ଦାରୁଠେଙ୍ଗ ଡମ୍ପିଂୟାର୍ଡ ବିବାଦ, ପୁଣି ହେବ ଆଲୋଚନା: ଲିଖିତ ପ୍ରତିଶ୍ରୁତି ଦେଲେ ଡମ୍ପିଂୟାର୍ଡ ଖୋଲିବ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ବାରମ୍ବାର ଆଲୋଚନା, ବୈଠକ ହେବା ସତ୍ତ୍ୱେ ଦାରୁଠେଙ୍ଗ ଡମ୍ପିଂୟାର୍ଡ ସମସ୍ୟାର ସମାଧାନ ହୋଇପାରୁନି। ବିଏମ୍‌ସି ମୁଖ୍ୟାଳୟରେ ଗତ ୬ତାରିଖର ବୈଠକ ପରେ ଗୁରୁବାର ଆୟୋଜିତ ବୈଠକର ମଧ୍ୟ କିଛି ନିଷ୍କର୍ଷ ବାହାରିପାରି ନାହିଁ। ଆସନ୍ତା ୩ଦିନ ପରେ ପୁଣି ଆଲୋଚନା ହେବ ବୋଲି ଜଣାପଡ଼ିଛି। ବୈଠକରେ ଲିଖିତ ପ୍ରତିଶ୍ରୁତି ପରେ ହିଁ ଡମ୍ପିଂୟାର୍ଡ ଖୋଲିବ ବୋଲି ଦାରୁଠେଙ୍ଗ ଗ୍ରାମବାସୀ କହିଛନ୍ତି।
ଗୁରୁବାର ବିଏମ୍‌ଓଇ ମୁଖ୍ୟାଳୟରେ ପୁନର୍ବାର ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ଅଧ୍ୟକ୍ଷତାରେ ଦାରୁଠେଙ୍ଗ ଗ୍ରାମବାସୀ, ବିଧାୟକ ସୁରେଶ ରାଉତରାୟ ଓ ଅନ୍ୟ ବିଶିଷ୍ଟ ଅଧିକାରୀଙ୍କୁ ନେଇ ଏକ ବୈଠକ ବସିଥିଲା। ଗ୍ରାମବାସୀ ବିଏମ୍‌ସିଠାରୁ ଲିଖିତ ପ୍ରତିଶ୍ରୁତି ଦାବି କରିବା ସହ କେବେଠାରୁ ଡମ୍ଫିଂ ହେବ ନାହିଁ ବୋଲି ପ୍ରଶ୍ନ କରିଥିଲେ। କମିଶନର ଚୌଧାରୀ ଖୁବ୍‌ଶୀଘ୍ର ସେମାନଙ୍କଉ ଲିଖିତ ପ୍ରତିଶ୍ରୁତି ଦିଆଯିବା ସହ ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ଡମ୍ଫିଂ ବନ୍ଦ କରିବା ସହ ସେଠାରେ ବାଇଓ ମାଇନିଂ ପ୍ଲାଣ୍ଟ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଗ୍ରାମବାସୀ ତାଙ୍କ କଥାରେ ପୁନର୍ବାର ସହମତି ପ୍ରକାଶ ନ କରିବାରୁ ଆଲୋଚନା ବିଫଳ ହୋଇଥିଲା। କମିଶନର ଚୌଧାରୀ କହିଛନ୍ତି, ଏମ୍‌ସିସି କାର୍ଯ୍ୟ ନ ସରିବା ଯାଏ ଡମ୍ପିଂ ହେବ। ସେଠାରେ ଡମ୍ପିଂ ନ ହେଲେ ଆଉ କେଉଁଠି ହେବ। ସୈନିକ ସ୍କୁଲ ନିକଟରେ ଥିବା ଟିଟିଏସ୍‌ରେ ଏବେ ଅଳିଆ ଭର୍ତ୍ତି ହୋଇସାରିଲାଣି। ତେଣୁ ସେମାନଙ୍କୁ ଆମେ ଯଥାଶୀଘ୍ର ଲିଖିତ ପ୍ରତିଶ୍ରୁତି ଦେବାକୁ ଚେଷ୍ଟା କରୁଛୁ। ସେହିପରି ଏମ୍‌ସିସି ଓ ଏମ୍‌ଆରଏଫ କାର୍ଯ୍ୟ ସରିବା ସହ ଦାରୁଠେଙ୍ଗରେ ଡମ୍ପିଂ ବନ୍ଦ ହେବାକୁ ସର୍ବନିମ୍ନ ମାସେ ସମୟ ଲାଗିବ।
ଉଲ୍ଲେଖଯୋଗ୍ୟ, ଜାନୁୟାରୀରୁ ଦାରୁଠେଙ୍ଗ ଡମ୍ଫିଂୟାର୍ଡରେ ଅଳିଆ ପଡ଼ିବନି ବୋଲି ଗତ ୪ମାସ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏବେ ଜାନୁୟାରୀ ମାସ ଚାଲିଥିବାବେଳେ ଘୋଷଣାର କିଛି ସୁପ୍ରଭାବ ଦେଖିବାକୁ ମିଳିନାହିଁ। ପୂର୍ବପରି ଡମ୍ପିଂୟାର୍ଡରେ ଅଳିଆପଡ଼ୁଥିତ୍ବାରୁ ଦାରୁଠେଙ୍ଗ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହ ଅଳିଆ ଭର୍ତ୍ତି ଟ୍ରକ୍‌କୁ ଡମ୍ଫିଂ ୟାଡକୁ ଛାଡ଼ୁ ନାହାନ୍ତି। ସେଥିପାଇଁ ବିଏମ୍‌ସି କମିଶନର ଗ୍ରାମବାସୀଙ୍କୁ ଆଲୋଚନା ପାଇଁ ଡାକିଥିଲେ। ଗ୍ରାମବାସୀଙ୍କ ସର୍ତ୍ତ ମୁତାବକ କାର୍ଯ୍ୟ ହେଲେ ସେମାନେ ଅଳିଆ ପକାଇବା ପାଇଁ ସମର୍ଥନ ଦେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri