ଦୁଇ ଦିନ ଧରି ଲାଗି ରହିଛି ଉତ୍ତେଜନା: ମଦ ଦୋକାନ ଜାଳିଦେଲେ ଲୋକେ

କବିସୂର୍ଯ୍ୟନଗର,୨୭ା୧୨- ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ମଦ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ବୁଧବାର ଓ ଗୁରୁବାର ଉତ୍ତ୍ୟକ୍ତ ଲୋକେ ଏ.ବରିଡ଼ା, କୁଶପଲ୍ଲୀରେ ମଦଭାଟି ଓ ମଦ ବ୍ୟବସାୟୀଙ୍କ ୪ ଘର ଜାଳି ଦେଇଛନ୍ତି। ଗୁରୁବାର ଉତ୍ତ୍ୟକ୍ତ ଲୋକେ ଫାଣ୍ଡି ଅଧିକାରୀଙ୍କୁ ମାଡ଼ ମାରି ଦୀର୍ଘ ସମୟ ଧରି ଗଁାରେ ଅଟକ ରଖି ପରେ ଛାଡ଼ିଦେଇଥିଲେ।
ସୂଚନାଯୋଗ୍ୟ, ବୁଧବାର ଏ. ବରିଡ଼ା ଗ୍ରାମରେ ସାମାଜିକକର୍ମୀ ଏ. ବ୍ରହ୍ମାନନ୍ଦ ଆଚାରୀ ଗ୍ରାମବାସୀଙ୍କ ସହଯୋଗରେ ମଦ ବିରୋଧୀ ସଚେତନତା କରୁଥିଲେ। ଏନେଇ ଅପରାହ୍ନରେ ତାଙ୍କୁ ମଦ ଦୋକାନୀ ମାଡ଼ ମାରିଥିବା ସେ ଅଭିଯୋଗ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଶତାଧିକ ମହିଳା ଗ୍ରାମରେ ଥିବା ବିଦେଶୀ ମଦ ଦୋକାନକୁ ରାତିରେ ଜାଳି ଦେଇଥିଲେ। କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ, ଅଗ୍ନିଶମ ବାହିନୀ ଓ ବାଲିଛାଇ ଫାଣ୍ଡି ଅଧିକାରୀ ଉମାଚରଣ ପ୍ରହରାଜ ପହଞ୍ଚତ୍ ମହିଳାମାନଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ ବୁଝି ନ ଥିଲେ। ଗୁରୁବାର ଘଟଣା ପ୍ରଚାରିତ ହେବାପରେ ଭାଟପଡ଼ା ଗ୍ରାମବାସୀ ମଧ୍ୟ ମଦ ବିରୋଧୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ଗ୍ରାମର ଶତାଧିକ ମହିଳା ଓ ଯୁବକ ଏ.ବରିଡ଼ା ଗ୍ରାମ ରାସ୍ତାରେ ଥିବା ମହୁଲି ଦେଶୀମଦ ଦୋକାନ ତାଲାଭାଙ୍ଗି ବିଭିନ୍ନ ସରଞ୍ଜାମ ଜାଳି ଦେଇଥିଲେ। ବାଲିଛାଇ ଫାଣ୍ଡି ଅଧିକାରୀ ଓ ୨ ପୋଲିସ କର୍ମଚାରୀ ପହଞ୍ଚତ୍ଥିଲେ ମଧ୍ୟ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇ ପାରି ନ ଥିଲେ। ଫଳରେ ଉତ୍ତେଜନା ଲାଗି ରହିଥିଲା। ପରେ ଉତ୍ତେଜିତ ଲୋକେ କୁଶପଲ୍ଲୀ ନିକଟରେ ଥିବା ବେଆଇନ ଦେଶୀ ମଦ ଦୋକାନ ହୋଇଥିବା ମରାଠି ବସାକୁ ଯାଇଥିଲେ। ସେଠାରେ ଏ.ବରିଡ଼ା, କୁଶପଲ୍ଲୀ ଓ ଭାଟପଡ଼ାର ବହୁ ସଂଖ୍ୟକ ମହିଳା, ଯୁବକ ଏକାଠି ହୋଇ ମଦ ବିରୋଧୀ ନାରା ଦେଇଥିଲେ। ପରେ ଦୋକାନ ସହ ୪ ବାସଗୃହରେ ନିଅଁା ଲଗାଇ ଦେଇଥିଲେ।
କବିସୂର୍ଯ୍ୟନଗର ଏସ୍‌ଆଇ ଅର୍ଜୁନ କଅଁର, ବାଲିଛାଇ ଫାଣ୍ଡି ଅଧିକାରୀ ଉମା ଚରଣ ପ୍ରହରାଜ ପହଞ୍ଚତ୍ଥିଲେ ସୁଦ୍ଧା ଲୋକଙ୍କୁ ଶାନ୍ତ କରିପାରି ନ ଥିଲେ। କବିସୂର୍ଯ୍ୟନଗର ଅଞ୍ଚଳରେ ମଦ ବିକ୍ରିକୁ ନେଇ ଗଁାକୁ ଗଁା ଅସନ୍ତୋଷର ନିଅଁା ବ୍ୟାପୁଛି। ପୁଣି ମଦ ବିକ୍ରିକଲେ ଆନ୍ଦୋଳନକୁ ତୀବ୍ର କରାଯିବ ଓ ଜେସିବି ଲଗାଇ ସମସ୍ତ ମଦ ଦୋକାନ ଭାଙ୍ଗିଦେବୁ ବୋଲି ଉତ୍ତ୍ୟକ୍ତ ଲୋକେ ଚେତାବନୀ ଦେଇଛନ୍ତି। ଘଟଣାସ୍ଥଳରେ କୋଦଳା, ଆସିକା, ପୋଲସରା ଓ ବୁଗୁଡ଼ା ଥାନା କର୍ମଚାରୀ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ଧାନଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ଜନ୍ମଦିନରେ ଭାସିଯାଇ ଥିଲେ ଯୁବକ, ଦିନକ ପରେ ମିଳିଲା…

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ମାନେଶ୍ୱରସ୍ଥିତ ମାଳତୀଯୋରରେ ଭାସିଯାଇ ନିଖୋଜ ପ୍ରବାସୀ ଶ୍ରମିକ ପ୍ରକାଶ ସରଣ(୨୧)ଙ୍କ ମୃତଦେହକୁ ମାନେଶ୍ୱରର ଅଗ୍ନିଶମ ବାହିନୀ ଶୁକ୍ରବାର ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri