ଦାରୁଠେଙ୍ଗ ଡମ୍ପିଂୟାର୍ଡ ବିବାଦ, ପୁଣି ହେବ ଆଲୋଚନା: ଲିଖିତ ପ୍ରତିଶ୍ରୁତି ଦେଲେ ଡମ୍ପିଂୟାର୍ଡ ଖୋଲିବ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ବାରମ୍ବାର ଆଲୋଚନା, ବୈଠକ ହେବା ସତ୍ତ୍ୱେ ଦାରୁଠେଙ୍ଗ ଡମ୍ପିଂୟାର୍ଡ ସମସ୍ୟାର ସମାଧାନ ହୋଇପାରୁନି। ବିଏମ୍‌ସି ମୁଖ୍ୟାଳୟରେ ଗତ ୬ତାରିଖର ବୈଠକ ପରେ ଗୁରୁବାର ଆୟୋଜିତ ବୈଠକର ମଧ୍ୟ କିଛି ନିଷ୍କର୍ଷ ବାହାରିପାରି ନାହିଁ। ଆସନ୍ତା ୩ଦିନ ପରେ ପୁଣି ଆଲୋଚନା ହେବ ବୋଲି ଜଣାପଡ଼ିଛି। ବୈଠକରେ ଲିଖିତ ପ୍ରତିଶ୍ରୁତି ପରେ ହିଁ ଡମ୍ପିଂୟାର୍ଡ ଖୋଲିବ ବୋଲି ଦାରୁଠେଙ୍ଗ ଗ୍ରାମବାସୀ କହିଛନ୍ତି।
ଗୁରୁବାର ବିଏମ୍‌ଓଇ ମୁଖ୍ୟାଳୟରେ ପୁନର୍ବାର ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ଅଧ୍ୟକ୍ଷତାରେ ଦାରୁଠେଙ୍ଗ ଗ୍ରାମବାସୀ, ବିଧାୟକ ସୁରେଶ ରାଉତରାୟ ଓ ଅନ୍ୟ ବିଶିଷ୍ଟ ଅଧିକାରୀଙ୍କୁ ନେଇ ଏକ ବୈଠକ ବସିଥିଲା। ଗ୍ରାମବାସୀ ବିଏମ୍‌ସିଠାରୁ ଲିଖିତ ପ୍ରତିଶ୍ରୁତି ଦାବି କରିବା ସହ କେବେଠାରୁ ଡମ୍ଫିଂ ହେବ ନାହିଁ ବୋଲି ପ୍ରଶ୍ନ କରିଥିଲେ। କମିଶନର ଚୌଧାରୀ ଖୁବ୍‌ଶୀଘ୍ର ସେମାନଙ୍କଉ ଲିଖିତ ପ୍ରତିଶ୍ରୁତି ଦିଆଯିବା ସହ ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ଡମ୍ଫିଂ ବନ୍ଦ କରିବା ସହ ସେଠାରେ ବାଇଓ ମାଇନିଂ ପ୍ଲାଣ୍ଟ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଗ୍ରାମବାସୀ ତାଙ୍କ କଥାରେ ପୁନର୍ବାର ସହମତି ପ୍ରକାଶ ନ କରିବାରୁ ଆଲୋଚନା ବିଫଳ ହୋଇଥିଲା। କମିଶନର ଚୌଧାରୀ କହିଛନ୍ତି, ଏମ୍‌ସିସି କାର୍ଯ୍ୟ ନ ସରିବା ଯାଏ ଡମ୍ପିଂ ହେବ। ସେଠାରେ ଡମ୍ପିଂ ନ ହେଲେ ଆଉ କେଉଁଠି ହେବ। ସୈନିକ ସ୍କୁଲ ନିକଟରେ ଥିବା ଟିଟିଏସ୍‌ରେ ଏବେ ଅଳିଆ ଭର୍ତ୍ତି ହୋଇସାରିଲାଣି। ତେଣୁ ସେମାନଙ୍କୁ ଆମେ ଯଥାଶୀଘ୍ର ଲିଖିତ ପ୍ରତିଶ୍ରୁତି ଦେବାକୁ ଚେଷ୍ଟା କରୁଛୁ। ସେହିପରି ଏମ୍‌ସିସି ଓ ଏମ୍‌ଆରଏଫ କାର୍ଯ୍ୟ ସରିବା ସହ ଦାରୁଠେଙ୍ଗରେ ଡମ୍ପିଂ ବନ୍ଦ ହେବାକୁ ସର୍ବନିମ୍ନ ମାସେ ସମୟ ଲାଗିବ।
ଉଲ୍ଲେଖଯୋଗ୍ୟ, ଜାନୁୟାରୀରୁ ଦାରୁଠେଙ୍ଗ ଡମ୍ଫିଂୟାର୍ଡରେ ଅଳିଆ ପଡ଼ିବନି ବୋଲି ଗତ ୪ମାସ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏବେ ଜାନୁୟାରୀ ମାସ ଚାଲିଥିବାବେଳେ ଘୋଷଣାର କିଛି ସୁପ୍ରଭାବ ଦେଖିବାକୁ ମିଳିନାହିଁ। ପୂର୍ବପରି ଡମ୍ପିଂୟାର୍ଡରେ ଅଳିଆପଡ଼ୁଥିତ୍ବାରୁ ଦାରୁଠେଙ୍ଗ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହ ଅଳିଆ ଭର୍ତ୍ତି ଟ୍ରକ୍‌କୁ ଡମ୍ଫିଂ ୟାଡକୁ ଛାଡ଼ୁ ନାହାନ୍ତି। ସେଥିପାଇଁ ବିଏମ୍‌ସି କମିଶନର ଗ୍ରାମବାସୀଙ୍କୁ ଆଲୋଚନା ପାଇଁ ଡାକିଥିଲେ। ଗ୍ରାମବାସୀଙ୍କ ସର୍ତ୍ତ ମୁତାବକ କାର୍ଯ୍ୟ ହେଲେ ସେମାନେ ଅଳିଆ ପକାଇବା ପାଇଁ ସମର୍ଥନ ଦେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri