ଦୁର୍ଦ୍ଦାନ୍ତ ପଥର ମାଫିଆ ସଞ୍ଜୟ ଗିରଫ

ଭୁବନେଶ୍ୱର,୩ା୬(ବ୍ୟୁରୋ): ଖୋର୍ଦ୍ଧା ଅଞ୍ଚଳରେ ଆତଙ୍କ ଖେଳାଉଥିବା ଦୁର୍ଦ୍ଦାନ୍ତ ପଥର ମାଫିଆ ସଞ୍ଜୟ କୁମାର ପାଇକରାୟଙ୍କୁ ରବିବାର କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ରବିବାର ଗିରଫ କରିଛି। ଏଥିସହ ତାଙ୍କ ଘରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି। ଜବତ ବିସ୍ଫୋରକ ସାମଗ୍ରୀ ମଧ୍ୟରେ ୧୦ କେଜି ଆମୋନିଆ ନାଇଟ୍ରେଟ୍‌ ପାଉଡର, ଜିଲୋଟିନ ସମେତ ରଡ୍‌, ତାର, ଷ୍ଟାବିଲାଇଜର ଆଦି ରହିଛି। ତେବେ ସଞ୍ଜୟ ଓ ତାଙ୍କ ଗ୍ୟାଙ୍ଗ୍‌ ଉପରେ କ୍ରାଇମବ୍ରାଞ୍ଚର ପଦକ୍ଷେପ ପରେ ଏବେ ସ୍ଥାନୀୟ ପୋଲିସର କାର୍ଯ୍ୟଧାରାକୁ ନେଇ ବଡ଼ ପ୍ରଶ୍ନ ଉଠୁଛି।
ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଡକାୟତି ଯୋଜନାବେଳେ ଧରାପଡିଥିବା ଅଭିଯୁକ୍ତଙ୍କୁ ପଚରାଉଚରା କରି ସଞ୍ଜୟ ଓ ତାଙ୍କ ଗ୍ୟାଙ୍ଗ୍‌ ସମ୍ପର୍କରେ ସୁରାକ ପାଇଥିଲା ଏସ୍‌ଟିଏଫ୍‌। ଗତ ୩୧ ତାରିଖରେ ସେମାନେ ୧୬ ନଂ. ଜାତୀୟ ରାଜପଥରୁ ଏସ୍‌ଏଚ୍‌ଜି ଗ୍ରୁପ୍‌ର ୧୦ ଲକ୍ଷ ଟଙ୍କା ଲୁଟ୍‌ ପାଇଁ ଯୋଜନା କରୁଥିବାବେଳେ ରାଜପଥ କଡ଼ର ଏକ ଅନ୍ଧାରୁଆ ସ୍ଥାନରେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିଥିଲା। ହେଲେ ସଞ୍ଜୟ ପୋଲିସକୁ ଦେଖି ଘଟଣାସ୍ଥଳରୁ ଖସି ଯାଇଥିଲେ। ତେବେ ଗିରଫ ଅଭିଯୁକ୍ତଙ୍କ ବୟାନ ଆଧାରରେ ଏସ୍‌ଟିଏଫ୍‌ ଟିମ୍‌ ଶନିବାର ରାତି ପ୍ରାୟ ୨ଟାବେଳେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କୁମାରବସ୍ତସ୍ଥିତ ସଞ୍ଜୟଙ୍କ ଘରେ ଚଢ଼ାଉ କରି ତାଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଏନେଇ ତାଙ୍କ ବିରୋଧରେ ଏସ୍‌ଟିଏଫ୍‌ ୭/୧୯ରେ ମାମଲା ରୁଜୁ କରିବା ସହ ସଞ୍ଚୟଙ୍କୁ ପଚରାଉଚରା ପରେ ଖୋର୍ଦ୍ଧା ଏସ୍‌ଡିଜେଏମଙ୍କ କୋର୍ଟକୁ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ତାଙ୍କ ଆପରାଧିକ ସାମ୍ରାଜ୍ୟ ବିଷୟରେ ଅଧିକ ଖୋଳତାଡ଼ ପାଇଁ ସଞ୍ଜୟଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଥିବା ସୂଚନା ମିଳିଛି।
ତେବେ ପଚରାଉଚରାବେଳେ ଏସ୍‌ଟିଏଫ୍‌ ଟିମ୍‌କୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିିଳିଛି। ସଞ୍ଜୟ ନିଜେ ବେଆଇନ ଖଣି ଚଳାଇବା ସହ ତାପଙ୍ଗ ଅଞ୍ଚଳରେ ଅସାମାଜିକ ତଥା ଅପରାଧୀଙ୍କୁ ହାତ କରି ବେଆଇନ ପଥର କାରବାର ଚଳାଇଥିଲା। ଯେଉଁମାନେ ଏହାର ପ୍ରତିବାଦ କରୁଥିଲେ ସଞ୍ଜୟଙ୍କ ଗ୍ୟାଙ୍ଗ୍‌ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଧମକ ଦେଇ ପାଟି ଚୁପ୍‌ କରୁଥିଲା। ଉକ୍ତ ଗ୍ୟାଙ୍ଗ୍‌ରେ ୨୦ରୁ ଊର୍ଦ୍ଧ୍ୱ ସଦସ୍ୟ ରହିଥିବାବେଳେ ସଞ୍ଜୟ ସେମାନଙ୍କୁ ବନ୍ଧୁକ, ଗୁଳି ଓ ଗୋଳାବାରୁଦ ଯୋଗାଉଥିଲେ। ଗ୍ୟାଙ୍ଗ୍‌ ସହାୟତାରେ ସଞ୍ଜୟ ନିଜ ବେପାରକୁ ବଢ଼ାଇବା ସହ ଦାଦାବଟି ଆଦାୟ ସହ ବିଭିନ୍ନ ଅପରାଧ ଘଟାଉଥିଲେ। ପୋଲିସ ସବୁଜାଣି ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ସେମାନଙ୍କ ଆତଙ୍କରାଜ ସୀମା ଟପିଥିଲ। ସାଧାରଣ ଲୋକେ ମୁହଁ ଖୋଲିବାକୁ ଆଉ ସାହସ କରୁ ନ ଥିଲେ। ଏ ସଂକ୍ରାନ୍ତରେ ପୂର୍ବରୁ ଧରିତ୍ରୀରେ ବାରମ୍ବାର ଖବର ପ୍ରକାଶ ପାଇଥିଲେ ମଧ୍ୟ ପୋଲିସ ସୁରକ୍ଷା ଦେଉଥିବା ନେଇ ମଧ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଖବର ପହଞ୍ଚତ୍ଥିଲା। ତେବେ ସଞ୍ଜୟ କେଉଁଠୁ ବିସ୍ଫୋରକ ଓ ମାରଣାସ୍ତ୍ର ଆଣୁଥିଲେ ଏବଂ ତାଙ୍କ ଗ୍ୟାଙ୍ଗ୍‌ରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହାର ଖୋଳତାଡ଼ ଚଳାଇଛି। ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଏସ୍‌ଟିଏଫ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri