ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ହାତୀ ଛୁଆକୁ ଦେଖିବାକୁ ମିଳୁଛି। ହାତୀ ଛୁଆଟି ଏକ ପାଣି କୁଣ୍ଡରେ ଦୁଇ ଗୋଡ଼ ବାହାରକୁ କରି ବୁଡ଼ୁଛି। ପରେ ସେ କୁଣ୍ଡ ଉପରେ ଚଢ଼ୁଛି । ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Elephant babies💕
🎥 Save The Elephant Foundation pic.twitter.com/SMzfYpxGIH
— Susanta Nanda IFS (@susantananda3) June 30, 2021