ଦୁର୍ଘଟଣାରେ ଜୀବନ ଯିବାପରେ ଚେତିଲା ପୋଲିସ: ରାଜଧାନୀ ରାଜପଥରେ ୫ ବ୍ଲାକ୍‌ ସ୍ପଟ୍‌

ଭୁବନେଶ୍ୱର, ୨୯ା୫(ବ୍ୟୁରୋ): ଭୁବନେଶ୍ୱର-କଟକ ମଧ୍ୟଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ପାଲଟିଛି ଡେଥ୍‌ ଜୋନ୍‌। ପ୍ରତିଦିନ ଦୁର୍ଘଟଣା ଘଟୁଥିବାବେଳେ ବହୁ ଜୀବନ ଯାଉଛି। ତେବେ ରାଜଧାନୀ ରାଜପଥ ଓଭରବ୍ରିଜ୍‌ ସତେ ଯେମିତି ମୃତ୍ୟୁର ଅଁା ମେଲିଛି। ଗତ ସପ୍ତାହରେ ଲଗାତାର ୫ଜଣଙ୍କର ମୃତ୍ୟୁ ଘଟିବା ପରେ ପୋଲିସର ଚେତା ପଶିଛି। ଦୁର୍ଘଟଣା ଓ ମୃତ୍ୟୁହାର ରୋକିବାକୁ କମିଶନରେଟ ପୋଲିସ ଏବେ ପଦକ୍ଷେପ ଆରମ୍ଭ କରିଛି। ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କ ନିର୍ଦ୍ଦେଶକ୍ର୍ରମେ ମଙ୍ଗଳବାର ଟ୍ରାଫିକ୍‌ ପୋଲିସ ଜାତୀୟ ରାଜପଥରେ ୫ ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ କରିଛି। ସେଗୁଡିକ ହେଲା ଜାତୀୟ ରାଜପଥର ଭୁବନେଶ୍ୱର ଖୋର୍ଦ୍ଧା ମଧ୍ୟବର୍ତ୍ତୀ ବାଟଭୁଆସୁଣି, ଖଣ୍ଡଗିରି ନିକଟ ଆଇଗିଣିଆ, ଆଚାର୍ଯ୍ୟ ବିହାର ଓଭରବ୍ରିଜ୍‌, କ୍ରାଉନ୍‌ ହୋଟେଲ ସମ୍ମୁଖ ଓ ପାହାଳ। ଏହିସବୁ ସ୍ଥାନରେ ଗାଡିର ବେଗ କମାଇବା ପାଇଁ ପ୍ରାଥମିକ ପଦକ୍ଷେପ ସ୍ବରୂପ ବ୍ୟାରିକେଡ୍‌ ଓ ଇଣ୍ଟରସେପ୍ଟର ରଖାଯିବ। ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ରହିବ ଏହି ବ୍ୟାରିକେଡ୍‌। ରାତି ୯ଟା ପରେ ସ୍ଥାନୀୟ ଥାନା ପୋଲିସ ଏହି ବ୍ୟାରିକେଡ୍‌କୁ କାଢ଼ିଦେବେ। ବ୍ଲାକ୍‌ ସ୍ପଟ୍‌ ସ୍ଥାନରେ ଲୋକଙ୍କ ଅବଗତ ନିମନ୍ତେ ସୂଚନା ଫଳକ ଲଗାଯିବ। ଉକ୍ତ ସୂଚନା ଫଳକରେ ‘ଏହା ଦୁର୍ଘଟଣା ପ୍ରବଣ ଅଞ୍ଚଳ, ଗାଡ଼ି ଧିରେ ଚଲାନ୍ତୁ’ ବୋଲି ଲେଖାଯିବ। ଏହାସହ କମିଶନରେଟ ପୋଲିସ ଲୋକଙ୍କୁ ମଧ୍ୟ ସଚେତନ କରିବ। ଏସଂକ୍ରାନ୍ତରେ ଭୁବନେଶ୍ୱର ଟ୍ରାଫିକ ଏସିପି ଏକ ରିପୋର୍ଟ ପ୍ରସ୍ତୁତ କରି ପୋଲିସ କମିଶନରଙ୍କୁ ପ୍ରଦାନ କରିଛନ୍ତି। ଏହସହ ବ୍ଲାକ୍‌ ସ୍ପଟ୍‌କୁ ନେଇ କମିଶନରେଟ ପୋଲିସ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଅଧିକାରୀଙ୍କ ସହ ଆଲୋଚନା କରିବେ। ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ସାଇନ୍‌ବୋର୍ଡ ଲଗାଯିବା ସହ ଖୁବ୍‌ଶୀଘ୍ର ସ୍ପିଡ୍‌ ମିଟର ଇଣ୍ଟରସେପ୍ଟର ଲଗାଯିବ। ସେହିଭଳି ସିସିଟିଭି ଲଗାଯିବା ସହ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯିବ।
ଏଠାରେ ପ୍ରଶ୍ନ ଉଠୁଛି ପୋଲିସର ଏହି ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ ପରେ କ’ଣ ଦୁର୍ଘଟଣା କମିଯିବ? ଏସବୁ ସ୍ଥାନକୁ ଛାଡିଦେଲେ ଜାତୀୟ ରାଜପଥର ଆହୁରି ଅନେକ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଜୀବନ ଯାଇଥିବା ମଧ୍ୟ ନଜିର ରହିଛି। ପଳାଶୁଣି ଛକ, ସିଆର୍‌ପି ଛକ ଓଭରବ୍ରିଜ, ବରମୁଣ୍ଡା, ଖଣ୍ଡଗିରି ଓ ତମାଣ୍ଡୋ ଛକରେ ବାରମ୍ବାର ଦୁର୍ଘଟଣା ଘଟି ଏକାଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ହେଲେ ଏସବୁ ସ୍ଥାନକୁ ବାଦ୍‌ ଦିଆଯିବା ଘଟଣା କମିଶନରେଟ ପୋଲିସର ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ ଏକ ପ୍ରକାର ପ୍ରହସନ ବୋଲି ବାରି ହୋଇପଡୁଛି।
ଏନେଇ ଟ୍ରାଫିକ୍‌ ଡିସିପି ବିଜୟ କୁମାର ସାହୁ କହିଛନ୍ତି, ପୋଲିସ କମିଶନରଙ୍କୁ ବ୍ଲାକ୍‌ ସ୍ପଟ୍‌ ସଂକ୍ରାନ୍ତରେ ରିପୋର୍ଟ ଦିଆଯାଇଛି। ଉକ୍ତ ରିପୋର୍ଟ ଦେଖିବା ପରେ ସେ ଯଦି ଆଉକିିଛି ପଦେକ୍ଷପ ନେବାକୁ କହିବେ ତାହା ନିଆଯିବ। ଆଶା କରାଯାଉଛି ଏହାଦ୍ୱାରା ଦୁର୍ଘଟଣା କିଛି ମାତ୍ରାରେ କମିଯିବ ବୋଲି ସେ କହିଛନ୍ତି।
ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ କାହିଁକି ?
ଅତି ଦୁର୍ଘଟଣା ପ୍ରବଣ ସ୍ଥାନକୁ ବ୍ଲାକ୍‌ ସ୍ପଟ୍‌ କୁହାଯାଏ। ଯେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥାଏ ଓ ବର୍ଷକ ଭିତରେ ୧୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଜୀବନ ଯାଇଥାଏ ସେହିସ୍ଥାନକୁ ବ୍ଲାକ୍‌ ସ୍ପଟ୍‌ଭାବେ ଚିହ୍ନଟ କରାଯାଇଥାଏ। ତେବେ ଚିହ୍ନଟ କରାଯିବା ପରେ ଏନ୍‌ଏଚ୍‌ କର୍ତ୍ତୃପକ୍ଷ ଓ ପୋଲିସ ମିିଳିତ ଭାବେ ଦୁର୍ଘଟଣା ରୋକିବା ପାଇଁ ଏକ ନକ୍ସା ପ୍ରସ୍ତୁତ କରିଥାନ୍ତି। ଏହି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯାଇଥାଏ। ଏପରିକି ରାସ୍ତା ନିର୍ମାଣ ସମୟରେ ଯଦି କିଛି ଇଞ୍ଜିନିୟରିଂ ତ୍ରୁଟି ରହିଥାଏ ତାହାର କିଛି ବିକଳ୍ପ ବାହାର କରାଯାଇଥାଏ। ଏପରିକି ଆବଶ୍ୟକ ପଡ଼ିଲେ ରାସ୍ତାର ନିର୍ମାଣ ଶୈଳୀରେ ମଧ୍ୟ ପରିବର୍ତ୍ତନ କରିବାକୁ ପଡିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?