ଦୁର୍ଘଟଣାରେ ଜୀବନ ଯିବାପରେ ଚେତିଲା ପୋଲିସ: ରାଜଧାନୀ ରାଜପଥରେ ୫ ବ୍ଲାକ୍‌ ସ୍ପଟ୍‌

ଭୁବନେଶ୍ୱର, ୨୯ା୫(ବ୍ୟୁରୋ): ଭୁବନେଶ୍ୱର-କଟକ ମଧ୍ୟଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ପାଲଟିଛି ଡେଥ୍‌ ଜୋନ୍‌। ପ୍ରତିଦିନ ଦୁର୍ଘଟଣା ଘଟୁଥିବାବେଳେ ବହୁ ଜୀବନ ଯାଉଛି। ତେବେ ରାଜଧାନୀ ରାଜପଥ ଓଭରବ୍ରିଜ୍‌ ସତେ ଯେମିତି ମୃତ୍ୟୁର ଅଁା ମେଲିଛି। ଗତ ସପ୍ତାହରେ ଲଗାତାର ୫ଜଣଙ୍କର ମୃତ୍ୟୁ ଘଟିବା ପରେ ପୋଲିସର ଚେତା ପଶିଛି। ଦୁର୍ଘଟଣା ଓ ମୃତ୍ୟୁହାର ରୋକିବାକୁ କମିଶନରେଟ ପୋଲିସ ଏବେ ପଦକ୍ଷେପ ଆରମ୍ଭ କରିଛି। ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କ ନିର୍ଦ୍ଦେଶକ୍ର୍ରମେ ମଙ୍ଗଳବାର ଟ୍ରାଫିକ୍‌ ପୋଲିସ ଜାତୀୟ ରାଜପଥରେ ୫ ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ କରିଛି। ସେଗୁଡିକ ହେଲା ଜାତୀୟ ରାଜପଥର ଭୁବନେଶ୍ୱର ଖୋର୍ଦ୍ଧା ମଧ୍ୟବର୍ତ୍ତୀ ବାଟଭୁଆସୁଣି, ଖଣ୍ଡଗିରି ନିକଟ ଆଇଗିଣିଆ, ଆଚାର୍ଯ୍ୟ ବିହାର ଓଭରବ୍ରିଜ୍‌, କ୍ରାଉନ୍‌ ହୋଟେଲ ସମ୍ମୁଖ ଓ ପାହାଳ। ଏହିସବୁ ସ୍ଥାନରେ ଗାଡିର ବେଗ କମାଇବା ପାଇଁ ପ୍ରାଥମିକ ପଦକ୍ଷେପ ସ୍ବରୂପ ବ୍ୟାରିକେଡ୍‌ ଓ ଇଣ୍ଟରସେପ୍ଟର ରଖାଯିବ। ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ରହିବ ଏହି ବ୍ୟାରିକେଡ୍‌। ରାତି ୯ଟା ପରେ ସ୍ଥାନୀୟ ଥାନା ପୋଲିସ ଏହି ବ୍ୟାରିକେଡ୍‌କୁ କାଢ଼ିଦେବେ। ବ୍ଲାକ୍‌ ସ୍ପଟ୍‌ ସ୍ଥାନରେ ଲୋକଙ୍କ ଅବଗତ ନିମନ୍ତେ ସୂଚନା ଫଳକ ଲଗାଯିବ। ଉକ୍ତ ସୂଚନା ଫଳକରେ ‘ଏହା ଦୁର୍ଘଟଣା ପ୍ରବଣ ଅଞ୍ଚଳ, ଗାଡ଼ି ଧିରେ ଚଲାନ୍ତୁ’ ବୋଲି ଲେଖାଯିବ। ଏହାସହ କମିଶନରେଟ ପୋଲିସ ଲୋକଙ୍କୁ ମଧ୍ୟ ସଚେତନ କରିବ। ଏସଂକ୍ରାନ୍ତରେ ଭୁବନେଶ୍ୱର ଟ୍ରାଫିକ ଏସିପି ଏକ ରିପୋର୍ଟ ପ୍ରସ୍ତୁତ କରି ପୋଲିସ କମିଶନରଙ୍କୁ ପ୍ରଦାନ କରିଛନ୍ତି। ଏହସହ ବ୍ଲାକ୍‌ ସ୍ପଟ୍‌କୁ ନେଇ କମିଶନରେଟ ପୋଲିସ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଅଧିକାରୀଙ୍କ ସହ ଆଲୋଚନା କରିବେ। ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ସାଇନ୍‌ବୋର୍ଡ ଲଗାଯିବା ସହ ଖୁବ୍‌ଶୀଘ୍ର ସ୍ପିଡ୍‌ ମିଟର ଇଣ୍ଟରସେପ୍ଟର ଲଗାଯିବ। ସେହିଭଳି ସିସିଟିଭି ଲଗାଯିବା ସହ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯିବ।
ଏଠାରେ ପ୍ରଶ୍ନ ଉଠୁଛି ପୋଲିସର ଏହି ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ ପରେ କ’ଣ ଦୁର୍ଘଟଣା କମିଯିବ? ଏସବୁ ସ୍ଥାନକୁ ଛାଡିଦେଲେ ଜାତୀୟ ରାଜପଥର ଆହୁରି ଅନେକ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଜୀବନ ଯାଇଥିବା ମଧ୍ୟ ନଜିର ରହିଛି। ପଳାଶୁଣି ଛକ, ସିଆର୍‌ପି ଛକ ଓଭରବ୍ରିଜ, ବରମୁଣ୍ଡା, ଖଣ୍ଡଗିରି ଓ ତମାଣ୍ଡୋ ଛକରେ ବାରମ୍ବାର ଦୁର୍ଘଟଣା ଘଟି ଏକାଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ହେଲେ ଏସବୁ ସ୍ଥାନକୁ ବାଦ୍‌ ଦିଆଯିବା ଘଟଣା କମିଶନରେଟ ପୋଲିସର ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ ଏକ ପ୍ରକାର ପ୍ରହସନ ବୋଲି ବାରି ହୋଇପଡୁଛି।
ଏନେଇ ଟ୍ରାଫିକ୍‌ ଡିସିପି ବିଜୟ କୁମାର ସାହୁ କହିଛନ୍ତି, ପୋଲିସ କମିଶନରଙ୍କୁ ବ୍ଲାକ୍‌ ସ୍ପଟ୍‌ ସଂକ୍ରାନ୍ତରେ ରିପୋର୍ଟ ଦିଆଯାଇଛି। ଉକ୍ତ ରିପୋର୍ଟ ଦେଖିବା ପରେ ସେ ଯଦି ଆଉକିିଛି ପଦେକ୍ଷପ ନେବାକୁ କହିବେ ତାହା ନିଆଯିବ। ଆଶା କରାଯାଉଛି ଏହାଦ୍ୱାରା ଦୁର୍ଘଟଣା କିଛି ମାତ୍ରାରେ କମିଯିବ ବୋଲି ସେ କହିଛନ୍ତି।
ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ କାହିଁକି ?
ଅତି ଦୁର୍ଘଟଣା ପ୍ରବଣ ସ୍ଥାନକୁ ବ୍ଲାକ୍‌ ସ୍ପଟ୍‌ କୁହାଯାଏ। ଯେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥାଏ ଓ ବର୍ଷକ ଭିତରେ ୧୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଜୀବନ ଯାଇଥାଏ ସେହିସ୍ଥାନକୁ ବ୍ଲାକ୍‌ ସ୍ପଟ୍‌ଭାବେ ଚିହ୍ନଟ କରାଯାଇଥାଏ। ତେବେ ଚିହ୍ନଟ କରାଯିବା ପରେ ଏନ୍‌ଏଚ୍‌ କର୍ତ୍ତୃପକ୍ଷ ଓ ପୋଲିସ ମିିଳିତ ଭାବେ ଦୁର୍ଘଟଣା ରୋକିବା ପାଇଁ ଏକ ନକ୍ସା ପ୍ରସ୍ତୁତ କରିଥାନ୍ତି। ଏହି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯାଇଥାଏ। ଏପରିକି ରାସ୍ତା ନିର୍ମାଣ ସମୟରେ ଯଦି କିଛି ଇଞ୍ଜିନିୟରିଂ ତ୍ରୁଟି ରହିଥାଏ ତାହାର କିଛି ବିକଳ୍ପ ବାହାର କରାଯାଇଥାଏ। ଏପରିକି ଆବଶ୍ୟକ ପଡ଼ିଲେ ରାସ୍ତାର ନିର୍ମାଣ ଶୈଳୀରେ ମଧ୍ୟ ପରିବର୍ତ୍ତନ କରିବାକୁ ପଡିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri