ହେବାକୁ ଥିବା ଟଙ୍ଗସାଇଓ ବାଲୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନରେ ଭାଗନେବା ପାଇଁ ପୁଣିଥରେ ନିମନ୍ତ୍ରିତ…

୫୦ହଜାର ଖସିଲାଣି ସୁନାଦର! ଏକ୍ସପର୍ଟ କହିଲେ ଆଗକୁ ଲକ୍ଷେ ତଳକୁ…

ନୂଆଦିଲ୍ଲୀ, ୨ା୭: ସୁନା ବଜାରରେ ଜାରି ରହିଥିବା ଦ୍ରୁତ ଅଭିବୃଦ୍ଧି ଏବେ ଓଲଟା ମୋଡ଼ ନେଇଛି। ଚଳିତ ବର୍ଷ ପ୍ରାରମ୍ଭରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ପ୍ରତି…

ହ୍ବାଟ୍ସଆପ୍‌ ‘ୟୁଜରନେମ’କୁ ନେଇ ମେଟାର ସ୍ପଷ୍ଟୀକରଣ, ନମ୍ବର ଓ ବ୍ୟକ୍ତିଗତ ତଥ୍ୟକୁ…

ନୂଆଦିଲ୍ଲୀ, ୨ା୭: ହ୍ୱାଟସଆପର ନୂତନ ୟୁଜରନେମ୍ ଫିଚରକୁ ନେଇ ବିବାଦ ଦେଖାଯାଇଥିବା ବେଳେ ମେଟା ସ୍ପଷ୍ଟୀକରଣ ଦେଇଛି । କମ୍ପାନୀ କହିଛି ଯେ ସରକାରଙ୍କ ଦ୍ୱାରା ଉଠାଯାଇଥିବା…

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri