ଦିନକୁ ଘଣ୍ଟାଏ ଶରୀରକୁ ଦିଅ

ସିରିଏଲ ଅଭିନେତା ରାକେଶ ଧଳ, ଯିଏକି ବହୁତ କମ ଦିନ ମଧ୍ୟରେ ଟେଲିଭିଜନ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଫିଟ୍‌ ରହିବା ସହ ଅଭିନୟରେ ନିଜର ନିପୁଣତା ଦେଖାଇ ଦର୍ଶକଙ୍କ ଭଲପାଇବା ପାଇ ପାରିଛନ୍ତି। ତରଙ୍ଗ, ସାର୍ଥକ ଓ କଲର୍ସ ଓଡ଼ିଆ ପରି ଟିଭି ଚ୍ୟାନେଲର ବିଭିନ୍ନ ସିରିଏଲରେ ସେ ନିଜର ପାରଦର୍ଶିତା ଦେଖାଇ ସେ ‘ନେଇଯାରେ ମେଘ ମତେ’, ‘ଏସିପି ନିକିତା’, ‘ରାନି’, ‘ଆମ ଘର ଲକ୍ଷ୍ମୀ’, ‘ତୋ ଆଖି ମୋ ଆଇନା’, ‘ଟୁପୁର ଟାପୁର’, ‘ସିନ୍ଦୂର ବିନ୍ଦୁ’ ସିରିଏଲରେ କାମ କରିଥିବା ବେଳେ ଏବେ ସେ ତରଙ୍ଗ ଟିଭିର ‘କୁଆଁରୀ ବୋହୂ’ ସିରିଏଲରେ ମୁଖ୍ୟ ଅଭିନେତା ଭାବେ କାମ କରୁଛନ୍ତି। ନିଜ ଫିଟନେସକୁ ରାକେଶ ବହୁତ ଗୁରୁତ୍ୱ ଦିଅନ୍ତି। ସେ ନିୟମିତ ଭାବେ ବ୍ୟାୟାମ୍‌, କସରତ, ଖେଳକୁଦ, ଦୌଡ଼ କିମ୍ବା ଯୋଗ କରନ୍ତି। ଦିନକୁ ଗୋଟିଏ ଘଣ୍ଟା ନିଜ ଶରୀରକୁ ଦେଲେ ଜଣେ ପୂରା ଫିଟ ରହିବ ବୋଲି ସେ ମତ ରଖନ୍ତି। ମୁଖ୍ୟତଃ ସେ ଫିଟ୍‌ ରହିବା ପାଇଁ ଜିମ୍‌ ଯାଆନ୍ତି। ନଚେତ୍‌ ଶୁଟିଂ ପରେ ପାର୍କକୁ ଓ୍ବାକ କରିବା ଓ ସାଇକେଲିଂ କରନ୍ତି। ସକାଳୁ ଉଠିବା ପରେ ଚଣା ଖାଇବା ସହ ଜିମ୍‌କୁ ଓ୍ବାର୍କଆଉଟ କରିବାକୁ ଯାଆନ୍ତି। ଅଧିକ ଶୁୁଟିଂ ରହୁଥିବାରୁ ସେ ସପ୍ତାହରେ ୪ଦିନ ଜିମ୍‌ ଯାଆନ୍ତି। ଅନ୍ୟ ଦିନମାନଙ୍କରେ ସାଇକେଲିଂ ଓ ପାର୍କରେ ଓ୍ବାକ୍‌ କରନ୍ତି। ଫିଟ ରହିବା ଲାଗି ସେ ଡାଏଟ ପ୍ଲାନ କରନ୍ତି। ସିରିଏଲରେ କରୁଥିବା କ୍ୟାରେକ୍ଟର ଓ ନିଜ ଓ୍ବାର୍କଆଉଟକୁ ମ୍ୟାଚ୍‌ କରିବା ଭଳି ଡାଏଟ ପ୍ଲାନ କରନ୍ତି। କ୍ୟାରେକ୍ଟର ଯଦି ଟିକେ ହେଲ୍‌ଦି ହୁଏ, ତା’ହେଲେ ସେ ହେଲ୍‌ଦି ଖାଦ୍ୟ ଖାଆନ୍ତି ନଚେତ୍‌ ଅଧିକାଂଶ ସମୟରେ ସାଧାରଣ ଖାଦ୍ୟଗୁଡ଼ିକୁ ସୀମିତ ଭାବେ ଖାଇବାକୁ ପସନ୍ଦ କରନ୍ତି। ଦିନକୁ ୩ଥର ଖାଇବା ସହ ୪ରୁ ୫ଲିଟର ପାଣି ପିଅନ୍ତି। ସପ୍ତାହକୁ ୪ଥର ଭାତ ଖାଇବାକୁ ପସନ୍ଦ କରନ୍ତି ଅଥବା ରୁଟି ନହେଲେ ବ୍ରେଡ ଖାଆନ୍ତି। ପ୍ରୋଟିନ୍‌ ନୁହେଁ ବରଂ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଇବା ଲାଗି ପସନ୍ଦ କରନ୍ତି। ପ୍ରତ୍ୟେକ ଦିନ ଅଣ୍ଡା ଖାଆନ୍ତି। ଜିମ୍‌ ଯିବା ପୂର୍ବରୁ ସେ ମାତ୍ର ୨ଟି କଦଳୀ ଖାଆନ୍ତି। ଜିମ୍‌ରୁ ଆସିବା ପରେ ଜୁସ୍‌ ପିଅନ୍ତି ଓ ବ୍ରେକଫାଷ୍ଟ କରନ୍ତି। ଲଞ୍ଚ ଓ ଡିନରରେ ସେ କୌଣସି ପ୍ରକାରର ବି ଖାଦ୍ୟ ଖାଇବାକୁ ଭଲପାଆନ୍ତି। କିନ୍ତୁ ନିଜ ଡାଏଟ ଅନୁସାରେ ହିଁ ସେ ଖାଦ୍ୟ ଖାଇଥାନ୍ତି ଓ ଠିକ୍‌ ସମୟରେ ଖାଇଥାନ୍ତି। ଫିଟ୍‌ ରହିବାକୁ ହେଲେ ଖାଦ୍ୟଠାରୁ ଆରମ୍ଭ କରି କସରତ୍‌ କରିବା ଉପରେ ବିଶେଷ ଧ୍ୟାନ ଦେଲେ ସମସ୍ତେ ଫିଟ୍‌ ରହିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri