ଦିନକୁ ଘଣ୍ଟାଏ ଶରୀରକୁ ଦିଅ

ସିରିଏଲ ଅଭିନେତା ରାକେଶ ଧଳ, ଯିଏକି ବହୁତ କମ ଦିନ ମଧ୍ୟରେ ଟେଲିଭିଜନ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଫିଟ୍‌ ରହିବା ସହ ଅଭିନୟରେ ନିଜର ନିପୁଣତା ଦେଖାଇ ଦର୍ଶକଙ୍କ ଭଲପାଇବା ପାଇ ପାରିଛନ୍ତି। ତରଙ୍ଗ, ସାର୍ଥକ ଓ କଲର୍ସ ଓଡ଼ିଆ ପରି ଟିଭି ଚ୍ୟାନେଲର ବିଭିନ୍ନ ସିରିଏଲରେ ସେ ନିଜର ପାରଦର୍ଶିତା ଦେଖାଇ ସେ ‘ନେଇଯାରେ ମେଘ ମତେ’, ‘ଏସିପି ନିକିତା’, ‘ରାନି’, ‘ଆମ ଘର ଲକ୍ଷ୍ମୀ’, ‘ତୋ ଆଖି ମୋ ଆଇନା’, ‘ଟୁପୁର ଟାପୁର’, ‘ସିନ୍ଦୂର ବିନ୍ଦୁ’ ସିରିଏଲରେ କାମ କରିଥିବା ବେଳେ ଏବେ ସେ ତରଙ୍ଗ ଟିଭିର ‘କୁଆଁରୀ ବୋହୂ’ ସିରିଏଲରେ ମୁଖ୍ୟ ଅଭିନେତା ଭାବେ କାମ କରୁଛନ୍ତି। ନିଜ ଫିଟନେସକୁ ରାକେଶ ବହୁତ ଗୁରୁତ୍ୱ ଦିଅନ୍ତି। ସେ ନିୟମିତ ଭାବେ ବ୍ୟାୟାମ୍‌, କସରତ, ଖେଳକୁଦ, ଦୌଡ଼ କିମ୍ବା ଯୋଗ କରନ୍ତି। ଦିନକୁ ଗୋଟିଏ ଘଣ୍ଟା ନିଜ ଶରୀରକୁ ଦେଲେ ଜଣେ ପୂରା ଫିଟ ରହିବ ବୋଲି ସେ ମତ ରଖନ୍ତି। ମୁଖ୍ୟତଃ ସେ ଫିଟ୍‌ ରହିବା ପାଇଁ ଜିମ୍‌ ଯାଆନ୍ତି। ନଚେତ୍‌ ଶୁଟିଂ ପରେ ପାର୍କକୁ ଓ୍ବାକ କରିବା ଓ ସାଇକେଲିଂ କରନ୍ତି। ସକାଳୁ ଉଠିବା ପରେ ଚଣା ଖାଇବା ସହ ଜିମ୍‌କୁ ଓ୍ବାର୍କଆଉଟ କରିବାକୁ ଯାଆନ୍ତି। ଅଧିକ ଶୁୁଟିଂ ରହୁଥିବାରୁ ସେ ସପ୍ତାହରେ ୪ଦିନ ଜିମ୍‌ ଯାଆନ୍ତି। ଅନ୍ୟ ଦିନମାନଙ୍କରେ ସାଇକେଲିଂ ଓ ପାର୍କରେ ଓ୍ବାକ୍‌ କରନ୍ତି। ଫିଟ ରହିବା ଲାଗି ସେ ଡାଏଟ ପ୍ଲାନ କରନ୍ତି। ସିରିଏଲରେ କରୁଥିବା କ୍ୟାରେକ୍ଟର ଓ ନିଜ ଓ୍ବାର୍କଆଉଟକୁ ମ୍ୟାଚ୍‌ କରିବା ଭଳି ଡାଏଟ ପ୍ଲାନ କରନ୍ତି। କ୍ୟାରେକ୍ଟର ଯଦି ଟିକେ ହେଲ୍‌ଦି ହୁଏ, ତା’ହେଲେ ସେ ହେଲ୍‌ଦି ଖାଦ୍ୟ ଖାଆନ୍ତି ନଚେତ୍‌ ଅଧିକାଂଶ ସମୟରେ ସାଧାରଣ ଖାଦ୍ୟଗୁଡ଼ିକୁ ସୀମିତ ଭାବେ ଖାଇବାକୁ ପସନ୍ଦ କରନ୍ତି। ଦିନକୁ ୩ଥର ଖାଇବା ସହ ୪ରୁ ୫ଲିଟର ପାଣି ପିଅନ୍ତି। ସପ୍ତାହକୁ ୪ଥର ଭାତ ଖାଇବାକୁ ପସନ୍ଦ କରନ୍ତି ଅଥବା ରୁଟି ନହେଲେ ବ୍ରେଡ ଖାଆନ୍ତି। ପ୍ରୋଟିନ୍‌ ନୁହେଁ ବରଂ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଇବା ଲାଗି ପସନ୍ଦ କରନ୍ତି। ପ୍ରତ୍ୟେକ ଦିନ ଅଣ୍ଡା ଖାଆନ୍ତି। ଜିମ୍‌ ଯିବା ପୂର୍ବରୁ ସେ ମାତ୍ର ୨ଟି କଦଳୀ ଖାଆନ୍ତି। ଜିମ୍‌ରୁ ଆସିବା ପରେ ଜୁସ୍‌ ପିଅନ୍ତି ଓ ବ୍ରେକଫାଷ୍ଟ କରନ୍ତି। ଲଞ୍ଚ ଓ ଡିନରରେ ସେ କୌଣସି ପ୍ରକାରର ବି ଖାଦ୍ୟ ଖାଇବାକୁ ଭଲପାଆନ୍ତି। କିନ୍ତୁ ନିଜ ଡାଏଟ ଅନୁସାରେ ହିଁ ସେ ଖାଦ୍ୟ ଖାଇଥାନ୍ତି ଓ ଠିକ୍‌ ସମୟରେ ଖାଇଥାନ୍ତି। ଫିଟ୍‌ ରହିବାକୁ ହେଲେ ଖାଦ୍ୟଠାରୁ ଆରମ୍ଭ କରି କସରତ୍‌ କରିବା ଉପରେ ବିଶେଷ ଧ୍ୟାନ ଦେଲେ ସମସ୍ତେ ଫିଟ୍‌ ରହିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୟାକରି ଘରକୁ ଫେରିଯାଅ…ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କୁ ସଲମାନ କଲେ ଏଭଳି ଅପିଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ବଲିଉଡ୍ ଅଭିନେତା ସଲମାନ ଖନ୍ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ…

ପୋଲିସ ଗାଡ଼ି ଅଟକାଇ ଚର୍ଚ୍ଚାରେ ଯୁବତୀ, ଭିଡିଓ ଭାଇରାଲ

ମୁମ୍ବାଇ, ୨୩।୭ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ ମୁମ୍ବାଇର ଦାଦର ନିକଟସ୍ଥ ଶିବାଜୀ ପାର୍କ ନିକଟରୁ ଏକ…

ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର, ଆଉ ଫେରିବ ନାହିଁ ଇଥାନଲ୍‌ମୁକ୍ତ ପେଟ୍ରୋଲ

ନୂଆଦିଲ୍ଲୀ,୨୩ା୭: ଆଉ କୌଣସି ପରିସ୍ଥିତିରେ ବିନା ଇଥାନଲ୍‌ ପେଟ୍ରୋଲ ଫେରିବ ନାହିଁ । ପେଟ୍ରୋଲରେ ୨୦ ପ୍ରତିଶତ ଏଥାନଲ୍ ମିଶ୍ରଣ (E20) ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ…

ଦିଲ୍ଲୀ ପୋଲିସ କମିଶନରଙ୍କୁ ମିଳିଲା ବଡ଼ କ୍ଷମତା

ନୂଆଦିଲ୍ଲୀ,୨୩ା୭: ଦିଲ୍ଲୀରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି)ର ବିକ୍ଷୋଭ ହିଂସାତ୍ମକ ରୂପ ନେଉଥିବାରୁ କେନ୍ଦ୍ର ସରକାର ଦିଲ୍ଲୀ ପୋଲିସ କମିଶନରଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ…

ରଥ ମେଲଣରେ ଯୋଗଦେଲେ ଉପ ମୁଖ୍ୟମନ୍ତ୍ରୀ

ଅତାବିରା,୨୩।୭(ଯୁଧିଷ୍ଠିର ମହାପାତ୍ର) ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବରଗଡ଼ ଜିଲା ଅତାବିରା ଗସ୍ତରେ ଆସି ଗୁରୁବାର ସନ୍ଧ୍ୟାରେ କାଠଡେରା ଶ୍ରୀଗୁଣ୍ଡିଚା…

ରାସ୍ତା କାଦୁଅ ପଚ ପଚ, ଦୁର୍ଦ୍ଦଶାରେ ଲୋକେ

କୋକସରା,୨୩ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡଙ୍ଗରୀଗୁଡା ଛକଠାରୁ କାଦୋପଦର ଭାୟା କାଶିବାହାଲ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।…

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ଜନ୍ତର ମନ୍ତର ଅନ୍ଦୋଳନକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ: ଏସବୁ ଅଞ୍ଚଳରେ ବନ୍ଦ ହେବ ମୋବାଇଲ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩।୭: ଗୃହ ମନ୍ତ୍ରଣାଳୟ ଜନ୍ତର ମନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଜନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri